Commit e74dde20 authored by Nayan Ranjan Paul's avatar Nayan Ranjan Paul

Upload New File

parent ccd2846f
ଥାଇରଏଡ଼
ଆଜିକାଲି ସମୟରେ ଥାଇରଏଡ଼ର ସମସ୍ୟା ଦେଖାଦେବା ଏକ ସାଧାରର ସ୍ୱାସ୍ଥ୍ୟଜନିତ ରୋଗରେ ପରିଣତ ହୋଇଛି ।
ହାଇପୋଥାଇରୋଏଡ଼ିଜିମ୍‌ ହେବା ପରେ ରୋଗୀର ଓଜନ ବୃଦ୍ଧି ଅଚାନକ ବୃଦ୍ଧି ପାଇବାକୁ ଲାଗିଥାଏ ।
ଅନ୍ୟପଟେ ଅନେକ ସମୟରେ ଆକ୍ରାନ୍ତଙ୍କ ଓଜନ କମିବାରେ ଲାଗିଥାଏ ।
ତେବେ ଏହାକୁ ଉପଯୁକ୍ତ ଔଷଧ ଦ୍ୱାରା ନିୟନ୍ତ୍ରଣରେ ରଖାଯାଇପାରିବ ।
ମାତ୍ର ଏଥିରେ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ ।
ଆଜି ଆସନ୍ତୁ ଜାଣିବା ଏହି ସମୟରେ କି ସତର୍କତା ଅବଲମ୍ୱନ କରିବା ।
ଓଜନ ବୃଦ୍ଧି ପରି ସମସ୍ୟା ଦେଖାଦେଉଥିଲେ କ’ଣ ଖାଇବେ
୧. ଏହି ସମୟରେ ଶସ୍ୟଜନିତ ଖାଦ୍ୟକୁ ଖାଆନ୍ତୁ ।
୨. ଏହି ସମୟରେ ଆପଣ କ୍ଷୀର ପିଇ ପାରିବେ ।
୩. ଏହି ସମୟରେ ମାଛ ଖାଇ ପାରିବେ ।
୪. ଏହି ସମୟରେ ରାଶି ଖାଆନ୍ତୁ ।
କ’ଣ ନଖାଇବେ?
୧. ଏଥିରେ ପିଡ଼ିତ ହେବା ପରେ ସୋୟାର ଉତ୍ପାଦଠାରୁ ନିଜକୁ ଦୂରେଇ ରଖନ୍ତୁ ।
୨. ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
୩. ବେଶି ମିଠାଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।
୪. ଏହି ସମୟରେ କଫି ପିଅନ୍ତୁ ନାହିଁ ।
୫. କୋବି ଏବଂ ବ୍ରୋକୋଲି ପରି ପରିବା ଖାଆନ୍ତୁ ନାହିଁ ।
ପ୍ରଭାବ ପଡ଼ୁଥିଲେ କ’ଣ ଖାଇବେ?
୧. ଅଣ୍ଡା ଖାଆନ୍ତୁ ।
୨. ବାଦାମ, କାଜୁ, ପେସ୍ତାବାଦାମ, କିସ୍‌ମିସ ଏବଂ ଅନ୍ୟାନ୍ୟ ନଟ୍ସ ଖାଆନ୍ତୁ ।
୩. ଗହମ ଜନିତ ଖାଦ୍ୟ ଖାଆନ୍ତୁ ।
୪. ସେୟା ଉତ୍ପାଦ ଖାଆନ୍ତୁ ।
୫. କୋବି ବ୍ରୋକୋଲି ଆଦି ମଧ୍ୟ ଖାଇପାରିବେ ।
କ’ଣ ନଖାଇବେ?
୧. ଆୟୋଡ଼ିନ୍‌ ଯୁକ୍ତ ଖାଦ୍ୟ ଯେପରି ସାମୁଦ୍ରୀକ ଲୁଣି ମାଛ ଆଦି ଖାଇବାଠାରୁ ନିବୃତ ରୁହନ୍ତୁ ।
୨. ଘିଅ ଖାଆନ୍ତୁ ନାହିଁ ।
୩. ଛଣାଛଣି ତଥା ତେଲ ଜନିତ ଖାଦ୍ୟ ଏବଂ ଜଙ୍କଫୁଡ଼ ଖାଆନ୍ତୁ ନାହିଁ ।
୪. ଧଳା ଭାତ ଖାଆନ୍ତୁ ନାହିଁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment