Commit 62e8651d authored by Nayan Ranjan Paul's avatar Nayan Ranjan Paul

Upload New File

parent b1971a99
ଖରାଦିନର ଅସୁସ୍ଥତା
ଉପକ୍ରମ
ଖରାଦିନ ଆରମ୍ଭ ହେବାମାତ୍ରେ ଶରୀରରେ ଏକାଧିକ ପରିବର୍ତନ ଦେଖିବାକୁ ମିଳିଥାଏ ।
ପ୍ରବଳ ଗରମ ଏବଂ ଖରାରେ ଜୀବନ ଅସ୍ତବ୍ୟସ୍ତ ହୋଇପଡେ ।
ଏହି ସମୟରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ବ୍ୟାପିଥାଏ ।
ଜାଣନ୍ତୁ, ଏହି ଋତୁରେ କେଉଁକେଉଁ ରୋଗ ଆକ୍ରମଣ କରିବାର ଆଶଙ୍କା ରହିଛି ଏବଂ ଏଥିରୁ କିପରି ସୁରକ୍ଷା ପାଇପାରିବେ ।
ମିଳିମିଳା
ଏହା ଏକ ସାଧାରଣ ସଂକ୍ରମଣଜନିତ ରୋଗ ।
ଏହାର ପ୍ରଭାବ ସଂକ୍ରମଣ ହେବାର ବହୁଦିନ ପରେ ଦେଖାଯାଏ ।
ପାରାମିକ୍ସୋ ଭୂତାଣୁ ଯୋଗୁ ଏହି ରୋଗ ବ୍ୟାପେ ।
ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍ ହୋଇଥିବା ବେଳେ ଏହି ଭୂତାଣୁ ଆକ୍ରମଣ କରିଥାଏ ।
ଏପରି ସ୍ଥିତିରେ ହାଲିଆ ଲାଗିବା, ଦେହହାତ ବିନ୍ଧିବା, ଚିଡିଚିଡା ଲାଗିବା ପରି ଅନୁଭବ ହୁଏ ।
ଏହା ସହିତ ଶରୀରରେ ଲାଲ୍ ରଙ୍ଗର ଚକାଚକା ହୋଇ ଫଳିଯାଏ ଏବଂ ପ୍ରବଳ ଜ୍ଵର ହୁଏ ।
ଆଖି ଲାଲ ପଡିଯିବା ସହ ପେଜୁଆ ଦେଖାଯାଏ ଏବଂ ଆଖିରୁ ପାଣି ବାହାରେ ଫୁଲିଯାଏ ।
ଏହି ରୋଗରୁ ସୁରକ୍ଷା ପାଇବା ଲାଗି ପ୍ରତିଦିନ ସଜପାଣିରେ ଗାଧୋଇବା ଉଚିତ ।
ପ୍ରତିଦିନ ପୋଷାକ ବଦଳିବା ସହ ଢିଲା, ଧଳାରଙ୍ଗର ସୂତା ପୋଷାକ ପିନ୍ଧିବା ଦରକାର ।
ମିଳିମିଳା ପାଇଁ ପିଲାମାନଙ୍କୁ ପ୍ରତିଷେଧକ ଟିକା ଲଗାଯାଇଥାଏ ।
ଜଣ୍ଡିସ୍
ଏହା ପ୍ରଥମେ ଯକୃତ ଏବଂ ତା’ପରେ ଶରୀର ସାରା ବ୍ୟାପିଥାଏ ।
ଆଖିର ଧଳାଅଂଶ ଏବଂ ନଖ ସହିତ ପରିସ୍ରା ହଳଦିଆ ଦେଖାଯିବା, ଦୁର୍ବଳ ଅନୁଭବ ହେବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଭୋକ କମିଯିବା ଆଦି ଏହାର କେତେକ ସାଧାରଣ ଲକ୍ଷଣ ।
ଅନେକ ସମୟରେ ବାନ୍ତି ହୋଇଯାଏ, ପତଳା ଝାଡା ହୁଏ, ପିଟ ଫୁଲିଯାଏ ଏବଂ ମାଲା ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇଥାଏ ।
ନାଡିର ଗତି ଧୀର ହୋଇଯାଏ ।
ନିଦ ହୁଏନି ଏବଂ ରୋଗ ବେଶୀଦିନର ହୋଇଗଲେ ଶରୀର ଭୟଙ୍କର ଭାବେ କୁଣ୍ଡାଇ ହୁଏ ।
ଏହାର ପ୍ରତିଷେଧକ ଭାବେ ସିଝାପଣି ବା ଜୀବାଣୁମୁକ୍ତ ପାଣି ପିଇବା ଜରୁରୀ ।
ପାଣି ଯେପରି ପ୍ରଦୂଷିତ ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ଜଣ୍ଡିସ୍ ଆକ୍ରାନ୍ତ ବ୍ୟକ୍ତି ବେଶୀ ଚଲାବୁଲା କଲେ ଏହି ଭୂତାଣୁ ଯକୃତକୁ ବେଶୀ ପ୍ରଭାବିତ କରିଥାଏ ।
ତେଣୁ ଚଲାବୁଲା ଯେତେ କମ୍ କରିବେ ଭଲ ।
ଏହି ରୋଗରେ ଯକୃତ କୋଷରେ ଗଳାଇକୋଜେନ୍ ତଥା ରକ୍ତରେ ପ୍ରୋଟିନ ପରିମାଣ କମିଯାଏ ।
ତେଣୁ ହାଲକା ପ୍ରୋଟିନଯୁକ୍ତ ଖାଦ୍ୟ, ସର ନଥିବା କ୍ଷୀର କିମ୍ବା ପ୍ରୋଟିନେକ୍ସ, କାର୍ବୋହାଇଡ୍ରେଟସ୍ ଅଧିକ ଥିବା ଖାଦ୍ୟ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଦିଆଯିବା ଉଚିତ ।
ହାଡଫୁଟି
ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ହୋଇପାରେ ।
ଏହା ଭଲ ହେବାକୁ ୧୦-୧୫ ଦିନ ଲାଗିଯାଏ ।
କିନ୍ତୁ ଏଥିରେ ମୁହଁରେ ଯେପରି ଦାଗ ସୃଷ୍ଟି ହୁଏ ତାହା ଭଲ ହେବା ଲାଗି ୫-୬ ମାସ ପର୍ଯ୍ୟନ୍ତ ଲାଗିପାରେ ।
ଏହି ରୋଗର ତୁରନ୍ତ ଉପଚାର କରାନଗଲେ ରୋଗୀର ମୃତ୍ୟୁ ହେବ ମଧ୍ୟ ଅସମ୍ଭବ ନୁହେଁ ।
ଭାରିସେଲା ଜୋଷ୍ଟର ଭୂତାଣୁ କାରଣରୁ ଏହି ରୋଗ ହୋଇଥାଏ ।
ସମଗ୍ର ଶରୀରରେ ଲାଲ୍ ଫୋଟକା ଭଳି ହୋଇ ଫଳିଯିବା ସହିତ କୁଣ୍ଡାଇ ହୁଏ ।
ଏହା ଫାଟିଗଲେ ଆହୁରି ଯନ୍ତ୍ରଣା ଦିଏ ।
ଜ୍ଵର, ଦେହହାତ ବିନ୍ଧିବା, ବାନ୍ତିହେବା ପରି ଲକ୍ଷଣ ବି ଦେଖାଯାଏ ।
ଏଥିରୁ ସୁରକ୍ଷା ଲାଗି ଖାଦ୍ୟପେୟର ଧ୍ୟାନ ରଖିବା ସବୁଠାରୁ ଜରୁରୀ ।
ଖୋଲା ରଖାଯାଇଥିବା ଖାଦ୍ୟ ଆଦୌ ଖାଆନ୍ତୁନାହିଁ ।
ରୋଗୀଠାରୁ ଦୂରେଇ ରହିବା ଉଚିତ୍ ।
ନଚେତ ଏହା ବ୍ୟାପିବ ।
ଅଧିକ ଖରାପ ଲାଗିବା ପୂର୍ବରୁ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।
ଗାଲୁଆ
ଏହା ଏକ ସଂକ୍ରାମକ ରୋଗ ଏବଂ ଶରୀରର ଭିନ୍ନଭିନ୍ନ ଭାଗକୁ ପ୍ରଭାବିତ କରିପାରେ ।
ପ୍ରାୟତଃ ଗାଲ ତଳେ ମାଢି ପାଖରେ ଥିବା ପ୍ୟାରୋଟିଡଗ୍ରନ୍ଥିରେ ସଂକ୍ରମଣ ହୋଇ ଏହା ଆକ୍ରାନ୍ତ କରେ ।
ଏହି ଗ୍ରନ୍ଥି ଲାଳ ସୃଷ୍ଟି କରିଥାଏ ।
ସଂକ୍ରମଣ ଯୋଗୁ ଏଥିରେ ଫୁଲା ହୁଏ ଯାହାର ଲକ୍ଷଣ ପ୍ରାୟ ୧୫-୨୦ ବିଳମ୍ବରେ ଦେଖାଯାଏ ।
ଗାଲୁଆର ଅଧିକାଂଶ ଲକ୍ଷଣ ଟନସିଲ୍ ସହିତ ମିଶିଯାଉଥିବାରୁ ଅନେକ ଏ ଦୁଇଟି ମଧ୍ୟରେ ପାର୍ଥକ୍ୟ ବାରିପାରନ୍ତି ନାହିଁ ।
ଜ୍ଵର, ମୁଣ୍ଡବ୍ୟଥା, ଭୋକ ନହେବା, ଦୁର୍ବଳତା, ଖାଦ୍ୟ ଚୋବାଇବା ଏବଂ ଗିଳିବାରେ ଯନ୍ତ୍ରଣା, ଗାଲ ଫୁଲିବା ଆଦି ଉଭୟ ଗାଲୁଆ ଏବଂ ଟନସିଲ୍ ର ଲକ୍ଷଣ ।
ଏହି ରୋଗରେ ଗରମ ପାଣି ଗଳଗଳ କରିବା, ଅମ୍ଳୀୟ ପଦାର୍ଥ ତଥା ଫଳରସ ସେବନ କରିବା ଏବଂ ପ୍ରଚୁର ପାଣି ପିଇବା ଲାଗି ପରାମର୍ଶ ଦିଆଯାଏ ।
ହିଟ୍ ଷ୍ଟୋକ
ଏଥିରେ ପୀଡ଼ିତାଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ଖରା ତଥା ଗରମ ଯୋଗୁ ବଢିଚାଲେ ।
ତେବେ ହିଟ୍ ଷ୍ଟୋକର ଆଉ କେତେକ କାରଣ ହେଉଛି- ଡିହାଇଡ୍ରେସନ, ଥାଇରଏଡ ଅସନ୍ତୁଳନ, ଶରୀରରେ ରକ୍ତଶର୍କରା କମିବା, ମଦପାନ, ଉଚ୍ଚ ରକ୍ତଚାପ କିମ୍ବା ଅବସାଦ ପରି ରୋଗର ଉପଚାରରେ ବ୍ୟବହୃତ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଆଦି ।
ଏଥିରୁ ସୁରକ୍ଷା ପାଇଁ ଟାଣ ଖରାରେ ବାହାରନ୍ତୁ ନାହିଁ ।
ଆବଶ୍ୟକ ହେଲେ ଛତା, ଟୋପି ତଥା ସନଗ୍ଲାସ ପିନ୍ଧି ଯାଆନ୍ତୁ ।
ଡିହାଇଡ୍ରେସନ ନହେବା ଲାଗି ପ୍ରଚୁର ପାଣି ପିଅନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment