Commit 943f2003 authored by Nayan Ranjan Paul's avatar Nayan Ranjan Paul

Upload New File

parent adadf5c7
ରୋଗ ପ୍ରତିରୋଧ ପାଇଁ ଘରୋଇ ଉପଚାର
ଘରୋଇ ଔଷଧ ଅଁଳା
ଅଁଳାରେ ଭରପୂର ପୁଷ୍ଟିସାର ରହିଛି ।
ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ ।
ତା’ସହିତ ଅନେକ ସାଧାରଣ ରୋଗରୁ ଏହା ଆମ ଶରୀରକୁ ସୁରକ୍ଷିତ ରଖେ ।
ଆପଣ ଅଁଳାକୁ କଞ୍ଚା ଚୋବାଇ ଖାଇ ପାରିବେ ଅବା ଏହାକୁ ଜୁସ୍ କରି ପିଇପାରିବେ ।
ସେହିପରି ଅଁଳାକୁ ଶୁଖାଇ ତାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ ।
ଅଁଳା ଜାମ୍ ଅବା ଆଚାର କରି ମଧ୍ୟ ଖାଇ ପାରିବେ ।
ତେବେ ଆପଣ ଅଁଳାକୁ ଯେକୌଣସି ଉପାୟରେ ଖାଇଲେ ବି ଏହା ଶରୀରର ଉପକାର କରେ ।
ଭିଟାମିନ୍ ‘ସି’ ପାଇଁ ଅଁଳା ହେଉଛି ସର୍ବୋତ୍ତମ ।
ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇଥାଏ ଏବଂ ଜୀବାଣୁ ଓ ଭୂତାଣୁ ଜନିତ ରୋଗରୁ ଶରୀରକୁ ରକ୍ଷା କରେ ।
ଅଁଳାରେ ପୋଲିଫେନୋଲ୍ସ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ବିରୋଧରେ ଲଢ଼େ ।
ଆୟୁର୍ବେଦ ଅନୁଯାୟୀ ଅଁଳା ଶରୀରର ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରେ ।
ତିନିଟି ଦୋଷ- ବାତ, କଫ ଓ ପିତ୍ତକୁ ଏହା ସନ୍ତୁଳିତ କରି ରଖେ ।
ଅଁଳାକୁ ଜୁସ୍ କରି ପିଇଲେ ସବୁଠୁ ଅଧିକ ଲାଭ ମିଳିଥାଏ ।
ଅଁଳା ଜୁସ୍ ପେଟ ସଫା ରଖେ ।
ପାଚନ ପ୍ରକ୍ରିୟା ଠିକ୍ ରହେ ।
ଏହା ଚର୍ମ ଓ ଆଖିକୁ ସୁସ୍ଥ ରଖେ ।
ଦୁଇ ଚାମଚ ମହୁ ସହିତ ଦୁଇ ଚାମଚ ଅଁଳା ଜୁସ୍ ମିଶାଇ ପ୍ରତିଦିନ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ ।
ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ ପାଣି
ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ ।
ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ ।
ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ ।
ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ ।
ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।
ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ ।
ନଡ଼ିଆ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ ।
ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ ।
ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ।
ଆମ ଶରୀରରେ କିଡ୍‌ନୀକୁ ସୁସ୍ଥ ରଖେ ନଡ଼ିଆ ପାଣି ।
ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ ।
କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି ।
କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ୍ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ ।
ନଡ଼ିଆ ପାଣିରେ ଖଣିଜ ଲବଣ ଥାଏ ।
ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ ।
ନଡ଼ିଆ ପାଣି ଆମ ତ୍ୱଚା ମସୃଣ ଓ ଉଜ୍ଜଳ ରଖିଥାଏ ।
ଉପକାରୀ କଞ୍ଚା ଅମୃତଭଣ୍ଡା
କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ ।
ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ ।
ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ ।
ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ।
ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ ହୋଇଯାଏ ।
ସେଥିପାଇଁ କଞ୍ଚା ଅମୃତଭଣ୍ଡାକୁ ସାଲାଡ୍ ଭାବେ ରୋଗୀକୁ ଖାଇବାକୁ ଦିଆଯାଏ ।
ଏହା ଦ୍ୱାରା ରୋଗୀର ଲିଭର୍ ସୁସ୍ଥ ରହେ ।
ସେହିପରି ଥଣ୍ଡା,କାଶ ଓ ଇନ୍‌ଫେକ୍ସନ ସହିତ ବି ଲଢ଼ିଥାଏ କଞ୍ଚା ଅମୃତଭଣ୍ଡା ।
ପରିସ୍ରା ସଂପର୍କିତ ସମସ୍ୟାଗୁଡ଼ିକ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଦୂର ହୋଇଥାଏ ।
ଶରୀରକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ କଞ୍ଚା ଅମୃତଭଣ୍ଡା ।
ଯେଉଁମାନେ କୋଷ୍ଠକାଠିନ୍ୟର ଶିକାର ହୋଇଥିବେ,ସେମାନେ ନିଶ୍ଚିତ ଭାବେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ୍ ।
କାରଣ ଅମୃତଭଣ୍ଡାରେ ପୈପିନ ନାମରେ ଏକ ଏନ୍‌ଜାଇମ୍ ଥାଏ ।
ଏହା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ ।
ଏଣୁ କୋଷ୍ଠକାଠିନ୍ୟର ଶିକାର ବ୍ୟକ୍ତିମାନେ ନିଜ ଖାଇବାରେ କଞ୍ଚା ଅମୃତଭଣ୍ଡାକୁ ନିଶ୍ଚିତ ସାମିଲ କରନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment