Commit 1b966366 authored by Nayan Ranjan Paul's avatar Nayan Ranjan Paul

Upload New File

parent 541ce8bb
ସିକଲ୍ ସେଲ୍ ରକ୍ତହୀନତା
ଉପକ୍ରମ
‘ସିକଲ୍ ସେଲ୍ ରୋଗୀମାନଙ୍କର ହଠାତ୍ ରକ୍ତଶୂନ୍ୟତା ବଢିଯାଏ ।
ସେମାନେ ସିଠା ଦେଖାଯାଆନ୍ତି ।
ହୃତପିଣ୍ଡ ଗତି ହଠାତ୍ ବଢିଯାଏ ।
ରୋଗୀ ଅବଶ ହୋଇପଡେ ।
ପାରଭୋ ଭୂତାଣୁ ସଂକ୍ରମଣ ହେଲେ ଲୋହିତ ରକ୍ତକଣିକା ହାଡ ମଜ୍ଜାରେ ତିଆରି ହୋଇପାରେ ନାହିଁ ।
ହିମୋଗ୍ଲୋବିନ ପରିମାଣ ବହୁତ କମିଯାଏ ।
ଏହା ହେଉଛି ରୋଗୀର ଗୁରୁତର ଅବସ୍ଥା ।
ସିକଲ୍ ସେଲ୍ ରୋଗ ବଂଶଗତ ଇ ଜିନ୍ ଦ୍ଵାରା ପ୍ରସାରିତ ହୁଏ ।
ଜଣେ ସୁସ୍ଥ ବ୍ୟକ୍ତିର ହିମୋଗ୍ଲୋବିନରେ ୨ଟି ବିଟା ଗ୍ଲୋବିନ ଚେନ୍ ଥାଏ ।
ଏଥିରୁ ଗୋଟିଏ ବିଟା ଗ୍ଲୋବିନ ସ୍ଥାନରେ ସିକଲ୍ (ଏସ୍) ଗ୍ଲୋବିନ ପ୍ରତିସ୍ଥାପିତ ହେଲେ ସିକଲ୍ ସେଲ୍ ରୋଗ ହୁଏ ।
ଏହା ଲୁଚି ରହିଥିବା ପୈତୃକ ଗୁଣ ।
ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ସିକଲ୍ ସେଲ୍ ରୋଗୀ ଏବଂ ଅନ୍ୟ ଜଣେ ବାହକ ହୋଇଥିଲେ, ଜନ୍ମିତ ସନ୍ତାନରୁ ଜଣେ ରୋଗୀ ଓ ଅନ୍ୟ ଜଣେ ବାହକ ହୋଇ ରହିବ ।
ସିକଲ୍ ସେଲ୍ ରକ୍ତହୀନତା ରୋଗ
ସିକଲ୍ ସେଲ୍ ରକ୍ତହୀନତା ରୋଗରେ ରକ୍ତ କଣିକାଗୁଡିକ ସିକଲ୍ ଅର୍ଥାତ୍ ଦା’ଆକୃତିର ହୋଇଯାଏ ।
ରକ୍ତରେ ପ୍ରବାହିତ ହେଉଥିବା ଲୋହିତ ରକ୍ତକଣିକା ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ ବହନକରେ ।
ଏହି ପ୍ରକ୍ରିୟା ବନ୍ଦ ହୋଇଗଲେ ଜୀବଜଗତ ତିଷ୍ଠିପାରିବ ନାହିଁ ।
ଲୋହିତ ରକ୍ତକଣିକା ଆକାରରେ ବୃତ୍ତାକାର ।
ଏହା ରକ୍ତରେ ୧୨୦ ଦିନ ପର୍ଯ୍ୟନ୍ତ ବଞ୍ଚନ୍ତି ।
ଏହା ଭିତରେ ଥିବା ହିମୋଗ୍ଲୋବିନର ଆକାର ପରିବର୍ତ୍ତନ ହୋଇଯାଏ ।
କମ୍ ଦିନରେ ଏଗୁଡିକ ନଷ୍ଟ ହୋଇଯାଆନ୍ତି ।
ରକ୍ତ ସ୍ରୋତରେ ଜମାଟ ବାନ୍ଧନ୍ତି ।
ସରୁ ଧମନୀରେ ଅଟକିଯାଇ ରକ୍ତ ପ୍ରବାହ ବନ୍ଦ କରିଦିଅନ୍ତି ।
ଫଳରେ ରକ୍ତର ଘନତ୍ଵ ବୃଦ୍ଧି ହୁଏ ।
ରକ୍ତ ପ୍ରବାହ ବାଧାପ୍ରାପ୍ତ ହେବା ଫଳରେ ମସ୍ତିଷ୍କ ଓ ଅନ୍ୟ ଅଙ୍ଗରେ ତନ୍ତୁ ନଷ୍ଟ ହୁଏ ।
ଏହାକୁ ପକ୍ଷାଘାତ କୁହାଯାଏ ।
ଅକାଳରେ ହାତ ଓ ଗୋଡ ଫୁଲେ ।
ବିନ୍ଧା ହୁଏ ।
ଜୀବାଣୁ ସଂକ୍ରମଣ ହୁଏ ।
ହାରାହାରି ଜୀବନ କାଳ ୪୦ – ୬୦ ବର୍ଷରେ ସୀମିତ ରହେ ।
ସିକଲ୍ (ଦାଆ) ସେଲ୍ ରୋଗ ବଂଶଗତ ।
ବାପା ଓ ମା’ ଉଭୟଙ୍କଠାରୁ ଗୋଟିଏ ଲେଖାଏଁ ଅସ୍ଵାଭାବିକ ହିମୋଗ୍ଲୋବିନ ଜିନ୍ ଆସିଲେ ଏହାକୁ ‘ସିକଲ୍ ସେଲ୍ ରୋଗ’ କୁହାଯାଏ ।
ଜଣେ ବ୍ୟକ୍ତି ଗୋଟିଏ ଅସ୍ଵାଭାବିକ ଜିନ୍ ବିହନ କରୁଥିଲେ ସେ ଏହି ରୋଗର ବାହକ ବୋଲି ଧରିନେବାକୁ ପଡେ ।
ଏହି ଜିନ୍ ଟି ମା’ କିମ୍ବା ବାପା ପାଖରୁ ଆସିଥାଏ ।
ସେମାନଙ୍କ ଶରୀରରେ ଏହି ରୋଗର କୌଣସି ଲକ୍ଷଣ ନ ଥାଏ ।
୨୦୧୫ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ବିଶ୍ଵର ୪.୪ ନିୟୁତ ସିକଲ୍ ସେଲ୍ ରୋଗୀ ଏବଂ ୪୩ ନିୟୁତ ବାହକ ଅଛନ୍ତି ।
୮୦ ପ୍ରତିଶତ ରୋଗୀ ଆଫ୍ରିକାର ସାହାରା ମରୁଭୁମି ନିକଟରେ ବାସ କରନ୍ତି ।
ଭାରତରେ ମଧ୍ୟ ଏଭଳି ରୋଗୀ ଅନେକ ଅଛନ୍ତି ।
ଏହି ରୋଗରେ ୨୦୧୫ରେ ୧ଲକ୍ଷ ୧୪ ହଜାର ରୋଗୀଙ୍କର ମୃତ୍ୟୁ ହୋଇଛି ।
ଭାରତର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ ଓଡିଶାରେ ଏହି ରୋଗର ପ୍ରାଦୁର୍ଭାବ ବେଶି ।
ଆଦିବାସୀ ଅଞ୍ଚଳରେ ଏହି ରୋଗ ଅଧିକ ପରିମାଣରେ ଦେଖାଯାଇଥାଏ ।
ସେମାନଙ୍କର ଜୀବକୋଷରେ ଥିବା କ୍ରୋମୋଜୋମ୍ ରେ ଏହି ରୋଗର ଜିନ୍ ରହିଥାଏ ।
ସମ୍ପର୍କୀୟ ଭାଇଭଉଣୀ ମଧ୍ୟରେ ବିବାହ ହେଉଥିବାରୁ ଏହି ସମ୍ପ୍ରଦାୟରେ ଏପରି ରୋଗ ଅଧିକ ପରିମାଣରେ ଦେଖିବାକୁ ମିଳେ ।
ସିକଲ୍ ସେଲ୍ ରୋଗୀମାନେ ବିଭିନ୍ନ ରୋଗ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଟୀକା ନେବା ଉଚିତ ।
ରୋଗରେ ଆକ୍ରାନ୍ତ ହେଲେ ବିଳମ୍ବ ନ କରି ଆଣ୍ଟିବାୟୋଟିକ ଔଷଧ ଖାଇବା ଆବଶ୍ୟକ ।
ନିୟମିତ ଭାବରେ ପ୍ରତିଦିନ ଫଲିକ ଏସିଡ୍ ବଟିକା ଖାଇବା ସହିତ ଅଧିକ ପାଣି ପିଇବାକୁ ପଡିଥାଏ ।
ତା’ ସହ ଯନ୍ତ୍ରଣା କମାଇବା ବଟିକା ଆବଶ୍ୟକ ।
ପଡେ ।
କେତେକ ସମୟରେ ଏହି ରୋଗ ଗୁରୁତର ଅବସ୍ଥା ଧାରଣ କରିଥାଏ ।
ରକ୍ତବାହୀ ଶିର ଅବରୋଧ ହୋଇଯାଏ ।
ଫଳରେ ଲୋହିତ ରକ୍ତକଣିକା ଗୁଡିକ ଅଧିକ ସଂଖ୍ୟାରେ ଦାଆ ପରି ଆକାର ହୋଇଗଲେ ରକ୍ତ ପ୍ରବାହ ହୋଇପାରେ ନାହିଁ ।
ପ୍ରବଳ ଯନ୍ତ୍ରଣା ହୁଏ ।
ରୋଗୀକୁ ସାଲାଇନ୍, ବିନ୍ଧା ଔଷଧ ଓ ରକ୍ତ ଦେବାକୁ ପଡେ ।
ଅଫିମ ଇଞ୍ଜେକ୍ସନ ନେବାକୁ ହୁଏ କିମ୍ବା ବଟିକା ଖାଇବା ଆବଶ୍ୟକ ହୁଏ ।
ଲିଙ୍ଗ ଓ ଫୁସଫୁସ୍ ରେ ଏହାର ନିଦାନ ଦେଖାଯାଏ ।
ପ୍ଲିହାର ଧମନୀ ସରୁ ହୋଇଥିବାରୁ ବିକୃତ ଲୋହିତ ରକ୍ତକଣିକାଗୁଡିକ ପ୍ରବାହିତ ହୋଇପାରନ୍ତି ନାହିଁ ।
ତେଣୁ ବହୁ ଯନ୍ତ୍ରଣା ହୁଏ ।
ପ୍ଲିହା ଫୁଲିଯାଏ ।
ହିମୋଗ୍ଲୋବିନ କମିଯାଏ ।
ରକ୍ତ ଅଭାବରୁ ମସ୍ତିଷ୍କ ଆଘାତ ହୁଏ ।
ଏହାର ଆଶୁ ଚିକିତ୍ସା ନ କଲେ ରୋଗୀ ମରିଯାଏ ।
ଛାତିରେ ଅତିଶୟ ଯନ୍ତ୍ରଣା ହୁଏ ।
ଜ୍ଵର ହୁଏ ।
ବିକୃତ ଲୋହିତ ରକ୍ତକଣିକାଗୁଡିକ ରକ୍ତ ସଞ୍ଚାଳନ ଅବରୋଧ କରିବାରୁ ଏଭଳି ଲକ୍ଷଣ ପ୍ରକାଶ ପାଏ ।
ତୁରନ୍ତ ଚିକିତ୍ସା ନ କଲେ ୨୫ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ଥାଏ ।
ସିକଲ୍ ସେଲ୍ ରୋଗୀମାନଙ୍କର ହଠାତ୍ ରକ୍ତଶୂନ୍ୟତା ବଢିଯାଏ ।
ସେମାନେ ସିଠା ଦେଖାଯାନ୍ତି ହୃତପିଣ୍ଡ ଗତି ହଠାତ୍ ବଢିଯାଏ ।
ରୋଗୀ ଅବଶ ହୋଇପଡେ ।
ପାରୋଭୋ ଭୂତାଣୁ ସଂକ୍ରମଣ ହେଲେ ଲୋହିତ ରକ୍ତକଣିକା ହାଡ ମଜ୍ଜାରେ ତିଆରି ହୋଇପାରେ ନାହିଁ ।
ହିମୋଗ୍ଲୋବିନ ପରିମାଣ ବହୁଆ କମିଯାଏ ।
ଏହା ହେଉଛି ରୋଗୀର ଗୁରୁତର ଅବସ୍ଥା ।
ସିକଲ୍ ସେଲ୍ ରୋଗ ବଂଶଗତ ଓ ଜିନ୍ ଦ୍ଵାରା ପ୍ରସାରିତ ହୁଏ ।
ଜଣେ ସୁସ୍ଥ ବ୍ୟକ୍ତିର ହିମୋଗ୍ଲୋବିନରେ ୨ଟି ବିଟା ଗ୍ଲୋବିନ ଚେନ୍ ଥାଏ ।
ଏଥିରୁ ଗୋଟାଏ ବିଟା ଗ୍ଲୋବିନ ସ୍ଥାନରେ ସିକଲ୍ ଗ୍ଲୋବିନ ପ୍ରତିସ୍ଥାପିତ ହେଲେ ସିକଲ୍ ସେଲ୍ ରୋଗ ହୁଏ ।
ଏହା ଲୁଚି ରହିଥିବା ପୈତୃକ ଗୁଣ ।
ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ସିକଲ୍ ସେଲ୍ ରୋଗୀ ଏବଂ ଅନ୍ୟ ଜଣେ ବାହକ ହୋଇଥିଲେ, ଜନ୍ମିତ ସନ୍ତାନରୁ ଜଣେ ରୋଗୀ ଓ ଅନ୍ୟ ଜଣେ ବାହକ ହୋଇ ରହିବ ।
ଉଭୟ ମାତା – ପିତା ବାହକ ହୋଇଥିଲେ, ଚାରିଜଣ ସନ୍ତାନ ମଧ୍ୟରୁ ଜଣେ ରୋଗୀ, ଦ୍ଵିତୀୟ ରୋଗ ମୁକ୍ତ ଏବଂ ଅନ୍ୟ ଦୁଇ ଜଣ ଅପ୍ରଭାବିତ ।
ମ୍ୟାଲେରିଆ ପରଜୀବୀର ଜୀବନଚକ୍ର ବଡ ଜଟିଳ ।
ଏହାର ଗୋଟିଏ ଭାଗ ଲୋହିତ ରକ୍ତକଣିକା ଭିତରେ ସମ୍ପୂର୍ଣ୍ଣ ହୁଏ ।
ଜଣେ ବାହକର ରକ୍ତକଣିକା ମଧ୍ୟରେ ମ୍ୟାଲେରିଆ ପରଜୀବୀ ପ୍ରବେଶ କଲେ କୋଷଟି ପରିପକ୍ଵ ହେବା ପୂର୍ବରୁ ଫାଟିଯାଏ ।
ତେଣୁ ପରଜୀବୀଟି ମରିଯାଏ ।
ଏହି କାରଣରୁ ସିକଲ୍ ସେଲ୍ ବାହକ ରୋଗୀମାନଙ୍କୁ ମ୍ୟାଲେରିଆ ହୁଏ ନାହିଁ ।
ସିକଲ୍ ସେଲ୍ ରୋଗ ନିରୂପଣ ପାଇଁ ପରୀକ୍ଷା ଆବଶ୍ୟକ ।
ଏହି ରୋଗୀମାନଙ୍କର ହିମୋଗ୍ଲୋବିନ ୬-୮ ଗ୍ରାମ୍ ଭିତରେ ରହେ ।
ଅପରିପକ୍ଵ ଲୋହିତ ରକ୍ତକଣିକା ସଂଖ୍ୟା ବୃଦ୍ଧି ହୁଏ ।
କାଚ ସ୍ଲାଇଡ ରକ୍ତ ପରୀକ୍ଷାରେ ଜଣାପଡିପାରେ ।
ରକ୍ତରେ ସିକଲ୍ ଦ୍ରବଣୀୟତା ପରୀକ୍ଷା ଦ୍ଵାରା ରୋଗ ଚିହ୍ନଟ ହୁଏ ।
ସୋଡିୟମ ଡାଇଥିଓନାଇଟ ଦ୍ରବଣରେ ସିକଲ୍ ସେଲ୍ ରୋଗୀର ରକ୍ତ ମିଶାଇଲେ ତାହା ବହଳିଆ ହୋଇଯାଏ ।
କିନ୍ତୁ ସୁସ୍ଥ ବ୍ୟକ୍ତିର ଏହା ସଫା ଦେଖାଯାଏ ।
ଏଚ୍ ପିଏଲ୍ ସି ରକ୍ତ ପରୀକ୍ଷା ଦ୍ଵାରା ରୋଗ ଠିକ୍ ନିରୂପଣ ହୁଏ ।
ରୋଗର ବାହକମାନେ ବିବାହ କିମ୍ବା ସନ୍ତାନ ଜନ୍ମ ପୂର୍ବରୁ ଜିନ୍ ବିଷୟରେ ପରାମର୍ଶ ନେବା ଉଚିତ୍ ।
ଫଳରେ ଏଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବ ନାହିଁ ।
ସିକଲ୍ ସେଲ୍ ରୋଗୀକୁ ପ୍ରତିଦିନ ପାଞ୍ଚ ମିଲିଗ୍ରାମ ଫଲିକ ଏସିଡ୍ ବଟିକା ଖାଇବାକୁ ଦେବାକୁ ଅଅଡିଥାଏ ।
ରୋଗୀର ଯନ୍ତ୍ରଣା ହେଲେ ଅଫିମ ବଟିକା କିମ୍ବା ଇଞ୍ଜେକ୍ସନ ଦିଆଯାଏ ।
ଛାତିରେ ଯନ୍ତ୍ରଣା ହଲେ, ନିଶ୍ଵାସ ନେବାରେ କଷ୍ଟ ହେଲେ ଅକ୍ସିଜେନ ସହିତ ଆଣ୍ଟିବାୟୋଟିକ ପ୍ରୟୋଗ ଆବଶ୍ୟକ ।
ହିମୋଗ୍ଲୋବିନ କମିଗଲେ ରକ୍ତ ଦେବା ଜରୁରୀ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment