Commit 501091ee authored by Nayan Ranjan Paul's avatar Nayan Ranjan Paul

Upload New File

parent 70b9acd3
ସମର୍ପଣ
ଡ. ଶରତ ଚନ୍ଦ୍ର ରଥ, ଭୁବନେଶ୍ବର
ତା: ଫେବୃଆରୀ ୨୩, ୨୦୧୧
ମୂଳ ପୃଷ୍ଠା → ପ୍ରବନ୍ଧ →
ସେହି ମନୁଷ୍ୟର ଜୀବନ ଧନ୍ୟ ଯିଏ ଭଗବାନଙ୍କ ସେବାରେ ନିଜକୁ ନିୟୋଜିତ କରିପାରେ ।
ଯିଏ ଅକୁଣ୍ଠିତ ଚିତ୍ତରେ ନିଜର ଧନ, ମାନ, ଯଶ ଓ ପ୍ରତିଷ୍ଠାକୁ ଭଗବାନଙ୍କ ପାଦତଳେ ସମର୍ପି ଦେଇପାରେ ।
ତାହା ହିଁ ଯଥାର୍ଥ ପ୍ରେମ ଯାହା ଭଗବତ ପ୍ରୀତିକୁ କେନ୍ଦ୍ର କରି ସଙ୍ଗଠିତ ।
ସିଏ ହିଁ ଏକମାତ୍ର ସୁଖୀ ଯିଏ ଭଗବାନଙ୍କର ଅନୁସନ୍ଧାନ କରେ ।
ସେହି ଜ୍ଞାନ ହିଁ ପ୍ରକୃତ ଜ୍ଞାନ ଯହିଁରେ ଅହଂକାର ନଥାଏ ।
ତାକୁ ହିଁ ବୁଦ୍ଧିମାନ ବୋଲି କୁହାଯିବ ଯିଏ ଭଗବାନଙ୍କୁ ମୁଖ୍ୟ ଆଉ ସବୁକୁ ଗୌଣ ବୋଲି ବିବେଚନ କରିଥାଏ ଏବଂ ତାଙ୍କରି ନିମିତ୍ତ ଜୀବନ ଧାରଣ କରିଥାଏ ।
ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ ।
ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ ।
ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା ।
ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ ।
ମଣିଷ ଜୀବନର ଅସଲ ଲକ୍ଷ୍ୟ ହେଉଛି ଭଗବତ ପ୍ରାପ୍ତି ।
ପ୍ରତ୍ୟେକ ମନୁଷ୍ୟର ଆତ୍ମାର ଏହାହିଁ ଏକାନ୍ତ କାମନା ।
ଆତ୍ମା ଯେତେବେଳେ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ, ସେ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ ପ୍ରତିଜ୍ଞା ଭୁଲିଯାଏ ।
ସାଂସାରିକ ମୋହ ମାୟାରେ ସେ ଆଚ୍ଛନ୍ନ ହୋଇପଡ଼େ ।
ଆତ୍ମା ଆଚ୍ଛାଦିତ ହୋଇଯାଏ ପରଦାର ଆବରଣରେ ମନ, ପ୍ରାଣ ଓ ଦେହର ଅଜ୍ଞତା ଅବିଦ୍ୟା ତାକୁ ଉଦ୍‌ଭ୍ରାନ୍ତ କରେ ।
ଫଳତଃ ସେ ଭୁଲ୍ବାଟରେ ଅଶାନ୍ତିର ଶିକାର ହୁଏ ଓ ଜୀବନର ସବୁ ସରସତା ତାର ନଷ୍ଟ ହୋଇଯାଏ ।
ଅବିଦ୍ୟାରୁ ମୁକ୍ତହୋଇ ବିଦ୍ୟାର ଆଲୋକରେ ଆଲୋକିତ ହେବା ପାଇଁ ବ୍ୟକ୍ତିକୁ କିଛି ପ୍ରୟାସ ଓ ପ୍ରଚେଷ୍ଟା କରିବାକୁ ପଡ଼େ ।
ତନ୍ମଧ୍ୟରୁ ସମର୍ପଣ ଗୋଟିଏ ଦିଗ ଯାହା ସମ୍ପର୍କରେ ଏହି କ୍ଷୁଦ୍ର ପ୍ରବନ୍ଧରେ ଆଲୋଚନା କରାଯାଇଛି ।
ସମର୍ପଣ ଭାବଟି ପ୍ରୀତି ପ୍ରବଣ ଭାବଧାରାର ଏକ ବ୍ୟାବହାରିକ ଅଭିବ୍ୟକ୍ତ ରୂପ ।
ଆନ୍ତରିକତା ଥିବାର ଏହା ଏକ ବଳିଷ୍ଠ ଚିହ୍ନ ।
ଯେଉଁଠାରେ ଆନ୍ତରିକତା ଥାଏ ସେଠାରେ ଅକୁଣ୍ଠ ଚିତ୍ତରେ କିଛି ଦେବାକୁ ଇଚ୍ଛା ହୁଏ ।
ତହିଁରୁ ଅକଳ୍ପନୀୟ ଆନନ୍ଦ ମିଳେ ।
ଏ ତ ମନୁଷ୍ୟ ସ୍ତରର ଆଦାନ ପ୍ରଦାନ କଥା ।
ଯଦି ଭଗବାନଙ୍କୁ କିଛି ଦେଇ ହୁଏ ତେବେ ତହିଁରୁ ଅସୀମ ଓ ଅନିର୍ବଚନୀୟ ଆନନ୍ଦ ମିଳିଥାଏ ।
କିଛି କିଛି ଦେବାର ଅଭ୍ୟାସ ଦିନେ ସବୁକୁ ଦେଇ ଦେବାପାଇଁ ସୁଯୋଗ ସୃଷ୍ଟି କରେ ।
ମନରେ ସ୍ବତ ଆନନ୍ଦର ମନ୍ଦାକିନୀ ଧାରା ଝରିଯାଏ ।
ହଜିଯାଏ କେତେ କୁତ୍ସିତ ନୀଚ ବାସନା, ହୀନ, ମଳିନ ଚିନ୍ତାଧାରା କିଏ ଯେମିତି ଆଣି ଦେଇଯାଏ ସ୍ବର୍ଗର ସୁଧାସିକ୍ତ ଚେତନାର ସୁଲଳିତ ସ୍ପର୍ଶ ।
ହୃଦୟରେ ନାଚିଉଠେ ଆହ୍ଲାଦର ତରଙ୍ଗମାଳା ।
ପ୍ରକୃତ ପକ୍ଷେ ଭଲ ପାଇବାର ମାନଦଣ୍ଡ ସମର୍ପଣ ଉପରେ ପ୍ରତିଷ୍ଠିତ ।
ଅନ୍ୟକୁ କରାୟତ କରିବା ଭଲପାଇବା ନୁହେଁ, ବରଂ ଅନ୍ୟକୁ ନିଜକୁ ଦେଇଦେବାହିଁ ଭଲପାଇବା ।
ଶ୍ରୀମାଙ୍କ ଭାଷାରେ “ସବୁଠାରୁ ବେଶି ଭଲପାଇବାର ଲକ୍ଷଣ ହେଉଛି ସବୁଠାରୁ ବେଶିକରି ନିଜକୁ ଦେଇଦେବା ।
” ଦେବାହିଁ ପାଇବାର ଯଥାର୍ଥ ମାର୍ଗ ।
କିଛି ନଦେଇ ଯିଏ କେବଳ ପାଇବା ପାଇଁ ଚାହାନ୍ତି ସେ କିଛି ପାଆନ୍ତି ନାହିଁ ।
କେବଳ କାମନା ବାସନାରେ ଜର୍ଜରିତ ହୋଇ ରହିଥାନ୍ତି ।
ଭଗବାନଙ୍କୁ ଭଲପାଇ ତାଙ୍କ ପାଖରେ ନିଜକୁ ସମର୍ପି ଦେଲେ ମନୁଷ୍ୟ ଜୀବନ ହୁଏ ସାର୍ଥକ ଓ ମହତ୍ତ୍ବପୂର୍ଣ୍ଣ ।
କିଛି ପାଇବାର ଆଶା ନରଖି କେବଳ ଅର୍ପଣ କରିବାକୁ ହେବ ପ୍ରଭୁଙ୍କ ପାଖରେ, ଯାହା ତାଙ୍କର ଇଚ୍ଛା ତାହା ପୂରଣ ହେବ ବୋଲି କହିବାକୁ ହେବ ।
ପ୍ରଭୁଙ୍କ ପାଖରେ ନିର୍ଭରତା ରଖିଲେ ଅଶାନ୍ତିର ବିଷାକ୍ତ ବାଷ୍ପ ଅପସରି ଯିବ ।
ଅତଏବ ଆତ୍ମସମର୍ପଣ ପର୍ଯ୍ୟନ୍ତ ସମର୍ପଣର ବିସ୍ତୃତି ।
ସମର୍ପଣ ଭିତ୍ତିରେ ଶ୍ରୀଅରବିନ୍ଦଙ୍କର ପୂର୍ଣ୍ଣଯୋଗର ସାଧନା ସମ୍ଭବ ହୋଇପାରେ ।
ସେଥିରେ ମନର କଳ୍ପନା ଗୌରବବୋଧ, ନିଜସ୍ବ ମତାମତ ରହିବ ନାହିଁ, ପ୍ରଭୁଙ୍କ ପାଖକୁ ଯାହାଆସିବ ତାକୁ ମାନି ନେବାକୁ ପଡ଼ିବ ।
ତହିଁରେ ନିଜସ୍ବ ଯୁକ୍ତିବାଦିତା, ପ୍ରୟୋଗ କରିବାକୁ ଦେବନାହିଁ ।
ଶ୍ରୀମା କହନ୍ତି “ଯାହାକିଛି ଭଗବାନଙ୍କଠାରୁ ଆସେ ପ୍ରୀତିକର ହେଉ ବା ଅପ୍ରୀତିକର ହେଉ ଲୋକମାନେ ବୁଝିବା ଉଚିତ୍‌ ଯେ ତାଙ୍କ ସଂକଳ୍ପ ଓ କର୍ମ ପଶ୍ଚାତରେ କିଛି ଉଦ୍ଦେଶ୍ୟ ରହିଛି ।
ସେମାନେ ବିକ୍ଷୁବ୍ଧ ନହୋଇ ଏହାକୁ ପୂର୍ଣ୍ଣ ରୂପେ ଗ୍ରହଣ କରିବା ଉଚିତ୍‌ ।
” ଯଦି ଏହା କରାଯାଇପାରେ ତେବେ ସେମାନେ ନିଶ୍ଚୟ ଅଗ୍ରଗତି କରିବେ ।
ଆତ୍ମ ସମର୍ପଣ ପ୍ରସଙ୍ଗରେ ଶ୍ରୀରାମକୃଷ୍ଣଙ୍କର କଥା ସ୍ମରଣକୁ ଆସେ ।
ସେ ବିଲେଇ ଛୁଆର ଉଦାହରଣ ଦେଇ ପ୍ରସଙ୍ଗଟିକୁ ବୁଝାଇ ଦେଇଛନ୍ତି ।
ବିଲେଇ ଛୁଆର ପସନ୍ଦ, ଅପସନ୍ଦ, ଦାବି ନିଜର ଇଚ୍ଛା କିଛି ନଥାଏ ।
ସେ ତା ମାଆ ନିକଟରେ ନିଜକୁ ପୂର୍ଣ୍ଣରୂପେ ଅର୍ପଣ କରିଥାଏ ।
ତା ମାଆ ତାକୁ ଯେଉଁଠାକୁ ନିଏ ସେ ପ୍ରତିବାଦ କରେ ନାହିଁ ।
ଏହାହିଁ ପ୍ରକୃତରେ ସମର୍ପଣର ଏକ ସାର୍ଥକ ନମୁନା ।
ଭଗବାନଙ୍କ ନିକଟରେ ବିଲେଇ ଛୁଆପରି ନିଜକୁ ଅର୍ପଣ କରିଦେବା ହିଁ ଜୀବନ ପଥରେ ନିବିଘ୍ନରେ ଚାଲିବାର ମୂଳମନ୍ତ୍ର ।
ପ୍ରଗତି ଦ୍ବାର ଏଥିରେ ଉନ୍ମୁକ୍ତ ହୁଏ ।
ଚେତନାର ଅଗ୍ରଗତି ହୁଏ ।
ଜୀବନ ଯେତେ ମହନୀୟ ଓ ମହତ୍ବପୂର୍ଣ୍ଣ ହୋଇଉଠେ ।
ଭଗବାନଙ୍କ ଉପରେ ନିର୍ଭରତା ରଖିଲେ ଯାହା ବ୍ୟକ୍ତି ପାଇଁ ସର୍ବୋତ୍ତମ ସେ ତାହାହିଁ ଘଟାନ୍ତି ଓ ସବୁ ଅପୂର୍ଣ୍ଣତାକୁ କ୍ରମେ କ୍ରମେ ସୁଧାରି ନିଅନ୍ତି ।
ଅବଶ୍ୟ ଏହି ସମର୍ପଣ ଭାବଟିରେ ସଦାସର୍ବଦା ଅଟଳ ରହିବା ଅତ୍ୟନ୍ତ କଷ୍ଟକର କଥା ।
ପ୍ରଥମେ ଭାବ ଆସେ ମନରେ ।
ମନରେ ଏହି ପବିତ୍ର ଭାବଟି ଆସିଲେ ବିରୋଧୀ ଶକ୍ତିମାନେ ଆକ୍ରମଣ କରି ଭାବଟିକୁ ନଷ୍ଟ କରିଦେବାକୁ ଚେଷ୍ଟା କରନ୍ତି ।
କାରଣ ବିରୋଧୀ ଶକ୍ତି ଚାହାନ୍ତି ନାହିଁ ଯେ ବ୍ୟକ୍ତି ଭଗବତ୍ ଚେତନା ଆଡ଼କୁ ଅଗ୍ରସର ହେଉ ।
ସେମାନେ ଚାହାନ୍ତି ମଣିଷ ତାର କର୍ଦ୍ଦମାକ୍ତ ବଳୟ ଭିତରେ ବନ୍ଦୀ ରହୁ ।
ସଂକଳ୍ପକୁ ବାରମ୍ବାର ଅଟଳ ରଖିବାକୁ ଚେଷ୍ଟାକଲେ, କିଛିଦିନ ପରେ ବିରୋଧୀ ଶକ୍ତି କିଛି କରିପାରିବେ ନାହିଁ ।
ନିରାଶ ହୋଇ ଶେଷରେ ନିଷ୍କ୍ରିୟ ହୋଇଯିବେ, ଅବଶ୍ୟ ଏହି କଥାଟି ଅତ୍ୟନ୍ତ କଷ୍ଟସାଧ୍ୟ ।
ଏଥିପାଇଁ ଯଥେଷ୍ଟ ସମୟ ମଧ୍ୟ ଆବଶ୍ୟକ ।
ଅବଶ୍ୟ ବ୍ୟକ୍ତିଭେଦରେ ସମୟର ସୀମା ଭିନ୍ନ ଭିନ୍ନ ହୋଇଥାଏ ।
ମନରେ ଏହି ପବିତ୍ର ଭାବଟି ଆସିଲେ ବିରୋଧୀ ଶକ୍ତିମାନେ ଆକ୍ରମଣ କରି ଭାବଟିକୁ ନଷ୍ଟ କରିଦେବାକୁ ଚେଷ୍ଟା କରନ୍ତି ।
କାରଣ ବିରୋଧୀ ଶକ୍ତି ଚାହାନ୍ତି ନାହିଁ ଯେ ବ୍ୟକ୍ତି ଭଗବତ୍ ଚେତନା ଆଡ଼କୁ ଅଗ୍ରସର ହେଉ ।
ସେମାନେ ଚାହାନ୍ତି ମଣିଷ ତାର କର୍ଦ୍ଦମାକ୍ତ ବଳୟ ଭିତରେ ବନ୍ଦୀ ରହୁ ।
ସଂକଳ୍ପକୁ ବାରମ୍ବାର ଅଟଳ ରଖିବାକୁ ଚେଷ୍ଟାକଲେ, କିଛିଦିନ ପରେ ବିରୋଧୀ ଶକ୍ତି କିଛି କରିପାରିବେ ନାହିଁ ।
ନିରାଶ ହୋଇ ଶେଷରେ ନିଷ୍କ୍ରିୟ ହୋଇଯିବେ, ଅବଶ୍ୟ ଏହି କଥାଟି ଅତ୍ୟନ୍ତ କଷ୍ଟସାଧ୍ୟ ।
ସମର୍ପଣ ଦୁଇ ପ୍ରକାରରେ ବିଭାଜନ କରାଯାଇପାରେ ।
ଯଥା- ନିଷ୍କ୍ରିୟ ସମର୍ପଣ ଓ ସକ୍ରିୟ ସମର୍ପଣ ।
ନିଷ୍କ୍ରିୟ ସମର୍ପଣ ହେଲା, କିଛି ଚେଷ୍ଟା ନକରି କେବଳ ଭଗବାନଙ୍କୁ ସମର୍ପଣ କରିବା ।
ଅସ୍ପୃହା ଓ ପ୍ରତ୍ୟାଖ୍ୟାନ ଉପରେ ଗୁରୁତ୍ବ ନଦେଇ କେବଳ ସମର୍ପଣ ଭାବ ନେଇ ରହିଲେ ଯେଉଁ ସମର୍ପଣ ହୁଏ, ତାହାହେଲା ତାମସିକ ସମର୍ପଣ ବା ନିଷ୍କ୍ରିୟ ସମର୍ପଣ ।
ଅନ୍ୟପ୍ରକାରର ସମର୍ପଣ ଅର୍ଥାତ୍‌ ସକ୍ରିୟ ସମର୍ପଣ ହେଉଛି ପୂର୍ଣ୍ଣ ସମର୍ପଣ ।
ସେଥିରେ ଅସ୍ପୃହା ଓ ପ୍ରତ୍ୟାଖ୍ୟାନର ଭାବ ଓ ଚେତନା ସ୍ପଷ୍ଟରୂପେ ପରିସ୍ପୁଟ ହୋଇଥାଏ ।
ସକ୍ରିୟ ସମର୍ପଣର ପ୍ରଭାବ ବହୁତ ବେଶି ।
ଏହା ଦ୍ବାରା କଠିନ ସମସ୍ୟା ସହଜ ଓ ସରଳ ହୋଇଥାଏ ।
ଶ୍ରୀଅରବିନ୍ଦ ଏ ପ୍ରସଙ୍ଗରେ କହିଛନ୍ତି ଯେ ଯେଉଁମାନେ ନିର୍ବିଚାର ଓ ନିଃଶେଷରେ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଥାନ୍ତି ସେମାନଙ୍କ ପାଖରେ ଭଗବାନ ଧରାଦିଅନ୍ତି ।
ସେମାନଙ୍କ ଜୀବନର ଦାୟିତ୍ବ ଭଗବାନ ନିଅନ୍ତି ।
ଯାହାକିଛି ଅସମ୍ଭବ ପରି ଜଣାଯାଏ ତାହା ଭଗବତ କରୁଣା ଦ୍ବାରା ସମ୍ଭବ ହୋଇପାରେ ।
ମୂକକୁ ବାଚାଳ କରିବାର ଓ ପଙ୍ଗୁକୁ ଗିରି ଲଂଘନ କରିବାର ସାମର୍ଥ୍ୟ ସେହି ହିଁ ଦେଇପାରନ୍ତି ।
ସମର୍ପଣ ସକ୍ରିୟ ହେଲେ ଭଗବାନ ନିଅନ୍ତି ବ୍ୟକ୍ତି ଜୀବନର ଦାୟିତ୍ବ ।
ତା ଭିତରେ ଭରି ଦିଅନ୍ତି ଆଶା, ବିଶ୍ବାସ, ଧୈର୍ଯ୍ୟ, ସହିଷ୍ଣୁତା, ଆନନ୍ଦ ପବିତ୍ରତା ଇତ୍ୟାଦି ଇତ୍ୟାଦି ଅନେକ ।
ସଦ୍‌ଗୁଣ ଯାହା ଫଳରେ ବ୍ୟକ୍ତିପାଏ ଆତ୍ମଶାନ୍ତି ।
ଅନ୍ତରାଳରେ ରହି ଭଗବତ ଶକ୍ତି ବ୍ୟକ୍ତିର ଦେହ, ମନ ପ୍ରାଣର ଆଧାରରେ କାର୍ଯ୍ୟ କରନ୍ତି ।
ଏହି ସକ୍ରିୟ ସମର୍ପଣ ଆଦୌ ସାମୟିକ ସମର୍ପଣ ନୁହେଁ ।
ଜୀବନର ଭଲ ଦିଗକୁ ଦେଖି ଦେଖି ସେ ଦିଗରେ ଅଗ୍ରଗତି ପାଇଁ ସମର୍ପଣ ଯଥେଷ୍ଟ ପ୍ରେରଣା ଦେଇଥାଏ ।
ଏଥିପାଇଁ ପ୍ରଥମେ ଦରକାର ହେଲା ବିଶ୍ବାସ ଓ ନିର୍ଭରତା ।
ଶ୍ରୀଅରବିନ୍ଦଙ୍କ ମତରେ ଦିବ୍ୟ ଜୀବନ ପାଇଁ ଯେଉଁ ତିନିଗୋଟି କଥା ଦରକାର, ତାହାହେଲା ପ୍ରତ୍ୟାଖ୍ୟାନ, ଅସ୍ପୃହା ଓ ସମର୍ପଣ ।
ଏ ତିନୋଟି ଯାକ ପରସ୍ପର ପରିପୂରକ ।
କାହାର ପ୍ରଥମେ ଆସେ ଅସ୍ପୃହା ପରେ ଆସେ ସମର୍ପଣ ।
କାହା କାହାର ଆଗ ଆସେ ସମର୍ପଣ ପରେ ପ୍ରତ୍ୟାଖ୍ୟାନ ତେବେ ଗୋଟିଏ ଆସିଲେ ଅନ୍ୟଟି ଏବଂ କ୍ରମଶଃ ଅନ୍ୟ ଦୁଇଟି ଆସନ୍ତି ।
ତ୍ରିବେଶୀ ସଙ୍ଗମରେ ଜୀବନ ସ୍ନିଗ୍‌ଧ ସୁନ୍ଦର ପବିତ୍ର ତୀର୍ଥରେ ପରିଣତ ହୁଏ ।
ପାର୍ଥିବ ପରିବେଶ ହୁଏ ଅପାର୍ଥିବ ଆନନ୍ଦର ଏକ ସୁଲଳିତ କାବ୍ୟ ।
ବିଶ୍ବ ଜୀବନରେ ଭରିଯାଏ ଅପୂର୍ବ ଛନ୍ଦର ମନମୋହିନୀ ମାଧୁରିମା ।
ନବଉଷାର ସୁକୁମାର ସ୍ପର୍ଶରେ ଦିଗଦିଗନ୍ତ ସମୁଜ୍ଜ୍ବଳ ଓ ଶୁଚିସ୍ମିତ ହୋଇଉଠନ୍ତି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment