Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
af357994
Commit
af357994
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
04bba91c
Changes
1
Hide whitespace changes
Inline
Side-by-side
Showing
1 changed file
with
144 additions
and
0 deletions
+144
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_34
...lingual-corpora/odiasahitya.com/sent_odiasahitya_lekha_34
+144
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_34
0 → 100644
View file @
af357994
କ୍ଷଣିକା
କାହ୍ନୁଚରଣ ମହାନ୍ତି
ତା: ମାର୍ଚ୍ଚ୍ ୩୦, ୨୦୧୩
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ସୂର୍ଯ୍ୟ ଉଠି ନଥା’ନ୍ତି ।
ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି ।
ଖରାଦିନ ।
ମଟର ବସ୍ କଟକ ଷ୍ଟେସନ୍ ଛାଡ଼ିଲା ।
ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା ।
ମୋର ସେଇଆଡ଼େ କାମ ଥାଏ ।
ବସ୍ରେ ପଚିଶି ଜଣଙ୍କ ପାଇଁ ବସିବାର ସ୍ଥାନ, କିନ୍ତୁ ସେଦିନ ଲୋକ ଭିଡ଼ ହେତୁ ଆହୁରି ଦୁଇ ତିନିଜଣ ଅଧିକା ବସିଥାନ୍ତି ।
ଛାତ ଉପରେ ସାଇକେଲ ଓ ଅନ୍ୟାନ୍ୟ ଜିନିଷପତ୍ର ଯାହା ତ ଅଛି, ତା’ଛଡ଼ା ଭିତରେ ମଧ୍ୟ ଜିନିଷପତ୍ର ଖୁନ୍ଦା ହୋଇଛି ।
ଗୋଡ଼ ରଖିବାକୁ ସ୍ଥାନ ନାହିଁ ।
ଆଉ ଦଶଜଣଙ୍କ ପରି ମୁଁ ମଧ୍ୟ ଜଣେ ସାଧାରଣ ଯାତ୍ରୀ ।
ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ, କେତେବେଳେ ଆମର ଏ ଦୁଃଖ ଯିବ ।
ବସ୍ ଛୁଟିଛି ।
ଦୁଇପାଖର ଦୁଇଧାଡ଼ି ଗଛ ସତେ କି ଗତିଶୀଳ ହୋଇ ପଡ଼ିଛନ୍ତି ।
ଦୁଇ ପାଖର ଦିଗହଜା ବିଲ ହତଶ୍ରୀ ଦେଖାଯାଉଛି ।
ମନ କିପରି ତିକ୍ତ ହୋଇ ଉଠିଲାଣି ।
ପାଖର ଲୋକଟି ଘନ ଘନ ବିଡ଼ି ଟାଣୁଛି ଓ ଧୂଆଁ ଛାଡ଼ୁଛି ସମସ୍ତଙ୍କ ମଝିରେ ।
ଆଗର ଲୋକଟି ତା’ର ଘାଗଡ଼ା କଣ୍ଠରେ ଗୋଟିଏ ଅଶ୍ଳୀଳ ସଙ୍ଗୀତର ପଦକୁ ଆବୃତ୍ତି କରୁଛି ।
ଆଉ, ମନେ ମନେ କେଡ଼େ ଆନନ୍ଦ ଅନୁଭବ କରୁଛି ।
ସେ ପାଖରେ ସେ କଲିକତିଆ ବନ୍ଧୁଟି, ଅନର୍ଗଳ ବକ୍ତୃତା ଦେବାରେ ବ୍ୟସ୍ତ ।
ଦାନ୍ତରେ ସୁନାଖିଲ, ହାତରେ ଗୋଟିଏ ପୁରୁଣା ରିଷ୍ଟ୍ୱାଚ୍ ।
ବେଳେବେଳେ ପକେଟ୍ରୁ ଛୋଟ ପାନିଆଁଟି କାଢ଼ି ମୁଣ୍ଡ ସାଉଁଳି ନେଉଛି ।
ଆର ପାଖକୁ ବସିଛି ଯେଉଁ ବୁଢ଼ାଟି, ମୁଣ୍ଡରେ ଚୁଟି, କାନରେ ନୋଳି, ଘୁମେଇ ପଡ଼ୁଛି ପାଖ ସିଲ୍କ ପଞ୍ଜାବିପିନ୍ଧା ବାବୁଟି ଉପରେ ।
ଚୁଟି ଝିଙ୍କା, କହୁଣି ଗେବା ଓ ଗାଳି ଖାଇ ମଧ୍ୟ ବୁଢ଼ାର ନିଦ ଭାଙ୍ଗୁନ ନାହିଁ ।
ଏମିତି-
ବସ୍ ଛୁଟିଛି ।
ସୂର୍ଯ୍ୟ ଉଠିଲେ ଦୂର ବରଗଛ ଗହଳି ଭିତରୁ ।
କେହି ଚାହିଁଲେ ନାହିଁ ତାଙ୍କ ଆଡ଼କୁ ।
ଥରଟିଏ ଚାହିଁ ମୁଁ ମଧ୍ୟ ଆଖି ଫେରାଇଲି ।
ମୋର ବନ୍ଧୁମାନଙ୍କର କ୍ରିୟାକଳାପ ଲକ୍ଷ୍ୟ କରି ତା’ରି ଭିତରେ ମନ ହଜାଇଦେବାକୁ ଚେଷ୍ଟା କଲି ।
ହଠାତ୍ ବସ୍ ବନ୍ଦ ହୋଇଗଲା ।
ଡ୍ରାଇଭର ଯେତେ ଚେଷ୍ଟା କଲା ଚଳାଇବାକୁ, ହେଲାନାହିଁ ।
ହତାଶ ହୋଇ କହିଲା, ଆପଣମାନେ ଟିକିଏ ଓହ୍ଲାନ୍ତୁ, ମୁଁ ଦେଖେ ।
ବିରକ୍ତ ଲାଗିଲା ।
ହେଲେ ଉପାୟ ନାହିଁ ।
ବସ୍ ଯଦି ଠିକ୍ ନହୁଏ, କେଜାଣି କେତେ ସମୟ ବାଟରେ ପଡ଼ି ରହିବାକୁ ହେବ ।
ହେ ଭଗବାନ୍ ।
କି ଦୁର୍ଯ୍ୟୋଗ ଆଜି ।
ସମସ୍ତେ ଓହ୍ଲାଇଲେ ।
ରାସ୍ତା କର ଝଙ୍କାଳିଆ ବରଗଛ ତଳେ ବସିଲି ।
ରାସ୍ତା ପାଖରୁ କିଛି ଦୂର ଛାଡ଼ି ବିଲ ମଝିରେ ଛୋଟ ପୋଖରୀଟିଏ ।
ଦଳ ଭିଡ଼ି ରହିଛି ।
ପୋଖରୀ ହୁଡ଼ାରୁ ବଙ୍କେଇ ବଙ୍କେଇ ଚଲା ବାଟଟିଏ ପଡ଼ିଛି ପାଖ ଗାଁ ଆଡ଼କୁ ।
ମୋର ଆଖି ସେହି ବାଟ ଉପରେ ଲାଗି ରହିଲା ।
ସକାଳର ସୁନେଲି କିରଣ ପଡ଼ୁଥିଲା ତା’ର ସୁନ୍ଦର ପୂରିଲା ପୂରିଲା ମୁହଁ ଉପରେ ।
ଅମଳିନ ସଦ୍ୟଫୁଟା ପଦ୍ମଫୁଲଟି ଯେପରି ଧୀର ମନ୍ଥର ଗତିରେ ଚାଲି ଚାଲି ଆସୁଛି ।
ଲୀଳାୟିତ ଗତି, ନାଲି ରଙ୍ଗୀନ୍ ଲୁଗାର ଓଢ଼ଣା କପାଳର ଅଧେ ଘୋଡ଼ାଇ ରଖିଛି ।
ଝୁମୁ ଝୁମୁ ବାଜୁଥିଲା ନୂପୁର ।
ସଙ୍ଗରେ ତା’ର ଆଉ ଜଣେ ଝିଅ ।
ଦୃଷ୍ଟି ମୋର ଟାଣି ହୋଇଗଲା ।
ସତେ କେଡ଼େ ସୁନ୍ଦର ! କବିତାର ମୂର୍ଚ୍ଛନା ଉଠିଲା ଛାତିରେ ।
କାହାର ପ୍ରେୟସୀ ? କିଏ ସେ ଭାଗ୍ୟବାନ୍ ! ମନ ଉଚ୍ଛନ୍ନ ହେଲା ଜାଣିବାକୁ ।
କାହାକୁ ପଚାରିବି ? ସଂସ୍କୃତି ଚେଇଁ ଉଠିଲା ମନରେ ।
ପର ଦାରେସୁ ମାତୃବତ୍ ।
ଆଖି ଫେରାଇଲି ।
ପକେଟ୍ରୁ ଖବରକାଗଜ କାଢ଼ି ପଢ଼ିବାକୁ ଚେଷ୍ଟା କଲି ।
ଆଖି ଆଗରେ ଅକ୍ଷରଗୁଡ଼ାକ କେବଳ ଗତି କରିଗଲା, କିଛି ବୁଝିଲି ନାହିଁ ।
ମନଭିତରୁ ଇଙ୍ଗିତ ଦେଲା କିଏ, ଫେରି ଚାହାଁ ।
ଲାଜ ମାଡ଼ିଲା ନିଜକୁ ।
ମୋର ଅପରିଚିତା ବନ୍ଧୁମାନଙ୍କ ଆଡ଼କୁ ଥରେ ଚାହିଁଲି ।
କେତେଜଣ ବସ୍ ମରାମତି କରିବାରେ ବ୍ୟସ୍ତ ।
ଆଉ କେତେଜଣ ବାଁଆରେଇ ହୋଇ ବରଗଛ ଆଡ଼କୁ ମୋହିଛନ୍ତି ।
କଣେଁଇ ଚାହିଁଲି ପୋଖରୀଆଡ଼କୁ ।
ପୋଖରୀର ଶେଷ ପାହାଚରେ ବସିଚି ସେହି ଅପରିଚିତା ।
ଗୋଡ଼ ଦିଓଟି ପାଣି ଭିତରକୁ ଲମ୍ବାଇ ଦେଇଛି ।
ମୁଣ୍ଡରେ ଆଉ ଲୁଗା ନାହିଁ ।
ଖଣ୍ଡେ ଗାମୁଛାରେ ଫୁଙ୍ଗୁଳା ହାତକୁ ଘଷି ପରିଷ୍କାର କରୁଛି ।
ତା’ର ସଙ୍ଗରେ ଆସିଥିବା ଝିଅଟି, ଯୌବନ ଯାହାର ପାଖେଇ ଆସିଲାଣି, ଚଳ ଚଳ କରି ପାଣି ପକାଉଛି ତା’ ଉପରକୁ ।
ହସି ହସି ପାଣିକୁଆ ପରି ମୁଣ୍ଡ ବୁଡ଼ାଇ ଓଦା ସରସର ହୋଇ ଉଠୁଛି ଉପରକୁ ।
କହୁଛି, ଆସୁନ ନୂଆଊ’ ଉଛୁର ହେବ ଯେ- ହାତ ଧରି ଟାଣୁଛି ପାଣି ଭିତରକୁ ।
ଠଓ ପାଖୁଡ଼ାରେ ଚମକି ଉଠୁଚି ହସ ।
ରହ ମ, ଏ ଗାଡ଼ିଟି ଯାଉ, ମିଣିପଗୁରା ପରା ।
କଥା ଅଧା କରି ତେରଛା ଚାହିଁଲା ।
ମୁହୂର୍ତ୍ତେ ଆଖି ଦୁଇଟିର ଭୀତିଜଡ଼ିତ କୌତୂହଳ ଚାହାଣି ମୋର ମୋହଗ୍ରସ୍ତ ପିପାସାକୁଳ ଆଖିରେ ମିଶିଲା ।
ମନେ ହେଲା ଯେପରି ସେ ଦୃଷ୍ଟି ମୋର ଅନ୍ତର ଭେଦ କରିଛି ।
ସେ ଦୃଷ୍ଟି ଆନତ କଲା ।
ତା’ର ସଙ୍ଗୀ କହିଲା, ଆସ ମ, ମିଣିପଗୁରା କଅଣ ତମକୁ ଅନେଇ ବସିଛନ୍ତି କି ?
ଷୋଡ଼ଶୀ ଓହ୍ଲାଇଲା ପାଣି ଭିତରକୁ ।
ସେହି କଲିକତିଆ ବାବୁଟି- ଦାନ୍ତରେ ଯାହାର ସୁନାଖିଲି, ପାଖକୁ ଆସି କହିଲା, ବାବୁ କ’ଣ ଖବର ? ଟିକିଏ ପାଟି କରି ପଢ଼ିବେ ନାହିଁ ? ସେ ମୋ ଆଗରେ ବସିଲା ।
ନିଜକୁ କିପରି ଅପରାଧୀ ମନେକଲି ।
ପୋଖରୀ ଆଡ଼କୁ ଆଉଥରେ ଚାହିଁବାକୁ ଇଚ୍ଛା ହେଉଥିଲେ ମଧ୍ୟ ଭଦ୍ରତା ଖାତିରରେ ଖବର କାଗଜ ପଢ଼ିବାକୁ ଲାଗିଲି… ‘କଟକରେ ଭୀଷଣ ଘର ପୋଡ଼ି-’
କଲିକତି ବାବୁଟି ଖାଲି ହୁଁ ମାରୁଥାଏ ।
ମଜା ଦେଖିବାକୁ ତାକୁ କଣେଇଁ ଚାହିଁ ପଢ଼ିବାର ଛଳନା କରି କହିବାକୁ ଲାଗିଲି, ‘ଗୋପାଳ ବାବୁଙ୍କର ଗାଈ ତିନୋଟି ମଣିଷ ଛୁଆ ଜନ୍ମ କରିଛି’ ।
‘ଦୁଇଦିନ ତଳେ କଲିକତାରେ ଯୋତା ବୃଷ୍ଟି ହୋଇଥିଲା ।’
ହୁଁ, ହୁଁ-
ବାବୁଟି ଏକଆଖିରେ ପୋଖରୀ କୂଳକୁ ଚାହିଁ ରହିଛନ୍ତି ।
ଆପେ ଆପେ ପକେଟ୍ରୁ ପାନିଆଟା କାଢ଼ି ହୋଇ ଯାଉଛି ଓ ମୁଣ୍ଡ ସାଉଁଳିବାରେ ବ୍ୟସ୍ତ ଅଛି ।
ମୁଁ ପଢ଼ା ବନ୍ଦ କଲି, ତଥାପି ବାବୁଟି ଦୁଇଥର ହୁଁ ହୁଁ କହି କ’ଣ ଯେପରି ଶୁଣୁଛନ୍ତି ତା’ର ପ୍ରମାଣ ଦେବାକୁ ବ୍ୟସ୍ତ ।
ତାଙ୍କର ଆଖି ଲାଖି ରହିଥିଲା ପାଣି ତୁଠରେ ।
ସେହି ବୋହୂଟିର ପିଠିରୁ ଲୁଗା କାଢ଼ି ଫୁଙ୍ଗୁଳା ପିଠିରେ ଆର ଝିଅଟି ହଳଦି ଲଗାଇ ଦେଉଛି ।
ମୋର ଭାରି ରାଗ ହେଲା ।
ଅନୁଭବ କଲି ସତେ ଯେପରି ଲୋକଟା ମୋତେ ନିର୍ବୋଧ କରିଛି ।
ମନେ ହେଲା, ସତେ ଯେପରି ସେହି ଅଜଣା ବୋହୂଟିକୁ ଦେଖିବାର ଓ ତା’ର ଅଧଲଙ୍ଗଳା ଦେହର ସବୁ ଶୋଭା, ସବୁ ମଧୁରତା ଉପଭୋଗ କରିବାର ଏକମାତ୍ର ମୋଓରି ଅଧିକାର ।
ମୋର କେହି ପ୍ରତିଦ୍ବନ୍ଦୀ ହେବ, ଏହା ମୁଁ ସହି ପାରିବି ନାହିଁ ।
ମୋଓରି ଭିତରୁ ଯେପରି କିଏ କହି ଉଠିଲା, ମୋର, ସେ ମୋର-
କଲିକତିଆ ବାବୁଟିର ହାତ ଧରି ଟିକିଏ ଜୋର୍ରେ ହଲାଇ ଦେଇ କହିଲି- ନିଅ, ତମେ ନିଜେ ଏ କାଗଜ ପଢ଼ ।
ମୁଁ ପଢ଼ି ପାରିବି ନାହିଁ ।
ସେ ଟିକିଏ ଚମକି ପଡ଼ିଲା ପରି ହୋଇ ମୋତେ ଅନାଇ କହିଲା, ଥାଉ, ରଖନ୍ତୁ, ମଟରରେ ପଢ଼ିବା ।
ପୁଣି ଚାହିଁଲା ପୋଖରୀ କୂଳକୁ ।
ବୋହୂଟି ପାଣି ଭିତରେ ପଶିଲାଣି ।
କେଡ଼େ ନିରୀହ ଆଖିରେ ମୋର ଆଡ଼କୁ ଚାହିଁ ରହିଛି ।
ହୁଏତ ମୁଁ ଭାବୁଥିଲି ସେହିପରି ।
କଲିକତିଆ ବନ୍ଧୁଟି ମଧ୍ୟ ସେଇ କଥା ଭାବୁଥିବ ।
ଆରପାଖ ହୁଡ଼ାରେ ଟହଲ ମାରୁଛି ଯେଉଁ ଲୋକଟି, ଘାଗଡ଼ା କଣ୍ଠରେ ଗାଉଛି ଅଶ୍ଳୀଳ ଗୀତ, ସେ ମଧ୍ୟ ଭାବୁଛି ସେଇ କଥା ।
ମୁଣ୍ଡରେ ଚୁଟି, କାନରେ ନୋଳି, ବୟସ ଷାଠିଏ ପାଖାପାଖି, ହାତରେ ନୋଟାଟିଏ ନେଇ ପାହାଚରେ ଓହ୍ଲାଇଲାଣି, ବୟସ ଗଲାଣି, ଶୋଷ ମରିନାହିଁ ।
ସେ ବି ଭାବୁଛି ।
ମଟର ପାଖରୁ ଆଉ ଦୁଇ ଚାରି ଜଣ ବରମୂଳକୁ ଗଡ଼ିଲେଣି ।
ଆରେ ଆରେ, ଏ ଲୋକଗୁଡ଼ାକ ବଡ଼ ଅଭଦ୍ର ତ, ବିଚାରୀ କ’ଣ ଜାଣିଥିଲା ଆଜି ମଟର କଳ ବିଗିଡ଼ିବ, ଆଉ ସେ ଏପରି ହଇରାଣ ହେବ ? ଗାଁ ବାହାରେ ବିଲ ମଝି ଏକୁଟିଆ ପୋଖରୀରେ ନିରୋଳାରେ ଗାଧୋଇବାର ଯେଉଁ ଆନନ୍ଦ, ଯେଉଁ ସ୍ବାଧୀନତା, ସେତକ ତା’ର ଆଜି ସରିଛି ।
ଭରା ଯୌବନ ଓ ଝରା ଲଜ୍ଜା, ଦମକା ଛାତି ଓ ଚମକା ସଙ୍କୋଚ, ଉଛୁଳା ପ୍ରେମ ଓ ତୀକ୍ଷ୍ଣ କଟାକ୍ଷ ଧରି ସେ କେବେ ଆସିବ ନାହିଁ ଏପରି ।
ଝିଅଟି ଉପରକୁ ଉଠି ଲୁଗା ପାଲଟି ଡାକିଲାଣି, ଆସୁନା ନୂଆଊ’, କେତେ ଡେରି ହେଲାଣି ?
ବୋହୂଟି ବେକଯାଏ ପାଣିରେ ବୁଡ଼ାଇ ରଖିଛି ।
ପାଣି ଉପରକୁ ଯେଉଁ ମୁଣ୍ଡଟି ଉଠିଛି ସେ ମଧ୍ୟ ଗୋରା ହୋଇଛି ରଙ୍ଗୀନ୍ ପଣତରେ ।
ପୋଖରୀରେ ଫୁଟିଥିବା ଦୁଇଚାରିଟା ନାଲି କଇଁଫୁଲ ପରି ସେ ମଧ୍ୟ ଯେପରି ଗୋଟିଏ ।
ମୁହଁ ବୁଲାଉଛି ନଣନ୍ଦ ଆଡ଼କୁ ।
ଆସୁନା !
ରହ !
ମୁଁ ତେବେ ଆଗରେ ଯାଉଛି ।
ଦୁଇ ପାହାଚ ଉଠୁଛି ଝିଅଟି ।
ହାତରେ ତା’ର କଇଁଫୁଲ ।
ରହ ମ !
ଅଟକି ରହୁଛି ଝିଅଟି ।
ଜାଣେ ନା ସେ, କାହିଁକି ତା’ର ନୂଆବୋଉ ପାଣିରୁ ଉଠିବାକୁ ଉଛୁର କରୁଛି ।
ଜାଣେ ନା ସେ, କାହିଁକି ଏତେ ଅପରିଚିତ ଲୋକ ସେହି ସୁନା ପ୍ରତିମାର ପାଣିରୁ ଉଠିବା ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ।
ହୁଏତ ସମସ୍ତ ବିବାହିତ, ହୁଏତ ସମସ୍ତେ ନାରୀ ଦେହ ସଙ୍ଗେ ଘନିଷ୍ଠ ଭାବରେ ପରିଚିତ, ତଥାପି ସେଥିରେ କ’ଣ ନୂତନତ୍ବ ଅଛି ?
ଅଥବା, ନୂତନତ୍ବ ମଣିଷର ମନରେ ?
ନ ଯଯୌ ନି ତସୌଃ !
ମଟର ଡ୍ରାଇଭର ହର୍ଣ୍ଣ ଦେଲା ।
ଇଚ୍ଛା ନାହିଁ, ବାଧ୍ୟ ହୋଇ ଯେପରି ସମସ୍ତେ ବସ୍ ଭିତରକୁ ଆସିଲେ ।
ଯିବାକୁ ହିଁ ତ ହେବ ।
ସ୍ବପ୍ନ ଭାଙ୍ଗିଲା- ବସ୍ ଚାଲିଲା ।
ସେହିବାଟେ ନିତି ଚାଲିଛି କେତେ ବସ୍ ।
କେତେଥର ମୁଁ ଯାଇଛି ।
ବରଗଛ ପାଖେଇ ଆସିଲେ ଆଖି ଦୁଇଟା ଆପେ ଆପେ ଟାଣି ହୋଇଯାଏ ସେହି ପୋଖରୀ ଘାଟକୁ ।
ଭରାପାଣି, ଦଳ, ନାଲିକଇଁ ପାହାଚ ହୁଡ଼ା, ଲମ୍ବି ଯାଇଛି ବାଟଟି ବଙ୍କେଇ ଗାଁ ଭିତରକୁ ।
ସବୁ ପଡ଼େ ଆଖିରେ ।
ପଡ଼େ ନାହିଁ ସେହି ହସକୁରି ନିର୍ବୋଧ ଝିଅଟି, ଆଉ ଶରତ ପୁନେଇଁର ଅନାବିଳ ଉଜ୍ଜ୍ବଳ ଚାନ୍ଦପରି ଉଇଁଥିଲା ଯେଉଁ ଯୁବତୀ ରୂପର ଢେଉ ଖେଳାର ଦେଇଥିଲା- ସେହି କ୍ଷଣିକା ! ଯାହାକୁ ମୋ’ର ବୋଲି କହିବାକୁ ଉଚ୍ଛନ୍ନ ହୋଇଥିଲା ମନ !
ବସ୍ ଚାଲିଯାଏ ।
ଅଦୃଶ୍ୟ ହେବାଯାଏ ଗଛଟିକୁ ପଛେଇ ଚାହେଁ ।
ଛପିଯାଏ ଗଛ ।
କିପରି ଖରାପ ଲାଗେ ।
ପ୍ରଶ୍ନଉଠେ ଭିତରେ, କାହିଁ ସେ ?
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment