Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
297613cb
Commit
297613cb
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ea5a9256
Changes
1
Show whitespace changes
Inline
Side-by-side
Showing
1 changed file
with
125 additions
and
0 deletions
+125
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_66
...lingual-corpora/odiasahitya.com/sent_odiasahitya_lekha_66
+125
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_66
0 → 100644
View file @
297613cb
ଆଙ୍ଗୁଠି
- ସଚ୍ଚି ରାଉତରାୟ
ତା: ମାର୍ଚ୍ଚ୍ ୫, ୨୦୧୧
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ବଡିଭୋର ।
କଣ୍ଟା-ନଟିର ସାବଜା ପତ୍ର ପରେ ଜହ୍ନ ଆଲୁଅ ଶେତା ଦେଖାଗଲାଣି ।
ପଠାଣ ସାହିର ଗୋଟାଏ ଚାଳ ଉପରେ ବସି ତୋମିଜ୍ ମିଆଁର ଗଞ୍ଜାଟା ଚୁଳ ଝାଡି ଡାକ ଛାଡିଛି – ଚ-କ-ଅ-ଧ-ର-ର-ଖ-ଅ-ଅ… ।
ଓଦାମାଟିର ସୁରାକ ପାଇ କାନଶିରି ଗଛର ଅରମା ଭିତରୁ ଗୋଟାଏ ଝିଣ୍ଟିକା ବି ଚିଁ ଚିଁ ହୋଇ ଡାକ ପାରିଛି ତା ସାଥିରେ… ।
ମାଗୁଣୀ ଖାଁ ବହାରିଲା ହଳକୁ ।
କାଲି ଅସରାଏ ବର୍ଷା ହୋଇ ଛାଡି ଯାଇଛି; ନୁଖୁରା ବିଲ ମାଟିରେ ଗାର ଦେବା ପାଇଁ ଉତ୍ତମ ସୁଯୋଗ ।
ଗାମୁଛାଟାକୁ ଭଲକରି ମୁଣ୍ଡରେ ଗୁଡେଇ ଦେଇ ସେ ବାଡିପାଖ କନିଅର ଗଛରୁ ହାତ ବଢାଇ ଖଣ୍ଡେ ଡାଳ ଭାଙ୍ଗିଲା ।
ତା’ପରେ ବଟୁଆରୁ ଗୁଆକାତିଟା କାଢି ସେଥିରୁ ଗଣ୍ଠିପତ୍ରତକ ଭଲକରି ମାରିଦେଇ ଖଣ୍ଡେ ଦେଢହାତ ଲମ୍ବର ପାଞ୍ଚଣ ତିଆରି କଲା ।
ତହିଁଉତ୍ତାରୁ ମାମୁଲି ଅଭ୍ୟାସ ମୁତାବାକ ଗୋଟାଏ ଦରପାଶୋରା ହିନ୍ଦୁଆନୀ ଶଗଡିଆ ଗୀତରୁ ପଦେ ଗାଇ ଗାଇ ସେ ଜମି ଆଡକୁ ମୁହାଁଇଲା ।
“ରାମ ଯେ ଲଇକ୍ଷଣ ହୋ ଗଲେ ମୃଗମାରି ।”
ଗାଁ ତୋଟାର ଗଛର ଗହଳ ଭିତରେ କଣ୍ଠର ଆବାଜ୍ ତାର ପ୍ରତିଧ୍ବନିତ ହୋଇ ମରିଗଲା ନିଜଛାଏଁ ।
କିଛିଦୂର ଯାଇ ଯେ ମୁଣ୍ଡଉପରେ ଆମ୍ବଗଛରୁ ଖଣ୍ଡେ ଡାଳ ଭାଙ୍ଗି ଦାନ୍ତକାଠି ତିଆରି କଲା ଏବଂ ଦାନ୍ତକାଠି ଖଣ୍ଡିକ ଚୋବାଇ ଚୋବାଇ ଆଗକୁ ମାଡି ଚାଲିଲା ।
ଗାଁମୁଣ୍ଡରେ ଗୋଟାଏ ବଡ ଅନ୍ଧାରଗଦାପରି ଯେଉଁ ଝାମ୍ପୁରା ବରଗଛଟା ଛିଡା ହୋଇଛି, ତାରି ମୂଳରେ ଗ୍ରାମଦେବତୀ ବାଉତୀ ଠାକୁରାଣୀଙ୍କର ଆସ୍ଥାନବେଦୀ ।
ଅଳ୍ପଦୂରରେ ମଶାଣି ।
କାଲିରାତିର ଗୋଟାଏ ଦରପୋଡା ମୁରୁଦାରକୁ ବୁକୁରେ ଧରି ଜୁଇ ନିଆଁ ଦୁକୁଦୁକୁ ହୋଇ ଜଳୁଛି ।
ହିନ୍ଦୁ ଦିଅଁ ଦେବତାଙ୍କ ଉପରେ ହଜାର ବିଶ୍ବାସ ନଥିଲେ କଣ ହେବ, ସେଇ ଗଛମୂଳରେ ପହଞ୍ଚିଲାକ୍ଷଣି ମାଗୁଣୀ ଖାଁର ଛାତିଟା କେଜାଣି କାହିଁକି ଭାରି ଜୋର୍ରେ ଦକ ଦକ ହୋଇ ପଡିବାକୁ ଲାଗିଲା ।
ବାଟରେ ଜନପ୍ରାଣୀର ସୋର-ଶବଦ ନାହିଁ ।
ଚାରିଆଡେ ନିଛାଟିଆ, ଅଜ୍ଞାତସାରରେ ମାଗୁଣୀ ଖାଁର ହାତ ପାପୁଲିଟା ଡାହାଣ ପଟ ବଳଦ ଲାଙ୍ଗୁଡକୁ ମୁଠେଇ ଧରିଲା ।
ହଠାତ୍ ଏପରି ସମୟରେ ଦେଖାଗଲା, ସେଇ ବରଓହଳ ତଳେ ଦୁଇଟି ମଣିଷର ଛାଇ ।
ମାଗୁଣୀ ଖାଁର ଦିହରୁ ଗୋଟାଏ ଘମାଘୋଟିଆ ଝାଳ ନିଗିଡି ଗଲା ।
ପାଟି ତାର ଅଠା ଅଠା ହୋଇ ଆସିଲା ।
ଠିକ୍ ଏତିକିବେଳେ ତାର ମନେପଡିଗଲା ଯେ ଆଜି ଶନିବାର ।
ଏ ଯାତ୍ରାରୁ ଭଲରେ ଭଲରେ ରକ୍ଷା ପାଇଲେ ଠାକୁରାଣୀଙ୍କୁ ଜାଆଁଳା କୁକୁଡା ଦେବ ବୋଲି ମନାସିଲା ।
ହିନ୍ଦୁ-ମୁସଲମାନ ଉଭୟ ଧର୍ମର ଶତାଧିକ ଦିଅଁ ଦେବତାଙ୍କ ନାମ ସେ ମନେ ମନେ ଉଚ୍ଚାରଣ କରିଗଲା ଏବଂ ସମସ୍ତଙ୍କୁ ନାନାରକମର ପ୍ରଲୋଭନ ଦେଖାଇ ଏ ମହାବିପଦରୁ ତାକୁ ରକ୍ଷା କରିବାପାଇଁ ଅନୁରୋଧ କଲା ।
କ୍ରମେ ଛାଇ ଦୁଇଟା ଦୂରକୁ ଦୂରକୁ ଘୁଞ୍ଚିଗଲେ ।
ମାଗୁଣୀ ଖାଁର ବୋଧହୁଏ ଚେତା ବୁଡିଯାଇଥାନ୍ତା ଆଉ ଟିକିଏ ଯାଇଥିଲେ; କିନ୍ତୁ ଠିକ୍ ଏତିକିବେଳେ ସେ ସେହି ଛାଇ ଦୁଇଟାର କଥାବାର୍ତ୍ତା ଶୁଣି ପାରିଲେ ।
ଟିକିଏ ଦମ୍ଭ ଆସିଲା ତାର ।
ଭାବିଲା ସତରେ ମଣିଷ ହେବେ ପରା!! ସେ କାନ ଦୁଇଟାକୁ ଟେକି ଖୁବ୍ ତନ୍ମୟ ହୋଇ ଶୁଣିବାକୁ ଲାଗିଲା ।
ପ୍ରଥମ ଛାଇ କହୁଛି –
“କାଣି ଆଙ୍ଗୁଠିର ଦାମ୍ କେତେ ?”
ଦ୍ବିତୀୟ କଣ୍ଠରୁ ଉତ୍ତର ଆସିଲା – “ଆଜ୍ଞା ଅମୂଲ ମୂଲ ହାଙ୍କୁଛି ।
କହୁଛି ଦେଢଶ’ ଟଙ୍କାରୁ ଗୋଟାଏ ପାହୁଲା ଉଣା ହେଲେ ସେ ଦନ ନାହିଁ ।”
“ବୁଢା ଆଙ୍ଗୁଠି କେତେନେଲେ ଦବ ?”
“ଆଜ୍ଞା, ପାଞ୍ଚଶହ ।”
“ଧେତ୍ !”
“ଆଜ୍ଞା, ହଁ , ହଜୁର ମା ବାପ, ମୁଁ କଣ ମିଛ କହୁଛି ?”
“ବଡ ଚଢା ଦାମ୍ ! ଦବାନବା କଥା କହ ।”
“ନାଇଁ ଆଜ୍ଞା ସେ ଏକା ରେଣ୍ଟି ଧରିଛି – ଦେଢଶ’ ଟଙ୍କା ନଗଦ ନହେଲେ ସେ କାଣି ଆଙ୍ଗୁଠିଟି ଦବ ନାହିଁ, ମୁଣ୍ଡଛିଡିଗଲେ ବି ନୁହେଁ ।”
ନିସ୍ତବ୍ଧତା – ଛାଇ ଦୁଇଟା ଚୁପ୍ଚାପ୍ ।
କିଛିକ୍ଷଣ ପରେ ପ୍ରଥମ କଣ୍ଠରୁ ଉତ୍ତର ଆସିଲା –
“ଆଚ୍ଛା, ଦିଆଯିବ ।
ଏଇ ଆଗତୁରା କୋଡିଏ ଟଙ୍କା ନିଅ ।
ଗଣ, ଧର, ବାନ୍ଧ ।
ହଁ ସବୁକଥା ଯିମିତି ମନେ ରହେ ।
ବୁଝିଲୁ ? ହୁସିଆର୍ !!!ମାଗୁଣୀ ଖାଁ ଟଙ୍କା ଝଣ ଝଣ ଶବ୍ଦ ଶୁଣି ପାରିଲା ।
ତାପରେ ସେ ଦେଖିଲା, ଛାଇ ଦୁଇଟି ବିପରୀତ ଦିଗରେ ଅନ୍ତର୍ହିତ ହୋଇଗଲେ ।
ମାଗୁଣୀ ଖାଁ ଦଣ୍ଡେ ଥକ୍କା ହୋଇ ଛିଡା ହୋଇଗଲା ।
ସେ ଭାବିଲା ନିଶ୍ଚୟ ଭୂତପ୍ରେତ ହେବେ ପରା ।
ନୋହିଲେ କାଣି ଅନ୍ଧାରରୁ ମଣିଷ ଆଙ୍ଗୁଠି କିଣାବିକା ଲାଗନ୍ତା କିଆଁ ? ବୋଧହୁଏ ମଣିଷ ଆଙ୍ଗୁଠିରେ କୂର୍ମା ତିଆରି କରି ସଇତାନ ସବୁ ଆଜି ସାଓଗାତ୍ କରିବେ ନା କଣ ? କିନ୍ତୁ ପରକ୍ଷଣରେ ତାର ମନେ ପଡିଲା – ସେ ପ୍ରଥମ ବ୍ୟକ୍ତିର କଣ୍ଠସ୍ବର ଏଥିପୂର୍ବରୁ କୋଉଠି ଯେମିତି ଶୁଣିଛି ।
ସେ ସ୍ଥିର ହୋଇ ଟିକିଏ ହେଜିଲା ।
ଅନେକ ସମୟ ପରେ ତାହାର ମନେ ପଡିଲା ଯେ ସେ କଣ୍ଠସ୍ବର ତାଙ୍କ ଗାଁ ଜମିଦାର ବାବୁଙ୍କର ।
ଥରେ ଖଜଣା ଦେବାକୁ ଦୁଇଦିନ ଡେରି ହୋଇଯାଇଥିଲା ବୋଲି ଯେଉଁ କଣ୍ଠର ଆଦଶରେ ତାକୁ ଗୋଟାଏ ଅନ୍ଧାରଘରେ ବନ୍ଦ କରିଦେଇ ଲଙ୍କାମରିଚ ଧୂଅଁ ଦିଆଯାଇଥିଲା, ସେ କଣ୍ଠ କଣ ତାକୁ ଏତେ ଜଲ୍ଦି ପ୍ରତାରିତ କରିପାରେ ?
କିନ୍ତୁ ବ୍ୟାପାର କଣ, ସେ ଜମା କିଛି ଠଉରାଇ ପାରିଲା ନାହିଁ ।
ତା ମୁଣ୍ଡ ଭିତରେ ସବୁ ଗୋଳମାଳ ହୋଇଗଲା ।
ସେଇଠୁ ହଳ ଲେଉଟାଇ ସେ ଘରକୁ ବାହୁଡି ଅଇଲା ।
ତାର ଭୟ ସଂପୂର୍ଣ୍ଣରୂପେ ଛାଡି ନଥିଲା; ସେ ସଙ୍ଗେ ସଙ୍ଗେ ଘରେ ପହଞ୍ଚି ଜଣେ ଭଲ ଓଝାଙ୍କଠାରୁ ନିଜକୁ ଅଧିକତର ନିରାପଦ ରଖିବା ଉଦ୍ଦେଶ୍ୟରେ ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଝଡାଇ ଆଣିଲା ଏବଂ ଗୋଟାଏ ଭଲ ଡେଉଁରିଆ ଆଣି ମଝି ହାତରେ ସେଇଦିନ ଘୋଡାବାଳରେ ବାନ୍ଧିପକାଇଲା ।
ଆଜି ଗାଁରେ ଖୁବ୍ ବଡ ସଭା ।
ଆଗରୁ ଧେଣ୍ଡୁରା ଦିଆଯାଇଥିଲା ।
ବକ୍ତୃତା ଦେବାପାଇଁ କଟକରୁ କେତଜଣ ସ୍ବନାମଧନ୍ୟ ଦେଶକର୍ମୀ ଆସିଛନ୍ତି ।
ସଭାସ୍ଥଳ ଲୋକରେ ଲୋକାରଣ୍ୟ ।
ସଞ୍ଜ ନ ବୁଡୁଣୁ ମାଗୁଣୀ ଖାଁ ସଭାରେ ଆସି ଉପସ୍ଥିତ ହେଲା ।
ସମସ୍ତଙ୍କ ପଛରେ ସେ ଯାଇ ବସିଲା ଚୁପ୍ଚାପ୍ ହୋଇ ।
ମୁହଁରେ ତାର ଆଗ୍ରହ ଫୁଟିଉଠୁଥିଲା ।
ଗାଁରେ ଥରକୁ ଥର ବନ୍ଦୋବସ୍ତ କରି ଖଜଣା ବଢାଇବା ଫଳରେ ଗାଁର ରୟତ ଓ ଚାଷୀକୂଳ କିପରି ସର୍ବସ୍ବାନ୍ତ ହେଉଛନ୍ତି ଏବଂ ନିରନ୍ନ ଜନସାଧାରଣଙ୍କର ଝାଳବୁହା ଖଟଣୀର ସୁଯୋଗନେଇ ଦଳେ ମୁଷ୍ଟିମେୟ ଜମିଦାର କିପରି ପୁଞ୍ଜି ମୁଠି ମୁଠି କରୁଛନ୍ତି, ତାର ସବିଶେଷ ବର୍ଣ୍ଣନା କରି ସରକାରଙ୍କଠାରେ ପ୍ରଜାକୂଳଙ୍କ ଆପତ୍ତି ଜଣାଇବା ହିଁ ଆଜି ଏ ସଭାର ମୁଖ୍ୟ ଉଦ୍ଦେଶ୍ୟ ।
ଗାଁ ଜମିଦାରଙ୍କର ଅମାନୁଷିକ ଅତ୍ୟାଚାର ଓ ଶୋଷଣ ନୀତିର ପ୍ରତିବାଦ କରିବାପାଇଁ ଏ ବିରାଟ ଜନସଭା ଆହୂତ ହୋଇଛି ।
ଘନ ଘନ କରତାଳି ମଧ୍ୟରେ ସଭାକାର୍ଯ୍ୟ ଆରମ୍ଭ ହେଲା ।
ଚାରିଆଡେ ସୁତୀବ୍ର ଉତ୍ତେଜନା ।
ଜନତା ଆଖିରେ ଆଜି ଶ୍ରେଣୀ-ଚୈତନ୍ୟର ପ୍ରଥମ ସୂଚନା ପ୍ରତିଭାତ ହେଉଛି ।
ଆଲୋକର ଆଜି ନୂତନ ସଙ୍କେତ ।
“ଶୁଣ ଭାଇମାନେ, ଶୁଣ ନିରନ୍ନ, ନିଃଶୋଷିତ କୃଷକକୂଳ, ଆଜି ଆମର ସର୍ବସ୍ବ ଲେହନ କରି ପୁଞ୍ଜିବାଦର ନିଷ୍ଠୁର ଜିହ୍ବା ଅଗ୍ରସର ହେଉଛି ।
ନିଜ ଦେହରେ ହାଡ ଓ ମାଉଁଶ ଛଡା ଆଜି ଆମର ନିଜର ବୋଲି ଦାବୀ କରିବାର ଜିନିଷ ସାରା ପୃଥୀବୀରେ କିଛି ନାହିଁ ।
ଆମର ସବୁ ଯାଇଛି, ଅଛି କେବଳ ଭଙ୍ଗା – ଦଦରା ଜୀବନ ।
ଆହୁରି ଅଛି ଗୋଟାଏ ରୁଗ୍ଣ, ମୁମୂର୍ଷୁ ଏବଂ ଜୀଣ୍ଣ ଦଳିତ ଅସ୍ତିତ୍ବ ।
ଭାଇ ସର୍ବହରା, ଏକଜୁଟ ହୁଅ; ଏହି ଅମାନୁଷିକ ଶୋଷଣର ପ୍ରତିଶୋଧ ନିଅ – ”
ବକ୍ତୃତା ଚାଲିଲା, ଠିକ୍ ଯେପରି ଝଡର ଶିଙ୍ଗା ।
ଜନତାର ସମୁଦ୍ର ବିହ୍ବଳିତ ହୋଇ ଉଠିଲା ।
ସ୍ପନ୍ଦନ ! “ଜାଗ, ଜାଗ ମଣିଷ ଭାଇ, ତମର ସମସ୍ତ ହତିଆର ଏକତ୍ର କର, ଏକତ୍ର ହୁଅ ।
ମନେରଖ ନିଜକୁ ଶୋଷିତ ହେବାକୁ ଦେବା ସବୁଠାରୁ ବଡ ପାପ ।
ସେ ପାପର ଅଭିଶାପରେ ମଣିଷ ଜାତି ପଙ୍ଗୁ ହୋଇଯିବ ।”…
ଜନତା ପ୍ରତ୍ୟୁତ୍ତର ଦେଲା – “ଶୋଷଣବାଦ ଲୋପ ହେଉ, ପୁଞ୍ଜିବାଦ ଲୋପ ପାଉ ।”
ପୁଣି ବକ୍ତୃତା ଚାଲିଲା – “ଉଠ ରୟତ ଭାଇ, ତମର ହାଡଭଙ୍ଗା ପରିଶ୍ରମ ଫଳରେ ଯେଉଁ ପଡିଆ ଭୂଇଁ ଶସ୍ୟଶ୍ୟାମଳା ଭୂମିରେ ପରିଣତ ହେଲା, ତାର ସ୍ବତ୍ବ ଆଜି ଜମିଦାର ତମଠାରୁ ହରଣ କରିନେଇଛି ।
ତମେ ତମର ହକ୍ ଦାବି ବୁଝ ।
ତାକୁ ଆଦାୟ କରିବା ପାଇଁ ପ୍ରାଣପଣ କରି ଚେଇଁ ଉଠ ।
ଅଗ୍ରସର ହୁଅ ।
ଗାଁରେ ରୟତ ସଙ୍ଘ ଗଢ ।”
ଜନତାର ବିରାଟ ସାଗର ମଝିରୁ ପ୍ରତିଧ୍ବନୀ ଶୁଣାଗଲା – “ଜମିଦାରୀ ପ୍ରଥା ଧ୍ବଂସ ହେଉ, ରୟତ ଜାତିର ଜୟ ହେଉ ।”
ଠିକ୍ ଏହିପରି ସମୟରେ ସଭା ମଝିରେ ଜଣେ ଶୀର୍ଣ୍ଣକାୟ ଲୋକ ଛିଡା ହେବାର ଦେଖାଗଲା ।
ସେ ସମସ୍ତଙ୍କୁ ନମସ୍କାର କରି ଜଣାଇଲା –
“ଭାଇମାନେ, ଆମ୍ଭେମାନେ ସମସ୍ତେ ମୂର୍ଖ ।
ଟିକିଏ ଗରମ କଥାରେ ଭାସିଯିବା ଆମ ପକ୍ଷରେ ସ୍ବାଭାବିକ ।
କିନ୍ତୁ ଭାଇ ଅନ୍ୟଦ୍ବାରା ନିଜକୁ ପ୍ରତାରିତ ହେବାକୁ ଦେବା ଉଚିତ ନୁହେଁ ।
ଆମର ପୂର୍ବପୁରୁଷମାନଙ୍କର ଚିନ୍ତନ ପଥରୁ ବିଚ୍ୟୁତ ହୁଅ ନାହିଁ ।
‘ମହାଜନୋ ଯେନ ଗତ୍ବା ସଃ ପନ୍ଥା ।’
ଭାଇ ଏ କଅଁଳ କୁହାଙ୍କ କଥାରେ ନିଜର ବାଟଭୂଲ ନାହିଁ ।
ଭାଇ, ରାଜା, ଜମିଦାର ଏମାନେ ଭଗବାନଙ୍କ ଭିଆଣ ।
ତାଙ୍କୁ ଦୂର କରିଦେବା ମଣିଷ ହାତର କଥା ନୁହେଁ ।
ତାଙ୍କୁ ସମ୍ମାନ ଦେଖାଇବା ହିଁ ମଣିଷଜାତିର କର୍ତ୍ତବ୍ୟ ।
ଏମାନେ ଯେଉଁ ରୟତ ସଙ୍ଘ ଗଢିବା କଥା ଇଲାଗେ କହିଲେ, ତାର ଭିତିରି ଉଦ୍ଦେଶ୍ୟ କ’ଣ ଜାଣ ? ତାର ଉଦ୍ଦେଶ୍ୟ ହେଉଛି ତୁମଠାରୁ ଚାନ୍ଦା ଅସୁଲ କରି ଆତ୍ମସାତ୍ କରିବା… ।”
ଜନତା ଆଖିରେ ସନ୍ଦେହ ଦେଖାଗଲା ।
ସେମାନେ ଜିଜ୍ଞାସୁ ଦୃଷ୍ଟିରେ ପରସ୍ପର ଆଡକୁ ଅନାଇଲେ ।
ଜଣେ ଦୁଇଜଣ ମଧ୍ୟ ବକ୍ତୃତାକାରୀଙ୍କୁ ସମର୍ଥନ ସୂଚକ ଶବ୍ଦ ପ୍ରକାଶ କରି ଉତ୍ସାହିତ କଲେ – “ହଁ ଠିକ୍ ଠିକ୍ ।”
ବକ୍ତୃତାକାରୀ ପୂର୍ବାପେକ୍ଷା ଅଧିକତର ଉଚ୍ଚସ୍ବରରେ ଏଥର ଆରମ୍ଭ କଲା – “ଭାଇମାନେ, କମିଦାର ନଥିଲେ ଆଜି ଆମର ମାନ୍ ଇଜ୍ଜତ, ଧନ ସମ୍ପତ୍ତି ସବୁ ଚୋରତସ୍କରଙ୍କ ଦ୍ବାରା ଅବଲୁଣ୍ଠିତ ହେଉଥାନ୍ତା ।
ଭାଇ, ସେ ଆମର ପ୍ରକୃତ ରକ୍ଷକ ।
ତାଙ୍କର ସୁଶାସନର ପ୍ରତିଦାନ ସ୍ବରୂପ ଆମେ ଯେଉଁ ଯତ୍କିଞ୍ଚିତ ଖଜଣା ଦେଉଥାଇଁ ତାହା ଆମର ସାମାନ୍ୟ କୃତଜ୍ଞତାର ଚିହ୍ନ ସିନା !”
ଜନତା ଅନୁମୋଦନ ସ୍ବରରେ କହି ଉଠିଲା -“ଠିକ୍ କଥା ! ଠିକ୍ କଥା !”
ବକ୍ତୃତାକାରୀ ଆନନ୍ଦିତ ହୋଇ ପୁଣି କହିଲେ – “ ଭାଇ, ଏହି କଅଁଳ କୁହା ରୟତସଙ୍ଘବାଲାଙ୍କୁ ବିଶ୍ବାସ କଲେ ମହାବିପଦରେ ପଡିବ ।
ମୁଁ ଏମାନଙ୍କ ସହିତ ଅନେକ ଦିନ ଏକତ୍ର କାମ କରିଥିଲି, ମାତ୍ର ଏମାନଙ୍କ ସଦୁଦ୍ଦେଶ୍ୟରେ ସନ୍ଦିହାନ ହୋଇ ମୁଁ ଅଗତ୍ୟା ସେମାନଙ୍କର ସଂସର୍ଗ ତ୍ୟାଗ କରିବାକୁ ବାଧ୍ୟ ହେଲି ।
ତମେ ଯଦି ଏମାନଙ୍କ କଥା ଶୁଣିବ ତେବେ ଭଗବାନଙ୍କ ଠାରେ ଦ୍ରୋହୀ ହେବ ।
କାରଣ ଭଗବାନଙ୍କ ଅଂଶରୁ ରାଜାଙ୍କର ଜନ୍ମ ।
ଆମ ଗ୍ରାମ ଦେବତୀ ବାଉତୀ ଠାକୁରାଣୀ ମଧ୍ୟ ଆମ୍ଭମାନଙ୍କୁ ଅଭିଶାପ ଦେବେ ।
ଗାଁରେ ନାନା ବିତ୍ପାତ୍ ପଡିବ ।
ତମମାନଙ୍କର ବୋଧହୁଏ ସ୍ମରଣ ଥିବ, ଏମାନେ ଠାକୁରାଣୀଙ୍କ ଠାରେ ଗଲାବର୍ଷ ବୋଦା ପକାଇଲା ବେଳେ ନାନା ବିଘ୍ନ ଘଟାଇଥିଲେ; ପିକେଟିଂ କରିଥିଲେ… ।
ଏମାନଙ୍କର ଭୂତପୂର୍ବ ସହକର୍ମୀ ଭାବରେ ମୁଁ ପୂର୍ବେ ଯେଉଁ ପାପ କରିଛି, ତାର ପ୍ରାୟଶ୍ଚିତ ମୁଁ ବର୍ତ୍ତମାନ ଆପଣମାନଙ୍କ ସମ୍ମୁଖରେ କରିବି, ଅପେକ୍ଷା କରନ୍ତୁ ।”
ଆବାଳବୃଦ୍ଧବନିତା ସମସ୍ତେ ସମସ୍ବରରେ କହିଉଠିଲେ – “ଠାକୁରାଣୀ ଏ ଧର୍ମଛଡାଗୁଡାଙ୍କୁ ଖାଇଯିବେ, ଖାଇଯିବେ…”
ବକ୍ତୃତା ପୁଣି ହେଲା – “ଏମାନେ ଠାକୁରାଣୀଙ୍କ ଶତ୍ରୁ ।
କାଲି ମୋତେ ବାଉତୀ ଠାକୁରାଣୀ ସ୍ବପ୍ନରେ କହିଲ, ଗାଁବାଲାଙ୍କୁ ହୁସିଆର୍ କରିଦିଅ, ଏମାନଙ୍କୁ ଦୂର୍ ମାର୍ ମାର୍ କରନ୍ତୁ ।
ନୋହିଲେ ଏ ବର୍ଷ ଘରେପାଡି ହେବ…..ଝାଡାବାନ୍ତି ହେବ ।
ମୋ ସାନଭଉଣୀ ବସନ୍ତେଇ ମଧ୍ୟ ବ୍ୟାପିଯିବ ।
ମୋ ମଝିଆ ଭଉଣୀ ହାଡଫୁଟି ମଧ୍ୟ ଆସିବ…. ।’
ସଭାଲୋକେ ଭୟରେ କମ୍ପି ଉଠିଲେ ।
ସମସ୍ତଙ୍କ
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment