Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
88dd978a
Commit
88dd978a
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
36faeb10
Changes
1
Hide whitespace changes
Inline
Side-by-side
Showing
1 changed file
with
41 additions
and
0 deletions
+41
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_42
...lingual-corpora/odiasahitya.com/sent_odiasahitya_galpa_42
+41
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_42
0 → 100644
View file @
88dd978a
ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ
ତା: ଫେବୃଆରୀ ୧, ୨୦୧୧
ମୂଳ ପୃଷ୍ଠା → ଗଳ୍ପ →
ଆଜିକାଲି ବହୁତ ଡେ ପାଳନ କରାଯାଉଛି ।
ଫାଦରସ୍ ଡେ, ମଦରସ୍ ଡେ, ଡକ୍ଟରସ୍ ଡେ, ଚିଲ୍ଡ୍ରେନ୍ସ ଡେ, ଭ୍ୟାଲେଣ୍ଟାଇନ୍ ଡେ ।
ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି ।
ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ କିଛି ନା କିଛି ଡେ ।
ଏ ଡେ ରୁ ଅଧିକାଂଶ ଫିରିଙ୍ଗିମାନେ ଆମ ଉପରେ ଲଦି ଦେଇଛନ୍ତି ।
ତ ଆମ୍ଭେ ଆଉ କେତେକ ଡେ ଆଉ ନାଇଟ୍ (ସବୁ କଥାରେ ଖାଲି ଦିବସ କାହିଁକି ହେବ, ରଜନୀ କିଆଁ ନହେବ !) ଆରମ୍ଭ କରିବାକୁ ଚାହୁଁଛୁ ।
ଏଗୁଡିକ ଏଠି ପାଳିତ ହୋଇ ପପୁଲାର ହେଲାପରେ ତାକୁ ଫିରିଙ୍ଗିମାନଙ୍କ ଉପରେ ଲଦିଦେବାକୁ ଚାହୁଁଛୁ ।
କି କି ଡେ ପାଳନ କରାଯାଇପାରେ, ଏ ବିଷୟରେ ବଙ୍ଗଳାର ଏକ ନମ୍ବର ଖବର କାଗଜ ‘ଆନନ୍ଦ ବଜାର ପତ୍ରିକା’ ବି ପାଠକମାନଙ୍କଠୁଁ ପରାମର୍ଶ ମାଗିଥିଲେ ।
ପାଠକମାନେ କେତେକ ପରାମର୍ଶ ଦେଇଥିଲେ ।
ସେଥିରୁ କିଛି ବି ଏଥିରେ ସାମିଲ କରିଦେଇଛି ।
ଆରମ୍ଭ କରିବା ଦାରିଦ୍ର୍ୟ ବୃଦ୍ଧିକରଣ ଦିବସରୁ ।
ଦାରିଦ୍ର୍ୟ ଦୂରୀକରଣକୁ ନେଇ ବର୍ଷରେ ଅନେକ ଦିବସ ପାଳନ କରାଯାଏ ।
ଭାବି ଦେଖନ୍ତୁ ବନ୍ଧୁଗଣ, ଦାରିଦ୍ର୍ୟ ଆମର ସ୍ବାଭାବିକ ସ୍ଥିତି ।
ଆମର ସଂସ୍କୃତି ।
ଗୀତ ଅଛି : କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ହାତେ ।
ଶାସ୍ତ୍ର ପୁରାଣ ଦେଖନ୍ତୁ ।
ଲେଖାହୋଇଛି, ଈଶ୍ବର ଦରିଦ୍ରର ବନ୍ଧୁ ।
ଶାସ୍ତ୍ରପୁରାଣ ଛାଡି, ପ୍ରାକ୍ଟିକାଲ ଲାଇଫ୍ରେ ଦେଖନ୍ତୁ, ଦାରିଦ୍ର୍ୟ ଦୂର ହୋଇଗଲେ ଆମର କେତେ ଅସୁବିଧା ହେବ ।
ଦାରିଦ୍ର୍ୟ ଅଛି ବୋଲି ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡିକ ଅଛି ।
ସେଥିରେ କେତେ ଲୋକ ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ ସାମିଲ ଅଚନ୍ତି ।
ସେମାନଙ୍କ ଅନ୍ନସଂସ୍ଥାନ ହେଉଛି ।
ସେମାନେ ସହରରେ କାର୍ଯ୍ୟାଳୟ ଖୋଲି, ଥଣ୍ଡାଗାଡି ମଟରରେ ବୁଲି ବୁଲି ଦାରିଦ୍ର୍ୟ ଦୂର କରନ୍ତି – ସେସବୁ କ’ଣ ହେବ ?
ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି ।
ସେଥିରେ କେତେ ବୁଦ୍ଧିଜୀବି ଯୋଗ ଦେଇ ଏ ବିଷୟରେ ମୁଣ୍ଡ ଖେଳାଉଛନ୍ତି ।
ଦାରିଦ୍ର୍ୟ କେମିତି ଦୂର ହେବ ସେ ସମ୍ପର୍କରେ ପଞ୍ଚତାରକା ହୋଟେଲମାନଙ୍କରେ କେତେ କର୍ମଶାଳା, ସେମିନାର ଆଦି ଆୟୋଜନ ହେଉଛି ।
ଦାରିଦ୍ର୍ୟ ଦୂର ହୋଇଗଲେ ହୋଟେଲମାନଙ୍କ କାରବାର କମିଯିବ ।
ଦେଶର ଅର୍ଥନୀତି ଉପରେ ଏହାର କେତେ କୁପ୍ରଭାବ ପଡିବ ଥରେ ଚିନ୍ତା କରନ୍ତୁ ।
ଦରିଦ୍ରମାନଙ୍କୁ ନେଇ କେତେ ଗଳ୍ପ କବିତା ଉପନ୍ୟାସ ଲେଖାହେଉଛି ।
ଦାରିଦ୍ର୍ୟ ଦୂର ହୋଇଗଲେ ସେ ଲେଖକମାନଙ୍କର କ’ଣ ହେବ ?
ସେମାନେ କ’ଣ ଲେଖିବେ ?
ଦାରିଦ୍ର୍ୟକୁ ନେଇ କେତେ ରାଜନୀତି ହେଉଛି ।
ଦାରିଦ୍ର୍ୟ ଦୂର ହୋଇଗଲେ ସେ ରାଜନୀତି କରୁଥିବା ଲୋକମାନଙ୍କର କ’ଣ ହେବ ?
ଦାରିଦ୍ର୍ୟ ଦୂର ହୋଇଗଲେ ଅଳ୍ପଟଙ୍କାରେ ମୂଲ ଲାଗିବାକୁ, ବାସନ ମାଜିବାକୁ, ରିକ୍ସା ଟାଣିବାକୁ ଲୋକ କେଉଁଠୁ ମିଳିବେ ?
ଗଣମାଧ୍ୟମରେ ପିଲାବିକ୍ରି, ଅନାହାର ମୃତ୍ୟୁର ଖବର କେମିତି ମିଳିବ ?
ବିଧାନସଭା, ସଂସଦରେ ତୁମ୍ବିତୋଫାନ କେମିତି ହେବ ?
ତେଣୁ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ଦାରିଦ୍ର୍ୟ ବଢେଇବା ଦରକାର ।
ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପାଳନ କରାଯିବ ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ ।
ଏହି ଦିନ ବୁଦ୍ଧିଜୀବି, ସ୍ବେଚ୍ଛାସେବୀମାନେ ବସି ଚିନ୍ତା କରିବେ ଏ ଦେଶରେ ଦାରିଦ୍ର୍ୟ ବଢା ଯିବ କେମିତି ?
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment