Commit 6b904d6a authored by Nayan Ranjan Paul's avatar Nayan Ranjan Paul

Upload New File

parent 9b5510c2
ଦାନ୍ତ ଘଷିବାରେ ଗୁରୁତ୍ଵ ଦିଅନ୍ତୁ
ଦାନ୍ତ ଘଷିବା ନିୟମ
ଯୋଗ ଶାସ୍ତ୍ର ଓ ଆୟୁର୍ବେଦରେ ମଳତ୍ୟାଗ ପରେ ଦାନ୍ତ ଘଷିବାର ବିଧାନ ରହିଛି ।
ପିତା , କଷା , ତିକ୍ତ , ରସ ବାଲା ଔଷଧୀୟ ବୃକ୍ଷର ଡାଳ ଆଙ୍ଗୁଳି ମୋଟା ଅନୁସାରେ ୬ ଇଞ୍ଚ ଲମ୍ବର ସିଧା ତାଜା କାଠି ନେଇ ଦାନ୍ତ ସଫାକରିବା ଦରକାର ଦାନ୍ତ କାଠିର ଅଗ୍ରଭାଗକୁ ଦାନ୍ତରେ ଚୋବାଇ ନରମ କରାଯାଇ ଦାନ୍ତ ସଫା କରାଯାଏ ।
ଦାନ୍ତର ଉପର ତଳକୁ ଓ ବାମରୁ ଡାହାଣକୁ ସଫା କରିବାକୁ ହୋଇଥାଏ ।
ପ୍ରତ୍ୟକ ଦିନ ଏକ ନୂତନ ଦାନ୍ତ କାଠିରେ ଦାନ୍ତ ଘଷିବା ଦ୍ଵାରା ମୁଖ ଓ ଦାନ୍ତର ଅନେକ ଗୁଡିଏ ରୋଗ ଦୂର ହେବା ସହିତ ମୁଖରୁ ବ୍ୟାକ୍ଟେରିଆ ଦୂର ହୋଇଥାଏ ।
ରୋଗ ନିରାକରଣ ଦୃଷ୍ଟିରୁ କରଞ୍ଜ , ନିମ୍ବ , ବବୁଲ୍ , ପିଜୁଳି , ଅପମାରଙ୍ଗ , ସାହାଡା , ଗିଲୋୟ ଆଦି ବୃକ୍ଷର କାଠିକୁ ପ୍ରୟୋଗ କରାଯାଇଥାଏ ।
ଦାନ୍ତର ସୁରକ୍ଷା
ଦାନ୍ତ କାଠିରେ ଦାନ୍ତ ଘଷିବା ଦ୍ଵାରା ମୁଖର ସମସ୍ତ ସ୍ନାୟୁ କୋଷ ଗୁଡିକର ବ୍ୟାୟାମ ହୋଇଥାଏ ।
ଦାନ୍ତର ବ୍ୟାୟାମ ହେବା ସହିତ ଦାନ୍ତ ମଜବୁତ୍ ହୋଇଥାଏ ।
ଦାନ୍ତ କାଠି ସହିତ ଗୋବରକୁ ଜଳାଯାଇ ପ୍ରସ୍ତୁତ କରାଯାଇଥିବା ପାଉଁଶ , ହଳଦୀ , ଲୁଣ , ସୋରିଷ ତେଲରେ ମିଶ୍ରଣ , ବିଭିନ୍ନ ଆୟୁର୍ବେଦରୁ ନିର୍ମିତ ପାଉଡର ବ୍ୟବହାର କରାଯିବାର ବିଧାନ ଆୟୁର୍ବେଦରେ ବିଧାନ ରହିଛି ।
ଏହି ପ୍ରକାର ଦାନ୍ତ ଓ ଜିଭ ସଫା କରିବା ଦ୍ଵାରା ମୁହଁର ଦୁର୍ଗନ୍ଧ ସମେତ ଜିଭ , ମୁଖ ଓ ଦାନ୍ତର ମଇଳା ଦୂର ହେବା ଦ୍ଵାରା ବିଭିନ୍ନ ଖାଦ୍ୟ ପଦାର୍ଥର ସ୍ଵାଦ ଜଣାପଡିଥାଏ ।
ଏହା ଦ୍ଵାରା ଶରୀରରେ ସ୍ଵାଭାବିକ ପାଚନ କ୍ରିୟା କରିବାରେ ସହାୟକ ହୋଇଥାଏ ।
ଆଜିକାଲି ଦାନ୍ତ ଘସିବା ପାଇଁ ବଜାରରେ ବ୍ରସ ଉପଲବ୍ଧ ହେଉଛି , ଯାହାର ପ୍ରୟୋଗ ଦାନ୍ତସଫା କରିବା ପାଇଁ କରାଯାଇଥାଏ ।
ଏଥିସହିତ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ବ୍ୟବହାର କରାଯାଇଥାଏ ।
କିନ୍ତୁ ଗୋଟିଏ ବ୍ରସକୁ ବାରମ୍ବାର ବା ମାସାଧିକ କାଳ ବ୍ୟବହାର କରିବା ଦ୍ଵାରା ବ୍ରସରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ ।
ଏହାଛଡା ରୋଗଜୀବାଣୁ ଉତ୍ପନ୍ନ ହୋଇ ଶରୀରର ରୋଗ ସୃଷ୍ଟି କରିଥାନ୍ତି ।
ପ୍ରଥମେ ବ୍ରସ ବ୍ୟବହାର ପୂର୍ବରୁ ଗରମ ପାଣିରେ ୧ ରୁ ୨ ମିନିଟ ପାଇଁ ବୁଡାଇ ରଖିଲେ ଥିବା ଜୀବାଣୁ ନଷ୍ଟ ହୋଇଯାଆନ୍ତି ।
ଦାନ୍ତ ସଫାକରିବା ପରେ ଜିଭ ଉପରେ ଜମା ହୋଇଥିବା ମଇଳାକୁ ସଫା କରିବା ଦରକାର କାହିଁକିନା ଜିଭ ଉପରେ ଥିବା ମଇଳା କୋଷ୍ଠ କାଠିନ୍ୟ ରୋଗର ସୂଚକ ହୋଇଥାଏ , ଯାହାକି ରାତିରେ ଖାଇଥିବା ଭୋଜନ ଠିକ୍ ରୂପରେ ହଜମ ନହୋଇଥିଲେ ଜିଭର ମୂଳରେ ଜମା ହୋଇଯାଇଥାଏ କିମ୍ବା ଶରୀରର ଅସନ୍ତୁଳନ ସଙ୍କେତ ଜିଭରୁ ମିଳିଯାଇଥାଏ ।
ଏହାବ୍ୟତୀତ ଜିଭର ମୂଳରେ ବହୁତ ମଇଳା ଜମା ହୋଇଯାଇଥାଏ ଯାହାଦ୍ଵାରା ମୁଖର ଦୁର୍ଗନ୍ଧ ଆସିବା ସହିତ ସ୍ଵାଦ ଠିକ୍ ରହି ନଥାଏ ।
ପୂର୍ବୋକ୍ତ ଦାନ୍ତ କାଠିକୁ ଦୁଇଫାଳ କରି ଜିଭ ସଫା କରାଯାଇଥାଏ କିମ୍ବା ଷ୍ଟିଲ , ସୁବର୍ଣ୍ଣ , ରୂପା , ତମ୍ବା , ପିତଳ ଧାତୁରେ ବି ଜିଭ ସଫା କରିବା ବା ଜିଭଛେଲା ବନା ଯାଇଥାଏ ; ଯାହା ଆଜିକାଲି ବଜାରରେ ଉପଲବ୍ଧ ।
ଜିଭ କୋମଳ , ଚିକ୍କଣ ଓ ମଝିରେ ଜିଭ ବଙ୍କା ହେଉଥିବା ଦରକାର ନହେଲେ ଜିଭରେ ଘା ହେବାର ସମ୍ଭାବନା ବଢିଯାଇଥାଏ ।
ଦିନର ଆରମ୍ଭରେ ଶୌଚପରେ ଦାନ୍ତ ସଫାକରିବା ସହିତ ରାତ୍ରିରେ ଶୋଇବା ପୂର୍ବରୁ ଦାନ୍ତ ସଫା କରି ଶୋଇବା ବିଧାନ ବର୍ଣ୍ଣିତ ଅଛି ।
ପ୍ରତ୍ୟକ ଦିନ ତାଜା ଦାନ୍ତ କାଠିରେ ଦାନ୍ତ ସଫାକଲେ ଚର୍ମରୋଗ , ମୁଖଗହ୍ଵରର ସମସ୍ତ ରୋଗ , ପେଟ ଜନିତ ରୋଗରୁ ମୁକ୍ତି ମିଳିଥାଏ ।
ଦାନ୍ତ ବିନ୍ଧୁଥିଲେ , ଜିଭରେ କୌଣସି ରୋଗ ହୋଇଥିବା ସମୟରେ , କାନ ରୋଗ , ହୃଦ୍ ରୋଗ , ନେତ୍ର ରୋଗ , ହୋଇଥିବା ଅବସ୍ଥାରେ ଦାନ୍ତ ସଫା କରିବା ଉଚିତ ନୁହେଁ ।
ଏହାଦ୍ୱାରା ଅନ୍ୟାନ୍ୟ ରୋଗ ବଢିବାରେ ଆଶଙ୍କା ରହିଥାଏ ।
ବେଳେବେଳେ ଯାତ୍ରା କରୁଥିବା ସମୟରେ କୌଣସି କାରଣରୁ ଦାନ୍ତ ସଫା ପାଇଁ ଯଦି ସୁବିଧା ନହୁଏ , ତାହେଲେ ପାଣିରେ କୁଳି ଓ ଗଳା ସଫା କରାଯାଇପାରିବ ।
ଏହାଦ୍ୱାରା ମୁହଁରେ ତେଲିଆ ଅଂଶ ଦୂର ହୋଇଯିବା ସହିତ ଗଳାର କଫ ଓ ମୁଖର ମଇଳା ସହଜରେ ବାହାରିଯାଇଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment