Commit d2247c2f authored by Nayan Ranjan Paul's avatar Nayan Ranjan Paul

Upload New File

parent d875d9eb
ଋତୁ କଷ୍ଟ
ଋତୁ ସମୟରେ ପୂର୍ବରୁ ବା ପରେ ତଳି ପେଟରେ କଷ୍ଟକୁ ଋତୁ କଷ୍ଟ କୁହାଯାଏ ।
ଏହି ରୋଗ ପ୍ରାୟତଃ ବହୁ ସ୍ତ୍ରୀଲୋକଙ୍କ ନିକଟରେ ଦେଖାଯାଏ ।
ଋତୁ ପୂର୍ବରୁ ବା ଋତୁ ସମୟରେ ଅତ୍ୟଧିକ କାଟିଲାପରି ତଳିପେଟରେ କଷ୍ଟ ହୁଏ ।
ଏପରିକ ରୋଗୀ କଷ୍ଟରେ ପେଟକୁ ଧରି ଗଡିଥାଏ ।
ଲକ୍ଷଣ
ତଳିପେଟରେ ଋତୁ ସମୟରେ ବା ପୂର୍ବରୁ କର୍ତ୍ତନବତ୍ ଅତି ପୀଡା ହୁଏ ।
ରୋଗୀର ସମସ୍ତ ଶରୀରରେ ଯନ୍ତ୍ରଣା ହୁଏ ।
ଋତୁ ସମୟ ଶେଷରେ ବାତ ଗତୁ ହୋଇଗଲେ ଉକ୍ତ ଯନ୍ତ୍ରଣା ଉପଶମ ହୋଇଥାଏ ।
ବେଦନା ସମୟରେ ରୋଗୀ ନିଜର ସ୍ଥିତି ମଧ୍ୟ ସମୟସମୟରେ ଭୁଲିଯାଏ ।
ଉକ୍ତ ସମୟରେ ରୋଗୀ ଛିଡିଛିଡା ମଧ୍ୟ ହୋଇଥାଏ ।
କାରଣ
ଏହାର କାରଣ ସେପରି ପ୍ରାୟତଃ କିଛି ନାହିଁ ।
ଏହା ଶରୀରକୁ ନେଇ ହୋଇଥାଏ ।
କେତେକଙ୍କର ହୁଏ କେତେକଙ୍କର ହୁଏ ନାହିଁ ମଧ୍ୟ ।
ଏହା ଜନ୍ମଗତ କାରଣରୁ ଅର୍ଥାତ୍ ମା’ର ଥିଲେ ଝିଅର ମଧ୍ୟ କେତେକାଂଶରେ ହୋଇଥାଏ ।
କେତେଙ୍କର ବିବାହ ପରେ ମଧ୍ୟ ଏହା କମିଯାଇଥାଏ ।
ତୁଟୁକା ଚିକିତ୍ସା
ଜବାଫୁଲ ଶୋଧିତ ହିଙ୍ଗୁ ଓ ସୁଣ୍ଠି ସମଭାଗ ନେଇ ମିଶାଇ ୨୫୦ ମି.ଗ୍ରାର ବଟିକା କରିବ ଓ ତାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ଜଳ ସହ ପାନ କରିବ ।
ଜବାଫୁଲସହ ପୁରୁଣା ଆଖୁ ଗୁଡ ମିଶାଇ ସକାଳ ସନ୍ଧ୍ୟା ଖାଇବ ।
ଔଷଧ
ରାଜପ୍ରବର୍ତ୍ତନୀ ବଟା ୧ଟି ଲେଖାଏଁ ବଟିକା ଉକ୍ଷମ ଜଳ ସହ ଦିନକୁ ୨ ଥର ।
ବୃହତ୍ ମେଥିମୋଦକ – ଆର୍ତ୍ତବସୁଦ୍ଧି କ୍ଵାର୍ଥ ସହ ଦିନକୁ ୨ ଥର ୫ ଗ୍ରାମ୍ ଲେଖାଏଁ ।
ଆସୋକାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
ଅନ୍ୟାନ୍ୟ ଔଷଧ – ଅଶୋକ, ଘୃତ, ଦଶମୁଲାରିଷ୍ଟ ଇତ୍ୟାଦି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment