Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
02ff1ebc
Commit
02ff1ebc
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
b5619a35
Changes
1
Hide whitespace changes
Inline
Side-by-side
Showing
1 changed file
with
53 additions
and
0 deletions
+53
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_48
...lingual-corpora/odiasahitya.com/sent_odiasahitya_galpa_48
+53
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_48
0 → 100644
View file @
02ff1ebc
ଭାବମୂର୍ତ୍ତି
ମୃଣାଳ
ତା: ନଭେମ୍ବର୍ ୧୨, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ →
ବାବ୍ଲୁ ଖବରଟା ଦେଲା ।
ମୁନା, ଶୁଣିଲୁଣି ହିମାଂଶୁଟା ପାଗ୍ଲା ହୋଇଗଲାଣି ।
– ପାଗଳ ହୋଇଗଲାଣି? ସକାଳୁ ସକାଳୁ ଏମିତି ମର୍ମନ୍ତୁଦ ଖବରରେ ମୁଁ ଆବଶ୍ୟକ ମୁତାବକ ମର୍ମାହତ ହେଲି ।
ହିମାଂଶୁ ଆମ ସାଙ୍ଗ ।
ସେକ୍ରେଟାରିୟେଟ୍ରେ କିରାଣୀ ଚାକିରି କଲାଣି ତିନି ବର୍ଷ ହେଲା ।
ସେକ୍ରେଟାରିୟେଟ୍ କିରାଣୀମାନେ ଅନ୍ୟମାନଙ୍କୁ ପାଗଳ କରିଦିଅନ୍ତି ।
ନିଜେ ପାଗଳ ହେବାର ଦୃଷ୍ଟାନ୍ତ ପ୍ରାୟ ନାହିଁ ।
– କିରେ କାହିଁକି? କଣ ହେଲା? କଣ ପାଗଳାମି କରୁଛି? ମୁଁ ଏକାସାଙ୍ଗରେ ଅନେକ ଗୁଡିଏ ପ୍ରଶ୍ନ ପଚାରିଦେଲି ।
– ମିତୁ କୁଆଡେ ତାକୁ ଛାଡି ଆଉ କାହାକୁ ବାହା ହୋଇଗଲା ।
ସେ ଖବର ପାଇଲା ପରଠୁଁ ହିମାଂଶୁ ଖାଲି ମଦ ପିଉଛି ।
ମିତୁ ଓରଫ ମିତାଲି ହିମାଂଶୁର ପ୍ରେମିକା ।
ଛ’ବର୍ଷ ହେଲା ସେମାନଙ୍କର ଘନିଷ୍ଠ ପ୍ରେମ ।
ଆମେ ସମସ୍ତେ ଏକଥା ଜାଣିଛୁ ।
ତ ଏମତାବସ୍ଥାରେ ଜଣେ ଦରଦୀ ସାଙ୍ଗର କର୍ତ୍ତବ୍ୟ ଘଟଣାସ୍ଥଳରେ ପହଞ୍ଚିବା ଏବଂ ଘଟଣାକୁ ସରଜମୀନ ବୁଝିବା ।
ମୁଁ ସେଇଆ କଲି ।
ସନ୍ଧ୍ୟାବେଳେ ହିମାଂଶୁର ବସାଘରେ ପହଞ୍ଚିଲି ।
ହିମାଂଶୁ ଭୁବନେଶ୍ବରର ଅନ୍ୟାନ୍ୟ ବହୁ ଚାକିରିଜୀବିଙ୍କ ପରି ଭଡାଘରେ ରହେ ।
ଏକୁଟିଆ ।
ଦେଖିଲାବେଳକୁ ବାବ୍ଲୁ ଯାହା କହିଥିଲା, ଅକ୍ଷରେ ଅକ୍ଷରେ ସତ ।
ହିମାଂଶୁ ବୋତଲ ଓ ଗ୍ଲାସ୍ ଧରି ବସିଛି ।
ବୋତଲଟା ଅଧା ଖାଲି, ହିମାଂଶୁ ର ଆଖି ମଧ୍ୟ ବେଶ ଲାଲ ।
ଅର୍ଥାତ୍ କିନା ବେଶ କିଛି ସମୟ ହେଲା ମଦ୍ୟପାନ ଚାଲିଛି ।
ମୁଁ କହିଲି, ବେ ହିମାଂଶୁ, ଇଏ କଣ?
– କଣ? ହିମାଂଶୁ ସାମାନ୍ୟ ମାତାଲ ଗଳାରେ ମୋତେ ଓଲଟା ପଚାରିଲା ।
– ମିତୁ ତୋତେ ଛାଡି ଆଉ କାହାକୁ ବାହା ହୋଇଗଲା ।
ଗଲା ।
ତା ବୋଲି ତୁ ମଦ ପିଇ ବରବାଦ ହେବୁ? ଇଡିଅଟ୍! ତୁ କଣ ଦେବଦାସ?
– ନା, ମୁଁ ହିମାଂଶୁ ଦାସ ।
– ତେବେ ଶଳା ମଦଗୁଡାକ କାହିଁକି ପିଉଛୁ? ମଦ କଣ ଦୁଃଖର ଇଲାଜ? ମଦ ପିଇଲେ ଦୁଃଖ କମେ?
– ହାଃ, ହାଃ, ହାଃ! ହିମାଂଶୁ ଖୁବ୍ ହସିଲା ।
ହସି ହସି ତା ଆଖିରୁ ଲୁହ ନିଗିଡି ପଡିଲା ।
କହିଲା, ତୁ ବି ଧୋକା ଖା ଗୟା ମେରା ଦୋସ୍ତ!
ଅଳ୍ପ ନିଶା ହେଲେ ଓଡିଆ ହିନ୍ଦୀ କହେ ବୋଲି ମୁଁ ଜାଣିଥିଲି ।
ଜାଣିଥିଲି ବୋଲି ଟିକେ ଶଙ୍କିଗଲି ।
ମାତାଲଙ୍କୁ ମୋର ଭାରି ଭୟ ।
ସେମାନେ କଥା କଥାରେ ହାତ ଉଠେଇଦିଅନ୍ତି ।
– ହସୁଛୁ କାହିଁକି?
– ହସିବିନି? ତୁ କଣ ଭାବୁଛୁ, ମୁଁ ମିତୁ ଚାଲିଯିବା ଦୁଃଖରେ ମଦ ପିଉଛି?
– ଆଉ?
– ହାଃ, ହାଃ, ହାଃ- ଦେଖ ଗୋଟେ ଗହନ କଥା କହୁଛି, କାହାକୁ କହିବୁନି ।
ତୁ ମୋର ସଚ୍ଚା ଦୋସ୍ତ ବୋଲି ତୋତେ କହୁଛି ।
– କହ ।
– ମିତୁଫିତୁ ଚାଲିଯିବା ଦୁଃଖରେ ନୁହେଁ, ଖାସ୍ ମଦ ପିଇବି ବୋଲି ମଦ ପିଉଛିରେ ଶଳା ।
ଇଚ୍ଛା ହେଲା, ମଦ ପିଇ ମାତାଲ ହେବି ।
କିନ୍ତୁ ତୁଚ୍ଛାଟାରେ ମଦ ପିଇଲେ ଲୋକ କହିବେ ଶଳା ମଦୁଆ ହୋଇଗଲା ।
ଅଭି ମଦ ପିଇଲେ ଲୋକେ କହିବେ- ଆହା ଦୁଃଖରେ ପିଉଛି ।
କେହି ଆଉ ମୋତେ ଘୋଡା ମଦୁଆ ବୋଲି କହିବେନି ।
ମାର୍କେଟ୍ରେ ମୋର ଭାବମୂର୍ତ୍ତିଟା ନିର୍ମଳ ରହିବ ।
ବୁଝିଲୁ! ଏ ଜମାନା ବହୁତ ଖରାପରେ ଦିସ୍ତ! ମଦ ଟିକେ ପିଇବା ପାଇଁ ବି ବାହାନା ଦରକାର ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment