Commit 8c2fbff1 authored by Nayan Ranjan Paul's avatar Nayan Ranjan Paul

Upload New File

parent 191d96f4
ଉପକ୍ରମ
ମାଟି ପ୍ରକୃତିର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ।
ଏଥିରେ ଥିବା ମିନେରାଲ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ ।
ଏହା ଶରୀରରୁ ବିଷାକ୍ତ ଦ୍ରବ୍ୟକୁ ଶୋଷିନେଇ ରୋଗ ଦୂର କରେ ।
ଏହାସହ ତ୍ଵଚାର ଉଜ୍ଵଳତା ବଢାଏ ।
ପୃଥିବୀ ଗଠନ ହୋଇଥିବା ପାଞ୍ଚଟି ଉପାଦାନ ମଧ୍ୟରୁ ମାଟି ଅନ୍ୟତମ ।
ଏହି ୫ଟି ଉପାଦାନକୁ ନେଇ ପ୍ରାକୃତିକ ଚିକିତ୍ସା କରାଯାଉଛି ।
ପ୍ରାକୃତିକ ଚିକିତ୍ସା ମଧ୍ୟରେ ମାଟିଚିକିତ୍ସା ବା ମଡ୍ ଥେରାପି ଅନ୍ୟତମ ।
ପ୍ରାକୃତିକ ଚିକିତ୍ସା ବା ନେଚରପାଥି ଆୟୁଷ ବିଭାଗର ଏକ ଅଙ୍ଗ ।
ଏହି ଚିକିତ୍ସା ଦକ୍ଷିଣ ଭାରତରେ ଯଥେଷ୍ଟ ପ୍ରସାର ଲାଭ କରିଛି ।
ଓଡିଶାରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୋର୍ଦ୍ଧାର ବିଞ୍ଚଗିରିରେ ୧୦୦ ସଂଖ୍ୟା ବିଶିଷ୍ଟ ଏକ ନେଚରପାର୍ଥୀ ଡାକ୍ତରଖାନା ଖୋଲାଯିବାକୁ ସ୍ଥିର କରାଯାଇଛି ।
ମଡ୍ ଥେରାପି ଦ୍ଵାରା ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ ହୋଇଥାଏ ।
କେଉଁ ପ୍ରକାର ମାଟି ବ୍ୟବହାର କରାଯାଏ
ପୃଥିବୀର ବିଭିନ୍ନ ଭାଗରେ ବିଭିନ୍ନ ପ୍ରକାରର ମାଟି ଦେଖାଯାଏ ଏବଂ ସେଗୁଡିକର ଗୁଣ ମଧ୍ୟ ଭିନ୍ନ ।
ବ୍ଲାକ ମଡ୍ ବା କଳାମାଟି, ଧଲାମାଟି, ଗେରୁ ମାଟି ହଳଦିଆ ମାଟି, ଉଚ୍ଚମାଟି ମଡ୍ ଥେରାପି ପାଇଁ ବ୍ୟବହାର କରାଯାଏ ।
ମାଟି ସଂଗ୍ରହ କରିବାର ପଦ୍ଧତି
କୌଣସି ପ୍ରକାର ରାସାୟନିକ ପ୍ରଭାବ ନଥିବା ୧ ଫୁଟ ତଳୁ ମାଟି ସଂଗ୍ରହ କରନ୍ତୁ ।
ଗଛ ଛାଇ କିମ୍ବା ସନ୍ତସନ୍ତିଆ ସ୍ଥାନରୁ ମାଟି ସଂଗ୍ରହ କରନ୍ତୁ ନାହିଁ ।
ମାଟି ସଂଗ୍ରହ କରି ତାକୁ ୩ ରୁ ୪ ତା ଖରା ଦିଅନ୍ତୁ ।
ତାପରେ ତାକୁ ଜାଲିରେ ଛାଣି ନିବୁଜ୍ ଡବାରେ ରଖନ୍ତୁ ।
ଯେପରି କୀଟପତଙ୍ଗ ଦାୟୁରୁ ଏହା ସୁରକ୍ଷିତ ରହିପାରିବ ।
ମାଟିକୁ ରାତିରେ ୩୦ ମିନିଟ୍ ପାଣିରେ ଭିଜାଇବାକୁ ପଡେ ।
ତା’ପରେ ମାଟିକୁ ସମାନ ଭାବରେ ଲେପ ଦିଅନ୍ତୁ ଯେପରି ଏହାର ମୋଟେଇ ଅଧ ଇଞ୍ଚରୁ ଏକଇଞ୍ଚ ପର୍ଯ୍ୟନ୍ତ ରହିବ ।
ଆଖି, ମସ୍ତକ, କେଶ ଏବଂ ଶରୀରର ବିଭିନ୍ନ ଅଂସ କାଦୁଅ ପ୍ୟାକ୍ ବ୍ୟବହାର କରାଯାଇପାରିବ ।
ଏହା ପ୍ୟାକ୍ କୁ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ପ୍ରୟୋଗ କରାଯିବା ଦରକାର ।
ଥଣ୍ଡା ଦିନରେ ଯଦିକାଦୁଅ ପ୍ୟାକ ବ୍ୟବହାର କରାଯାଏ ତେବେ ଶରୀରକୁ କମ୍ବଳରେ ଘୋଡାଇ ରଖାଯିବା ଦରକାର ।
ପ୍ୟାକ ଛଡାଇ ସାରିଲା ପରେ ନିମ୍ବ ଛେଲି ଓ ହଳଦୀ ପାଣିରେ ଧୋଇ ଦିଅନ୍ତୁ ।
ଏହାପରେ ଶରୀରକୁ ଶୁଖିଲା କପଡାରେ ପୋଛନ୍ତୁ ।
ବିଭିନ୍ନ ବୈଦ୍ୟଷ୍ଟୋର୍ ରେ ମଧ୍ୟ ଏହି ମାଟି ଉପଲବ୍ଧ ।
ମଡ୍ ଥେରାପିର ଉପକାରିତା
ମୁଡ ପ୍ୟାକ୍ ଚର୍ମ ରଙ୍ଗରେ ଉନ୍ନତି ଆଣିବା ସହିତ ଚର୍ମରେ ଥିବା ଦାଗ ଓ ଅନ୍ୟ କୌଣସି ସମସ୍ଯା ଦୂର କରେ ।
ମଡ ଥେରାପି ଦ୍ଵାରା ସୋରିଆସିସ୍, ଅର୍ଚିକାରିଆ ଲ୍ୟୁକୋଡର୍ମା ଆଦି ଚର୍ମ ରୋଗ, ପ୍ଳିହାରୋଗ, ସ୍ପୋଣ୍ଡିଲାଇଟିସର ମୁକ୍ତି ମିଳିଥାଏ ।
ବ୍ରଣ, ଘିମିରି, ବଥାଦି ଆହନରେ ମାଟିର ଲେପ ଦେଲେ ଏହା ଭଲ ହୋଇଥାଏ ।
ମାନସିକ ଅସ୍ଥିରତା, ମାଇଗ୍ରେନ୍ ସମସ୍ୟା ପାଇଁ ମଥାରେ ମାଟିର ଲେପ ଦେଲେ ଏଥିରୁ ମୁକ୍ତି ମିଳିଥାଏ ।
ସେହିଭଳି ପରିଷ୍କାର ଓ ଆବଡଖାବଡା ମାଟିରେ ଚାଲିଲେ ମଧ୍ୟ ସ୍ନାୟୁଜନିତ ସମସ୍ୟା ଦୂର ହୁଏ ।
ମୁଡ ଥେରାପି ଦ୍ଵାରା ମାଂସପେଶୀ ହାଲୁକା ହେବା ସହିତ ରକ୍ତ ସଂଚାଳନ ବୃଦ୍ଧିପାଏ, ପାଚନ କ୍ରିୟା ସୁଦୃଢ ହୁଏ ଏବଂ ଶରୀରର କୌଣସି ଅଂସ ଫୁଲି ଯନ୍ତ୍ରଣା ହେଉଥିଲେ ସେଥିରୁ ଆରାମ ମିଳେ ।
କେଶରେ ମଧ୍ୟ ମାଟିର ଲେପ ଦେଲେ ଏହା ଏକ ଉତ୍ତମ କଣ୍ଡିସନର କାମ କରେ ।
ବେଳ ଗଛ ମୂଳରୁ ମାଟି ଆଣି ସ୍ତନରେ ଲଗାଇଲେ ଛୋଟ ସ୍ତନର ଆକାର ବୃଦ୍ଧିମଧ୍ୟ ହୋଇଥାଏ ।
ଆଖି ତଳ କଲାଦାଗ ପଡୁଥିଲେ ଲିମବା ଶୁଷ୍କ ତ୍ଵଚା ପାଇଁ ମଧ୍ୟ ମଡ ଥେରାପି ଉପଯୋଗୀ ।
ହେଲେ ମଡ ଥେରାପି କରିବା ସମୟରେ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ତଳି ପେଟରେ ମଡ୍ ପ୍ୟାକ୍
ତଳିପେଟରେ କାଦୁଅ ପ୍ୟାକ୍ ସମସ୍ତ ପ୍ରକାର ଅଜୀର୍ଣ୍ଣ ଦୋଷ ଦୁରହୁଏ ।
ଖାଦ୍ୟନଳୀରେ ଥିବା ଉତ୍ତାପକୁ ଏହା ହ୍ରାସ କରିବା ଶୀତ ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ।
ପୁରୁଷଙ୍କ ସ୍ଵପ୍ନ ଦୋଷ ମହିଳାଙ୍କର ପ୍ରଦର ଦୋଷ ପାଇଁ ତଳିପେଟରେ ମଡ୍ ପ୍ୟାକ୍ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ ।
ଥେରାପି ସମୟରେ ଡାଏଟ୍ ଚାର୍ଟ
ଆର୍ୟୁବଦିକ ଚିକିତ୍ସାକଙ୍କ ପରାମର୍ଶ କ୍ରମେ ରୋଗ ପାଇଁ ଔଷଧ ସେବନ ସହ ମଡ୍ ଥେରାପିର ଉପଯୋଗକରନ୍ତୁ ।
ବିଶେଷତଃ ଥେରାପି ନେବା ସମୟରେ ଅଧିକ ପଣି ପିଇବା ସହ ତେଲମସଲାଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।
ଅଧିକ ସାଲାଡ ଓ ଶୀଘ୍ର ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment