Commit eae8ef72 authored by Nayan Ranjan Paul's avatar Nayan Ranjan Paul

Upload New File

parent 8e3c4e33
ଶିଶୁର ବିକାଶ ଓ ଶୈଶବ ଶିକ୍ଷା
ସୂଚନା
ଶିଶୁ ତା’ର ଜୀବନର ପ୍ରଥମ ଆଠ ବର୍ଷରେ , ବିଶେଷ କରି ପ୍ରଥମ ତିନି ବର୍ଷରେ , ପାଇଥିବା ସ୍ନେହ ଓ ଯତ୍ନ ତା’ ଜୀବନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସାରା ଜୀବନ ପାଇଁ ତାକୁ ପ୍ରଭାବିତ କରିଥାଏ ।
ଜନ୍ମରୁ ହିଁ ଶିଶୁ ଶିଖିବା ଆରମ୍ଭ କରେ ।
ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସେ ସ୍ନେହ , ମମତା ଓ ଉଦ୍ଦୀପନା ପାଇଲେ ତା’ର ବୃଦ୍ଧି ଓ ଶିଖିବା କାମ ବେଶ୍ ଜୋରରେ ହୋଇଥାଏ ।
ଖେଳିବା ଏବଂ ନିରୀକ୍ଷଣ କରିବା ପାଇଁ ଶିଶୁକୁ ଉତ୍ସାହିତ କରିବା ଉଚିତ ।
ଏହା ତା’ର ଶିକ୍ଷାରେ ଏବଂ ସାମାଜିକ , ମାନସିକ , ଆବେଗିକ , ଶାରୀରିକ ତଥା ବୌଦ୍ଧିକ ବିକାଶରେ ସାହାଯ୍ୟ କରେ ।
ଶିଶୁମାନେ ତାଙ୍କ ନିକଟରେ ଥିବା ଲୋକଙ୍କର ଚାଲିଚଳଣକୁ ଅନୁକରଣ କରି ଆଚାର ବ୍ୟବହାର ଶିଖନ୍ତି ।
ସବୁ ବାପାମା ତଥା ଯତ୍ନକାରୀ ଶିଶୁର ବୃଦ୍ଧି ଓ ବିକାଶର ଅସୁବିଧାକୁ ଦେଖାଉଥିବା ସତର୍କ ସୂଚନାଗୁଡିକୁ ଜାଣିବା ଜରୁରୀ ।
ଉପକ୍ରମ
ପିଲାଦିନର ପ୍ରଥମ ଆଠ ବର୍ଷ , ବିଶେଷ କରି ପ୍ରଥମ ତିନି ବର୍ଷ , ବହୁତ ଗୁରୁତ୍ୱପୂର୍ଣ୍ଣ ।
ଏହି ସମୟରେ ହିଁ ଭବିଷ୍ୟତର ସ୍ୱାସ୍ଥ୍ୟ , ବୃଦ୍ଧି ଓ ବିକାଶର ମୂଳଦୁଆ ପଡିଥାଏ ।
ଅନ୍ୟ ସମୟ ତୁଳନାରେ ଶିଶୁଟି ଏହି ସମୟରେ ବହୁତ ଶୀଘ୍ର ଶିଖିଥାଏ ।
ଶିଶୁ ଓ ଛୋଟ ପିଲାମାନଙ୍କୁ ଉପଯୁକ୍ତ ସ୍ନେହ , ମମତା , ଯତ୍ନ , ଉତ୍ସାହ ଓ ମାନସିକ ଉଦ୍ଦୀପନା ତଥା ପୃଷ୍ଟିକର ଖାଦ୍ୟ ଓ ଭଲ ସ୍ୱାସ୍ଥ୍ୟସେବା ମିଳିଲେ , ସେମାନେ ବହୁତ ଶୀଘ୍ର ବିକାଶ ଲାଭ କରନ୍ତି ଓ ବେଶ୍ ଶୀଘ୍ର ଶିଖନ୍ତି ।
ସବୁ ପିଲାଙ୍କର ଜନ୍ମର ପଞ୍ଜିକରଣ , ସ୍ୱାସ୍ଥ୍ୟସେବା ଭଲ ପୃଷ୍ଟିକର ଖାଦ୍ୟ , ଶିକ୍ଷା ଏବଂ ବିପଦ , ନିର୍ଯ୍ୟାତନା ତଥା ଭେଦଭାବରୁ ସୁରକ୍ଷା ପାଇବା ପାଇଁ ଅଧିକାର ରହିଛି ।
ଏହି ସବୁ ଅଧିକାରକୁ ସମ୍ମାନ ଦେବା , ସୁରକ୍ଷିତ ରଖିବା ଏବଂ ପୂରଣ କରିବା ବାପାମା’ ଓ ସରକାରଙ୍କ ଦାୟିତ୍ଵ ।
ଶିଶୁର ବିକାଶ ଓ ଶୈଶବ ଶିକ୍ଷା
ଶିଶୁ ତା’ର ଜୀବନର ପ୍ରଥମ ଆଠ ବର୍ଷରେ , ବିଶେଷ କରି ପ୍ରଥମ ତିନି ବର୍ଷରେ , ପାଇଥିବା ସ୍ନେହ ଓ ଯତ୍ନ ତା’ ଜୀବନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସାରା ଜୀବନ ପାଇଁ ତାକୁ ପ୍ରଭାବିତ କରିଥାଏ ।
ଜନ୍ମରୁ ହିଁ ଶିଶୁ ଶିଖିବା ଆରମ୍ଭ କରେ ।
ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସେ ସ୍ନେହ , ମମତା ଓ ଉଦ୍ଦୀପନା ପାଇଲେ ତା’ର ବୃଦ୍ଧି ଓ ଶିଖିବା କାମ ବେଶ୍ ଜୋରରେ ହୋଇଥାଏ ।
ଖେଳିବା ଏବଂ ନିରୀକ୍ଷଣକରିବା ପାଇଁ ଶିଶୁକୁ କରିବା ଉଚିତ ।
ଏହା ତା’ର ଶିକ୍ଷାରେ ଏବଂ ସାମାଜିକ , ମାନସିକ , ଆବେଗିକ , ଶାରୀରିକ ତଥା ବୌଦ୍ଧିକ ବିକାଶରେ ସାହାଯ୍ୟ କରେ ।
ଶିଶୁମାନେ ତାଙ୍କ ନିକଟରେ ଥିବା ଲୋକଙ୍କର ଚାଲିଚଳଣିକୁ ଅନୁକରଣ କରି ଆଚାର ବ୍ୟବହାର ଶିଖନ୍ତି ।
ସବୁ ବାପାମା’ ତଥା ଯତ୍ନକାରୀ ଶିଶୁର ବୃଦ୍ଧି ଓ ବିକାଶର ଅସୁବିଧାକୁ ଦେଖାଉଥିବା ସତର୍କ ସୂଚନାଗୁଡିକ ଜାଣିବା ଜରୁରୀ ।
ସୂଚନା
ଶିଶୁ ତା’ର ଜୀବନର ପ୍ରଥମ ଆଠ ବର୍ଷରେ , ବିଶେଷ କରି ପ୍ରଥମ ତିନି ବର୍ଷରେ , ପାଇଥିବା ସ୍ନେହ ଓ ଯତ୍ନ ତା’ ଜୀବନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସାରା ଜୀବନ ପାଇଁ ତାକୁ ପ୍ରଭାବିତ କରିଥାଏ ।
ପ୍ରଥମ ବର୍ଷରେ ମିଳିଥିବା ସ୍ନେହ ଓ ଯତ୍ନ ଶିଶୁର ବିକାଶରେ ବିଶେଷ ସହାୟକ ହୋଇଥାଏ ।
ଶିଶୁକୁ ଧରିବା , ଗେଲ କରିବା ଏବଂ ତା ସହିତ କଥା ହେବା ଫଳରେ ତା’ର ବୃଦ୍ଧି ଓ ମାନସିକ ବିକାଶ ଘଟିଥାଏ ।
ମା’ର ପାଖେ ପାଖେ ରହିବା ଓ ସ୍ତନ୍ୟପାନ କରିବା ତା’ ମନରେ ସୁରକ୍ଷା ଭାବ ଆଣିଥାଏ ।
ଉଭୟ ପୋଷଣ ଓ ଆରାମ ପାଇଁ ଶିଶୁକୁ ସ୍ତନ୍ୟପାନ କରାଇବା ଆବଶ୍ୟକ ।
ପୁଅ ଓ ଝିଅଙ୍କ ପାଇଁ ଏକା ପ୍ରକାରର ଶାରୀରିକ , ମାନସିକ , ଆବେଗିକ ତଥା ସାମାଜିକ ଆବଶ୍ୟକତା ରହିଛି ।
ଉଭୟଙ୍କର ଶିଖିବାର ଦକ୍ଷତା ସମାନ ।
ଆହୁରି ମଧ୍ୟ ସ୍ନେହ , ମମତା ଓ ସ୍ଵୀକୃତି ପାଇଁ ଉଭୟଙ୍କର ଆବଶ୍ୟକତା ଏକାଭଳି ।
କାନ୍ଦିବା ହେଉଛି ଶିଶୁର ଆବଶ୍ୟକତା ଜଣାଇବାର ବାଟ ।
କାନ୍ଦିବା ସାଙ୍ଗେ ସାଙ୍ଗେ ତାକୁ ଧରି ତ’ ସହ କଥା ହେଲେ ତା’ ଭିତରେ ବିଶ୍ଵାସ ଓ ସୁରକ୍ଷାର ଭାବ ସୃଷ୍ଟି ହୁଏ ।
ରକ୍ତହୀନ , ମନ୍ଦପୁଷ୍ଟ ବା ରୋଗିଣା ଶିଶୁମାନେ ସୁସ୍ଥ ଶିଶୁ ତୁଳନାରେ ବେଶୀ ଭୟାଳୁ ଓ ଅଖୁସୀ ହୁଅନ୍ତି ।
ଖେଳିବା , ନିରୀକ୍ଷଣ କରିବା ଓ ଅନ୍ୟମାନଙ୍କ ସହ ମିଶିବା ପାଇଁ ତାଙ୍କର ଆଗ୍ରହ ନଥାଏ ।
ଏଭଳି ଶିଶୁ ବିଶେଷ ଯତ୍ନ ଦରକାର କରେ ।
ଖାଇବା ପାଇଁ ତାଙ୍କୁ ଉତ୍ସାହିତ କରିବା ଜରୁରୀ ।
ଶିଶୁଙ୍କର ଆବେଗ ବାସ୍ତବ ଏବଂ ଶକ୍ତିଶାଳୀ ହୋଇଥାଏ ।
ଚାହୁଁଥିବା କାମ କରିନପାରିଲେ ବା ଜିନିଷ ନପାଇଲେ , ସେମାନେ ହତାଶ ହୋଇପଡନ୍ତି ।
ଶିଶୁମାନେ ସାଧାରଣତଃ ଅଚିହ୍ନା ଲୋକଙ୍କୁ ଓ ଅନ୍ଧାରକୁ ଡରିଥାଆନ୍ତି ।
ପିଲାର ପ୍ରତିକ୍ରିୟାକୁ ହସି ଉଡାଇ ଦେଲେ ବା ଏଡାଇ ଗଲେ କିମ୍ବା ସେଥିପାଇଁ ତାକୁ ଦଣ୍ଡ ଦେଲେ , ସେ ଲାଜକୁଳା ହୋଇଯାଏ ।
ନିଜର ଭାବ ସେ ଠିକ୍ ପ୍ରକାଶ କରିପାରେ ନାହିଁ ।
ଶିଶୁ ତା’ର ମନୋଭାବ ପ୍ରକାଶ କରିବା ବେଳେ ଯତ୍ନକାରୀ ଧୈର୍ଯ୍ୟ ଓ ସହାନୁଭୂତି ଦେଖାଇଲେ ଶିଶୁ ବେଶୀ ଖୁସୀ ଓ ସୁରକ୍ଷିତ ଅନୁଭବ କରିବ ଏବଂ ତା’ର ବିକାଶ ସନ୍ତୁଳିତ ହେବ ।
ଶାରୀରିକ ଦଣ୍ଡ ବା ହିଂସା ପ୍ରଦର୍ଶନ କରିବା ଦ୍ଵାରା ଶିଶୁର ବିକାଶରେ ବାଧା ଆସିଥାଏ ।
ଦଣ୍ଡ ଦେଲେ ଶିଶୁ ରୋଗରେ ନିଜକୁ ନିଜେ ହିଂସ୍ର ହୋଇଯାଏ ।
କ’ଣ କରିବା ଉଚିତ ବା ଅନୁଚିତ ଭଲ ଭାବରେ ବୁଝାଇବା ଏବଂ ଭଲ ଚଳଣି ପାଇଁ ପ୍ରଶଂସା କରିବା ଦ୍ଵାରା ଶିଶୁ ଉତ୍ସାହିତ ହୋଇଥାଏ ।
ଫଳରେ ସେ ପରିବାର ଓ ସମାଜର ଜଣେ ଭଲ ଲୋକ ହୋଇପାରେ ।
ବାପାମା’ ତଥା ପରିବାରର ଅନ୍ୟ ସମସ୍ତେ ଶିଶୁର ଯତ୍ନ ନେବାରେ ସାମିଲ ହେବା ଆବଶ୍ୟକ ।
ବାପାର ଭୂମିକା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ।
ବାପା ଶିଶୁର ସ୍ନେହ , ମମତା ଓ ଉଦ୍ଦୀପନାର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇପାରିବେ ଏବଂ ସେ ତା’ ପାଇଁ ଉତ୍ତମ ଶିକ୍ଷା , ଖାଦ୍ୟ ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିପାରିବେ ।
ସେ ପରିବେଶକୁ ନିରାପଦ ଏବଂ ହିଂସାଶୂନ୍ୟ କରିବାରେ ସହଯୋଗ କରିବା ଦରକାର ।
ମା’ ଗର୍ଭବତୀ ଥିବାବେଳେ ବା ସ୍ତନ୍ୟପାନ କରାଉଥିବାବେଳେ ବାପା ଘରକାମ କରିବା ଦରକାର ।
ଜନ୍ମରୁ ହିଁ ଶିଶୁ ଶିଖିବା ଆରମ୍ଭ କରେ ।
ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସେ ସ୍ନେହ , ମମତା ଓ ଉଦ୍ଦୀପନା ପାଇଲେ ତା’ର ବୃଦ୍ଧି ଓ ଶିଖିବା କାମ ବେଶ୍ ଜୋରରେ ହୋଇଥାଏ ।
ଜନ୍ମର ଏକ ଘଣ୍ଟା ଭିତରେ ମାଆର ଦେହକୁ ଲାଗି ଶୁଆଇବା ଏବଂ ସ୍ତନ୍ୟପାନ କରାଇବା ଶିଶୁର ବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ ।
ମାଆ ସହ ସମ୍ପର୍କ ମଧ୍ୟ ଏହା ଯୋଡିଥାଏ ।
ଶିଶୁଟି ଛୁଇଂବା , ଶୁଣିବା , ସୁଙ୍ଘିବା , ଦେଖିବା ଓ ଚାଖିବାର ଇନ୍ଦ୍ରିୟ ମାଧ୍ୟମରେ ହିଁ ନିଜ ଚାରିପାଖର ଦୁନିଆକୁ ଜାଣିଥାଏ ।
ଶିଶୁ ସହ କଥା ହେଲେ , ତାକୁ ଛୁଇଂଲେ ଓ ଗେଲ କଲେ ଏବଂ ସେ ଚିହ୍ନା ମୁହଁ ଦେଖିଲେ , ଚିହ୍ନା ସ୍ଵର ଶୁଣିଲେ ବିଭିନ୍ନ ପ୍ରକାର ଜିନିଷ ଧରିଲେ ତା’ର ମସ୍ତିସ୍କ ବେଶ୍ ଜୋରରେ ବିକଶିତ ହୁଏ ।
ଜନ୍ମ ସମୟରୁ ସ୍ନେହ ପାଇଲେ , ନିଜକୁ ସୁରକ୍ଷିତ ମନେ କରୁଥିବା ଶିଶୁ ପାଠରେ ଭଲ କରିଥାଏ ଏବଂ ଜୀବନର ସମସ୍ୟାଗୁଡିକୁ ବେଶ୍ ସହଜରେ ସାମନା କରିପାରେ ।
ଜନ୍ମର ପ୍ରଥମ ଛଅ ମାସ କେବଳ ମା’ କ୍ଷୀର ଚାହିଁବା ଅନୁସାରେ ଖାଇବା , ଛଅ ମାସରୁ ଅନ୍ୟ ନିରାପଦ ଓ ପୃଷ୍ଟିକର ଖାଦ୍ୟ ମିଶାଇ ଖାଇବା ଏବଂ ଦୁଇ ବର୍ଷ ବା ଆହୁରି ବେଶୀ ସମୟ ଯାଏଁ ଅନ୍ୟ ଖାଦ୍ୟ ସହ ମା’କ୍ଷୀର ଖାଇବା ଦ୍ଵାରା ପିଲା ପୁଷ୍ଟ ଓ ସୁସ୍ଥ ରହେ ।
ଯତ୍ନକାରୀର ସ୍ନେହ ପାଇବାରେ ଓ ତା ସହିତ ସମ୍ପର୍କ ଯୋଡିବାରେ ମଧ୍ୟ ଏହା ସାହାଯ୍ୟ କରେ ।
ଶିଶୁର ଶିଖିବା ଓ ବିକାଶ ଲାଭ କରିବାର ସବୁଠାରୁ ବଡ ବାଟ ହେଉଛି ଅନ୍ୟମାନଙ୍କ ସହ ଭାବର ଆଦାନପ୍ରଦାନ କରିବା ।
ବାପାମା’ ଓ ଯତ୍ନକାରୀ ଅଧିକ ସମୟ ଶିଶୁ ସହ କଥାବାର୍ତ୍ତା କଲେ ସେ ବେଶ୍ ଶୀଘ୍ର ଶିଖିପାରେ ।
ଶିଶୁ ଓ ଛୋଟ ପିଲାମାନଙ୍କ ପାଖରେ ବାପାମା’ ବା ଯତ୍ନକାରୀ କଥା ହେବା , ପଢିବା ବା ଗୀତ ଗାଇବା ଉଚିତ ।
ବୁଝିବାର ବୟସ ହୋଇନଥିଲେ ବି ଏହା ତା’ ଭିତରେ ଭାଷା ଜ୍ଞାନ ଓ ଶିଖିବାର ଦକ୍ଷତା ସୃଷ୍ଟି କରିପାରେ ।
ଦେଖିବା , ଶୁଣିବା , ଧରିବା , ଖେଳିବା ପାଇଁ ନୂଆ ନୂଆ ଜିନିଷ ଆଣି ଶିଶୁକୁ ଦେବା ଉଚିତ ।
ଏହା ତା’ର ଶିକ୍ଷା ଓ ବୃଦ୍ଧିରେ ସହାୟକ ହୋଇଥାଏ ।
ଶିଶୁ ଓ ଛୋଟ ପିଲାଙ୍କୁ ଲାମ୍ବା ସମୟ ପାଇଁ ଏକୁଟିଆ ଛାଡିବା ଉଚିତ ନୁହେଁ ।
ଏହା ତାଙ୍କର ମାନସିକ ଓ ଶାରୀରିକ ବିକାଶକୁ ଧୀର କରିଦିଏ ।
ପୁଅ ପରି ଝିଅର ମଧ୍ୟ ସେହି ଏକା ପରିମାଣର ଖାଦ୍ୟ , ସ୍ନେହ , ଯତ୍ନ ଆଦି ଦରକାର ।
ପ୍ରତ୍ୟକ ଶିଶୁ କିଛି ନୂଆ କାମ କଳା ପରେ ବା ନୂଆ କଥା କହିଲା ପରେ ତାକୁ ଉତ୍ସାହିତ ଏବଂ ପ୍ରଶଂସା କରିବା ଆବଶ୍ୟକ ।
ଶିଶୁକୁ ପ୍ରଥମେ ତା’ର ମାତୃଭାଷା ଶିଖାଇଲେ ତା’ ଭିତରେ ଚିନ୍ତା କରିବାର ଓ ମନର ଭାବ ପ୍ରକାଶ କରିବାର ଦକ୍ଷତା ବଢିଥାଏ ।
ଶିଶୁମାନେ ଗୀତ , ଘର ବିଷୟରେ କଥା , ଖେଳ ଆଦି ମାଧ୍ୟମରେ ସହଜରେ ଏବଂ ଶୀଘ୍ର ଭାଷା ଶିଖିପାରନ୍ତି ।
ଠିକ୍ ସମୟରେ ପ୍ରତିରୋଧୀକରଣ (ଇମ୍ୟୁନାଇଜେସନ୍) କରାଇଥିଲେ ଏବଂ ସେ ଉପଯୁକ୍ତ ପୋଷକ ପାଉଥିଲେ ଶିଶୁର ବଞ୍ଚିବାର ସମ୍ଭାବନା ବେଶୀ ହୋଥାଏ ।
ଆହୁରି ମଧ୍ୟ ସେ କଥାବାର୍ତ୍ତା କରିବାରେ , ଖେଳିବା ଓ ଶିଖିବାରେ ମନ ଦିଏ ।
ଏହା ଫଳରେ ପିଲାର ସ୍ୱାସ୍ଥ୍ୟ ପାଇଁ ପରିବାରର ଖର୍ଚ୍ଚ କମିଠାଏ ଏବଂ ଅସୁସ୍ଥତା କାରଣରୁ ପିଲାକୁ ବିଦ୍ୟାଳୟରେ ଅନୁପସ୍ଥିତ ହେବାକୁ ପଡେ ନାହିଁ ।
ଖେଳିବା ଏବଂ ନିରୀକ୍ଷଣ କରିବା ପାଇଁ ଶିଶୁକୁ ଉତ୍ସାହିତ କରିବା ଉଚିତ ।
ଏହା ତା’ର ଶିକ୍ଷାରେ ଏବଂ ସାମାଜିକ , ମାନସିକ , ଆବେଗିକ , ଶାରୀରିକ ତଥା ବୌଦ୍ଧିକ ବିକାଶରେ ସାହାଯ୍ୟ କରେ ।
ଶିଶୁ ଖେଳେ କାରଣ ଏହା ମଜାଦାର ।
କିନ୍ତୁ ଖେଳ ହେଉଛି ଶିଶୁର ଶିଖିବା ଓ ବିକାଶର ମୂଳ ଚାବି ।
ଖେଳିବା ଦ୍ଵାରା ପିଲାର ଜ୍ଞାନ ଓ ଅଭିଜ୍ଞତା ବଢେ ଏବଂ ତା’ ଭିତରେ କୌତୁହଳ ଓ ଆତ୍ମବିଶ୍ଵାସ ବଢିଥାଏ ।
ନିଜେ କରିବାକୁ ଚେଷ୍ଟା କରି , ଫଳାଫଳର ତୁଳନା କରି , ପ୍ରଶ୍ନ ପଚାରି ଓ ସମସ୍ୟାକୁ ସାମନା କରି ଶିଶୁଟି ଶିଖିଥାଏ ।
ଖେଳ ଦ୍ଵାରା ତା’ର ଭାଷା ଓ ଚିନ୍ତା ଶକ୍ତି , ଯୋଜନା , ସଂଗଠନ ଏବଂ ନିସ୍ପତି ନେବା ଆଦିର ବିକାଶ ହୋଇଥାଏ ।
ଅକ୍ଷମ ଶିଶୁ ପାଇଁ ଖେଳ ବିଶେଷ ଗୁରୁତ୍ୱପୂର୍ଣ୍ଣ ।
ପୁଅ ଝିଅ ଉଭୟେ ଖେଳିବା ପାଇଁ ଏବଂ ପରିବାରର ସମସ୍ତଙ୍କ ସହ କଥାବାର୍ତ୍ତା କରିବା ପାଇଁ ସମାନ ସୁଯୋଗ ପାଇବା ଆବଶ୍ୟକ ।
ବାପାଙ୍କ ସହ ଖେଳିବା , କଥାବାର୍ତ୍ତା ହେବା ଫଳରେ ବାପା ଓ ଶିଶୁ ମଧ୍ୟରେ ସମ୍ପର୍କ ଦୃଢ ହୋଇଥାଏ ।
ପରିବାରର ଲୋକ ଏବଂ ଅନ୍ୟ ଯତ୍ନକାରୀମାନେ ସ୍ପଷ୍ଟ ନିର୍ଦ୍ଦେଶ ସହ ସରଲା କାମ ଦେଇ , ତା’ର ଖେଳରେ ବାଧା ନଆଣି , ନୂଆ ଖେଳ ଖେଳିବା ପାଇଁ ଜିନିଷ ଦେଇ , ନୂଆ କାମ କରିବା ପାଇଁ ଉତ୍ସାହିତ କରି ଶିଶୁର ଶିଖିବାରେ ସାହାଜ୍ଯ କରିପାରିବେ ।
ଶିଶୁକୁ ଖୁବ୍ ନିକଟରୁ ଲକ୍ଷ୍ୟ କରି ତା’ କଥାକୁ ଗ୍ରହଣ କରନ୍ତୁ ।
ଶିଶୁ କାହାର ସାହାଯ୍ୟ ନନେଇ କିଛି କରିବାକୁ ଚେଷ୍ଟା କରୁଥିବା ବେଳେ ଯତ୍ନକାରୀ ଧୈର୍ଯ୍ୟର ସହ ଲକ୍ଷ୍ୟ କରିବା ଉଚିତ ।
ସେମାନେ ସଫଳତା ପାଇବା ଯାଏଁ ଚେଷ୍ଟା କରି ଶିଖିଥାଆନ୍ତି ।
ନିଜ ଉପରେ କିଛି ବିପଦ ଣଆଣି ଯଦି ଶିଶୁ ନିଜେ କିଛି ନୂଆ ଓ କଷ୍ଟକାମ କରୁଥାଏ ତେବେ ଏଥିରେ ତାକୁ ଉତ୍ସାହିତ କରିବା ଶିଶୁର ବିକାଶ ଦିଗରେ ଏକ ସକରାତ୍ମକ ପଦକ୍ଷେପ ।
ପ୍ରତ୍ୟକ ଶିଶୁ ତାଙ୍କ ବିକାଶ ସ୍ତର ଅନୁସାରେ ଖେଳିବା ପାଇଁ ବିଭିନ୍ନ ସରଳ ଜିନିଷ ଦରକାର କରିଥା’ନ୍ତି ପାଣି , ବାଲି , କାଗଜ ଡବା , କାଠଖଣ୍ଡ , ପାତ୍ର ଓ ଢାଙ୍କୁଣି ଆଦି ଗୋଟିଏ ଗୋଟିଏ ଭଲ ଖେଳନା ।
ଶିଶୁର ଦକ୍ଷତା ନିୟମିତ ବଦଳୁଥାଏ ଏବଂ ନୂଆ ନୂଆ ଦକ୍ଷତାମାନ ବିକଶିତ ହେଉଥାଏ ।
ଯତ୍ନକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆହୁରି ଶୀଘ୍ର ବିକାଶ ପାଇଁ ସାହାଯ୍ୟ କରିବା ଉଚିତ ।
ଶିଶୁମାନେ ତାଙ୍କ ନିକଟରେ ଥିବା ଲୋକଙ୍କର ଚାଲିଚଳଣକୁ ଅନୁକରଣ କରି ଆଚାର ବ୍ୟବହାର ଶିଖନ୍ତି ।
ଶିଶୁମାନେ ଅନ୍ୟମାନଙ୍କୁ ଲକ୍ଷ୍ୟ କରି ଓ ନକଲ କରି କାହା ସହ କିପରି କଥାବାର୍ତ୍ତା କରାଯାଏ ତାହା ପିଲାମାନେ ଶିଖନ୍ତି ।
କି ପ୍ରକାରର ବ୍ୟବହାରକୁ ଗ୍ରହଣ କରାଯାଏ ବା କରାଯାଏ ନାହିଁ ତାହା ସେମାନେ ଶିଖନ୍ତି ।
ବୟସ୍କ ତଥା ବଡ ପିଲାମାନଙ୍କ କାମ ଶିଶୁର ବ୍ୟବହାର ଓ ବ୍ୟକ୍ତିତ୍ଵ ଗଠନରେ ବେଶ୍ ପ୍ରଭାବ ପକାଇଥାଏ ।
ପିଲାମାନଙ୍କୁ ଯାହା କରିବାକୁ କୁହାଯାଏ ସେମାନେ ତାହା ନକରି ଅନ୍ୟମାନଙ୍କ କାମକୁ ନକଲ କରନ୍ତି ।
ବୟସ୍କମାନେ ବଡ ପାଟିରେ ଚିତ୍କାର କଲେ , ହିଂସ୍ର ବ୍ୟବହାର କଲେ ପିଲା ମଧ୍ୟ ସେହି ପ୍ରକାରର ବ୍ୟବହାର ଶିଖେ ।
ଯଦି ବଡମାନେ ଅନ୍ୟକୁ ଦୟା ଓ ସମ୍ମାନ ଦେଖାଇବା ସହ ଧୈର୍ଯ୍ୟପୂର୍ଣ୍ଣ ବ୍ୟବହାର କରନ୍ତି , ତେବେ ଶିଶୁ ମଧ୍ୟ ସେହିଭଳି ବ୍ୟବହାର କରିବା ଶିଖିଥାଏ ।
ଶିଶୁ ବାହାନା କରିବାକୁ ଭଲପାଏ ।
ଏହାକୁ ପ୍ରୋତ୍ସାହିତ କଲେ ଶିଶୁର କଳ୍ପନା ଶକ୍ତିର ବିକାଶ ଘଟିଥାଏ ।
ଏହା ଶିଶୁକୁ ଅନ୍ୟମାନଙ୍କ ବ୍ୟବହାରକୁ ବୁଝିବାରେ ଊ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ ।
ସବୁ ବାପାମା ତଥା ଯତ୍ନକାରୀ ଶିଶୁର ବୃଦ୍ଧି ଓ ବିକାଶର ଅସୁବିଧାକୁ ଦେଖାଉଥିବା ସତର୍କ ସୂଚନାଗୁଡିକୁ ଜାଣିବା ଜରୁରୀ ।
ବାପାମା’ ଓ ଯତ୍ନକାରୀ ଶିଶୁର ସାଧାରଣ ବିକାଶର ବିଭିନ୍ନ ସୂଚକ ବିଷୟରେ ଜାଣିବା ଦରକାର ।
କେତେବେଳେ ସାହାଯ୍ୟ ଖୋଜିବାକୁ ହେବ ଏବଂ ଶାରୀରିକ ବା ମାନସିକ ଦୃଷ୍ଟିରୁ ଅକ୍ଷମ ଇସୁ ପାଇଁ ଏକ ଯତ୍ନଶୀଳ ଓ ସ୍ନେହପୂର୍ଣ୍ଣ ବାତାବରଣ କିପରି ଯୋଗାଇ ହେବ ତାହା ମଧ୍ୟ ସେମାନେ ଜାଣିବା ଜରୁରୀ ।
ପ୍ରତି ଶିଶୁର ବୃଦ୍ଧି ଓ ବିକାଶ ଏକା ଧାରାରେ ହୋଇଥାଏ ।
କିନ୍ତୁ ସମସ୍ତଙ୍କ ବିକାଶର ବେଗ ଅଲଗା ଅଲଗା ହୋଇଥାଏ ।
ତାଙ୍କୁ ଛୁଇଁଲେ , କଥା କହିଲେ ବା କିଛି ଦେଖାଇଲେ ଛୋଟ ପିଲାମାନେ କିଭଳି ପ୍ରତିକ୍ରିୟା ଦେଖାଉଛନ୍ତି ତାହା ଲକ୍ଷ୍ୟ କରି ଶିଶୁର ବିକାଶରେ ଥିବା କୌଣସି ଅସୁବିଧା ବା ତା’ର କିଛି ଅକ୍ଷମତା ବିଷୟରେ ଜାଣିପାରିବେ ।
ଶିଶୁର ବିକାଶ ଧୀର ହେଉଥିଲେ ବାପାମା’ ଓ ଯତ୍ନକାରୀ ଖେଳିବା , କଥା ହେବା , ମାଲିସ କରିବା ଆଦି ପାଇଁ ଅଧିକ ସମୟ ଦେବା ଦରକାର ।
ଶିଶୁ ଯଦି ଉତ୍ତେଜନା ବା ଯତ୍ନ ପ୍ରତି କୌଣସି ପ୍ରତିକ୍ରିୟା ଦେଖାଉନାହିଁ , ତେବେ ବାପାମାଆ ଓ ଯତ୍ନକାରୀଙ୍କୁ ଅନ୍ୟର ସାହାଯ୍ୟ ନେବାକୁ ପଡିବ ।
ଅକ୍ଷମତା ବେଶୀ ବଢିଯିବା ଆଗରୁ ପ୍ରତିକାର ବ୍ୟବସ୍ଥା କରିବା ଦରକାର ।
ବାପାମା’ ଓ ଯତ୍ନକାରୀ ଶିଶୁର ଦକ୍ଷତାର ବିକାଶ ପାଇଁ ତାକୁ ଉତ୍ସାହିତ କରିବା ଉଚିତ ।
ଅକ୍ଷମ ପୁଅ ବା ଝିଅର ଅଧିକ ସ୍ନେହ ଓ ସୁରକ୍ଷା ଦରକାର ।
ଅନ୍ୟ ଶିଶୁଙ୍କ ପରି ଜନ୍ମ ପରେ ଏମାନଙ୍କର ମଧ୍ୟ ପଞ୍ଜିକରଣ ଓ ପ୍ରତିରୋଧିକରଣ , ତାଙ୍କୁ ମା’ କ୍ଷୀର ଓ ପୁଷ୍ଟିକର ଖାଦ୍ୟ ଦେବା , ସବୁ ପ୍ରକାରର ନିର୍ଯ୍ୟାତନା ଓ ହିଂସ୍ରତାଠାରୁ ସୁରକ୍ଷିତ ରଖିବା ଉଚିତ ।
ଅକ୍ଷମ ଶିଶୁମାନଙ୍କୁ ଅନ୍ୟ ଶିଶୁମାନଙ୍କ ସହ ମିଶିବା ଓ ଖେଳିବାକୁ ଉତ୍ସାହିତ କରିବା ଉଚିତ ।
ମାନମାରି ରହୁଥିବା ବା ଆବେଗକୁ ପ୍ରକାଶ କରିପାରୁ ନଥିବା ଶିଶୁ ଅସ୍ଵାଭାବିକ ବ୍ୟବହାର କରିଥାଏ ।
ହଠାତ ସାଙ୍ଗ ନହେବା , ମୁହଁ ଶୁଖାଇବା , ଅଳସୁଆ ହେବା , ସହଯୋଗ ନକରିବା ବା ଦୁଷ୍ଟ ହେବା , ଅଧିକାଂଶ ସମୟରେ କାନ୍ଦିବା , ଅନ୍ୟ ଶିଶୁଙ୍କ ପ୍ରତି ଉଗ୍ର ହୋଇ ଉଠିବା , ସାଙ୍ଗମାନଙ୍କ ସହ ନ ଖେଳି ଏକା ବସିବା ବା ସବୁଦିନିଆ କାର୍ଯ୍ୟକଳାପ ବା ବିଦ୍ୟାଳୟର କାମ ପ୍ରତି ହଠାତ ଆଗ୍ରହ ନ ଦେଖାଇବା ଏବଂ ଭୋକ ଓ ନିଦ କମିଯିବା ଆଦି ଏହାର କିଛି ଉଦାହରଣ ।
ବାପାମା’ ପିଲା ସହ କଥା ହେବା ଏବଂ ତା’କଥା ଶୁଣିବା ଆବଶ୍ୟକ ।
ପରିସ୍ଥିତି ନ ବଦଳିଲେ ଶିକ୍ଷକ ବା ସ୍ୱାସ୍ଥ୍ୟକର୍ମୀଙ୍କ ସାହାଯ୍ୟ ନେବା ଜରୁରୀ ।
ଯଦି ଶିଶୁର ମାନସିକ ବା ଆବେଗଗତ ଅସୁବିଧା ଅଛି ବା ସେ ନିର୍ଯ୍ୟାତନା ସାହି ଆସୁଛି , ତେବେ ଅବସ୍ଥାକୁ ଜଟିଳତାରୁ ବଞ୍ଚାଇବା ପାଇଁ ତାକୁ ପରାମର୍ଶ ଦେବା ଦରକାର ।
ଆଧାର :Unicef
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment