Commit 32df6b31 authored by Nayan Ranjan Paul's avatar Nayan Ranjan Paul

Upload New File

parent 227be61a
କେମିତି ଅଛି ଝିଅ
- ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ତା: ଏପ୍ରିଲ୍ ୨୫, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ଠନ୍‌ ଠନ୍‌ ଠନ୍‌ ।
ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ ।
ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ ।
ରେସିଡ଼େନ୍ସିଆଲ ସ୍କୁଲ ।
ମୁଁ ରାତି ଅଧରେ ବରାବର ଏଇ ଶବ୍ଦରେ ଡରେ ।
ସତେକି ଛାତିରୁ ଅତଡ଼ା ଖସି ଯାଉଛି ।
ନିଦ ନହେଲେ ଲାଗେ ମତେ କିଏ ଡାକୁଛି ।
କିନ୍ତୁ କି ଉଦ୍ଦେଶ୍ୟ ରଖି, ମୋ ପ୍ରତି କାହାର ବା କି ଉଦ୍ଦେଶ୍ୟ ଥାଇପାରେ ! ମୁଁ ବିରକ୍ତ ହୋଇଯାଏ ।
ରାଗିଯାଏ, କ୍ରୋଧ ପରମଶତ୍ରୁ ଏକଥା ଜାଣି ସୁଦ୍ଧା ।
ମୋ ନିଦ ପୁରାପୁରି ଭାଙ୍ଗିଯାଏ ।
କାନ ଡେରି ଭଲ କରି ଶୁଣେ ।
ମୁଁ ଆଉ ଦୁଃସ୍ବପ୍ନ ଦେଖୁନାହିଁ ତ ! ନାଁ ଶବ୍ଦଟା ସ୍ପଷ୍ଟ ଶୁଭୁଛି ।
ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼େ ।
ଅତି ସାନବେଳେ ରାତି ଅଧରେ ବଗିଚାର ବଡ଼ ପଣସ ଗଛର ଡାଳ ବିନା କାରଣରେ ଦୋହଲିଗଲେ ନିଦ ଭାଙ୍ଗିଯାଏ ।
ମୁଁ ସେତେବେଳେ ଜେଜିମା’କୁ ଉଠେଇ ପକାଏ ।
ସିଏ ରାଗିମାଗି ହେଲେ, କହେ କେହିଜଣେ ଆସି ମୋତେ ମାଡ଼ିବସୁଛି ଜେଜିମା
‘ଦିନେ ମୁଁ ହାଉଳି ଖାଇଲି ।
ଜେଜିମା କହିଲା ‘ଇଲୋ କ’ଣ ହେଲା ।’
ଘରସାରା ଲୋକ ଉଠିଆସି ଦେଖିଲେ ମୁଁ ନାଚୁଛି ।
ମତେ ଟେକି ନେଇ ଅନେକ କଥା ପଚରାଉଚୁରା କଲେ ।
ସକାଳେ ଜଣେ ଗୁଣିଆ ଆସି ମତେ ଝାଡ଼ଫୁଙ୍କା କଲା ।
ହେତୁ ହେଲା ଦିନରୁ ମୋର ଭୂତ ପ୍ରେତ ପ୍ରତି ଅଗାଢ଼ ବିଶ୍ବାସ ।
ଏହି ଘଟଣା ପରଠୁ ମୁଁ ଏକୁଟିଆ ରହିବାକୁ ପ୍ରବଳ ଡରେ ।
ଏହିପରି ଅନେକ ଘଟଣା ।
ସେସବୁ ମନେପକାଇ କି ଲାଭ ।
ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା ।
ଘରସାରା ଅନ୍ଧାର ତିମିରେ ।
ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ ।
ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା ।
ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍‌ ନାଇନ୍‌) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍‌ ଦେୟାର ।’
ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ ?
ଏହିପରି ଅନେକ ଘଟଣା ।
ସେସବୁ ମନେପକାଇ କି ଲାଭ ।
ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା ।
ଘରସାରା ଅନ୍ଧାର ତିମିରେ ।
ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ ।
ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା ।
ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍‌ ନାଇନ୍‌) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍‌ ଦେୟାର ।’
ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ ?
ତା’ର ପ୍ରତିକ୍ରିୟା ଦେଖି ବିସ୍ମିତା ପାତ୍ର କୌଣସି ସାହାସ ସଞ୍ଚୟ ନକରି ଏକଦମ୍‌ ଚୁପ୍‌ ହେଇଗଲା ।
ମୁହଁ ଜାକି ଶୋଇ ପଡ଼ିଲା ।
ମନେ ମନେ ଭାବିଲା ଯେଉଁଠି ଘର ଲୋକ ତା’ର ହେଲେନି ତା’କଥା ଆଉ କିଏ ଶୁଣିବାକୁ ଯିବ ।
ବିସ୍ମିତା ଆଜିକାଲି ସବୁଠି ନିଜକୁ ଅସୁରକ୍ଷିତ ମନେ କରୁଛି ।
କ୍ଲାସ୍‌ରୁମରେ ଏମିତିକି ଡର୍ମିଟାରୀରେ ବି ।
ତା’ର ବଢ଼ନ୍ତା ଯୌବନ କ’ଣ ତା’ର ଶତ୍ରୁ ।
ହେଲେ ସିଏ କ’ଣ କରିପାରିବ ।
ସମସ୍ତେ ଯେମିତି ତାକୁ ଲୋଲୁପ ଆଖିରେ ଚାହିଁ ରହିଛନ୍ତି ।
ତାକୁ ନେଇ ଘରେ ବାହାରେ ସମସ୍ତେ ବ୍ୟସ୍ତ ।
କୁଆଡ଼େ ତା’ର ବୟସ ବଢ଼ିଯାଇଛି, ସିଏ ବଡ଼ ହୋଇଯାଇଛି ।
ସେଇଥିଲାଗି ତ ସିଏ ରେସିଡ଼େନ୍ସିଆଲ୍‌ ସ୍କୁଲରେ ପଢୁଛି ।
ବାପାଙ୍କର ଯେତେସବୁ କଥା, କାଳେ ସିଏ ଶୃଙ୍ଖଳିତ ହେବ ।
ଘରେ ଥିଲାବେଳେ ତାକୁ ବାପା ଗୋଡ଼େ ଗୋଡ଼େ ଜଗୁଥିଲେ ।
କାଳେ ତା’ର ପାଦ ଖସିଯିବ ।
ଆଇସ୍‌କ୍ରିମ ବାଲା, ଘରପାଖ ପାନ ଦୋକାନୀ, କ୍ଷୀରବାଲା, ପଡ଼ୋଶୀ ଘରର ଲିଟୁ, ଗାଁର ଲେଖାଜୋଖା ଦାଦା, ମାମୁଁ ସମସ୍ତେ ତା’ପାଖରେ ଯେମିତି କିଛି ଗୋଟେ ଖୋଜୁଥାଆନ୍ତି ।
ସେମାନଙ୍କ ଆଖି ସବୁବେଳେ ତା’ରି ଉପରେ ପହଁରି ବୁଲେ ।
ଟାଇଟ୍‌ ଫିଟିଙ୍ଗ୍‌ ଜାମା ଦେହରୁ କେଉଁଠି କିଛି ଅନାବୃତ ଜିନିଷକୁ ସେମାନେ ସବୁବେଳେ ଟାକି ବସିଥାଆନ୍ତି ଦେଖିବାକୁ ।
ବହୁ ସମୟରେ କଲୋନୀର ଯୁବକମାନେ ଆମ ଘରକୁ ବିନା କାରଣରେ ଆସନ୍ତି ।
ସେମାନେ ସୁଯୋଗ ଉଣ୍ଡୁଥାନ୍ତି ମୁଁ ଯେମିତି ଟିକେ ଦର୍ଶନ ଦିଏ ।
ଆସିବାର କାରଣଟା ପଚାରି ଦେଇ ମୁଁ ଧଡ଼୍ କରି କବାଟ ପକାଇ ଦିଏ ।
ମୋ ଛାତିରେ ବିଜୁଳି ଖେଳିଯାଏ ।
ଝାଳ ସରସର୍‌ ହେଇଯାଏ ।
ବାପାଙ୍କର ସରକାରୀ ଚାକିରି ।
ବହୁ ଝିନଝଟ୍‌ ।
ବଦଳି ପାଲାରେ ଆମେ ଓଡ଼ିଶାର ଅଧେଯାଗା ବୁଲି ସାରିଲୁଣି ।
ପୁରୀରେ ଥିଲାବେଳେ ଭାରି ଭଲ ଲାଗୁଥିଲା ।
ଜଗନ୍ନାଥଙ୍କ ଦର୍ଶନ ତା’ ସାଙ୍ଗକୁ ମନୋରମ ସମୁଦ୍ର ବେଳା ।
ହେଲେ ସବୁବେଳେ ଭିଡ଼ ।
ମନ୍ଦିର ଭିତରେ ଭିଡ଼ ହେଲେ ତ ଭାରି ପ୍ରବ୍ଲେମ ।
ଲୋକଗୁଡ଼ାକ ଦେହରେ ଘଷି ହେଇଯାଆନ୍ତି ।
ତାକୁ ଆକ୍ତାମାକ୍ତା ଲାଗେ ।
ଥରେ ସିଏ ଭିଡ଼ ଭିତରେ ଫସି ଯାଇଥିଲା ।
ଘରକୁ ଫେରିଲା ବେଳକୁ ତା’ ଦେହ ଭାରି ଦରଜ ଳାଗୁଥିଲା ।
ଗୋରା ଦେହରେ ଠାଏ ଠାଏ ନାଲି ଦାଗ ।
ସୁନ୍ଦରଗଡ଼ରେ ମୁଁ ଭାରି ଖୁସିରେ ଥିଲି ।
କିନ୍ତୁ ସେଠି ବି ସେଇ ନାଟ ।
ମୋ ଆଡ଼କୁ ସମସ୍ତେ ଚାହାଁନ୍ତି ।
ଭୋର୍‌ରୁ ଫୁଲ ଆଣି ଯିବାଥିଲା ଗୋଟେ ବହୁଦିନର ଅଭ୍ୟାସ ।
ଷ୍ଟାଣ୍ଡାର୍ଡ଼ ସିକ୍ସ୍‌ରେ ପଢୁଥିଲି ।
ଘରପାଖ ଆମ ମନ୍ଦିର ନନାଙ୍କୁ ମୁଁ ସବୁଦିନ ଫୁଲ ଦିଏ ।
ଦିନେ ସିଏ ମୋ ହାତ ଧରିଲେ ।
ମୁଁ ଛାଡ଼ କହିଲାରୁ ଛାଡ଼ିଲେ ନାହିଁ ।
ବହୁ ସମୟଧରି ମୋ ମୁହଁକୁ ଚାହିଁ ରହିଲେ ।
ଦିଶୁଥିଲେ ସିଏ ଭାରି ଭୟଙ୍କର ।
ମୁଁ ସେଠୁ ଦୌଡ଼ି ପଳେଇ ଆସିଲି ।
ବୋଉ ମତେ ସେଇ ଦିନରୁ ଫୁଲ ତୋଳିବାକୁ ଛାଡ଼େ ନାହିଁ ।
ଟିଟିଲାଗଡ଼ରେ ଥିଲାବେଳେ ମୁଁ ଥିଲି ସେ ଅଞ୍ଚଳରେ ସବୁଠୁ ପପୁଲାର ।
ନଗେନ ବାବୁଙ୍କ ଝିଅ ବିସ୍ମିତା କହିଲେ ସମସ୍ତଙ୍କ ଆଖି ଖୋସି ହେଇଯାଉଥିଲା ।
ବୁଢ଼ୀମାନେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା ।
ଟୋକାମାନେ କହୁଥିଲେ ମାଷ୍ଟର ପିସ୍‌ ।
ମୁଁ ରାସ୍ତାରେ ଗଲେ ଶୁଶୁରୀ ବାଜୁଥିଲା ।
ମୁଁ କିନ୍ତୁ ଟିଉସନ୍‌ ପଢ଼ିବାକୁ ଖାଲି ଯାହା ଘରୁ ବାହାରେ ।
ପରିଡ଼ା ସାର୍‌ଙ୍କ ଆଖି ଓଃ କି ଭୟଙ୍କର ସତରେ ! ସେ ସବୁବେଳେ ମତେ ଏମିତି ଚାହିଁଥାନ୍ତି କାହିଁକି କେଜାଣି ? ସମସ୍ତେ ଭାବୁଛନ୍ତି ମୋ ସୁନ୍ଦରପଣ ଯୋଗୁଁ ଏତେ ସବୁ ଘଟଣା ଦୁର୍ଘଟଣା ଘଟୁଛି ।
ମୁଁ କିନ୍ତୁ ନିରୁପାୟ ।
କ୍ଲାସ୍‌ରେ ପିଲାମାନ ଅନ୍ୟାମନସ୍କ, ଦୋଷ ମୋର ।
ହେଲେ ସାର୍‌ମାନେ କାହିଁକି ମତେ ସେଣ୍ଟର କରି ନାହାଁନ୍ତି ।
ସବୁ ପିଲାଙ୍କୁ ଅନେଇଲେ କ୍ଷତି କ’ଣ ?
ପିଲାମାନେ କମ୍ପ୍ଲେନ କରିଛନ୍ତି ।
ସାର୍‌ମାନେ ଖାଲି ବିସ୍ମିତାକୁ ଚାହିଁଛନ୍ତି ।
ଗୋଟେ ଗୁପ୍ତ ବୈଠକ ପ୍ରିନ୍‌ସିପାଲ୍‌ ଡକାଇବାପରେ ଏବେ ସମସ୍ତେ ସାଇଜ୍‌ ।
ହେଲେ ଷ୍ଟଡ଼ି ଆୱାର୍‌ରେ, ଡାଉଟ୍‌ କ୍ଲିୟର କଲାବେଳେ, ଡ୍ରିଲ୍‌ କ୍ଲାସ୍‌ରେ, ଖେଳ ପିରିୟଡ୍‌ରେ, ଗୀଟାର ଶିଖିଲାବେଳେ ସେ ମଣିଷମାନଙ୍କର ଭୟଙ୍କର ଆଖିକୁ ଏଡ଼େଇ ପାରୁନି ।
ସମସ୍ତେ ବ୍ୟଗ୍ର ତା’ ସଙ୍ଗେ ଖେଳିବାକୁ ।
ଗୀଟାର ବଜା ଶିଖିଲାବେଳେ ଅଯଥା ଚିନ୍ତା ସବୁ ତାକୁ ମାଡ଼ି ମାଡ଼ି ପଡ଼େ, ସାର୍‌ମାନେ ଦିଶନ୍ତି ଭୟଙ୍କର ଜନ୍ତୁ ଭଳି ।
ୱାଡ଼େନ୍‌ ସାର୍‌ ତାକୁ ଗୋଡ଼େ ଗୋଡ଼େ ଜଗିଛନ୍ତି ।
ଠିକ୍‌ ଛାଇ ଭଳି ।
ଏଇ ମଣିଷମାନଙ୍କୁ ମୁଁ ଡରୁଛି ଖୁବ୍‌ ଆଜିକାଲି ।
ରୋହିତ ସହ କ’ଣ ଦି’ପଦ କଥା ହେଇଗଲି ଯେ, ୱାଡ଼େନ୍‌ ପ୍ରିନ୍‌ସିପାଲ୍‌ଙ୍କୁ ଫୋଡ଼ିଦେଲା ।
ୱାଡ଼େନ୍‌ ମଣିଷଟା ଆସି ଅବେଳରେ କବାଟ୍‌ ଠକ୍‌ ଠକ୍‌ କରେ ।
ଯଦିଓ ସେ ଜାଣିଥାଏ କେହି ନାହାଁନ୍ତି ମୁଁ ଏକଲା ।
ଏମିତିକି ରାତି ଏଗାରଟାରେ କବାଟ କଣାରେ ଉଣ୍ଡୁଥିବାର ମୁଁ ଦେଖିଛି ।
(ସତରେ ସିଏ ମୋର ବହୁତ ଯତ୍ନ ନେଇଛନ୍ତି ପରା ।)
ଥରେ ଅଙ୍କ ବୁଝିବାକୁ ଗଲାବେଳେ ଅଙ୍କସାର୍‌ ଟେବୁଲ୍‌ ତଳେ ମୋ ପାଦକୁ ଜୋତାରେ ରଗଡ଼ିଗଲେ ।
ମୁଁ ବିଷ୍ଣୁ କହିଲି ।
ଭାବିଲି ଅଜାଣତରେ ହେଇଥିବ ।
ହେଲେ ଥରେ ନୁହେଁ ବାରମ୍ବାର ରଗଡ଼ିଲେ ।
ଓ‍ କି କଷ୍ଟ, ମୁଁ ପୁରା କାନ୍ଦି ପକାଇଲି ।
ଥରେ ସାର୍‌ ମୋ ଖୋଲାପିଠିକୁ ସାଉଁଳେଇ ଦି’ ଚାପୁଡ଼ା ଦେଇଥିଲେ ।
ମୁଁ ଥମ୍‌ ଥମ୍‌ ହୋଇପଡ଼ିଲି ।
ତା’ପରଠୁ ଘରେ କହିଲି ଆଉ ଟିଉସନ ଯିବିନି ।
ଟିଉସନ ଯିବୁନି ତ ପାଠ ପଢ଼ିବୁ କେମିତି ।
ବାପାଙ୍କର କି ରାଗ ଦେଖ ।
ସେଇଦିନରୁ ମୋ ନାଁ ଲେଖା ହେଲା ଦାମନଯୋଡ଼ି ରେସିଡ଼େନ୍ସିଆଲ ସ୍କୁଲରେ ।
ବାପାଙ୍କର ଯିବା ଆସିବା କରି ଦେଖାଚାହାଁ କରିବାରେ ବହୁତ ଅସୁବିଧା ହେଲା ।
ସେଇଠୁ ସ୍କୁଲ ଚେଞ୍ଜ ହେଲା ବରଗଡ଼ ରେସିଡ଼େନ୍ସିଆଲ କୁ ।
ବାପା ଚାକିରି ପାଇଁ ଜାଗା ବଦଳାଇଥିଲେ, ଆଉ ମୁଁ ସ୍କୁଲ ।
ମୁଁ ଟିକେ ଡବଡ଼ବି ।
ମୁଁ କଥା ରଖିପାରେନି କହିଦିଏ ।
ସେଇଥିପାଇଁ ସାଙ୍ଗମାନେ ମତେ ଛିଗୁଳାନ୍ତି, ହଜାରେ ସ୍କୁଲ ଛାଡ଼ରୀ ।
ମୋର ବା କ’ଣ ଭୁଲ୍‌ ।
ଏଠି ବି କୋଉ ସୁରକ୍ଷିତ ଏକଥା ବିସ୍ମିତା ଭାବେ ।
ଗୋଟେ ଅଜଣା ଭୟ ଯେମିତି ତାକୁ ଘେରେଇ ବସେ ।
ପ୍ରିନସିପାଲ ସେଦିନ ଡକେଇଥିଲେ ।
ଡିଡ୍‌ ୟୁ ନୋ ଦିସ୍‌ ମ୍ୟାଟର ? (ପଚାରିଲେ)
ହୁଇଚ୍‌ ମ୍ୟାଟର ? (ସେ କହିଥିଲା)
ଗୋଟେ କ୍ଲାସ୍‌ମେଟ ପୁଅ ତା’କୁ କୁଆଡ଼େ ପ୍ରେମ ଚିଠି ଦେଇଥିଲା ।
ପ୍ରିନ୍ସିପାଲ୍‌ଙ୍କର କିନ୍ତୁ ପୁରାପୁରି ସନ୍ଦେହ ତା’ଉପରେ ।
ଘଟଣାଟା କୁଆଡ଼େ ମୋ ଆଡୁ ଘଟିଥିବ ।
ମୁଁ ଏକଥା କେବେ ଘରେ କହିନି ।
ଟେନ୍‌ଥ କ୍ଲାସ୍‌ ।
ପୁଣି ସ୍କୁଲ ବଦଳ ।
ପୁଣି ଝିନ୍‌ଝଟ୍‌ ।
କିଏ ପାରିବ ।
ତା’ଛଡ଼ା ଘରେ ମୋର କିଛି କଥା ଶୁଣିବାକୁ ନାରାଜ, କହିବେ ଆଡ଼‌ଜଷ୍ଟ କର ।
ଦିନେ ମୁଁ ଶୋଇଯାଇଛି ଅଚେତନରେ ।
ଭାଲୁ ମଲାଶବକୁ ଶୁଙ୍ଘିଲା ପରି କେହି ଜଣେ ମତେ ଶୁଙ୍ଘିଦେଇଗଲା ।
କିଏ ସିଏ ?
ଡର୍ମିଟାରିରେ କେହି ନଥିଲେ ।
କିନ୍ତୁ ନାଁ…. କାହାକୁ କହିଲେ ପୁଣି ବିପଦ ।
ଆଡ଼ଜଷ୍ଟ କରି ଚଳିବାକୁ ହେବ ।
କାରଣ ଟେନ୍‌ଥ ପରୀକ୍ଷା ମୁଣ୍ଡ ଉପରେ ।
ଆଉ ଦିନେ ରାତି ବାଥ୍‌ରୁମ୍‌ ଲାଗିବାରୁ ଉଠିଲା ।
କରିଡ଼ରରେ ମତେ ଏକବାର କିଏ ଯେମିତି କାବୁ କରିନେଲା ।
ଛାତିରେ ଜାକିଧରି ସର୍ବାଙ୍ଗ ଛାଇଗଲା ।
ମୁହଁରୁ ବାହାରୁଥିଲା ଆଲ୍‌କହଲର ଗନ୍ଧ ।
ସେ ମୁଖା ପିନ୍ଧିଥିଲା, ଗ୍ଲୋବ୍‌ସ ନାଇଥିଲା ।
କିଏ ସିଏ ?
ପରେ ଭାବିଲି, ନାଁ ସବୁ ଆଡ଼ଜଷ୍ଟ କରିବାକୁ ହେବ ।
ଡର୍ମିଟାରିରେ ନିଶ୍ଚେତ ହୋଇ ଶୋଇ ପଡ଼ିଲି ।
ଦୁଇଦିନ ପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ଥାଏ ମୋ ଛାତିରେ ।
ବାପାଙ୍କର ଭିଜିଟିଂ ଦିନ ସନ୍‌ଡ଼େ ।
ତାଙ୍କୁ କ’ଣ ଏ ସବୁ ଘଟଣା କହିହେବ ।
ପରୀକ୍ଷା ମୁଣ୍ଡ ଉପରେ ।
ନାଁ ନ କହିଲେ ବରଂ ଭଲ ।
ଆଡ଼ମିନିଷ୍ଟ୍ରେଟିଭ ବ୍ଲକ୍‌ ପାଖ ଲୋକାରଣ୍ୟ ।
ମୁଁ ଧାଇଁଲି ସେଇଠିକି ।
ବିସ୍ମିତା ପାତ୍ର ଓରଫ୍‌ କ୍ଲାସ୍‌ ଟେନ୍‌ଥ ।
ଦେଖିବାକୁ ସୁନ୍ଦରୀ ।
ଭୂଇଁ ଉପରେ ପଡ଼ିଛି ସିମ୍ପଲ ଅଗ୍ରୱାଲର ମଲାଦେହ ।
କ୍ଲାସ୍‌ ନାଇନ୍‌, ଘର ଛତିଶଗଡ଼ ।
ଶୋଇ ଯାଇଛି ଯେମିତି ଗାଢ଼ ନିଦରେ ।
ଯେଉଁଠି ସ୍କାଭେଞ୍ଜରମାନେ ରହନ୍ତି ।
ପାଞ୍ଚତାଲା ଉପରେ ପାଣିଟାଙ୍କି ସାଇଡ୍‌ ଘର କାନ୍ଥରେ କୁଆଡ଼େ ସିମ୍ପଲ ଚଢ଼ିଥିଲା ।
ଖସି ପଡ଼ିଲା ।
ଏଁ ସିମ୍ପଲ ପଡ଼ିଗଲା ପାଞ୍ଚତାଲା ଉପରୁ !
କିନ୍ତୁ ମୁଁ ! ମୁଁ ତ ପଡ଼ିଗଲି ନାହିଁ !
କାହିଁକି ? କାହିଁକି ?
ବାପା ଯଦି ଜାଣିବେ ମୋ ଘଟଣା; ତାହେଲେ କ’ଣ କହିବେ !
ମୋ ଝିଅର ସବୁ ସରିଗଲା ।
ନାଁ ଆଡ଼ଜଷ୍ଟ ହବ କିଛି !
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment