Commit 2a683e20 authored by Nayan Ranjan Paul's avatar Nayan Ranjan Paul

Upload New File

parent dab9fa60
ଅଚି଼ହ୍ନା ପ୍ରେମିକା
- ଜୀବର୍ଦ୍ଧନ ରଣା
ତା: ମାର୍ଚ୍ଚ୍ ୫, ୨୦୧୧
ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ →
“ହୋଇ ଅତି ଚିହ୍ନା-ତଥାପି ଅଚି଼ହ୍ନା
ନୁହେଁ ପରିଚିତ-ନୁହେଁ ସେ ଅଜଣା ।”
ଏଭଳି ବ୍ୟକ୍ତିଟି କିଏ ଜାଣିବାକୁ ଯାଇ ମୋ ଅଜାଣତରେ ପାଦ ଦୁଇଟି ଚଢ଼ିଗଲା ଯାତ୍ରୀବାହୀ ବସ୍‌ ଉପରକୁ ।
ବସ୍‌ଟି ଚାଲିଲା ତା ଗନ୍ତବ୍ୟ ପଥରେ ।
ବସ୍‌ର ଗତି ପଥ ସହ ତାଳଦେଇ ମୋ ମନର ଗତିପଥର ବେଗ ବଢ଼ିଚାଲିଲା ବସ୍‌ଠାରୁ ଆହୁରି ବେଗରେ ।
ନୂତନ ବର୍ଷର ନବୀନ ପ୍ରଭାତରେ ବସ୍‌ଟି ଯେମିତି ଚାଲିଛି, ଠିକ୍‌ ସେମିତି ନବ ଉଲ୍ଲାସରେ ନୂତନ ଆବେଗରେ ମୋ ମନ ଭିତରେ ଭାବନାର ସୁଅ ଛୁଟିଛି ।
ସତେ କ’ଣ ସେଇ ଅଚି଼ହ୍ନା ଅଜଣା ବ୍ୟକ୍ତି ସହ ମୋର ଚିହ୍ନା ପରିଚୟ ହୋଇପାରିବ ।
ତଥାପି କେତେ ଆଶା କେତେ ଆକାଙ୍କ୍ଷା ନେଇ ମୁଁ ଭାବୁଛି ବସ୍‌ଟି କେତେବେଳେ ସମ୍ବଲପୁର ପହଞ୍ଚିବ ।
ମନର ଉଦ୍‌ବେଗକୁ ଦମନ କରି ନ ପାରି ପକେଟରୁ କାଢ଼ି ପୁଣି ଥରେ ପଢ଼ିବସିଲି “ମମତାର ସପ୍ତମ ପତ୍ର” ।
ଆଶା ଓ ହତାଶାରେ କେଇପଦ ଲେଖାଥିଲା ।
“ପତ୍ର ପାଇବାର ପାଞ୍ଚଦିନ ମଧ୍ୟରେ ଯଦି ମୋ ପାଖରେ ପହଞ୍ଚି ନପାର ତା’ହେଲେ ହୁଏତ ତୁମଠାରୁ ଦୂରେଇ ଯିବି ।”
ସତେ କ’ଣ ମମତାର ସେଇ ଅଚି଼ହ୍ନା ଚେହେରା ତମ ପାଇଁ ଚୀରଦିନ ଅଦେଖା ରହିଯିବ ?? ହେଲେ ଆଜି ତ ପତ୍ର ପାଇବାର ସପ୍ତମ ଦିନ ।
ସେ ଯାହା ହେଉନା କାହିଁକି ମୁଁ ଆଜି ମମତାକୁ ଦେଖିବି ।
ଯିଏ ମୋତେ ବିଗତ ଦୁଇ ବର୍ଷ ହେଲା ଭଲପାଇ ଆସୁଛି ।
ଅଥଚ ତା’ସହିତ ମୋର ଚିହ୍ନା ପରିଚୟ ହୋଇନି ।
ହଁ…… କେବଳ ଏତିକି ମନେ ପଡ଼େ ଯେ, ଦୁଇବର୍ଷ ଆଗରୁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଭିଡ଼ ମଧ୍ୟରୁ ତିନୋଟି ଅଦେଖା ଚେହେରା ମୋ ଆଖିର ପରଦାରେ କିଛିକ୍ଷଣ ପାଇଁ ଭାସି ଆସିଥିଲା ।
ନାନୀର କଥାରୁ ଜାଣିଲି ସେମାନେ ତାର ପଡ଼ୋଶୀ ।
ସେହି କିଛି ସମୟ ମାତ୍ର ତାଙ୍କ ସହ ଆଳାପ କରି ନାନୀ ପାଖରୁ ବିଦାୟ ନେଇ ମୁଁ ଫେରି ଆସିଥିଲି ମୋ ଗାଁ ଭୁଇଁକୁ ।
କିଛିଦିନ ପରେ ଆସିଲା ଗୋଟିଏ ଚିଠି ।
ଚିଠିର ପ୍ରେରକ ସ୍ଥାନରେ ଲେଖାଥିଲା “ମମତା” ।
ହେଲେ କିଏ ସେ “ମମତା” ? ତିନୋଟି ଚେହେରା ।
ଭିତରୁ ମୋ ଆଖି ଖୋଜି ବସିଲା ମମତାର ଚେହେରାକୁ ।
କିନ୍ତୁ ପାରିଲା ନାହିଁ ।
ସେମାନେ ତ ମୋ ଠାରୁ ବୟସରେ ବଡ଼ ଥିଲେ ।
ତଥାପି ଯେ, ମୋତେ ଭଲପାଇ ବସିଲେ ।
ଏଭଳି ପତ୍ରରୁ ଏ ଯାଏ ମୁଁ ବୁଝି ପାରୁନି ଯେ, ଏ ଭଲ ପାଇବାର ମାନେ ପ୍ରେମ ନା ଆଉ କ’ଣ ?
ମୁଁ ତାକୁ ମନେ ମନେ ଭଲ ପାଇଥିଲି ।
ତା ସହିତ ନିତିଦିନ ଦେଖା ନିତିଦିନ କଥାବର୍ତ୍ତା ହେଉଥିଲା କିନ୍ତୁ ଗୋଟିଏ ବର୍ଷର ବ୍ୟବଧାନରେ ଯେତେବେଳେ ପୁନର୍ବାର ତା’ସହ ଦେଖାହେଲା ସେ ଉତ୍ତର ଦେଲା ଦାଦା ତୁମେ କିଏ ? ମୋତେ କେମିତି ଜାଣିଲ ?
ଆଜି କିନ୍ତୁ ସେଇ ପ୍ରେମ ମାନେଟା କ’ଣ ନିଶ୍ଚୟ ଜାଣିପାରିବି ।
ପ୍ରେମ….. ଏହାକୁ ସ୍ମରଣ କଲାମାତ୍ରେ ଆଖି ଆଗରେ ଝଲସି ଯାଏ ମୋ ପ୍ରେମ ଇତିହାସର ପ୍ରଥମ ପୃଷ୍ଠା ।
ସୀମା….. ଯାହାକୁ ପ୍ରଥମ ଦେଖାରୁ ପାଇଥିଲି ଅସୀମ ଭଲ, କରିବସିଥିଲି ସୀମାହୀନ ପ୍ରେମ ।
କିନ୍ତୁ ଗତକାଲି ଯେତେବେଳେ ତା ଗ୍ରିଟିଂସ୍‌ଟି ପାଇଲି ସେ ମୋତେ ସମ୍ପର୍କ ଯୋଡ଼ି ଲେଖିଥିଲା ।
ତା’ପରେ ଓଲଟାଇ ବସିଲି ଦ୍ବିତୀୟ ପୃଷ୍ଠା ‘ଦିପ୍ତି….. ଯେଉଁ ଦିପ୍ତିର ଦିପ୍ତି (ଆଭାସ)ରେ ମୋର ଦରଦି ମନର କ୍ଳାନ୍ତିର ଅବସାନ ଘଟିଥିଲା ।
ମୁଁ ତାକୁ ମନେ ମନେ ଭଲ ପାଇଥିଲି ।
ତା ସହିତ ନିତିଦିନ ଦେଖା ନିତିଦିନ କଥାବର୍ତ୍ତା ହେଉଥିଲା କିନ୍ତୁ ଗୋଟିଏ ବର୍ଷର ବ୍ୟବଧାନରେ ଯେତେବେଳେ ପୁନର୍ବାର ତା’ସହ ଦେଖାହେଲା ସେ ଉତ୍ତର ଦେଲା ଦାଦା ତୁମେ କିଏ ? ମୋତେ କେମିତି ଜାଣିଲ ? ତା’ର ଏଇ ପଦିଏ ଉତ୍ତର ଶୁଣି ଉଲ୍ଲାସର ଶିଉଳି ଲତାରେ ଦୋଳି ଖେଳୁଥିବା ଅବୁଝା ମନଟା ଠକ୍‌କିନା ଛିଣ୍ଡିଗଲା ।
ହୃଦୟର ଗନ୍ତାଘରେ ଜଳୁଥିବା ଖୁସିର ଦୀପାଳୀଟା ଧପ୍‌କିନା ଲିଭିଗଲା ।
ଏଇଟା କ’ଣ ପ୍ରେମ….. ନା….. ସମ୍ପର୍କ….. ଯଦି ସମ୍ପର୍କ ତେବେ କେଉଁ ସମ୍ପର୍କ….. ବନ୍ଧୁ- ଭଉଣୀ ନା ପ୍ରେମିକା………
ହଠାତ୍‌ ବସ୍‌ଟା ଅଟକିଗଲା ।
ବସ୍‌ ଅଟକିବା ଶବ୍ଦରେ ଭାଙ୍ଗିଗଲା ମୋ ଭାବନାଟି ।
ଦେଖିଲି ସମ୍ବଲପୁର ଆସିଗଲା ।
ତରତର ହୋଇ ବସ୍‌ରୁ ଓହ୍ଲାଇପଡ଼ି ମୋ ପଦ୍ମ ଚରଣ ବସ୍‌ଟି ଚାଲିଲା ନାନୀଘର ଆଡ଼କୁ ।
କିଛିବାଟ ଗଲାପରେ ଦେଖିଲି ମୋ ଆଗରେ ଆସୁଛି ଏକ ଶବ ।
ଗାଁରୁ ବାହାରି ଦେଖିଥିଲି ଗୋଟିଏ ଶବ ସେଇଟା ଥିଲା ମୋ ଡାହାଣ ପଟରେ କିନ୍ତୁ ଏହାତ ବାମ ପାଖରେ, କେଉଁଟା ଶୁଭର ଲକ୍ଷଣ କେଉଁଟା ଅଶୁଭ ।
ହଠାତ୍‌ ମନଭିତରେ ଭାବିବସିଲି ଅନେକ ଅଶୁଭ କଥା ହେଲେ ମୁଁ ମନକୁ ନିଜେ ସାନ୍ତ୍ବନା ଦେଲି ମୁଁ ତ ଭଗବାନଙ୍କୁ ବିଶ୍ବାସ କରେ ନାହିଁ, ଆଉ ଏଇଟା କେମିତି ବିଶ୍ବାସ କରିବି ।
ତଥାପି କାହିଁକି ଯେ, ଏ ଶବଟା ଦେଖିଲାକ୍ଷଣି ମୋ ମନଭିତରେ ଖେଳିଗଲା ଏକ ଭୀଷଣ ଶିହରଣ ।
ସେଇ ଶିହରଣକୁ ଆତଙ୍କିତ କରି ଦୂରରୁ ଭାସି ଆସିଛି “ରାମ ନାମ ସତ୍ୟ ହେ” ଆଉ ଏଇ ସ୍ବରର ଲହରିକୁ ଦମନ କରି ଛୁଟି ଆସୁଛି ମହିଳାମାନଙ୍କ କ୍ରନ୍ଦନ ରୋଳ ।
ଏହାକୁ ଅତିକ୍ରମ କରି ମନରେ ସାହସ ଓ ଦମ୍ଭ ଦେଇ ପହଞ୍ଚିଲି ନାନୀଘରେ ।
ନାନୀ କାଳେ ରାଗିଯିବ ବୋଲି ହଠାତ୍‌ ମମତା ବିଷୟରେ କିଛି ପଚାରି ପାରିଲି ନାହିଁ ।
ଲୋହିତ ଗୋଧୂଳିରେ ଅନ୍ଧକାର ବୋଳି ଦେଇ ଦିନମଣି ଲୁଚିଗଲେ ନିଶାବତୀ କୋଳରେ ।
ତଥାପି ନାନୀକୁ ପଚାରିପାରିଲିନି ।
ପଚାରିବି ପଚାରିବି ବୋଲି ରାତିସାରା ସୁଯୋଗ ଖୋଜିଲି ହେଲେ ପାରିଲିନି ।
ନିଦ୍ରାବତୀ ମୋ ସହିତ ଛଳନା କରି ଏମିତି ଭାବନାର ନାଆରେ ଭସାଇ ଦେଇ ନିଶାବତୀ ବିଦାୟ ନେଲେ ତଥାପି କହିପାରିଲିନି ।
ପୂର୍ବ ଆକାଶରେ ଲୋହିତ ବର୍ଣ୍ଣ ବିଛାଇଦେଲେ ଦିନମଣି, ମନରେ ଭରିଦେଲେ ନୂତନ ଦମ୍ଭ ।
ଅଚିହ୍ନା ପ୍ରେମିକାକୁ ଦେଖିବାର ଲିପ୍‌ସାଟାକୁ ସମ୍ଭାଳି ନପାରି ନାନୀକୁ ପଚାରିଦେଲି, ନାନୀ ମମତାକୁ ଟିକେ ଚିହ୍ନେଇ ଦେବୁ ।
ନାନୀ ଚୁପ୍‌ ରହିଗଲା ।
ଭାବିଲି ବୋଧହୁଏ ନାନୀ ରାଗିଗଲା ।
କିନ୍ତୁ ଅଶ୍ରୁଭରା ନୟନରେ ନାନୀ ଉତ୍ତର ଦେଲା- ଭାଇ, ମୁଁ ଜାଣେ ତୁ ମମତାକୁ ଦେଖିବାକୁ ଆସିଛୁ ।
ହେଲେ ଟିକେ ବିଳମ୍ବ କରିଦେଲୁ ।
ତୋ ଆସିବା ଆଗରୁ ମମତାର ପୁରୁଣା ପ୍ରେମିକ ବ୍ଲଡ କ୍ୟାନ୍‌ସର ତା’କୁ ମୃତ୍ୟୁର ସିନ୍ଦୁର ଲଗାଇ ବଧୁବେଶରେ ତୋ ଆଖି ଆଗରେ ନେଇଗଲା ।
ତୁ କ’ଣ କାଲି ଦେଖିନୁ କେମିତ ମୃତ୍ୟୁ ସବାରୀରେ ବସି ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଯାଉଥିଲା…..
ସତରେ ନବବର୍ଷର ଅପୂର୍ବ ଦିପ୍ତି (ଶୋଭା) ଉପଭୋଗ କରି ମଧ୍ୟ ମୋ ଦରଦି-ମନର ଦିପ୍ତି (କ୍ଲାନ୍ତି) ଦୂର ହେଲା ନାହିଁ ।
ହରାଇଦେଲି ନବବର୍ଷର ସେ ଖୁସିର ସୀମା ! ଚୀରଦିନ ପାଇଁ ଅପରିଚି଼ତ ରହିଗଲା ସେ ଅଚି଼ହ୍ନା ପ୍ରେମିକା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment