Commit babfaa27 authored by Nayan Ranjan Paul's avatar Nayan Ranjan Paul

Upload New File

parent c2886571
ମ୍ୟାଲେରିଆ
ଉପକ୍ରମ
ମ୍ୟାଲେରିଆ, ମଶା କାମୁଡିବା ଦ୍ଵାରା ବ୍ୟାପୁଥିବା ଏକ ମାରାତ୍ମକ ରୋଗ ।
ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହି ରୋଗ ଶିଶୁର ମୃତ୍ୟୁ ଓ ତାର ବିକାଶରେ ବାଧକ ସୃଷ୍ଟି କରିବାର ମୁଖ୍ୟ କାରଣ ହୋଇପାରେ ।
ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ବିଶେଷ ରୂପରେ ବିପଦପୂର୍ଣ୍ଣ ଅଟେ ।
ମ୍ୟାଲେରିଆ ହେବା ଦ୍ଵାରା ରକ୍ତ କମ୍ ହେବା ଯୋଗୁଁ ଅନେକ ବିପଦ ଦେଖାଯାଏ ।
ଯେପରିକି ଗର୍ଭପାତ ହୋଇପାରେ, ମୃତ ଶିଶୁ ଜନ୍ମ ହୋଇପାରେ, ଜନ୍ମ ସମୟରେ ଶିଶୁର ଓଜନ କମ୍ ହୋଇପାରେ ଏବଂ ମାଆର ଜୀବନ ମଧ୍ୟ ଚାଲି ଯାଇପାରେ ।
ମ୍ୟାଲେରିଆର ଦୂରୀକରଣ ଏବଂ ଠିକ୍ ସମୟରେ ଚିକିତ୍ସା କାଲେ ବହୁତ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ।
ମୁଖ୍ୟ ସୂଚନା
ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ ବ୍ୟାପେ ।
ମଶା କାମୁଡିବାର ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି, କୀଟନାଶକ ଔଷଧରେ ଭିଜାଇ, ଶୁଖାଇ ଅର୍ଥାତ୍ ଉପଚାରିତ ମଶାରୀ ଟାଣି ଶୋଇବା ।
ମ୍ୟାଲେରିଆପ୍ରବନାଞ୍ଚଳରେ ପିଲାଙ୍କ ପାଇଁ ଅଧିକ ବିପଦ ଥାଏ ।
ଯଦି ଶିଶୁକୁ ଜ୍ଵର ଆସେ ତେବେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଶୀଘ୍ର ତାର ପରୀକ୍ଷା କରିବା ଦରକାର ଏବଂ ଯେତେ ଶୀଘ୍ର ସମ୍ଭବ ତାକୁ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଔଷଧ ଦେବା ଉଚିତ୍ ।
ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ଖୁବ୍ ବିପଦଜନକ ଅଟେ ।
ମ୍ୟାଲେରିଆ ପ୍ରବଣ ଅଞ୍ଚଳମାନଙ୍କରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁଯାୟୀ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବଟିକା ଖାଇବା ଉଚିତ୍ ।
ମ୍ୟାଲେରିଆରେ ପୀଡିତ କିମ୍ବା ତା’ପରେ ଭଲ ହୋଇ ଯାଇଥିବା ଶିଶୁକୁ ବହୁତ୍ ଖାଦ୍ୟପନୀୟ ଦେବା ଉଚିତ୍ ।
ମସାମାନଙ୍କର ବଂଶବୃଦ୍ଧିକୁ ରୋକିବା ପାଇଁ ପରିବାର ଓ ଗୋଷ୍ଠୀସ୍ତର ରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣକରି ମ୍ୟାଲେରିଆ ବ୍ୟାପକତାକୁ ହ୍ରାସ କରାଯାଇପାରିବ ।
ସମସ୍ତେ ଜାଣିବା ଦରକାର
ଯଦି ଚିକିତ୍ସା ପରେ ମଧ୍ୟ ମ୍ୟାଲେରିଆର ଲକ୍ଷଣ ଦେଖାଯାଏ, ତେବେ ଶିଶୁକୁ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଖାନା ନେଇ ଦେଖାଇବା ଦରକାର ।
ହୋଇପାରେ କି :
ଶିଶୁକୁ ପୂର୍ଣ୍ଣ ମାତ୍ରାରେ ଔଷଧ ମିଲୁନଥାଇ ପାରେ ।
ଶିଶୁକୁ ମ୍ୟାଲେରିଆ ବ୍ୟତୀତ ଅନ୍ୟ କୌଣସି ରୋଗ ହୋଇଥାଇପାରେ ।
ମ୍ୟାଲେରିଆ ଉପରେ ଔଷଧର ପ୍ରଭାବ ପଡୁ ନଥାଇପାରେ କିମ୍ବା ଶିଶୁକୁ ଅନ୍ୟ କୌଣସି ଔଷଧର ଆବଶ୍ୟକତା ହେଉଥାଇପାରେ ।
ଜ୍ଵର ବେଳେ ଶିଶୁକୁ ଥଣ୍ଡା ରଖିବା
ଶିଶୁକୁ ଯେତେବେଳେ ପର୍ଯ୍ୟନ୍ତ ଜ୍ଵର ରହେ, ସେତେବେଳ ପର୍ଯ୍ୟନ୍ତ ତା ଶରୀରକୁ ଥଣ୍ଡା ରଖିବା ପାଇଁ :
ସତେଜ ପାଣିରେ ପୋଛିବା କିମ୍ବା ଗାଧୋଇ ଦେବା ଦରକାର ।
ପାଣି ଥଣ୍ଡା ହୋଇ ନଥିବା ଦରକାର ।
ଶିଶୁକୁ ଅଳ୍ପ କନାରେକିମ୍ବା ଗୋଟିଏ କମ୍ବଳ ଘୋଡାଇବା
ମଶା ସଂଖ୍ୟା କମ୍ ହେବା ଲାଗି
ପାଣି ଜମା ହେଉଥିବା ସ୍ଥାନଗୁଡିକୁ ପୋତି ପକାନ୍ତୁ କିମ୍ବା ସେଠାରୁ ପାଣି ବାହାର କରି ଦିଅନ୍ତୁ ।
ପଣି ରଖୁଥିବା ପାତ୍ର କିମ୍ବା ଟାଙ୍କିକୁ ଘୋଡାଇ ରଖନ୍ତୁ ।
ଘରର ଚତୁଃପାର୍ଶ୍ଵରେ ଥିବା ବୁହା ଲଟାକୁ ପରିଷ୍କାର କରିଦିଅନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment