Commit 332a9895 authored by Nayan Ranjan Paul's avatar Nayan Ranjan Paul

Upload New File

parent c795c4ed
ବାଇ ଚଢେଇର ଜମାନବନ୍ଦୀ
ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଭୁବନେଶ୍ବର
ତା: ଫେବୃଆରୀ ୧୬, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ →
ସହର ମଝି ।
ଓଭରବ୍ରିଜ୍‌ କାନ୍ଥ ସନ୍ଧିରେ ଉଠିଥିଲା ଦେଢ ଫୁଟିଆ ଖଜୁରୀ ଗଛଟେ ।
କିଛି ଦିନ ହେବ ବାଇଚଢେଇଟିଏ ବସା ବାନ୍ଧି ରହିଛି ସେ ଗଛରେ ।
ଆଉ କୋଉଠି ସେ ରହିଥାନ୍ତା ଏଡେ ବଡ ସହରଟାରେ! ନଡିଆ କି ଖଜୁରୀ ଗଛଟିଏ ବି ନାହିଁ ।
ତା’ ଘର ପାଇଁ କୋଉଠୁ ରୁଅ ପାଇଥାନ୍ତା ?
ସାନ ଗଛ, ଅଳପ ପତର ବୋଲି, ଛୋଟିଆ ଘରଟେ କରିଛି ସେ ।
ଅଣ୍ଡା ଦେବା ବେଳ ପାଖେଇଆସିଲା ବୋଲି କେତେ ଅଳପ ଦିନରେ ଘରଟାକୁ ତୋଳିଦେଲେ ଦୁଇପ୍ରାଣୀ ! ଚାରି ଦିନ ତଳେ, ମା’ ବାଇଟି ଚାରିଟି ଅଣ୍ଡା ଦେଇଥିଲା ।
ଆଜି ଗୋଟିଏ ବି ନାହିଁ ।
ବାଇ ଦୁଇ ପ୍ରାଣୀ କାଠ ହୋଇ ବସିଛନ୍ତି ।
ଚେଁ ନାହିଁ କି ଚାଁ ନାହିଁ ।
ଯେତେ ପାଖକୁ ହାତ ବଢାଇଲେ ବି ଚୁପ୍‌ଚାପ୍‌ ବସିଛନ୍ତି ।
ପ୍ରତିରୋଧ କରୁନାହାନ୍ତି ।
ସତେ ଯେମିତି ମଣିଷର ଦୌରାତ୍ମ୍ୟରେ ହାର ମାନିଯାଇଛନ୍ତି ସେମାନେ ।
ପ୍ରଥମେ ତ ଗଛ କାଟି ପଦା କଲେ ।
କାଁ ଭାଁ ବିଲ ହୁଡାରେ ଖଜୁରୀ ଗଛଟିଏ ଦେଖି ବଞ୍ଚିବାକୁ ଚେଷ୍ଟା କଲୁ ।
ତା’ପରେ ବିଲରେ ପୋକକୁ ବିଷଦେଇ ଆମ ବଂଶ ଲୋପ କଲେ ।
ଗାଁ ଛାଡି ଏବେ ସହରକୁ ଆସିଲୁ ।
ଏଠି ନିରୋଳା ଖଜୁରୀ ଗଛଟିଏ କାହିଁ ? ନିରୋଳା କହିଲେ, ମଣିଷ ଦୌରାତ୍ମ୍ୟରୁ ଦୂର ।
ଛୋଟ ହେଉ ପଛେ ଖଜୁରୀ ଗଛଟିଏ ତ ଏଠି ନିରୋଳାରେ ଥିଲା ।
ସାପ ବି ଆସିବାକୁ ଡରୁଥିଲା ।
ହେଲେ ଏ ମଣିଷଗୁଡା ଏଡେ ନ’ଙ୍କିଆ, ନିଶୁଣି ପକେଇ ମୋ ଅଣ୍ଡାତକ ନେଇଗଲେ ! ଏବେ ହାତ ଲମ୍ବାଉଛ ।
ଆମକୁ ବି ନେଇଯିବ, ନେଇଯାଉନ ?
ଆର ଋତୁକୁ ଯେ ଖଜୁରୀ ଗଛଟେ ନିରୋଳାରେ ମିଳିବ, ଘରଟିଏ ତୋଳି ପୁଣି ଅଣ୍ଡା ଦେଇ ବଂଶ ବଢାଇବୁ, ସେ ଆଶା ଯଦି ଆଉ ନାହିଁ, ବଞ୍ଚିଥାଇ ଲାଭ କ’ଣ ?
ପରଦିନ ସକାଳକୁ ବାଇଚଢେଇ ଇତିହାସ ହୋଇଗଲା ।
ସେମାନେ ଥିଲେ ବାଇଚଢେଇ ବଂଶର ଶେଷ ଦାୟାଦ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment