Commit 83059a20 authored by Nayan Ranjan Paul's avatar Nayan Ranjan Paul

Upload New File

parent 4d2cb2a2
ଆଖିଧରା
ଉପକ୍ରମ
ଜୀବାଣୁ, ଭୂତାଣୁ, ଆଲେର୍ଜି ବା ଅନ୍ୟ ଯେକୌଣସି କଟୁ ପଦାର୍ଥ ଆଖିରେ ପଡି ବା ଅନ୍ୟକିଛି ଆଘାତରୁ ଆଖି ଲାଲ ପଡୁ ବା ଧରୁ, ତାହାକୁ ଭିତ୍ତିକରି ହୋମିଓପାଥିରେ ଔଷଧ ବ୍ୟବସ୍ଥା କରିବା ସୁବିଧା ଜନକ ନୁହେଁ ।
ଯେପରି, ଧରାଯାଉ ଆଘାତଲାଗିଛି ; ଏକୋନାଇଟ, ଆର୍ଣ୍ଣିକା ବା ଯୁଫ୍ରେସିଆ ଏହି ତିନୋଟିଯାକ ଔଷଧ ବ୍ୟବହାର କରାଯାଇ ପାରେ, ଏପରି କି ରୁଟା ମଧ୍ୟ, କିନ୍ତୁ କେଉଁ କ୍ଷେତ୍ରରେ ?
ଲକ୍ଷଣ
ପ୍ରଥମାବସ୍ଥାରେ ଆଖି ଲାଲ ପଡିଗଲା, ଗରମ ହୁଳା ବାହାରିଲା, ଖୁବ୍ ଜୋରରେ ଖୁଞ୍ଚି ଖୁଞ୍ଚି ହେଲା, ତାହା ହେଲେ ଏକୋନାଇଟ ଲାଗିବ ।
କିନ୍ତୁ, ଦେଖିଲେ କଳାଶୀରା ପଡି ଯାଇଛି, ଦରଜ ଯେ ନାହିଁ ନ ଥିବା, ତେବେ ଆର୍ଣ୍ଣିକା ଲାଗିବ ।
ମାତ୍ର ଏ ସବୁ କିଛି ନାହିଁ ଖାଲି ଆଖି ପୋଡୁଛି ।
ଆଖିରୁ ତତଲା ଲୁହ ବୋହୁଛି ଏବଂ କଲା ଡୋଳାରେ ଧଳା ଦାଗ ଦେଖାଯାଉଛି ।
ତାହାହେଲେ ଯୁଫ୍ରେସିଆ ଛଡା ଆଉ କିଛି ନୁହେଁ ।
ଆଖିରେ ମାଡହୋଇ ଆଖି ଚାରିପଟେ ଦରଜ, ଜମାରୁ ଚାହିଁ ହେଉନି, ଚାହିଁଲେ ଆଖିରେ କଷ୍ଟ ବଢୁଛି, ତେବେ ରୁଟା ।
ଧରନ୍ତୁ ଆଖିରେ ପୋକ ପଡିଗଲା କି ଧୂଳିକଣା କିଛି ପଡିଗଲା, ଆଖିରେ ଯେତେ ପାଣି ଛାଟିଲେ ମଧ୍ୟ ଗଲା ନାହିଁ , ଉପରପତା ଓ ଆଖିଡୋଳା ମଝିରେ ରହି ଗଲାଭଳି ଲାଗୁଛି ।
ତାହାହେଲେ କୋକ୍କସକାକଟି ଖାଇ ଦେଖନ୍ତୁନା ।
କଥାରେ ଅଛି ଖାଲି ଆଖିରେ ମଟର ସାଇକେଲ ଚଢି ଯଦି ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଯାଉଛ, ତେବେ ପକେଟରେ ଏହି ଔଷଧରୁ ଗୋଟିଏ ଶିଶି ପକାଇଥାଅ କର୍ମରେ ଆସିବ ।
ସେହିପରି ଭୂତାଣୁ ଜନିତ ହେଉ ଅବା ଜୀବାଣୁ ହେତୁ ହେଉ, ଆଖିଫୁଲି ଗେଣ୍ଡାପରି ହୋଇଯାଇଛି, ଆଖିରୁ ଲୁହ ବୋହୁଛି, ଆକ୍ଷିପତା ଫୁଲିଯାଇ ଥଳିଭଳି ଓହଳି ପଡିଛି ।
ଏପିସମେଲ ତୁରନ୍ତ ଉପଶମ ଦେବ ।
ନାହିଁତ ଯଦି ବଡ ଜୋରରେ ଲାଲପଡି ଲେଞ୍ଜରା ବୋହି ଆଖି ଯୋଡି ହୋଇ ଯାଉଛି, ଆର୍ଜେଣ୍ଟମ ନାଇଟ୍ରିକମ କଥା ଚିନ୍ତା କରିବେ ।
ଏଥିରେ ଏ ରୋଗୀ ଯେତେବେଳେ ଶୁଅନ୍ତୁନା କାହିଁକି ଉଠିଲା ବେଳକୁ ଆଖିପତା ଖାଲି ଚଟଚଟ ଲାଗୁଛି, ସତେ ଯେପରି ଆଖି ଲେଞ୍ଜରାରେ ଭର୍ତ୍ତିହୋଇ ରହିଛି ତେବେ, ରେଡିୟାମବ୍ରୋମ ବେଶ୍ କାର୍ଯ୍ୟକାରୀ ହେବ ।
ପଲସେଟିଲା ତ ଏକ ସାଧାରଣ ଔଷଧ ଆଖି ଧରାକୁ, ଏଥିରେ ମଧ୍ୟ ଆଖିରେ ଲେଞ୍ଜରା ମେଞ୍ଚା ମେଞ୍ଚା ହୋଇ ବୋହିବ, ଶୋଷ ନ ଥିବ, ଯଦିଓ ପାଟି ଅଠା ଅଠା ହୋଇ ଯାଉଥିବ ।
ନାକରୁ ପାଚିଲା ସିଙ୍ଘାଣି ବୋହୁଥିବ ।
ଥଣ୍ଡା ଶର୍ଦ୍ଦିଧରି ଜରଜରୁଆ ଲାଗିବା ସହିତ ; ଦେହ ଘୋଳି ବିନ୍ଧି ହୋଇ ଆଖି ଧରିଥିଲେ ରସଟକ୍ସ ବ୍ୟବହାର କରନ୍ତୁ ।
ଏହା ଛଡା ପଦ୍ମାମଧୁ ବା ଗୋଲାପଜଳ ଆଖିରେ ପକାଇବା ଅପେକ୍ଷା ଯୁଫ୍ରେସିଆ ଦଶବୁନ୍ଦା ଏକ କପ୍ ସିଝା ଥଣ୍ଡା ପାଣିରେ ପକାଇ ଆଖି ଧୋଇଲେ ବା ଆଖିରେ ପକାଇଲେ ବେଶି ଭଲ ଫଳ ଦେବ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment