Commit 3da93a17 authored by Nayan Ranjan Paul's avatar Nayan Ranjan Paul

Upload New File

parent ee92801b
ଛଦ୍ମବେଶୀ ଉଦ୍ଭିଦ
ଟ୍ରାଇଫୋଲିଆଟା
ଦକ୍ଷିଣ ଆମେରିକା (ଚିଲି ଓ ଆର୍ଜେଣ୍ଟିନା) ର ନାତିଶୀତୋଷ୍ଣ ଜଳବାୟୁରେ ଅତିସାଧାରଣ ପ୍ରତୀୟମାନ ଲତା ବୋକ୍ୱିଲା ଟ୍ରାଇଫୋଲିଆଟା ।
ଏହି ଲତାଟି ଲାର୍ଡିଜାବାଲାସି ବଂଶୀୟ ବୋକ୍ୱିଲା ନାମକ ଶ୍ରେଣୀର ଏକ ମାତ୍ର ସଦସ୍ୟ ।
ସାଧାରଣ ଲତାଟିଏ ଭଳି ଭୁଇଁରେ ମାଡେ , କୌଣସି ସାହାରା ମିଳିଲେ ଅନାୟାସରେ ତା’ ଉପରକୁ ଚଢିଯାଏ ।
କିଛି ବର୍ଷ ତଳ ପର୍ଯ୍ୟନ୍ତ ଲତାଟି ଅନ୍ୟାନ୍ୟ ଜଙ୍ଗଲୀ ଲତା ଭଳି ଥିଲା ଅତି ସାଧାରଣ ପାଦପ ମାତ୍ର ।
କିନ୍ତୁ ଚିଲିର ନାତିଶୀତୋଷ୍ଣ ଜଙ୍ଗଲରେ ନିଜର ଜେନ ଛାତ୍ର ସହିତ ଘୁରି ବୁଲୁଥିବା ବେଳେ ଚମକି ପଡନ୍ତି ଉଦ୍ଭିଦବିତ୍ ‘ ଆର୍ଜେଣ୍ଟିନା ଜିଆନୋଲି ’ ।
ଲତାଟିର ଦୁଇ କିସମର ପତ୍ର ତାଙ୍କୁ ଆକର୍ଷିତ ଥିଲା ।
ଉଦ୍ଭିଦ ଜଗତରେ କୌଣସି ପ୍ରଜାତିରେ ଦୁଇ କିସମ ପତ୍ର ଦେଖାଯିବାର କୌଣସି ବିଚିତ୍ରତା ନାହିଁ ।
କିନ୍ତୁ ‘ ଜିଆନୋଲି ’ ଙ୍କ ଆବିଷ୍କାର ନିଆରା ।
ସେ ଲକ୍ଷ୍ୟ କଲେ ଲତାଟି ଯେତେବେଳେ ଭୂମିରେ ମାଡୁଛି , ତାର ପତ୍ରଗୁଡିକର ଆକୃତି ଅପେକ୍ଷାକୃତ ଗୋଲାକୃତ ; କିନ୍ତୁ ଗଛ ଉପରକୁ ଚଢିବା ମାତ୍ରେ ତା’ର ପତ୍ରର ଆକୃତି ଆଶ୍ଚର୍ଯ୍ୟଜନକ ଭାବେ ପରିବର୍ତ୍ତିତ ହୋଇ ସାହାରା ଦେଇଥିବା ଗଛର ପତ୍ରଗୁଡ଼ିକୁ ନକଲ କରୁଛି ; ଅର୍ଥାତ୍ ଲମ୍ବାଳିଆ ହୋଇଯାଉଛି ।
ବର୍ତ୍ତମାନ ଲତାଟିରେ ୨ ପ୍ରକାରର ପତ୍ର ; ଭୂମିରେ ଗୋଲାକୃତି ଅଥଚ ବୃକ୍ଷ ପତ୍ରରାଜି ଅନୁରୂପ ଛନ୍ଦାବରଣରେ ନିଜକୁ ବଦଳାଇ ନେଇଛି ।
ଟ୍ରାଇଫୋଲିଆଟା ର ପରିବର୍ତ୍ତନ
ଏହି ପର୍ଯ୍ୟବେକ୍ଷଣ ‘ ଜିଆନୋଲି ’ଙ୍କୁ ଗଭୀର ପ୍ରଭାବିତ କଲା ।
ଭାବାନ୍ତର ସୃଷ୍ଟି ହେଲା ତାଙ୍କର ।
ସେ ଲତାଟିର ତୀକ୍ଷଣ ଅନୁଶୀଳନ କଲେ ।
ଆଶ୍ଚର୍ଯ୍ୟଜନକ ଭାବେ ଦେଖିଲେ ଯେ ସାହାରା ଦେଇଥିବା ଗଛର ପତ୍ର ରାଜିକୁ ଅନୁସରଣ କରି ଲତାଟି ନିଜ ପାଇଁ ନିଛକ ଛନ୍ଦାବରଣଟିଏ ସୃଷ୍ଟି କରୁଛି ।
ଜୀବଜଗତ ନିଜର ପ୍ରତିରକ୍ଷା ଅଥବା ଶିକାରୀ / ଶିକାରର ଦ୍ରୁଷ୍ଟି ଆଢୁଆଳରେ ରହିବା ପାଇଁ ନିଜର ତ୍ଵଚାର ରଙ୍ଗକୁ ଛନ୍ଦାବରଣ ରୂପେ ବ୍ୟବହାର କରିଥାନ୍ତି ।
କିନ୍ତୁ ତ୍ଵଚା ପ୍ରାକୃତିକ ଭାବେ ପରିବେଶ ସହିତ ଖାପ ଖାଇଲା ଭଳି ରଙ୍ଗ ଧାରଣ କରିଥାଏ , ଆଉ କିଛି ତ୍ଵଚା ନିଜର ଆବଶ୍ୟକତା ଅନୁସାରେ ରଙ୍ଗ ବଦଳାଇବାର କ୍ଷମତା ଧାରଣ କରିଥାନ୍ତି ।
କିନ୍ତୁ ବୃକ୍ଷଙ୍କ କ୍ଷେତ୍ରରେ ପୂର୍ବ ବର୍ଣ୍ଣିତ ଆକୃତିର ପରିବର୍ତ୍ତନ ଅକଳ୍ପନୀୟ ।
ଜିଆନୋଲି ପ୍ରବଳ ଉତ୍ସାହର ସହିତ ଜଙ୍ଗଲରେ ଘୂରି ବୁଲିଲେ ।
ଆଶ୍ଚର୍ଯ୍ୟର ବିଷୟ , ସାହାରା ଦେଉଥିବା ବୃକ୍ଷର ପରିବର୍ତ୍ତନ ସହିତ ଲତାଟିର ପତ୍ର ରାଜିରେ ଅନୁରୂପ ପରିବର୍ତ୍ତନ ସମସାମୟିକ ବିଜ୍ଞାନ ପାଇଁ ଏକ ବିରାଟ ଆହ୍ଵାନ ଲତାଟିର ପ୍ରତିଭାଶାଳୀ ପତ୍ରଗୁଡିକ ଚତୁଃପାର୍ଶ୍ଵର ପତ୍ରରାଜି ଅନୁରୂପ ନିଜର ଆକାର , ଆକୃତି , ରଙ୍ଗ ସାଜସଜ୍ଜା ଏପରିକି ଶିରା ପ୍ରଶିରାର ଗଠନ ବିନ୍ୟାସରେ ପରିବର୍ତ୍ତନ ଆଣି ଏକ ନିଖୁଣ ଛନ୍ଦାବରଣ ସୃଷ୍ଟି କରିପାରୁଛି ।
ଉଦ୍ଭିଦ କ୍ଷେତ୍ରରେ ଏ ଛନ୍ଦାବରଣର ଉଦ୍ଦେଶ୍ୟ ଏକ ବିରାଟ ପ୍ରଶ୍ନବାଚୀ ? ଏହା କିପରି ସମ୍ଭବ ? ଜଙ୍ଗଲରେ ପତ୍ରଭକ୍ଷୀ କୀଟ ପତଙ୍ଗଙ୍କ ସଂଖ୍ୟା ଅଗଣିତ ।
ଲତାଗୁଡ଼ିକର ପତ୍ର ସମ୍ଭବତଃ ସେମାନଙ୍କ ପାଇଁ ଖୁବ୍ ସ୍ଵାଦିଷ୍ଟ ।
ଲତାଟି ନିଜକୁ ବୃକ୍ଷର ପତ୍ରରାଜିର ଅନୁରୂପ ସଜାଇ କୀଟପତଙ୍ଗଙ୍କ ଦୃଷ୍ଟି ଆଢୁଆଳରେ ସୁରକ୍ଷିତ ରହିପାରୁଛି ।
ଅପରାନ୍ତରେ ନିଜକୁ ବଦଳାଇ ଏକ ଅଭକ୍ଷ ଉଦ୍ଭିଦର ଆକୃତିକୁ ଆପଣାଇ , ଭକ୍ଷକମାନଙ୍କୁ ନିରୁତ୍ସାହିତ କରୁଛି ।
ଏହି ଛନ୍ଦାବରଣ ପ୍ରକ୍ରିୟାକୁ ଇଂଲିଶ୍ ରର ‘ ଇଫାଯାଶଫକ୍ଷ ଖଶୟସଭଃ ’ ଅର୍ଥାତ୍ ନିଜର ଭେକ ବଦଳାଇ ଏକ ଅସହାୟ ଉଦ୍ଭିଦ ନିଜକୁ ଅଖାଦ୍ୟ ରୂପେ ପ୍ରତିପାଦିତ କରେ ।
କାରଣ ଯାହା ହୋଇଥାଉନା କାହିଁକି ଏହି ଛନ୍ଦାବରଣ ସଂପୃକ୍ତ ଲତାଟି ପାଇଁ ଲାଭଦାୟକ ।
ଜିଓନାଲିଙ୍କ ରିପୋର୍ଟ ମୁତାବକ ଲତାଟି ଭୂମି ଉପର ଅପେକ୍ଷା ବୃକ୍ଷ ଉପରେ ଅଧିକ ସୁରକ୍ଷିତ ।
କୌଣସି ଉଦ୍ଭିଦ ତା’ର ପଡୋଶୀ ଉଦ୍ଭିଦର ନକଲ କରିବା ଏହା ପୂର୍ବରୁ ବିଜ୍ଞାନ ପାଇଁ ଏକ ଅଜ୍ଞାତ ତଥ୍ୟ ଥିଲା ।
କିନ୍ତୁ ଏହି ରିପୋର୍ଟରେ ବୋକ୍ୱିଲା ଲତା ଅନ୍ୟୁନ ୮ଟି ମୂଳ ଆକୃତିରେ ନିଜକୁ ପରିବର୍ତ୍ତିତ କରିପାରେ ବୋଲି କୁହାଯାଇଛି ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଆଖି , ନାକ , ପାଟି କି ମସ୍ତିଷ୍କ ନଥିବା ଏକ ଉଦ୍ଭିଦ କିପରି ନିଜର ପଡୋଶୀକୁ ଦେଖିପାରେ ? ସମ୍ଭବତଃ ବୋକ୍ୱିଲା ପଡୋଶୀ ଉଦ୍ଭିଦର ବାସ୍ନା ବାରିପାରେ କିମ୍ବା ତା’ର ରାସାଯନିକ ଆଣବିକ ପରିଚୟ ଚିହ୍ନିପାରେ ।
କିନ୍ତୁ ମସ୍ତିଷ୍କ କିମ୍ବା ସ୍ନାୟୁତନ୍ତ୍ର ନ ଥାଇ ମଧ୍ୟ ଏହା ନିଜକୁ କିପରି ପରିବର୍ତ୍ତନ କରାଯାଇପାରେ ତାହା ବିଜ୍ଞାନ ସମ୍ମୁଖରେ ଏବେ ବି ଏକ ଦୁର୍ବୋଧ୍ୟ ତଥ୍ୟ ।
ଉଦ୍ଭିଦଙ୍କର ପରସ୍ପର ସହିତ ଭାବ ବିନିମୟର କୌଣସି ଏକ ଗୁପ୍ତା ତଥା ଅଦ୍ୟାବଧି ଦୁର୍ବୋଧ୍ୟ ମାଧ୍ୟମ ରହିଛି ।
ଯଦି ‘ ବୋକ୍ୱିଲା ’ ଏହା କରିପାରେ , ତେବେ ଅନ୍ୟ ଉଦ୍ଭିଦ ନିଜ ନିଜ ଭିତରେ ଭାବର ଆଦାନପ୍ରଦାନ କାହିଁକି କରୁ ନ ଥିବେ ? ଏହି କ୍ଷୁଦ୍ର ଲତାଟିଏ ବିରାଟ ରହସ୍ୟକୁ ନିଜ ଭିତରେ ଲୁଚାଇ ରଖିଛି ।
ଏହି ସମ୍ଭାବନା ଆମକୁ ହୁଏତ ଚେତେଇ ଦେଉଛି ଉଦ୍ଭିଦଜଗତ ଓ ମଣିଷ ଭିତରେ ଏକ ଅବୋଧ୍ୟ ଦୂରତା ଏବେବି ରହିଛି ।
ମଣିଷ କ’ଣ କେବେ ଏ ଦୂରତାକୁ ଲଂଘି ପାରିବ ?
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment