Commit 0c155f24 authored by Nayan Ranjan Paul's avatar Nayan Ranjan Paul

Upload New File

parent 6b904d6a
ଦୀପାବଳି ପାଇଁ କିଛି ଆୟୁର୍ବେଦିକ ଟିପ୍ସ
ଦୀପାବଳି
ଦୀପାବଳି ହେଉଛି ଆଲୋକର ପର୍ବ ।
ଏହା ଅନ୍ଧକାରକୁ ଦୂର କରି ଆଲୋକ ଆଣିଥାଏ ।
ଖୁସି ଆଣିଥାଏ ।
ଦୀପାବଳି ଆସିଲେ ସମସ୍ତଙ୍କର ମନରେ ଆନନ୍ଦ ଭରିଯାଏ ।
ଦୀପାବଳୀ ସମୟରେ ସମସ୍ତେ ଫୋଟକା, ବାଣ ଆଦି ଫୁଟାନ୍ତି ।
ବହୁତ ମିଠା ବଣ୍ଟାଯାଏ ।
ଲୋକମାନଙ୍କୁ ମିଠା ଖାଇବା ମନା ଥିଲେ, ମଧ୍ୟ ଖୁସିରେ ସେ ଖାଇଥାଆନ୍ତି ।
ଆସନ୍ତୁ ଜାଣିବା କିଛି ଆୟୁର୍ବେଦିକ ଟିପ୍ସ ଯାହା ଏହି ଦୀପାବଳିରେ ଆପଣଙ୍କୁ ଫିଟ୍‌ ରଖିବ ।
ଆୟୁର୍ବେଦିକ ଟିପ୍ସ
ଆପଣଙ୍କର ଯଦି ଡାଇବେଟିସ୍‌ ଅଛି, ତା’ହେଲେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ ।
ବେଶି ମିଠାଖାଇବା ଦ୍ୱାରା ବ୍ଲଡ୍‌ ସୁଗାର ଅଧିକ ହୋଇଯାଏ ।
ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ ।
ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଇ ଫ୍ରୁଟ୍‌ସ ମଧ୍ୟ ଖାଇପାରିବା ।
ଯେତେ ପର୍ବ ପାଳନ କଲେ ମଧ୍ୟ ଠିକ୍‌ ସମୟରେ ଠିକ୍‌ ପରିମାଣର ଖାଦ୍ୟ ଖାଇବା ଉଚିତ୍‌ ।
ଏହା ଆମ ପାଇଁ ଭଲ ।
ଏହି ପର୍ବରେ ବହୁତ ସଂପର୍କୀୟମାନଙ୍କୁ ମଧ୍ୟ ମିଠା ଦେବାକୁ ପଡିଥାଏ ।
ସେଥିପାଇଁ ଆମେ କମ୍‌ ବଜେଟ୍‌ରେ ସବୁ କରିବା ସେହି କଥା ଭାବିଥାଉ ।
ସେଥିପାଇଁ ଆମେ ଦୂର ସଂର୍ପକୀୟଙ୍କପାଇଁ କମ୍‌ ଦାମରେ ମିଠା କିଣିଥାଉ ।
କିନ୍ତୁ ଧ୍ୟାନ ରଖନ୍ତୁ ଶସ୍ତାରୁ ହିନସ୍ତା ହୋଇଥାଏ ।
ଯେମିତି କମ୍‌ ଦାମ୍‌ରେ ମିଠା ଦେବେ ସେମିତି ଆପଣଙ୍କ ପକେଟ୍‌ରୁ ହସ୍ପିଟାଲ ପାଇଁ ବିଲ୍‌ ଯିବ ।
ସେଥିପାଇଁ ସବୁ ଜିନିଷ ହାଇଜେନିକ୍‌ ହେବା ଦରକାର ।
ଆମେ କାମବ୍ୟସ୍ତରେ ପାଣି ପିଇବା ପାଇଁ ଭୁଲି ଯାଇଥାଉ ।
ସେଥିପାଇଁ ମନେ ରଖନ୍ତୁ ଯେତେ କାମଥିଲେ ମଧ୍ୟ ପାଣି ପ୍ରଚୁର ପରିମାଣରେ ପିଇବା ଉଚିତ୍‌ ।
ଆମେ ଭାବୁକି ହଁ ଦୀପାବଳି ଆସିଛି, ଆଜି ଦିନକ ମିଠା ଖାଇଦେବା ।
କିନ୍ତୁ ଏହି ଅଧିକ କ୍ୟାଲୋରୀ ପରେ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।
ଆମେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ବନେଇଥାଉ ।
ତେଣୁ ଧ୍ୟାନ ରଖିବା ଉଚିତ୍‌ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍‌ ତେଲ ବ୍ୟବହାର କରିବା ।
ନହେଲେ ଆମ କୋଲେଷ୍ଟ୍ରଲ୍‌ ବଢିଯିବାର ସମ୍ଭାବନା ରହିଛି ।
ରାତ୍ରିରେ ଅଧିକ ଭୋଜନ କରିବା ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ ।
ତେଣୁ ଯାହା ବି ଖାଇବେ, ହଜମ ଯେମିତି ହୋଇପାରିବ ସେଥିପ୍ରତି ଧ୍ୟାନ ରହିବା ଦରକାର ।
ଖାଦ୍ୟ ଗ୍ରହଣ କରିସାରିଲା ପରେ ଶୋଇବା ନିହାତି ଦରକାର ।
ଖରାପ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।
ଯେମିତ ଡ୍ରିଙ୍କିଙ୍ଗ୍‌, ସ୍ମୋକିଙ୍ଗ୍‌ ଓ ଡ୍ରଗ୍‌ସ ଆଦି ।
ଏସବୁ ନେଳେଖରାପ ପ୍ରଭାବ ପକେଇଥାଏ ।
ଆୟୁର୍ବେଦରେ ଉଲ୍ଲେଖ ଅଛି ଯେ ଶୀଘ୍ର ଶୋଇ କି ଶୀଘ୍ର ଉଠିବା ଠିକ୍‌ ।
ସେଥିପାଇଁ ରାତିରେ ୧୦.୩୦ ପରେ ଶୋଇବା ଉଚିତ୍‌ ।
ଫଳରେ ଭୋରୁ ଉଠିହେବ ।
ସକାଳେ ଓଜନ ସ୍ତର ଅଧିକ ଥାଏ, ଯାହା ଶରୀର ଉପରେ ଭଲ ପ୍ରଭାବ ପକେଇଥାଏ ।
ଯଦି ଆପଣଙ୍କର ହଜମ କରିବାର କ୍ଷମତା ନଥାଏ, ତା’ହେଲେ ଆପଣ ବିଭିନ୍ନ ପ୍ରକାର ମିଠା ଖାଇବା ଉଚିତ୍‌ ନୁହେଁ ।
ଏହା ଫଳରେ ଲୁଜ୍‌ ମୋସନ୍‌ ମଧ୍ୟ ହୋଇପାରେ ।
ସବୁବେଳେ ଯେମିତି ବ୍ୟାୟାମ କରୁଛନ୍ତି, ସେମିତି ମଧ୍ୟ ଦୀପାବଳି ଦିନ କରିବେ ।
ଦୀପାବଳି ଅଛି କହି ଅଳସୁଆ ହୋଇଯିବା ଉଚିତ୍‌ ନୁହେଁ ।
ନିଜ ଡାଏଟ୍‌ରେ ଫାଇବର୍‌ ପରିମାଣ ବଢାନ୍ତୁ ।
ଲୁଣ କମ୍‌ ଖାଆନ୍ତୁ ।
ଯଦି ଘରେ ପାର୍ଟି ରଖିବାକୁ ଚାହୁଁଛନ୍ତି , ତା’ହେଲେ ଘରେ ମହୁ , ଗୁଡ ଓ ସ୍କିମ୍‌ଡ ମିଲକ୍‌ ଆଦି ବ୍ୟବହାର କରି ଡେଜର୍ଟ ବନାନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment