Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
18549c98
Commit
18549c98
authored
Sep 22, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
f052c525
Changes
1
Hide whitespace changes
Inline
Side-by-side
Showing
1 changed file
with
103 additions
and
0 deletions
+103
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia49.txt
...ngual-corpora/vikaspedia.in/vikashpedia_health_odia49.txt
+103
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia49.txt
0 → 100644
View file @
18549c98
ଦୀର୍ଘୟୁ
ଦୀର୍ଘୟୁହେବାର ଉପାୟ
ଗୁରୁଜନଙ୍କୁ ପ୍ରଣାମ କଲେ ସେମାନେ ‘ଆୟୁଷ୍ମାନଭବ’ କହି ଆଶୀର୍ବାଦ କରନ୍ତି ।
ମାତ୍ର ଆୟୁଷ୍ମାନ୍ ବା ଦୀର୍ଘୟୁ ହେବାର ଉପାୟ ବତାଇବା ର ଫୁରସତ୍ ତାଙ୍କ ପାଖରେ ନଥାଏ ।
ପୁଣି କେବଳ ଯେ ଦୀର୍ଘାୟୁ ବା ଶତାୟୁ ହେଲେ ମଣିଷ ଆଶ୍ଵସ୍ତି ଲାଭ କରେ ତା' ନୁହେଁ, ରୋଗ ରହିତ ଜୀବନ ବଞ୍ଚିବା ପାଇଁ ପ୍ରତ୍ୟେକ ମଣିଷ ଆଶାୟୀ ହୋଇଥାଏ ।
ମଣିଷକୁ ରୋଗ ହେଲେ ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣେଇ ତା'ଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କରୁଥିଲା ।
ତନ୍ତ୍ର, ମନ୍ତ୍ର, ପୂଜାପାଠ କରିବାକୁ ବି ପଛଉ ନଥିଲା| ମାତ୍ର ଏବେ ସମୟ ଆସିଛିରୋଗ ନ ହେବା ପାଇଁ ସେ ଯତ୍ନବାନ୍ ହେଉଛି ।
ଖାଦ୍ୟପେୟ ପ୍ରତି ସଜାଗ ହେଉଛି ।
ବ୍ୟାଧି କବଳରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ଉପାୟ ଅବଲମ୍ବନ କରୁଛି ।
ସ୍ଵାସ୍ଥ୍ୟରକ୍ଷାର ନିୟମ ମଧ୍ୟରେ ଦିନ ଭିତରେ କିଛି ନିୟମ ପାଳନ କରିବା ଉଚିତ ।
ଏହାଛଡା ନିରାମୟ ଜୀବନ ନିମିତ୍ତରସାୟନ ଚିକିତ୍ସା ନାମକ ଏକ ସ୍ଵତନ୍ତ ଚିକିତ୍ସା ।
ଏଥିରେ ନିର୍ଦ୍ଦିଷ୍ଟ ଅଛି ।
ଏହି ଚିକିତ୍ସା ଦ୍ଵାରା ଶରୀରର ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଶୁକ୍ର ଆଦି ପୋଷାକ ଧାତୁଙ୍କ ଉତ୍କର୍ଷତା ପ୍ରତିପାଦିତ ହୁଏ ।
ରୋଗ ପ୍ରତିରୋଧକ ଶକ୍ତି ଜାଗ୍ରତହୁଏ ।
ବୃଦ୍ଧାବସ୍ଥାର ଲକ୍ଷଣ ଶରୀରରେ ଶୀଘ୍ର ଆସେ ନାହିଁ ।
ଶରୀରରେ ଦୃଢତା ତଥା ଦିବ୍ୟାଶକ୍ତିର ସଞ୍ଚାର ଏହାଦ୍ଵାରା ସମ୍ଭବ ହୋଇଥାଏ ।
ମନୁଷ୍ୟର ଦୃଷ୍ଟିଶକ୍ତି, ସ୍ମୃତିଶକ୍ତି ତଥା ବୁଦ୍ଧି ଅତୁଟ ରହେ ।
ସର୍ବୋପରି ରୟାସନ ଦ୍ଵାରା ମନୁଷ୍ଯ ଦୀର୍ଘୟ, ସ୍ମରଣଶକ୍ତି, ଧାରଣଶକ୍ତି, ଆରୋଗ୍ୟ, ଯୁବାବସ୍ଥା, ସୁନ୍ଦରତା, ଉତ୍ତମବର୍ଣ୍ଣ, ମଧୁରସ୍ଵର, ଶାରୀରିକ ମାନସିକ ତଥା ଇନ୍ଦ୍ରିୟବଳ, ବାକସିଦ୍ଧି ଆଦି ପ୍ରାପ୍ତି ହୁଏ ।
ଚିକିତ୍ସା
୧. କାମ୍ୟରସାୟନ–
ସୁସ୍ଥବ୍ୟକ୍ତିଙ୍କ ଉତ୍ତମ ସ୍ଵାସ୍ଥ୍ୟ ବଜାୟ ରଖୁବା ନିମିତ୍ତ ତଥା ରକ୍ତମାଂସ ଆଦି ତନ୍ତୁର ବୃଦ୍ଧି ନିମିତ୍ତ ଯେଉଁ ରୟାସନ ପ୍ରୟୋଗ କରାଯାଏ, ତାକୁ କାମ୍ୟରସାୟନ କହନ୍ତି ।
ଯଥା- ରସଧାତୁ ନିମିତ୍ତ ଦ୍ରାକ୍ଷା (ଅଙ୍ଗୁର), ରକ୍ତଧାତୁ ନିମିତ୍ତ ଲୌହ, ଆମଳକୀ(ଅଁଳା) , ମାଂସଧାତୁ ନିମିତ୍ତବଳା,ଶାଳପର୍ଣ୍ଣ, ମେଦଧାତୁ ନିମିତ୍ତ ଗୁଗୁଳ, ଶିଳାଜତୁ, ଗୁଡ଼ୁଚି, ହରିଡା, ଅସ୍ଥିଧାତୁ ନିମିତ୍ତ ବଂଶଲୋଚନ, ପୁଷ୍ଟିପୂର୍ଣ୍ଣ, ଲାକ୍ଷା, ଶୁକ୍ତି, ଶଙ୍ଖ; ମଜ୍ଜାଧାତୁ ନିମିତ୍ତ ଲୌହ, ବସା, ମଜ୍ଜା, ଶୁକ୍ଳଧାତୁ ନିମିତ୍ତ ଅଶ୍ଵଗନ୍ଧା, ଆମଳକୀ, ଆତ୍ମଗୁପ୍ତା (ବାରଢଙ୍କା) ଆଦି ।
2.ନୈମିରିକ ରସାୟନ :
ରୋଗୀର ରୋଗ ଦୂର କରିବା ପାଇଁ ଯେଉଁ ରସାୟନ ପ୍ରୟୋଗ କରାଯାଏ, ତାକୁ ନୈମିଭିକ ରସାୟନ କହନ୍ତି ।
ଯଥା- ରକ୍ତହୀନତା (ପାଣ୍ଡୁ) ରୋଗରେ ଲୌହ, ହୃଦରୋଗରେ ଅର୍ଜୁନ, ସ୍ପତିନାଶରେ ବ୍ରାହି ଆଦି ।
୩. ଆଜସ୍ରିକ ରସାୟନ :
ଯେଉଁ ପଦାର୍ଥକୁ ଖାଦ୍ୟରୂପେ ପ୍ରତିଦିନ ସେବନ କରାଯାଏ ଯଥା- ଦୁଧ, ଘିଅ, ଫଳ, ଶୀତଳ ଜଳ, ମହୁ, ମଧୁର, ଅମ୍ଳ, ଲବଣ, ରାଗ, ପିତା, କଷାରସ ଯୁକ୍ତଖାଦ୍ୟ ଆୟୁର୍ବେଦରେ ଦୀର୍ଘଜୀବନ ଲାଭକରିବା ପାଇଁ ବର୍ଣ୍ଣନା କରାଯାଇଛି ।
ଜାଗରଣ :
ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ କରିବା ଦରକାର ।
ଏହି ସମୟରେ ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ଥାଏ ।
ଆମକୁ ଅଧିକ ଅମ୍ଳଜାନ ମିଳେ ।
ଏହାଛଡା ଏହି ସମୟରେ ଶରୀର ମଧ୍ୟରେ କେତେକ ରସାୟନିକ ପଦାର୍ଥ ଉତ୍ପନ୍ନ ହୁଏ ।
ଯଦଦ୍ଵାରା କି ଶାରୀରିକ ଶକ୍ତି ଓ ମାନସିକ ସ୍ଫୁର୍ତ୍ତି ଉତ୍ପନ୍ନ କରାଏ ।
ଦନ୍ତଧାବନ :
ଅଇଁଠା ପ୍ଲାଷ୍ଟିକ ବ୍ରସକୁ ପ୍ରତିଦିନ ପାଟିରେ ପୁରାଇ ଦାନ୍ତ ଘଷିବା ଅପେକ୍ଷା ମହୁଲ, କରଞ୍ଜ, ନିମ୍ନ, ଖଇର, ବର, ଅର୍ଜୁନ ଦାନ୍ତକାଠି ବ୍ୟବହାର କରିବା ଉଚିତ ।
ଅଭ୍ୟଙ୍ଗ:
ସ୍ନାନପୂର୍ବରୁ ତେଲ ଅଭ୍ୟଙ୍ଗ (ମାଲିସ୍) ଦ୍ଵାରା ଶରୀର ଚର୍ମ କୋମଳ ଓ ସତେଜ ରହେ ।
ଚର୍ମରେ ଅଧିକ ରକ୍ତ ସଞ୍ଚାଳନ ହେବାଦ୍ଵାରା ଶରୀରର ସମସ୍ତ ବିଷାକ୍ତ ପଦାର୍ଥ ବାହାରିଯାଏ ।
ଚର୍ମରେ ଦେଖାଯାଉଥିବା କଳାଦାଗ ଓ ଲୋଚା ଉଭେଇ ଯାଏ ।
ଚର୍ମରେ ଲାଗିଥିବା ଜୀବାଣୁ କୀଟାଣୁ ଆଦି ଶରୀର ମଧ୍ୟରେ ପ୍ରବେଶ କରିପାରିଛି ନାହିଁ ।
ଏହାଦ୍ଵାରା ଶରୀର ମଧ୍ୟରେ ଥିବା ସମସ୍ତ ଅବୟବକୁ ଢାଙ୍କି ସୁରକ୍ଷା ପ୍ରଦାନ କରୁଥିବା ଚର୍ମ ସମସ୍ତ ଋତୁକୁ ମୁକାବିଲା କରିଥାଏ ।
ବ୍ୟାୟାମ : ପ୍ରାତଃ ସୂର୍ଯ୍ୟ ନମସ୍କାରର ଦ୍ଵାଦଶ ଉପକ୍ରମ ଦ୍ଵାରା ଶରୀରକ୍ଷମତ୍ଵ ଓ ରୋଗ ପ୍ରତିରୋଧ କ୍ଷମତ୍ଵ ବୃଦ୍ଧିପାଏ ।
ଶରୀରରେ ରକ୍ତସଞ୍ଚାଳନ ବୃଦ୍ଧି କରାଏ ।
ମାନସିକ ସନ୍ତୁଳନତା ଓ ଏକାଗ୍ରତା ବୃଦ୍ଧି ଘଟିବା ଦ୍ଵାରାମନୁଷ୍ୟ ସାରାଦିନର କାର୍ଯ୍ୟଭାର ଗ୍ରହଣ କରିଥାଏ ।
ସୂର୍ଯ୍ୟ ନମସ୍କାର ବ୍ୟତୀତ, ଶାରୀରିକ କସରତ, ଖେଳ, ଚାଲିବା, ଦୌଡିବା, ସନ୍ତରଣ, ସାଇକଲ ଚାଳନା ଆଦି ବ୍ୟାୟାମ ପର୍ଯ୍ୟାୟ ଭୂକ୍ତ ।
ଆଧାର - ଡ଼ାକ୍ତର ଅନତକୁମାର ଆଚାର୍ଯ୍ୟ ଆୟୁର୍ବେଦ ଚିକିସ୍ଥାଧୁକାରୀ, ସୁନ୍ଦରଗଡ
ଭାରତୀୟ ସଂସ୍କୃତି ରେ ଧର୍ମ, ଅର୍ଥ, କାମ ତଥା ମୋଷକୁ ଜୀବନର ମୂଳ ଲକ୍ଷ୍ୟ କୁହାଯାଇଛି ଏବଂ କେବଳ ଆରୋଗ୍ୟଯୁକ୍ତ ଦୀର୍ଘଜୀବନ ଦ୍ଵାରାହିଁ ଏହି ଲକ୍ଷ୍ୟକୁ ସଫଳ କରିବା ସମ୍ଭବ ।
“ ଶରୀର ମାଦ୍ୟ ଖଳୁଧର୍ମ ସାଧନମ୍” ଅର୍ଥାତ୍ ଶରୀର ମାନବ ଜୀବନର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ପ୍ରମୁଖ ସାଧନ ବା ମାଧ୍ୟମ ଅଟେ ଏବଂ କାର୍ଯ୍ୟର ସଫଳତା ପାଇଁ ଶରୀର ସୁସ୍ଥ ରହିବା ଏକାନ୍ତ ଅପରିହାର୍ଯ୍ୟ ।
ସେଥିପାଇଁ ଶରୀରକୁ ସୁସ୍ଥ ଏବଂ ଦୀର୍ଘାୟୁ କରିବା ପ୍ରତ୍ୟକ ବ୍ୟକ୍ତିଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ ।
ଦୀର୍ଘାୟ ହେବାର ଉପାୟ -
ସାତ୍ତ୍ଵିକ ଆହାର
ଉତ୍ତମ ଜୀବନଚର୍ଯ୍ୟା ଓ ବ୍ରହ୍ମଚର୍ଯ୍ୟ
ଶୁଦ୍ଧ ବିଚାର
ଦୀର୍ଘାୟୁକାରକ ଆହାର
ଉତ୍ତମ ସ୍ୱାସ୍ଥ୍ୟର ତିନୋଟି ମୂଳ ଆଧାର ହେଲା – ଆହାର, ନିଦ୍ରା ତଥା ବ୍ରହ୍ମଚର୍ଯ୍ୟ ।
ବଞ୍ଚି ରହିବା ପାଇଁ ଖାଦ୍ୟପେୟର ଆବଶ୍ୟକତା ରହିଛି ।
ଆହାରରୁ ହିଁ ଆୟୁ, ତେଜ ଉତ୍ସାହ, ସ୍ମୃତି ଓ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୋଇଥାଏ ।
ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମାଂସ ଏହିପରି ସପ୍ତଧାତୁରା ନିର୍ମାଣ ହୋଇ ଶରୀର ପରିପୁଷ୍ଟ ହୋଇଥାଏ ।
ସୁତରାଂ ମନୁଷ୍ୟ ଶରୀର ବୃଦ୍ଧି, ବିକାଶ ପାଇଁ ଅନୁକୂଳ ଖାଦ୍ୟପେୟ ଗ୍ରହଣ କରାଯିବା ଉଚିତ୍ ।
ନିମ୍ନରେ ଆୟୁବୃଦ୍ଧିକାରୀ ଆହାର ସଂପର୍କରେ କେତେକ ନିୟାମୋବାଲିକୁ ଉଲ୍ଲେଖ କରାଯାଇଛି ଏବଂ ଭୋଜନ ଗ୍ରହଣ ସମୟରେ ଏହା ପ୍ରତି ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ ।
ଆୟୁବୃଦ୍ଧି ପାଇଁ ରସଂଯୁକ୍ତ ପୌଷ୍ଟିକ ତଥା ସ୍ନିଗ୍ଧ ଭୋଜନ ଉପଯୁକ୍ତ ଆହାର ଅଟେ ।
ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ, ଶରୀରକୁ ସ୍ଥିରତା ଏବଂ ମନ ତଥା ମସ୍ତିଷ୍କକୁ ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ ।
ପ୍ରାଚୀନ ଶାସ୍ତ୍ରମାନଙ୍କରେ ଏପରି ଆହାରକୁ ସାତ୍ତ୍ଵିକ ଆହାର ରୂପ ଉଲ୍ଲେଖ କରାଯାଇଛି ।
ପ୍ରାଚୀନ ଚିକିତ୍ସା ଶାସ୍ତ୍ରମାନଙ୍କରେ ସନ୍ତୁଳିତ ଭୋଜନ (Balanced Diet) ଏବଂ ମଧୁର, ଅମ୍ଳ, ଲବଣ, କଟୁ ତିକ୍ତ ଏବଂ କଷା ଏହିପରି ଷଡର ସଂଯୁକ୍ତ ଖାଦ୍ୟକୁ ଆୟୁବୃଦ୍ଧିକାରୀ ଖାଦ୍ୟ ରୂପେ ବିବେଚନା କରାଯାଇଛି ।
ଆମେ ଖାଉଥିବା ଦୈନନ୍ଦିନ ଖାଦ୍ୟରେ ସୁଷମ ପରିମାଣରେ ପୁଷ୍ଟିସାର (Proteins) ସ୍ନେହସାର (Fats), ଶ୍ଵେତସାର (Carbohydrates), ଖଣିଜସାର (Minerals) ଏବଂ ଜଳ (Water) ରହିବା ଆବଶ୍ୟକ ।
ଏହିସବୁର ସନ୍ତୁଳିତ ଖାଦ୍ୟସାର ଶାରୀରିକ ଓ ମାନସିକ ବିକାଶ ପାଇଁ ଆଣିବାର୍ଯ୍ୟ ଅଟେ ।
ପ୍ରାତଃକାଳରେ ସୂର୍ଯ୍ୟଦୟ ପୂର୍ବରୁ ପାଣି, ଦହି ଆଦି ଥଣ୍ଡା ତରଳ ପାନୀୟ ପିଇବା ଅଭ୍ୟାସ କରିବା ଉଚିତ୍ ।
ଏହାବ୍ୟତୀତ ଲେମ୍ବୁ ସରବତ୍ ମଧ୍ୟ ପିଇବାରେ ଉପକାର ମିଳିଥାଏ ।
ଏପରି କରିବା ଦ୍ଵାରା ପଚନତନ୍ତ୍ରର ନବିକାର ଦୂର ହୋଇଥାଏ ।
ଉପରୋକ୍ତ ପରାମର୍ଶଗୁଡିକ ପାନଳ କରିବା ସମୟରେ ସ୍ମରଣ ରହିବା ଉଚିତ୍ ଯେ ଆମେ ଖାଉଥିବା ଖାଦ୍ୟ ସୁପାଚ୍ୟ ଏବଂ ସନ୍ତୁଳିତ ହେବା ଆବଶ୍ୟକ ।
ଅତ୍ୟଧିକ ଭିଟାମିନ୍ ଶର୍କରା ମଧ୍ୟ ଶରୀର ପାଇଁ ଅହିତକର ଅଟେ ।
ସୁତରାଂ, ସୁଷମ ଏବଂ ସନ୍ତୁଳିତ ସାତ୍ତ୍ଵିକ ଆହାର ହିଁ ଆୟୁ ବୃଦ୍ଧିକାରୀ ଆହାର ଅଟେ ।
ଉତ୍ତମ ଜୀବନଚର୍ଯ୍ୟା
ଆହାର ବ୍ୟତୀତ ଉଚିତ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ ।
ପ୍ରାତଃ ସମୟରେ ସୂର୍ଯ୍ୟଦୟ ପୂର୍ବର ଶଯ୍ୟାତ୍ୟାଗ ଜୀବନଚର୍ଯ୍ୟା ଦୀର୍ଘାୟୁ ହେବାର ପ୍ରଥମ ଆବଶ୍ୟକତା ଅଟେ ।
ବାଳି, ଅଶ୍ଵତ୍ ଥାମା, କୃପାଚର୍ଯ୍ୟା ଇତ୍ୟାଦି ଚିରଞ୍ଜିବୀଙ୍କୁ ସ୍ମରଣ କରାଯିବା ଉଚିତ ।
ଏହି ସପ୍ତ ଚିରଞ୍ଜିବୀ ମହାତ୍ମାମାନଙ୍କ ସ୍ମରଣ ଦ୍ଵାରା ଦୁର୍ଘଟଣା ତଥା ଅପମୃତ୍ୟୁ ନିବାରଣ ହୋଇଥାଏ ।
ଏହାବ୍ୟତୀତ, ପ୍ରାତଃ ସମୟରେ ଶଯ୍ୟାତ୍ୟାଗ କରିବା ପରେ ସୂର୍ଯ୍ୟ ନମସ୍କାର କରିବା ଦ୍ଵାରା ବଳ ଏବଂ ଆୟୁ ବୃଦ୍ଧି ହୋଇଥାଏ ।
ପ୍ରାତଃକାଳରେ ସୂର୍ଯ୍ୟଦୟା ପୂର୍ବରୁ ଶୀତଋତୁରେ ତାଜା ପଣି ଏବଂ ଅନ୍ୟଋତୁମାନଙ୍କରେ ବାସୀ ପାଣି ପିଇବା ଉଚିତ୍ ।
ଏହାକୁ ଉଷାପନ କୁହନ୍ତି ।
ଏହାକୁ ଅଭ୍ୟାସ କରିବା ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟାଋ ମୁକ୍ତି ମିଳେ ଏବଂ ସମସ୍ତ ଉଦର ବିକାର ଦୂର ହୋଇଥାଏ ।
ପ୍ରତିଦିନ ପ୍ରାତଃ ସମୟ ଖଳିପେଟରେ ବ୍ୟାୟାମ, ଯୋଗାସନ ଏବଂ ପ୍ରାଣାୟାମ ଆଦିର ଅଭ୍ୟାସ କରାଯିବା ଉତ୍ତମ ଅଟେ ।
ଏହାଦ୍ଵାରା ଶରୀର ଏବଂ ମନରେ ସତେଜତା ବୃଦ୍ଧି ପାଇଥାଏ ଏବଂ ରକ୍ତ ଶୁଦ୍ଧ ହେବା ଦ୍ଵାରା ଶରୀର ସୁସ୍ଥ ଏବଂ ସୁନ୍ଦର ହୋଇଥାଏ ।
ପ୍ରାତଃ ବ୍ରମଣ ସର୍ବୋତ୍ତମ ଅଟେ ।
ଶୁଦ୍ଧ ବିଚାର ଏବଂ ସୁସ୍ଥ ମନ
ମନ ଏବଂ ଶରୀର ପରସ୍ପର ପରିପୂରକ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ଵିକ ଓ ପୁଷ୍ଟିକର ଆହାର ଯେତିକି ଆବଶ୍ୟକ ମାନସିକ ସୁସ୍ଥାତା ମଧ୍ୟରେ ସେତିକି ଅଧିକ ଆବଶ୍ୟକ ।
ଅନିଦ୍ରା, ଉଚ୍ଚ ରକ୍ତଚାପ, ହିଷ୍ଟ୍ରିଆ, ହୃଦ୍ ରୋଗ, କ୍ୟାନସର ଓ କୋଲାଇଟିସ୍ ଆଦି ମାରାତ୍ମକ ରୋଗଗୁଡିକ ମାନସିକ ଅସୁସ୍ଥାତା ପ୍ରଭାବରୁ ବୃଦ୍ଧି ପାଇଥାଏ ।
ସେଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟ ପାଇଁ ଶୁଦ୍ଧ ବିଚାର ଏବଂ ସୁସ୍ଥ ମନର ଆବଶ୍ୟକତା ରହିଛି ।
ବିଛର ବା ଚିନ୍ତନର ଆମ ମନ ମସ୍ତିଷ୍କ, ସ୍ୱାସ୍ଥ୍ୟ ତଥା ଆୟୁ ଉପରେ ଗଭୀର ପ୍ରଭାବ ରହିଛି ।
ସୁତରାଂ ଆୟୁ ବୃଦ୍ଧି ପାଇଁ ସୁସ୍ଥ ମାନସିକା ଏବଂ ବିଚାରାଗତ ଶୁଦ୍ଧତା ପ୍ରତି ଯତ୍ନବାନ୍ ହେବା ଅନିବାର୍ଯ୍ୟ ଅଟେ ।
ଉତ୍ତମ ଏବଂ ସୁସ୍ଥ ବିଚାର ଜୀବନକୁ ସରଳ ତଥା ଆୟୁଷ୍ମାନ୍ କରିଥାଏ ।
ପ୍ରତ୍ୟେକ ବ୍ୟକ୍ତିକୁ ସର୍ବଦା ଅନୁକୂଳ ଚିନ୍ତନ କରିବା ଆବଶ୍ୟକ ।
ମୋର ସମସ୍ତେ ମିତ୍ର ଅଟନ୍ତି କେହି ଶତ୍ରୁ ନାହାଁନ୍ତି ତଥା ଇଶ୍ଵର ସର୍ବଦା ମୋ ସହିତ ଅଛନ୍ତି ଏବଂ ମୁଁ ପ୍ରଭୁଙ୍କର ଓ ଇଶ୍ଵର ମୋର ଅଟନ୍ତି ଇତ୍ୟାଦି ଭାବନା ମନ ମଧ୍ୟରେ ରଖିବା ଉଚିତ୍ ।
ବ୍ୟକ୍ତି ସର୍ବଦା ଅନ୍ୟର କଲ୍ୟାଣ କାମନା କରିବା ସହ ନିଜ ଦ୍ଵାରା ଯେପରି ଅନ୍ୟକୁ କଷ୍ଟ ନ ମିଳେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ ।
ନିଜର ସାମର୍ଥ୍ୟ ଅନୁସାରେ ଆବଶ୍ୟକ ସମୟରେ ପରର ଉପକାର କରିବା ଉଚିତ୍ ।
ଏହିପରି ଭାବନା ବ୍ୟକ୍ତିକୁ ନୈତିକ ବଳ ପ୍ରଦାନ କରିଥାଏ ।
ବ୍ୟକ୍ତି ମନରେ ସଦଭାବନା ପାଇଁ ଉତ୍ତମ, ଆଧ୍ୟାତ୍ମିକ ତଥା ନୀତିଗତ ସାହିତ୍ୟ ପଠନରେ ମନୋନିବେଶ କରିବା ଜରୁରୀ ।
ଏହାକୁ ସ୍ଵଧ୍ୟାୟ କହନ୍ତି ।
ସାଧନା, ସ୍ଵଧ୍ୟାୟ ଏବଂ ସତ୍ ସଙ୍ଗ ଆଧ୍ୟାତ୍ମିକ ଲକ୍ଷ୍ୟ ସାଧନ ପାଇଁ ତିନୋଟି ଉତ୍ତମ ମାର୍ଗ ଅଟେ ।
ସମୟ ମିଳିଲେ ସତ୍ ସଙ୍ଗ ଦ୍ଵାରା ପ୍ରାର୍ଥନା, ଜପ , ଧ୍ୟାନ ଏବଂ ସଂକୀର୍ତ୍ତନ ମାଧ୍ୟମରେ ଇଶ୍ଵରଙ୍କ ଗୁଣକୀର୍ତ୍ତନ କରିବା ଦ୍ଵାରା ବିଭୁକୃପା ଲାଭ କରାଯାଇଥାଏ ବା ଏହାଦ୍ଵାରା ମାନସିକ ଶାନ୍ତି ମିଳିଥାଏ ।
ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ଜଣାପଡେ ଯେ ଉତ୍ତମ ସ୍ୱାସ୍ଥ୍ୟ ଅଧିକାରୀ ହେବା ପାଇଁ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତା ସହିତ ବ୍ୟକ୍ତିକୁ ସାମାଜିକ ସୁସ୍ଥତା ମଧ୍ୟ ହାସଲ କରିବାକୁ ପଡିଥାଏ ।
ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ପରିମାର୍ଜିତ ଓ ଶୃଙ୍ଖଳିତ କରିବା ସହ ଖାଦ୍ୟପେୟରେ ସାତ୍ତ୍ଵିକତା ଓ ସଂଯମତା ତଥା ବିଚାରାଗତ ଶୁଦ୍ଧତାକୁ ବଜାୟ ରଖିଲେ ନିଶ୍ଚିତ ଭାବେ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇପାରିବ, ଏଥିରେ ସନ୍ଦେହ ନାହିଁ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment