Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
ba4d8ff9
Commit
ba4d8ff9
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
30d56905
Changes
1
Hide whitespace changes
Inline
Side-by-side
Showing
1 changed file
with
43 additions
and
0 deletions
+43
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia21.txt
...ngual-corpora/vikaspedia.in/vikashpedia_health_odia21.txt
+43
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia21.txt
0 → 100644
View file @
ba4d8ff9
ଆମନାତ ବା ସନ୍ଧିବାତ ରୋଗ ଚିକିତ୍ସା
ଉପକ୍ରମ
ଶାସ୍ତ୍ରରେ ଉଲ୍ଲେଖ ଥିବା ପରକାର ବାଟ ରୋଗ ମଧ୍ୟରେ ଏହି ରୋଗ ସ୍ଵତନ୍ତ୍ର ସ୍ଥାନ କରିଛି ।
ବହୁ ପ୍ରାଚୀନ କାଳରୁ ଚିକତ୍ସା ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବାରୁ ଏହି ରୋଗର ସାମାଜିକ ସ୍ଥିତି ମଧ୍ୟ ବହୁ ପୁରାତନ ବୋଲି ଜଣାଯାଏ ।
ଏହି ଆମବାତ ବା ସନ୍ଧିବାତ ରୋଗକୁ ଆଧୁନିକ ଚିକିତ୍ସାବିଜ୍ଞାନୀରଣ “ରିୟୁମାଟିକ ଆଥ୍ରାଇଟିସ୍” “ରିୟୁମାଟିଏଡ୍ ରିୟୁମାଟିଜିମ୍” ବୋଲି କହିଥାଆନ୍ତି ।
କେହି କେହି ଏହାରୁ ଆଣ୍ଠୁଗଣ୍ଠିବାତ ରୋଗ ବୋଲି କହିଥାନ୍ତି ।
ଏହି ରୋଗ ସିଧାସଳଖଭାବେ ମାରକ ବା ଘାତକ ନହେଲେ ମଧ୍ୟ ଏହି ରୋଗରେ ପୀଡିତ ବ୍ୟକ୍ତି ଆୟୁ ପ୍ରାୟ ଦଶବର୍ଷ କମିଯାଏ ।
ଏହି ରୋଗ ବର୍ଷ ଧରି ଶରୀରରେ ରହିଥାଏ ଏବଂ ଶୀତ ଓ ଗ୍ରୀଷ୍ମମଣ୍ଡଳାୟ ଅଧବାସୀ ତଥା ପୃଥିବୀର ସବୁ ଜାତି ବା ଗୋଷ୍ଠୀ ମଧ୍ୟରେ ଏହି ରୋଗ ଦେଖାଦେଇଥାଏ ।
ଏହି ରୋଗର ମୁଖ୍ୟ କାରଣ
ଆମେ ଖାଉଥିବା ଖାଦ୍ୟ ସମ୍ପୂର୍ଣ୍ଣରୂପେ ପରିପାକ ନହେଲେ ତାହା ଅପକ୍ଵ ବା ଆମ ରସରେ ପରିଣତ ହୁଏ ।
ଏହି ଆମରସ ଶରୀରସ୍ଥ ବାୟୁଦ୍ଵାର ଦୂଷିତ ହୋଇ ଶରୀରର ସନ୍ଧି ବା ଗଣ୍ଠିସ୍ଥାନମାନଙ୍କରେ ପ୍ରବେଶ କଲେ ଆମବାତ ରୋଗ ସୃଷ୍ଟି ହୋଇଥାଏ ।
ଏହାକୁ “ଜଏଣ୍ଟ ରିୟୁମାଟିଜିମ୍” ମଧ୍ୟ କୁହାଯାଏ ।
ଏହାଦ୍ୱାରା ଶରୀର ପୀଡା, ଅରୁଚି ତୃଷା, ଆଳସ୍ୟ ଖାଦ୍ୟ ଅପରିପାକ ଦେଖାଦିଏ ଏବଂ ଓଜଃରସ ସହିତ ଆମାଶୟ ଦୂଷିତ ହୋଇ ଝାଡାରେ ଲାଲ ପଡେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ହେଲେ ସନ୍ଧି ସ୍ଥାନମାନଙ୍କରେ ଫୁଲା ଓ ଦରଜ ସହିତ ବିଛା ଦଂଶନ ଭଳି ବେଦନା ଉପସ୍ଥିତ ହୁଏ ।
ଆହୁରି ମଧ୍ୟ ମନୁଷ୍ୟର ବିରୁଦ୍ଧ ଆହାର ଯଥା – କ୍ଷୀର ମାଛ ଏକତ୍ର ଭୋଜନ, ସମପରିମାଣର ଘିଅ ଓ ମହୁ ସେବନ ଅଜୀର୍ଣ୍ଣ ଅବସ୍ଥାରେ ମୈଥୁନ ଓ ମାତ୍ରାଧିକ ଭୋଜନ ଏବଂ ଅତ୍ୟଧିକ ଥଣ୍ଡାଜାତୀୟ ଖାଦ୍ୟ ସେବନ, ଯତା – ଦହି, ଚୂଡା, ଗୁଡ, ପାଚିଲା କଦଳୀ, ଇଉରିକ୍ ଏସିଡ୍ ବୃଦ୍ଧି ହୋଇ ଏହି ରୋଗ ଦେଖାଦେଇଥାଏ ।
ଦୋଷଭେଦରେ ଲକ୍ଷଣ
ବାତଜ ଆମବାତରେ ସନ୍ଧି ସ୍ଥାନରେ ସୁଚିବିଦ୍ଧ ଭଳି ବେଦନା ଅଧିକ ହୋଇଥାଏ ।
ପିତଜ ଆମବାତରେ ସନ୍ଧି ସ୍ଥାନରେ ଅତ୍ୟଧିକ ଦାହ ଓ ଜ୍ଵର ଉପସ୍ଥିତ ହୋଇ ଶରୀର ରକ୍ତବର୍ଣ୍ଣ ହୁଏ ।
କଫଜ ଆମବାତରେ ଦେହ ଓଜନିଆ ଲାଗେ, ଓଦା ବସ୍ତ୍ର ପିନ୍ଧିବା ଭଳି ଅନୁଭୂତ ହୁଏ ଏବଂ ସନ୍ଧି ସ୍ଥାନରେ ପିଡି ସହିତ କଣ୍ଡୁ ଦେଖାଦିଏ ।
ତ୍ରିଦୋଷଜ ଆମବାତରେ ଉପରୋକ୍ତ ଲକ୍ଷଣ ସବୁ ମିଳିତ ଭାବେ ପ୍ରକାଶ ପାଇଥାଏ ଏବଂ ଆରୋଗ୍ଯ ପାଇଁ କଷ୍ଟସାଧ୍ୟ ହୋଇଥାଏ ।
ଏହି ରୋଗର ପ୍ରାଥମିକ ଚିକିତ୍ସା
ଏହି ରୋଗର ଝାଡା ସଫା ହେଉ ନ ଥିଲେ ପ୍ରଥମେ ଘୃତ ପଚିଶି ଗ୍ରାମ୍ କିମ୍ବା ଏକଗ୍ଲାସ୍ ଗୋ- ମୂତ୍ର ସହିତ ଜଡା ତେଲ ପଚିଶ ଗ୍ରାମ୍ ମିଶାଇ ପାନ କରାଇଲେ ଝାଡା ସଫା ହୋଇଥାଏ ।
ରୋଗୀର ଅଗ୍ନିମାନ୍ଦ୍ୟ ଥିଲେ ଉପବାସ କର୍ତ୍ତବ୍ୟ ।
କେବଳ ସିଝା ପାଣିରେ ଲେମ୍ବୁ ମିଶ୍ରି ସରବତ୍ ପାନ କରିବେ ।
କେବଳ ବାଲିରେ ପୋଟଳୀ କରି ବେଦନା ସ୍ଥାନରେ ଅଗ୍ନିସେକ ପ୍ରଦାନ କରିବା ଉଚିତ୍ ।
ଉପବାସପରେ ଭୋକ ହେଲେ ପିପ୍ପଳୀ, ଚାଇଁକାଠ, ପିପ୍ପଳାମୂଳ, ଚିତାପାରୁ ଶୁଣ୍ଠି ଏହି ପାଞ୍ଚଟି ଦ୍ରବ୍ୟ ସମଭାଗରେ ଆଣି ଚୂର୍ଣ୍ଣକରି ରଖିବେ ।
ଖାଦ୍ୟ ଗ୍ରହଣ ସମୟରେ ପ୍ରଥମେ ଏହି ଚୂର୍ଣ୍ଣରୁ ଦଶଗ୍ରମ୍ ବା ଦୁଇଚାମଚ ଖାଇ ଖାଦ୍ୟ ଖାଇବେ ଏବଂ ଖାଦ୍ୟରେ ଶୁଣ୍ଠି ମରିଚ, ପିପ୍ପଳୀ ରସୁଣ ଅଦା, ଚିରେଇତା, ନିମ୍ବପତ୍ର ଏଗୁଡିକ ଅଧିକ ମାତ୍ରାରେ ସେବନ କରିବା ଉଚିତ୍ ।
ଏହି ରୋଗର ସହଜ ଚିକିତ୍ସା
ଶୁଣ୍ଠି, ରସୁଣ ବେଗୁନିଆଁ ପତ୍ର ଓ ହରିଡା, ବାହାଡା, ଅଁଳା, ସମଭାଗରେ ନେଇ ଦରକୁଟା କରି ଆଠଗୁଣ ଜଳରେ ସିଝାଇ ଏକ ଚତୁର୍ଥାଂଶ ଜଳ ରହିଲେ ପାଚନ ଛାଣି ସେଥିରେ ସମାନ ଭାଗ ମିଶ୍ରି ମିଶାଇ ସାହେଗ୍ରମ୍ ମାତ୍ରାରେ ସକାଳ ସଂଧ୍ୟାରେ ଦୁଇବେଳା ସେବନ କାଲେ ଆମବାତ ନଷ୍ଟ ହୁଏ ।
ଏହା ଆମବାତର ଶ୍ରେଷ୍ଠ ପଚନ ଯୋଗ ।
ଏହାକୁ ଭୋଜନ ପୂର୍ବରୁ ସେବନ କରିବା ଉଚିତ୍ ।
ଶୁଖିଲା ମୂଳା ସହିତ ସିଝା ମୁଗରସ, ଶୁଣ୍ଠି ଚୂର୍ଣ୍ଣ ସହିତ ସିଝା ମାଂସ ରସ ବା କାଞ୍ଜି ଏହି ରୋଗୀ ନିୟମିତ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ମିଳିଥାଏ ।
କଳା ଦୁଦୁରାକୁ ବାଟି ଅଳ୍ପ ଉଷୁମ କରି ଫୁଲା ଓ ଯନ୍ତ୍ରଣା ସ୍ଥାନରେ ରାତିରେ ଶୋଇବା ପୂର୍ବରୁ ଲେପଦେଇ ପଟି ବାନ୍ଧି ରାଖୀ ସକାଳୁ ଖୋଲିଦେବା ଉଚିତ୍ ।
ଏହାଦ୍ଵାରା ଯନ୍ତ୍ରଣା ଓ ଫୁଲା ଉପଶମ ହୋଇଥାଏ ।
ଗବେଷଣାରୁ ଜଣାଯାଇଛି ଯେ ରସମାଣିକ୍ୟ ୨୫୦ ଗ୍ରାମ୍ ଦିନକୁ ଦୁଇଥର ମହୁ ସହିତ ସେବନ କଲେ ଏହି ରୋଗର ଉପଶମ ହୋଇଥାଏ ।
ଏକମାସ ପର୍ଯ୍ୟନ୍ତ ସେବନୀୟ ।
ବାତ ପିତ୍ତ କଫି ଦୂଷିତ ହୋଇ ଏହି ରୋଗ ଭୟଙ୍କର ହୋଇଉଠିଲେ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ୍ ।
ଏଥିପାଇଁ ବହୁଶାସ୍ତ୍ରୀୟ ଔଷଧ ରହିଛି ଯାହାକୁ ରୋଗୀର ବଳ ବୟସ ଓ ଅବସ୍ଥାକୁ ଚାହିଁ ପ୍ରୟୋଗ କରାଯିବା ବିଧେୟ ।
ପଥ୍ୟାପଥ୍ୟ
ପୁରୁଣା ଚାଉଳର ଭାତ ବା ଗରମ ଅଟା ରୁଟି, କୋଳଥ ମୁଗ, ହରଡ ଡାଲି କଦଳୀ, ଆଳୁ ପୋଟଳ, ଡମିରି, କଲରା, ସଜନା ଛୁଇଁ, କନ୍ଦମୂଳ, ଆଡ ରସୁଣ ନିମବୁ ଧନିଆଁପତ୍ର କିମ୍ବା ଛେଳି, ପାରା ଓ କୁକୁଡା ମାଂସ ରସ, ସୁଜି ଉପମା, ହାଲୁଆ ପଥ୍ୟ କରିବେ ।
ଏହାଦ୍ଵାରାରୋଗୀଶୀଘ୍ରଆରୋଗ୍ୟ ହୋଇଥାଏ ।
ଆବଶ୍ୟକତା ଅନୁସାରେ ଉଷୁମ ପାଣିରେ ସ୍ନାନ ମାର୍ଜନ କରିବେ ଏବଂ ମାଛ, ଶୁଖୁଆ, ଅଣ୍ଡା, ସାରୁ ପୋଇ, ଦହି ଚୁଡା, ଗୁଡ, ପାଚିଲା କଦଳୀ ଅରୁଆ ବିରି ପିଠା, ଖାତା ମଦ୍ୟପାନ କରିବେ ନାହିଁ ।
ମଳମୂତ୍ରର ବେଗ ଧାରଣ କରିବେ ନାହିଁ କି ରାତି ଅନିଦ୍ରା ରହିବେ ନାହିଁ ।
ଅଧିକ ମାତ୍ରାରେ ଭୋଜନ କରିବେ ନାହିଁ କିମ୍ବା ଥଣ୍ଡା ଜଳବାୟୁ ସେବନ କରିବେ ନାହିଁ
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment