Commit dd51ccce authored by Nayan Ranjan Paul's avatar Nayan Ranjan Paul

Upload New File

parent 62cd5ec0
ଭିନ୍ନ ଇଲାକା
ବିଜୟ କୁମାର ମିଶ୍ର , ଭୁବନେଶ୍ବର
ତା: ଜାନୁଆରୀ ୨୮, ୨୦୧୧
ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ →
କୋଦାଳଟା ଥୋଇ ଜଗୁଆ ଅଣ୍ଟା ସଳଖିଲା ।
କପାଳ ଉପରେ ବିଶି ଆଙ୍ଗୁଠିଟାକୁ ୱାଇପର ଭଳି ବୁଲାଇ ଆଣି ଜମି ଆସୁଥିବା ଝାଳ ପୋଛୁପୋଛୁ ଆକାଶରେ ସୂର୍ଯ୍ୟଙ୍କ ଅବସ୍ଥିତି ଦେଖି ସମୟ ଜାଣିବାପାଇଁ ଚେଷ୍ଟା କଲା – ନା’ ବେଳ ବେଶୀ ହୋଇନି ।
ସକାଳେ ପିଲା ତିନିଟାକୁ ଗାଁ ସ୍କୁଲ ପାଖରେ ଛାଡିଦେଇ ଆସିଥିଲା ।
କାଲି କାମରୁ ଫେରିଲାବେଳେ ସ୍କୁଲ ସାର୍ କହିଥିଲେ, ପିଲାମାନଙ୍କୁ ପରିଷ୍କାର କରି ସ୍କୁଲକୁ ପଠାଇବା ପାଇଁ, କାଲି ଗଣତନ୍ତ୍ର ଦିବସ ।
ଗଣତନ୍ତ୍ର ଦିବସ କ’ଣ ସେ କହିପାରିବ ନାହିଁ ।
ଖାଲି ଏତିକି ସେ ଜାଣିଛି ଯେ ପିଲାମାନେ ଗୀତ ଗାଇ, ପତାକା ଧରି ଗାଁ ବୁଲନ୍ତି ।
ସାଆନ୍ତ ସାହିର ପିଲାମାନେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ଧାଡି ଆଗରେ ଥାଆନ୍ତି ।
ଆମ ସାହିର ପିଲାମାନେ ପଛରେ ଥାଆନ୍ତି ପୁରୁଣା ଲୋଚାକୋଚା ପ୍ୟାଣ୍ଟସାର୍ଟ ପିନ୍ଧି ।
ଗୋଡ଼ରେ ଜୋତା ନ ଥାଏ ।
ଆଣ୍ଠୁଏ ବହଳର ଧୂଳି ଲାଗିଯାଇଥାଏ ।
ଦୂରରୁ ସ୍ପଷ୍ଟ ବାରିହୋଇପଡେ ସେ ସାଆନ୍ତ ସାହିର ପିଲା ଆଉ ଏ ଅନ୍ୟ ସାଇର ପିଲା ।
ମଝିରେ ମଝିରେ ମାଷ୍ଟ୍ରେ ସୁସୁରି ବଜାନ୍ତି, ପିଲାମାନେ ଠିଆ ହୋଇଯାଆନ୍ତି ।
ଧାଡି ଆଗରେ ଥିବା ଜଣେ ପିଲା ବଡ ପାଟିରେ କହେ – ଭାରତ ମାତା କି – ମହାତ୍ମା ଗାନ୍ଧିକି – ଜବାହରଲାଲ ନେହେରୁ କି -; ସବୁ ପିଲାଯାକ ଏକ ସ୍ବରରେ କହନ୍ତି ‘ଜୟ’ ।
ତା ପରେ ସେହି ପିଲା କହେ ‘ବନ୍ଦେ’ ଅନ୍ୟ ପିଲାମାନେ କହନ୍ତି ‘ମାତରଂ’ ।
ତାପରେ ମାଷ୍ଟ୍ରେ ସୁସୁରି ମାରନ୍ତି, ପୁଣି ଗୀତ ବୋଲାହୁଏ ।
ଧାଡିଟି ଗତିଶୀଳ ହୋଇଉଠେ ।
ଏଇ ହେଲା ମୋଟାମୋଟି ତା ପାଇଁ ଗଣତନ୍ତ୍ର ଦିବସ ।
ସକାଳେ ପିଲାତିନିଙ୍କୁ ସ୍କୁଲରେ ଛାଡିଲାବେଳେ ପିଲାଗୁଡାକ ଶୀତରେ ଥୁରୁଥୁରୁ ହେଉଥିଲେ ।
ନିଜ କାନ୍ଧରେ ପଡିଥିବା ଖୋର୍ଦ୍ଧା ଗାମୁଛାଟାକୁ ସାନ ପିଲାଟା ଦେହରେ ପକାଇଦେଇ ବଡପୁଅକୁ କହିଲା – ଗାଁ ବୁଲା ସରିଲେ ଘରକୁ ପଳାଇବ ।
ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା ।
ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ ।
ମାଷ୍ଟ୍ରେ ପାଠ ପଢାନ୍ତି ।
ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି ।
କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି ।
ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି ।
ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ ।
ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା ।
ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ ।
ମାଷ୍ଟ୍ରେ ପାଠ ପଢାନ୍ତି ।
ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି ।
କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି ।
ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି ।
ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ ।
ଆମ୍ବଡାଳ ତୋଳିବା, ଭୋଜି ପାଇଁ ଜାଳ ସଂଗ୍ରହ କରିବା, ସାର୍‌ଙ୍କ ସାଥିରେ ବଜାରରୁ ସଉଦା ବୋହିକରି ଆଣିବା ଆଦି କାମ ସେମାନେ କରନ୍ତି ।
ବାପା କିନ୍ତୁ ପାଠ ପଢାଇବା ପାଇଁ ରାଜି ହୁଏନା ।
ସେ କହେ ବାହା ଚଳାଇଲେ ପେଟ ପୋଷିବ, ପାଠ କ’ଣ କରିବ ।
ପଞ୍ଚମ ଶ୍ରେଣୀରେ ପଢିଲାବେଳେ ସତକୁସତ ବାପା ଆଉ ସ୍କୁଲକୁ ଛାଡିଲାନି ।
ତାପରେ ଆରମ୍ଭ ହେଲା ମାଛ ମାରିବା, ଗାଈ ଜଗିବା ।
ଗାଈ ଜଗିବାକୁ ଯିବାରେ ଡେରି ହେଲେ ବାପା ପାଟି କରେ – “କେତେ ବେଳକୁ ଯିବୁ, ଗାଈଗୁଡାକ କ’ଣ ଖୁଣ୍ଟରେ ପଡିଥିବେ ?”
ବାପା ସାଆନ୍ତମାନଙ୍କୁ ଭାରି ଭୟ କରେ ।
ଚପଲ ତ କେବେ ଲଗାଏନି, ଢୁଢୁ ବର୍ଷାରେ ମଧ୍ୟ ଛତା ପକାଇ ଯାଏନା ।
ବାପାର ଏ ଗୁଣ ପାଇଁ ଜଗୁଆକୁ ଖୁବ୍ ରାଗ ଲାଗେ ।
କିନ୍ତୁ ମଲା ପର୍ଯ୍ୟନ୍ତ ବାପାର ଏ ଢଙ୍ଗ ଗଲାନି ।
ଜଗୁଆ ବେଳେବେଳେ ଭାବେ ସାଆନ୍ତମାନଙ୍କର କାହିଁକି ଆମ ସାହି ପିଲାଙ୍କ ଉପରେ ଏପରି ନଜର ? ପିଲାଟିଏ ସ୍କୁଲକୁ ଯାଉଥିବା ବେଳେ ଟିକିଏ ଆଖିକୁ ଦେଖାଗଲା ପରି ହୋଇଗଲେ ଟଙ୍କାର ଲୋଭ ଦେଖାଇ ବୋଲହାକ କରିବାପାଇଁ ହେଉ କି ଗାଈ ଜଗିବା ପାଇଁ ହେଉ ନେଇଯାଆନ୍ତି ।
ଟିକିଏ ଚିନ୍ତା କରନ୍ତିନାହିଁ ପିଲାଟା ପାଠ ପଢୁଛି ତ ପଢୁ ।
ତା ସମୟରେ ଯେମିତି ଥିଲା କାହିଁ ଏବେ ସୁଦ୍ଧା ତ କିଛି ବଦଳିନି ! ସେ ମନେମନେ ଠିକ୍ କରେ ତା ପୁଅ ପଢା ବନ୍ଦ କରି କାମଧନ୍ଦା କରିବାକୁ ଯିଏ କହିବ ତାକୁ ମୁହେଁମୁହେଁ ବତାଇଦେବ ।
ପିଲାବେଳେ ବାପ କହୁଥିଲା – ଗାନ୍ଧୀବୁଢା ବିଦେଶୀ ସରକାରକୁ ହଟାଇଦେଲା ।
ଆଉ ଏଣିକି ଦୁଃଖ ରହିବନି ।
ଅସଜଡା ସରକାରୀ କଳଟାକୁ ସଜାଡିବାକୁ ଆଉ କିଛି ଦିନ ଲାଗିବ ।
ଆଉ ଜିନିଷପତ୍ରର ଦରଦାମ ବଢିବନି, ପେଟ ପୂରାଇ ସମସ୍ତେ ଖାଇବେ ।
ବାପ ମରିବାର ୪୦ ବର୍ଷ ପରେ ଜଗୁଆ ଚିନ୍ତା କରେ – କାହିଁ ଏତେ ଦିନ ପରେ ସେ ଦିନ ଏବେ ବି ତ ଆସିନି ।
ବାପା ଥିଲାବେଳେ ଘରେ ସମସ୍ତେ ପେଟ ପୂରାଇ ଖାଉଥିଲେ ।
ଘର ପାଇଁ ସମସ୍ତେ କିଛି ନା କିଛି ରୋଜଗାର କରୁଥିଲେ ।
ଭାତ ତରକାରୀ ସାଙ୍ଗକୁ କସ୍ତା ଲୁଗା ଓ ଦୁଇଖଣ୍ଡି ଖୋର୍ଦ୍ଧା ଗାମୁଛା ହୋଇଗଲେ ଚଳିଯାଉଥିଲା ।
ଏବେ କିନ୍ତୁ ଖାଇବାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଧାରା ବଦଳିଯାଇଛି ।
ଦୈନିକ ମଜୁରୀରେ ଘର ଚଳାଇବା କଷ୍ଟକର ।
ହୁ ହୁ ହୋଇ ବଢୁଥିବା ଦରଦାମକୁ ଲକ୍ଷ୍ୟ କରି ତାଙ୍କ ସାହିର ପୁରୁଣା କାଳିଆ ଧରମାବୁଢା କହେ – ଫିରିଙ୍ଗି ସରକାରଠାରୁ ଏ ସରକାର କ’ଣ ଭଲ କରିଛି ? ଭୋଟ ବେଳକୁ ପଞ୍ଝାପଞ୍ଝା ହୋଇ ଗାଁ ଲୋକଙ୍କ ଭିତରୁ ମୁଖିଆମାନଙ୍କୁ ଧରି ଆସୁଛନ୍ତି, ଭୋଟ ଦେବାକୁ କହୁଛନ୍ତି ।
ଆମେ ଅମୁକ କରିଦେବୁ, ସମୁକ କରିଦେବୁ ।
ତାପରେ ପୁଣି କୁଆଡେ ଯାଉଛନ୍ତି ଦେଖା ମିଳୁନି ପରବର୍ତ୍ତୀ ଭୋଟ ଯାକେ ।
ଯାହା ହେଲେ ବି ଜଗୁଆ କଲେଜରେ ପଢୁଥିବା ପିଲାମାନଙ୍କୁ ଦେଖିଲେ ଭାବେ ତା’ ପୁଅକୁ କଲେଜରେ ପଢାଇବ ।
କଲେକ୍ଟର କରାଇବ, ତା’ ପୁଅ କାର୍ ଚଳାଇବ, ଉଡାଜାହାଜରେ ବସିବ, ତା’ ହୁକୁମରେ ସବୁ ଚାଲିବ ।
ସ୍ବପ୍ନ ଦେଖିଦେଖି ବିଚରା ଜାଣିବାକୁ ଚେଷ୍ଟା କରିପାରେନି ଯେ ଏ ଗାଁ ସ୍କୁଲରେ ପଢିଥିବା କାହିଁ ଗୋଟିଏ ପିଲା ତ କଲେକ୍ଟର ହୋଇନି, ଉଡାଜାହାଜରେ ଚଢିବାକୁ ସୁଯୋଗ ପାଇନି ।
ଯେଉଁମାନେ କଲେକ୍ଟର ହେବେ, ଉଡାଜାହାଜରେ ବୁଲିବେ ସେମାନଙ୍କ ପାଇଁ ସହରରେ ସୁନ୍ଦର ସୁନ୍ଦର ସ୍କୁଲମାନ ଅଛି, ତାର ମାସକଯାକର ମଜୁରୀଠାରୁ ଗୋଟିଏ ପିଲାର ପଢାରେ ଅଧିକ ଖର୍ଚ୍ଚ ହୁଏ ।
ତଥାପି ସେ ସ୍ବପ୍ନ ଦେଖେ ।
ଗାଁକୁ କାର୍ ଚଢି ଆସିଥିବା ବାବୁଭାୟାମାନଙ୍କୁ ଦୂରରୁ ନିରେଖିନିରେଖି ଚାହେଁ ।
ତାର ମନେ ହୁଏ ସତେ ଅବା ତା ପୁଅ କାର୍ ଚଢି ଆସୁଛି ।
ତାର ମନେ ପଡିଲା କାଲି ବଡପୁଅ କହୁଥିଲା- ଖାତା ନାହିଁ, ସାର୍ଟପ୍ୟାଣ୍ଟ ଚିରିଗଲାଣି ।
ଜଗୁଆ ଠିକ୍ କରିନେଲା, ଆଜି ଆଗୁଆ କିଛି ଟଙ୍କା ଧାର ନେବ, ପରେ କାମ କରି ଶୁଝିଦେବ ।
ସେଥିରେ ସେ ଖାତା ଆଣିବ, କଲମ ଆଣିବ, କାଳି ଆଣିବ, ପୁଅ ପାଇଁ ସାର୍ଟପ୍ୟାଣ୍ଟ କରିଦେବ ।
ପୁଅ ତାର ପାଠ ପଢିବ ।
କଲେକ୍ଟର ହେବ ।
ଉଡାଜାହାଜରେ ବୁଲିବ, ତା ପଢା ପାଇଁ ଯାହା ଦରକାର ସବୁ କରିଦେବ ।
ସଂଧ୍ୟାବେଳକୁ ସାଆନ୍ତ କହୁଥିଲେ ପୁଅଟାକୁ ତାଙ୍କଘରେ ରଖିବା ପାଇଁ, ଗାଈ ଜଗିବ, ଗୁହାଳ ପୋଛିବ, ବାଡିବଗିଚାରେ ସକାଳୁ କାମ କରିବ ।
ବୋଲହାକ ଶୁଣିବ ।
ଖାଇପିଇ ମାସିକ ଶହେ ଟଙ୍କା ଦେବେ ।
ଜଗୁଆ ଚାହୁଁଥିଲା ସାଆନ୍ତଙ୍କ ମୁହଁକୁ ବଲବଲ କରି ।
ସାଆନ୍ତେ କହୁଥିଲେ, ହଇରେ ପାଠ କ’ଣ କରିବ ? ପାଠ ତୁମ କୂଳରେ କେତେଜଣ ପଢିଲେଣି ?
ଜଗୁଆ ଦିନକ ମଜୁରୀରେ ଗାଁ ଦୋକାନରୁ ଚାଉଳ ଛୋଟ ପୁଟୁଳାଟିଏ ପିଠିରେ ପକାଇ ଫେରିଲା ।
ପ୍ରତି ପାହୁଣ୍ଡରେ ପିଠି ଉପରେ ଚାଉଳ ବୁଜୁଳା ସାଆନ୍ତଙ୍କ କଥାର ବିଧା ପରି ଆଘାତ କରୁଥିଲା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment