Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
2e573a9a
Commit
2e573a9a
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2d582b74
Changes
1
Show whitespace changes
Inline
Side-by-side
Showing
1 changed file
with
43 additions
and
0 deletions
+43
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia51.txt
...ngual-corpora/vikaspedia.in/vikashpedia_health_odia51.txt
+43
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia51.txt
0 → 100644
View file @
2e573a9a
ଧଇଁ
ଉପକ୍ରମ
ଧଇଁ, ଦମା ବା ଶ୍ଵାସର କାରଣ ଶ୍ଵାସନଳୀର ପ୍ରଦାହଠାରୁ ଆରମ୍ଭକରି ଏଲାର୍ଜି ପର୍ଯ୍ୟନ୍ତ ଯାହା ବା ହେଉ; ଶିଶୁ ହେଉ , ତରୁଣ ହେଉ ବା ବୃଦ୍ଧ କୁହନ୍ତୁ – କେତେକ ଲୋକଙ୍କଠାରେ ଏହା ନିର୍ଦ୍ଧିଷ୍ଟଭାବରେ ବର୍ଷାଦିନରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଥାଏ ।
ଅବେଳରେ ହଠାତ୍ ଏହା ଆରମ୍ଭ ହୋଇ ରୋଗୀ ତଥା ତାଙ୍କ ପରିବାରକୁ ଏକ ବିବ୍ରତ ଅବସ୍ଥାରେ ପକାଇଥାଏ ।
ସଙ୍ଗେ ସଙ୍ଗେ ଏ କଷ୍ଟ ଦୂରପାଇଁ ବ୍ୟବସ୍ଥା ନ କଲେ ଖୁବ୍ ଶୀଘ୍ର ଏହା ଏକ ସାଂଘାତିକ ଅବସ୍ଥାରେ ପକାଇ ମରଣାନ୍ତକ ଯନ୍ତ୍ରଣା ଆଣିଥାଏ ଓ ଯଥାଶୀଘ୍ର ହାସପାତାଳରେ ଭର୍ତ୍ତିକରିବାର ଆବଶ୍ୟକତା ପଡେ ।
ଔଷଧ ସୂଚନା
ତେଣୁ ନିମ୍ନଲିଖିତ ଔଷଧମାନଙ୍କରୁ ଗୋଟିଏ ଲେଖାଏଁ ଶିଶି ଗୁଳି ଆକାରରେ ପାଖରେ ରଖି, ରୋଗୀର ଅବସ୍ଥାନୁସାରେ, ପ୍ରଦତ୍ତ ଲକ୍ଷଣ ଗୁଡିକର ନିର୍ଦ୍ଦେଶାନୁଯାୟୀ ଯଦି ସେଥିରୁ ଥରକେ ୪/୫ଟି ଗୁଳି ବା ମୂଳଅର୍କ (Q) ହୋଇଥିଲେ ୫/୧୦ ଟୋପା ସାମାନ୍ୟପାଣିରେ ମିଶାଇ, ଚାମୁଚିଏକରି ଘଣ୍ଟାଏ ଦୁଇଘଣ୍ଟା ଅନ୍ତରରେ ବ୍ୟବହାର କରାଯାଏ ତାହାହେଲେ ଯଥାଶୀଘ୍ର ଏକ ସଙ୍କଟଜନକ ମୂହୁର୍ତ୍ତକୁ ଏଡାଇ ଦିଆଯାଇ ପାରିବ ।
ଏଣ୍ଟିମଟାର୍ଟ : ୩୦ – ୨୦୦
ଭୀଷଣ ଶ୍ଵାସକଷ୍ଟ, ଛାତିରେ ତରଳ କଫ ଯେପରି ଭର୍ତ୍ତିହୋଇ ରହିଛି ଅଥଚ ବାହାର କରିବାକୁ ରୋଗୀର ଶକ୍ତି ନାହିଁ , ରୋଗୀ ଭୀଷଣ ଅବସନ୍ନ, କପାଳରେ ଥଣ୍ଡା ବିନ୍ଦୁ ବିନ୍ଦୁ ଝାଳ, ଜିଭରେ ମଇଳାର ଆବରଣ ଅଥଚ ତା ଭିତରୁ ଯେପରି ନାଲିଗଜା ବାହାରିଛି – ଏପରି ଦେଖାଯାଉଥିବ ।
ଇପିକାକ : ୬ – ୨୦୦
ଜ୍ଵର ଛାତିରେ କଫ ଜମା ହେଲାଭଳି ଜଣା ଯାଉଥିଲେ ମଧ୍ୟ ଯେତେ କାଶିଲେ ତାହା ବାହାରୁ ନ ଥିବ, ପ୍ରତି କାଶ ସହିତ ଅଇ ଉଠାଉଥିବ ଅଥଚ ବାନ୍ତି ହେଉ ନ ଥିବ, ଜିଭ ପରିଷ୍କାର ।
ଶୋଷ ଜମାରୁ ନ ଥିବ ।
ଡଲକାମେରା : ୬ – ୨୦୦
ହଠାତ୍ ଗରମ ଓ ହଠାତ୍ ବର୍ଷାହୋଇ ଥଣ୍ଡା – ଏଭଳି ପରିବର୍ତ୍ତିତ ପାଗରେ ପ୍ରଥମେ ନାକରୁ ସାମାନ୍ୟ ପାଣି ବୋହି, ବାଉଁଶୀ ବାଜିଲା ଭଳି ନିଶ୍ଵାସ ଚାଲିବା ପରେ , ଜ୍ଵର ହୋଇ ଛାତିରେ କଫ ଭର୍ତ୍ତି ହୋଇଯାଏ, ରାତିରେ ଝାଳ ବହେ ଓ ତାହା ଦୁର୍ଗନ୍ଧଯୁକ୍ତ, ବହୁତ କାଶିଲେ ସାମାନ୍ୟ କଫ ବାହାରେ, ବେଳେବେଳେ ପେଟ କାଟିହୋଇ ନାଳ ଝାଡା ହୁଏ ।
ନେଟ୍ରାମ ସଲଫ: ୬-୨୦୦
ଧାତୁଗତ ପ୍ରବଣତାରୁ ପ୍ରତି ବର୍ଷାଋତୁରେ ଏହି କଷ୍ଟ ଦେଖାଦିଏ ଓ ରୋଗର କସ ଭୋର ୪/୫ ଘଣ୍ଟାରେ ବଢେ ।
ଖୁବ୍ କଷ୍ଟଦାୟକ କାଶ, ରୋଗୀ କାଶିଲାବେଳେ ନିଜ ଛାତିକୁ ବିକଳରେ ଜାବୁଡି ଧରେ ।
ସବୁଜ ରଙ୍ଗର ଅଠାଳିଆ କଫ, ଏହା ସହିତ ଅଧିକାଂଶ ସମୟରେ ସକାଳୁଆ ଅଜୀର୍ଣ୍ଣ ଝାଡା ।
ଆର୍ସେନିକ ଏଲବ : ୬-୨୦୦
ଅତ୍ୟନ୍ତ ବ୍ୟସ୍ତତା, ମହୁର୍ମୁହୁ ପାଣି ପିଇବା ସହିତ ମୃତ୍ୟୁଭୟ ।
ଦିନ ଦ୍ଵିପ୍ରହର ବା ଅଧାରାତି ବେଳକୁ ରୋଗର ଚରମ ସମୟ ।
ରୋଗୀ ହାତକୁ ଢିରାଦେଇ ଆଗକୁ ଝୁଙ୍କି ବସିଥିବ ।
ମେଡୋରିନାମ: ୨୦୦
ରୋଗୀ ସର୍ବଦା ହାମୁଡେଇ ମୁଣ୍ଡକୁ ତକିଆରେ ମାଡି ପଡି ରହିଥିବେ ।
କାର୍ବୋଭେଜ : ୬-୨୦୦
ଶ୍ଵାସକଷ୍ଟ ସହିତ ଛାତିପୋଡା; ପେଟରେ ବାୟୁ ଭର୍ତ୍ତି ହୋଇ ଶ୍ଵାସ କଷ୍ଟ ସହିତ ସ୍ଵର ଭଙ୍ଗ, ସନ୍ଧ୍ୟା ସମୟରେ ବୃଦ୍ଧି, ଦମକିଲା କାଶ ସହିତ ଦୁର୍ଗନ୍ଧଯୁକ୍ତ କଫ, ଖାଲି ପଙ୍ଖା ପବନ ଚାହିଁବ ।
ଏହା ଦୁର୍ବଳ ଶରୀର ବୃଦ୍ଧମାନଙ୍କ ପାଇଁ ଏକ ମହୌଷଧି ।
ବ୍ଲାଟା (Q) :
ମୋଟାସୋଟା ଲୋକ ବାରମ୍ବାର ଏ କଷ୍ଟ ଭୋଗୁଥିବେ, କାଶରେ ପୂଜ ଭଳି କଫ ପଡୁଥିବ, ଯେତେ କାଶିଲେ ଓ କଫ ପଡୁଥିଲେ ମଧ୍ୟ ଶ୍ଵାସକଷ୍ଟ ସେତେ ବଢୁଥିବ ବା ଜମା କମୁ ନ ଥିବ ।
ଏହି ଔଷଧର ମୂଳଅର୍କ (Q) ରୁ ୫ ଟୋପା ସାମାନ୍ୟ ଫୁଟା ପାଣିରେ ମିଳାଇ ୨/୩ ଘଣ୍ଟା ଅନ୍ତରରେ ଖାଇଲେ ଆଶୁଫଳ ମିଳିଥାଏ ।
ୟୁକାଲିପଟାସ (Q) :
ଜ୍ଵର ସହିତ ଶ୍ଵାସକଷ୍ଟ ଓ ଛାତି ଧଡ ଧଡ ହେଉଥିବ, ଧଳା ବହଳିଆ ଦୁର୍ଗନ୍ଧ କଫ ବାହାରୁଥିବ ।
ବିଶେଷତଃ ବୃଦ୍ଧ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହି କଷ୍ଟ ଆରମ୍ଭ ହେବାମାତ୍ରେ, ଏହାର ମୂଳ ଅର୍କ (Q) ରୁ ୫/୧୦ ଟୋପା ଦିନକୁ ୩/୪ ଥର ସାମାନ୍ୟ ଫୁଟା ପାଣିରେ ମିଳାଇ ବ୍ୟବହାର କରିବାରେ ଯଥାଶୀଘ୍ର ଫଳ ମିଳିଥାଏ ।
ଲୋବିଲିଆ
ଛାତି ଯେପରି ଚାପି ହୋଇ ଯାଇଛି ବା ଛାତି ଉପରେ କିଛି ଓଜନିଆ ଜିନିଷ ଲଦା ହୋଇ ରହିଛି – ଏ ଭାବ ସହିତ ମନେ ହେଉଥିବ ଯେପରି ହୃତପିଣ୍ଡ ବନ୍ଦ ହୋଇଯାଇପାରେ ।
ଏହାଛଡା, ଶ୍ଵାସକଷ୍ଟ ସହିତ ସାରା ଶରୀରରେ ଛୁଞ୍ଚି ଫୋଡିଲା ଭଳି ଅନୁଭବ ହୋଇ ପେଟଟା ଖାଲି ଖାଲି ଲାଗି ଦୁର୍ବଳ ଲାଗିବା ଏହି ଔଷଧର ପରିଚାୟକ ଲକ୍ଷଣ ।
କୌଣସି ଚିଡିଚିଡା ଲୋକର ସାମାନ୍ୟ ପେଟ ଗଣ୍ଡଗୋଳ ହେଲେ ଯଦି ଧଇଁ ବାହାରୁଥିବ ଓ ବହୁତ ବାୟୁ ଅପସାରଣ ହେଉଥିବ ତାହାହେଲେ ନକ୍ସଭୋମିକା – ୩୦୦୦ ଦ୍ଵାରା ବେଶ୍ ଉପକାର ମିଳେ ।
ରୋଗୀ ଚିତ୍ କାତ୍ ହୋଇ ହାତ ଦୁଇଟିକୁ ଫରଚେଇ ଶୋଇ ରହିଲେ ଯଦି ଆରାମ ପାଉଥିବେ ତାହାହେଲେ ସୋରିଣାମ ।
ଶୁଖିଲା କାଶ, ଯେପରି ଛାତିରୁ ବାହାରୁଛି ଓ ଦମ୍ ବନ୍ଦ ହୋଇଯାଉଛି ।
ଛାତି ଚିପିହୋଇ ଗଲାଭଳି ମନେ ହେଉଥିବ ।
ନାକରୁ ସରସର ପାଣି ଗଳି କାଶ ସାଙ୍ଗରେ ନିବୁଜ ଛିଙ୍କ ହେଉଥିବ; ଘର ଭିତରେ କଷ୍ଟ ବେଶି ହେଉଥିବ ତାହାହେଲେ ଜଷ୍ଟିସିଆ Q ୫ ଟୋପାକରି ପ୍ରତି ଅଧଘଣ୍ଟାରେ ଦିଅନ୍ତୁ ।
ଧଇଁ ଏକ ଧାତୁଗତ ରୋଗ ହୋଇଥିବା ଦୃଷ୍ଟିରୁ ସାମୟିକ ଉପଶମକାରୀ ଔଷଧ ବ୍ୟବହାର ସାଙ୍ଗକୁ ହୋମିଓପାଥି ମତରେ ଧାତୁଗତ ଚିକିତ୍ସା କଲେ ଅନେକ ସମୟରେ ଦୀର୍ଘସ୍ଥାୟୀ ସୁଫଳ ମିଳିଥାଏ ।
ଅନ୍ୟଥା ଗତି ନାହିଁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment