Commit b1971a99 authored by Nayan Ranjan Paul's avatar Nayan Ranjan Paul

Upload New File

parent 81039d66
ଖରା ଦିନରେ ସ୍ୱାସ୍ଥ୍ୟ ସମସ୍ୟା ! ଜାଣନ୍ତୁ କେମିତି ହେବା ସଚେତନ
ଖରା ଦିନ
ଖରାଦିନ ଆସୁଆସୁ ଏକାଧିକ ସୃଷ୍ଟି ହୋଇଥାଏ ।
ଜ୍ୱର ତ ସାଧାରଣ କଥା ।
ତେବେ ଗରମ ହେଉଥିବା ବେଳେ ଅସୁସ୍ଥତା ଅବସ୍ଥା ଖରାପ କରିଦିଏ ।
ଜାଣନ୍ତୁ କେମିତି ହେବା ସଚେତନ ।
ସ୍ୱାସ୍ଥ୍ୟ ସମସ୍ୟା
ହିଟ୍ ଷ୍ଟ୍ରୋକ୍ :
ଅତ୍ୟଧିକ ଗରମ ଯୋଗୁଁ ଲୁ ଲାଗିବା କିମ୍ବା ହିଟ୍ ଷ୍ଟ୍ରୋକ୍ ହୋଇପାରେ ।
ଏଥିରେ ମୁଣ୍ଡ ବୁଲାଇବା ସହ ବାନ୍ତିହେବା ,ଜ୍ୱର ଆସିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ ।
ଖରାରେ ମୁଣ୍ଡକୁ ଘୋଡାଇ ବାହାରନ୍ତୁ ।
ଅଧିକ ପାଣି ପିଇବା ସହ ଘରୁ ବାହାରିବା ବେଳେ ନିଜ ସହ ଲେମ୍ବୁପାଣି ,ଲସି କିମ୍ବା ଘୋଳଦହି ନେବା ଉଚିତ୍ ।
ଡିହାଇଡ୍ରେସନ :
ଶରୀରରେ ଜଳୀୟ ଅଂଶ ଅଭାବ ହୋଇ ଡିହାଇଡ୍ରେସନ ହୋଇପାରେ ।
ଏପରି ହେଲେ ମୁଣ୍ଡ ବୁଲାଇଲା, କ୍ଲାନ୍ତପଣ, ମୁଣ୍ଡବ୍ୟଥା ପରି ସମସ୍ୟା ହୋଇଥାଏ ।
ଦିନକୁ ଅତି କମରେ ୮ରୁ ୧୦ଗ୍ଲାସ୍ ପାଣି ନିଅନ୍ତୁ ।
ଫଳରସ ,ଲସି ,ଘୋଳଦହି ପିଇପାରିବେ ।
ଫୁଡ୍ ପଏଜନିଂ :
ଖରାଦିନେ ଖାଦ୍ୟ ଶୀଘ୍ର ବାସି ହୋଇଯାଏ ।
ତେଣୁ ବାସି ଖାଦ୍ୟ ଖାଇବା ତଥା ଖରାପ ପାଣି ପିଇବା ଯୋଗୁଁ ଫୁଡ୍ ଡଏଜନ୍ ହୋଇପାରେ ।
ଏଭଳି ହେଲେ ଶରୀରରେ ଯନ୍ତ୍ରଣା, ଦୁର୍ବଳତା, ଜ୍ୱର, ବାନ୍ତି , ଡାଇରିଆ, ମୁଣ୍ଡବ୍ୟଥା ଆଦି ହୋଇପାରେ ।
ବାହାରର ଛଣାଛଣି ଖାଦ୍ୟ ନଖାଇ ଘରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ଏବଂ ଶୁଦ୍ଧ ପାଣି ପିଅନ୍ତୁ ।
ଜଣ୍ଡିସ୍
ଖରାଦିନେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଅପରିଷ୍କାର ପାଣି ପିଇବା ତଥା ଭାଇରାଲ ଇନଫେକସନ କାରଣରୁ ଜଣ୍ଡିସ୍ ହୋଇପାରେ ।
ଏଭଳି ହେଲେ ନଖ,ମୂତ୍ର,ଚର୍ମ ଏବଂ ଆଖି ହଳଦିଆ ପଡିଯାଏ ।
ବାହାର ଖାଦ୍ୟ ଖାଆନ୍ତୁନାହିଁ ,ପରିଷ୍କାର ପାଣି ପିଇବା ସହ ସ୍ୱଚ୍ଛ ରହିବା ଉଚିତ୍ ।
ଟାଇଫଏଡ୍:
ଖରାଦିନେ ଭାଇରାଲ୍ ଇନଫେକସନ କିମ୍ବା ଅସ୍ୱଚ୍ଛ ପାଣି କାରଣରୁ ଟାଇଫଏଡ୍ ହୋଇପାରେ ।
ବାହାର ପାଣି ଓ ଖାଦ୍ୟ ଠାରୁ ଦୂରେଇ ରହିବା ସହିତ ଭଲଭାବେ ହାତ ସଫା କରି ଖାଦ୍ୟ ଗ୍ରହଣ କରନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment