Commit f73134cd authored by Nayan Ranjan Paul's avatar Nayan Ranjan Paul

Upload New File

parent 06d1d980
ହିଅରିଂ ଲସ୍ ର ସମାଧାନ
ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଶୁଭିବାର ପ୍ରାଧାନ୍ୟ ଖୁବ୍ ବେଶି ।
ପଞ୍ଚେନ୍ଦ୍ରିୟ ମଧ୍ୟରୁ ଏହା ଅନ୍ୟତମ ।
ହିଅରିଂ କ’ଣ
ତରଙ୍ଗ ନିର୍ଦ୍ଧାରଣ ଦ୍ଵାରା ଶବ୍ଦକୁ ଗ୍ରହଣ କରିବାର ଦକ୍ଷତା ହେଉଛି ହିଅରିଂ ।
ଏହି ହିଅରିଂ ପ୍ରକ୍ରିୟାରେ କାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ।
ହିଅରିଂ ଲସ୍ କ’ଣ
କାନକୁ ଆଂଶିକ ବା ଶୁଭା ନ ଯିବା ହିଁ ହିଅରିଂ ଲସ୍ ।
କାନକୁ ଶୁଭା ନ ଯିବାର ମାତ୍ରା ଅନୁସାରେ ଏହା ନିମ୍ନଲିଖିତ ଭାଗରେ ବିଭକ୍ତ ହୋଇଛି ।
ଯଥା ମାଇଲ୍ ଡ, ମୋଡୋରେଟ, ସିଭିୟର ଏବଂ ପ୍ରୋଫାଉଣ୍ଡ ।
ମାଇଲ୍ ଡ ହିଅରିଂ ଲସ୍ ହେଉଛି ଅତି ଅଳ୍ପ ଏବଂ ପ୍ରୋଫାଉଣ୍ଡ ହେଉଛି ସମ୍ପୂର୍ଣ୍ଣ ମାତ୍ରାରେ ବଧିର ବା ଆଦୌ ଶୁଭେନା ।
କାରଣ
¾ ଜନ୍ମଗତ
¾ ଅତ୍ୟଧିକ ଶବ୍ଦ ପ୍ରଦୂଷଣ
¾ ଅଟୋଟୋକ୍ଵିକ ଡ୍ରଗସ ଓ କେମିକାଲ
¾ ସିଣ୍ଡ୍ରୋମ୍ ସ
¾ ବୟସାଧିକ୍ୟ କାରଣରୁ
¾ କାନର କୌଣସି ପ୍ରକାରର ଡିଫର୍ମିଟିଜ୍ ବା ବିକୃତି ଥିଲେ ।
ପ୍ରତିକାର
ଇୟର ପ୍ରୋଟେକ୍ଟିଭ ଡିଭାଇସର ବ୍ୟବହାର ଦ୍ଵାରା ଦ୍ଵାରା ନଏଜ ଇନ୍ଦ୍ୟୁସ୍ ଡ ହିଅରିଂ ଲସ୍ (ଏନ୍ ଆଇଏଚଏଲ)ରୁ ରକ୍ଷା ମିଳିପାରିବ
ଏହାଛଡା କମ୍ ଷ୍ଟ୍ରେସ ଓ କମ୍ ଚିନ୍ତାଯୁକ୍ତ ଗୋଟିଏ ଉତ୍ତମ ଜୀବନଶୈଳୀ ଆପଣାଇ ନେଲେ ହିଅରିଂ ଲସ୍ ହେବା ସମ୍ଭାବନା କମିଯାଏ ।
ସମାଧାନ
ପ୍ରଥମ କଥା ହେଉଛି ଯେତେଶୀଘ୍ର ସମ୍ଭବ, ସେତେଶୀଘ୍ର ହିଅରିଂ ଲସ୍ ର ନିରୂପଣ ହେବା ଆବଶ୍ୟକ ।
ଆଜିକାଲି ହିଅରିଂ ଟେଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପରୀକ୍ଷା ଉପଲବ୍ଧ ।
ଯଥା ପିଓର ଟୋନ୍ ଅଡିଓମେଟ୍ରି, ବ୍ରେନଷ୍ଟେମ ଇଭୋକଡ ରେସ ପନ୍ସ (ଏଏସଏସଆର, ଓଟୋଆକ୍ଵାଷ୍ଟିକ ଇମିସନ (ଓଏଇ) ଆଦି ।
ଅଡିଓଲୋଜିଷ୍ଟମାନେ ଏହିସବୁ ଟେଷ୍ଟ କରନ୍ତି ।
ହିଅରିଂ ଲସ୍ ର ଚିକିତ୍ସା ପାଇଁ ସର୍ଜରି କରାଯାଇପାରେ, ଡ୍ରଗ୍ସ / ଔଷଧ ଦିଆଯାଇପାରେ କିମ୍ବା ହିଅରିଂ ଆଡ୍ ଲଗାଯାଇପାରେ ।
କିନ୍ତୁ ସର୍ଜରି କରିବା ପାଇଁ ଅନେକ ମାନଦଣ୍ଡ ରହିଛି ।
ତେଣୁ ସବୁ କ୍ଷେତ୍ରରେ ସର୍ଜରି ସମ୍ଭବ ନୁହେଁ ।
ଠିକ୍ ସେଭଳି ଔଷଧୀୟ ଚିକିତ୍ସାର ମଧ୍ୟ ନିଜସ୍ଵ ସୀମା ରହିଛି ।
କିନ୍ତୁ ହିଅରିଂ ଆଡ୍ ହେଉଛି ଯେକୌଣସି ହିଅରିଂ ଲସ୍ ପାଇଁ ଏକ ବିଶ୍ଵସନୀୟ ସମାଧାନ ।
ହିଅରିଂ ଆଡ୍ କ’ଣ ?
ହିଅରିଂ ଆଡ୍ ହେଉଛି ଗୋଟିଏ ଇଲେକଟ୍ରୋନିକ ଯନ୍ତ୍ର, ଯାହାକି କାନକୁ ଶୁଭିବାରେ ସାହାଯ୍ୟ କରିବା ପାଇଁ ହିଁ ଡିଜାଇନ କରା ହୋଇଥାଏ ।
ବାସ୍ତବରେ ଏହା ହିଅରିଂ ଲସ୍ କୁ ସୁଧୁରାଇପାରେ ନାହିଁ, କିନ୍ତୁ ଶବ୍ଦକୁ ଅଧିକ ସୁଲଭରେ ଗ୍ରହଣ କରିବା ପାଇଁ ନିଶ୍ଚିତ ଭାବେ ଏହା ଗୋଟେ ‘ସହାୟକ’ ରୂପେ କାର୍ଯ୍ୟ କରିଥାଏ ।
ହିଅରିଂ ଆଡ୍ ର ମାଇକ୍ରୋଫୋନ୍ ଶବ୍ଦକୁ ଗ୍ରହଣ କରେ ଏବଂ ଆମ୍ପ୍ଲିଫାୟାରକୁ ପଟାଏ ।
ସେହି ଆମ୍ପ୍ଲିଫାୟାର ତା’ପରେ ଶବ୍ଦକୁ ବଢାଏ, ଅଙ୍କୀକରଣ କରେ ଏବଂ ତାକୁ ରିସିଭରକୁ ପଟାଏ ।
ପରିଶେଷରେ ରିସିଭର ସେଇ ଆମ୍ପ୍ଲିଫାଏଡ ସାଉଣ୍ଡକୁ ଆଡ୍ ଲଗାଇଥିବା ବ୍ୟକ୍ତିଙ୍କୁ ଶୁଣାଏ ।
ହିଅରିଂ ଆଡ୍ ର ପ୍ରକାର
ବିସ୍ତୃତ ଭାବେ କହିବାକୁ ଗଲେ, ଏଗୁଡିକ ତିନି ପ୍ରକାରର ।
ଯଥା – ଆନାଲଗ୍, ସେମି-ଆନାଲଗ୍ ଓ ଡିଜିଟାଲ ।
ଏଗୁଡିକ ମଧ୍ୟରୁ ଡିଜିଟାଲ ହିଅରିଂ ଆଡ୍ ହେଉଛି ସବୁଠୁ ଉନ୍ନତ ତଥା ସୋଫିଷ୍ଟିକେଟେଡ୍ ।
ଏହା ଅତ୍ୟନ୍ତ ଠିକ୍ ଏବଂ ହିଅରିଂ ଲସ୍ ଥିବା ବ୍ୟକ୍ତିଙ୍କୁ ଯଥେଷ୍ଟ ସନ୍ତୁଷ୍ଟି ପ୍ରଦାନ କରିଥାଏ ।
ଉତ୍ତମମାନର ଶବ୍ଦ ସ୍ପଷ୍ଟତା ପାଇଁ ଏଥିରେ ଆନାଲଗ୍ ରୁ ଡିଜିଟାଲ କନ୍ ଭର୍ସନ ଟେକ୍ନୋଲୋଜି ବ୍ୟବହୃତ ହୁଏ ।
ହିଅରିଂ ଆଡ୍ ର ଷ୍ଟାଇଲ
ସାମ୍ପ୍ରତିକ ସମୟରେ ଅନେକ ଷ୍ଟାଇଲଶ୍ ହିଅରିଂ ଆଡ୍ ଉପଲବ୍ଧ ହେଲାଣି ।
¾ ପକେଟ୍ ଆଡ୍ – ଏହା ହେଉଛି ବେସିକ୍ ଆଡ୍ ।
ଏଥିରେ ଗୋଟିଏ ତାର ସଂଯୁକ୍ତ ହୋଇ ରହିଥାଏ ।
ଏହାକୁ ଲେଭଲ୍ ଆଡ୍ ମଧ୍ୟ କୁହାଯାଏ ।
¾ ଆଇ ଗ୍ଲାସ୍ ଆଡ୍ – ଏହା ଚଷମା ସହ ସଂଯୁକ୍ତ ହୋଇ ରହିଥାଏ ।
ଚଷମାର ଯେଉଁ ବାର୍ କାନ ଉପରେ ଲମ୍ବିଥାଏ, ହିଅରିଂ ଆଡ୍ ତାରି ଉପରେ ଯୋଡିହୋଇ ରହିଥାଏ ।
¾ ବିହାଇଣ୍ଡ୍ ଦ ଇୟର୍ ଆଡ୍ – ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ ଏବଂ ଏହା କାନ ପଛରେ ଲଗାଇ ପିନ୍ଧାଯାଏ ।
¾ କମ୍ପ୍ଲିଟ୍ ଲି ଇନ୍ ଦ କାନାଲ୍(ସିଆଇସି) ଆଡ୍ – ଆକାରରେ ଏହା ବହୁତ ଛୋଟ ଏବଂ ଇୟର କାନାଲ୍ ଭିତରେ ଫିଟ୍ ହୋଇ ରହିଥାଏ ।
¾ ଇନ୍ ଭିଜିବଲ୍ ଇନ୍ ଦ କାନାଲ୍ ଆଡ୍ – ଉପରୋକ୍ତ ସମସ୍ତ ହିଅରିଂ ଆଡ୍ ମଧ୍ୟରେ ଏହା ହେଉଛି ସବୁଠାରୁ ଛୋଟ ଏବଂ ଇୟର କାନାଲ୍ ରେ ଅତି ସୁନ୍ଦର ଭାବେ ଫିଟିଙ୍ଗ ହୋଇ ରହିଥାଏ ।
ସାବଧାନତା
ଅଡିଓଲୋଜିଷ୍ଟମାନେ ହେଉଛନ୍ତି ସାର୍ଟିଫାଏଡ ପ୍ରଫେଶନାଲସ, ଯେଉଁମାନେ ଆପଣଙ୍କର ହିଅରିଂ ଲସ୍ ର ସମାଧାନ ପାଇଁ ଆପଣଙ୍କୁ ଠିକ୍ ହିଅରିଂ ଡିଭାଇସର ପରାମର୍ଶ ଦେଇପାରିବେ ।
ପ୍ରଥମେ ସେମାନେ ଆପଣଙ୍କ ହିଅରିଂ ଆବିଲିଟି ବା ଶୁଣିବାର ଦକ୍ଷତାକୁ ବିଭିନ୍ନ ପ୍ରକାର ପରୀକ୍ଷା କରି ଦେଖନ୍ତି ।
ତା’ପରେ ସେମାନେ ଆପଣଙ୍କୁ ଉପଯୁକ୍ତ ନିରାକରଣର ଉପାୟ ବତାଇବେ ।
ଅନ୍ ଲାଇନ୍ ଷ୍ଟୋର ଓ କ୍ଵାକମାନଙ୍କ ହାବୁଡରେ ପଡନ୍ତୁ ନାହିଁ ।
ପରିଶେଷରେ ଏତିକି କୁହାଯାଇପାରେ ଯେ, ହିଅରିଂ ଲସ୍ ଯଦି ଚିକିତ୍ସା ନ ହୋଇ ରହିଯାଏ, ତେବେ ଏହା ବ୍ରେନ୍ ଡ୍ୟାମେଜ କରିଥାଏ ।
ଏବଂ ଆପଣଙ୍କୁ ସମାଜରୁ ବିଚ୍ଛିନ୍ନ କରିଦେଇପାରେ ।
ତେଣୁ ପ୍ରତିକାର ପଦ୍ଧତି ଆପଣାଇ ନେବା ହିଁ ସବୁଠୁ ଭଲ ।
ଯଦି ହିଅରିଂ ଲସ୍ ହୁଏ, ତେବେ ଆପଣ ଅଡିଓଲୋଜିଷ୍ଟଙ୍କୁ ଯୋଗାଯୋଗ କରନ୍ତୁ ।
ଅଡିଓଲୋଜିଷ୍ଟ ଆପଣଙ୍କ ହିଅରିଂକୁ ପରୀକ୍ଷା କରିବେ ଏବଂ ଆପଣଙ୍କୁ ସର୍ବୌତ୍କୃଷ୍ଟ ସମାଧାନର ପନ୍ଥା ବତାଇପାରିବେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment