Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
26366afb
Commit
26366afb
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
b64e07d1
Changes
1
Hide whitespace changes
Inline
Side-by-side
Showing
1 changed file
with
166 additions
and
0 deletions
+166
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_58
...lingual-corpora/odiasahitya.com/sent_odiasahitya_lekha_58
+166
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_58
0 → 100644
View file @
26366afb
କଳିଙ୍ଗ ଶିଳ୍ପୀ
|- ରାଜକିଶୋର ରାୟ
ତା: ମେ ୨୫, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ତେବେ ତମେ କହୁଛ ନେତ୍ର ଯୁଗଳରେ ନୀଳପଦ୍ମର ଠାଣି ଦେବ ?
‘ଆଜ୍ଞା, ମଣିମା ।’
‘କର୍ଣ୍ଣଭୂଷା ପାଇଁ କିଛି ଅଳଙ୍କାର ଦେଇପାର ?’
‘ତା ବି ଦେବି ।’
‘ଆଚ୍ଛା, ଅଙ୍ଗୁଷ୍ଠିର ନଖ ପ୍ରାନ୍ତରେ ଗୋରୋଚନାର ବିନ୍ଦୁ କମନୀୟ ହେବ କି ?’
‘ଗୋରୋଚନାର ବିନ୍ଦୁ ଭାଲପଟରେ ଆଙ୍କିଲେ ସୁନ୍ଦର ହେବ; କିନ୍ତୁ ସ୍ବର୍ଣ୍ଣ ପ୍ରତିମାର ଲଲାଟରେ ଗୋରୋଚନା ଚିତା ଅସ୍ପଷ୍ଟ ରହିଯିବ, ବରଂ ଲଲାଟରେ ସିନ୍ଦୂର ଗାରେ ଦେବି ।’
‘ହୁଁ – ଭ୍ରୂଯୁଗଳର ଭଙ୍ଗୀ ଯେପରି ଭୀତବିହ୍ବଳ ନହୁଏ; ତା ପାଇଁ ଦୃଷ୍ଟି ଦେବ ।’
‘ଦେବି, ମଣିମା ।’
‘ଆଚ୍ଛା, ନାଭିବିନ୍ଦୁର କେତେ ତଳକୁ ଝିନବାସର ବେହରଣ ଦେବ ?’
‘ନାଭିବିନ୍ଦୁ ଓ କଟୀବନ୍ଧ ମଧ୍ୟରେ ଯେତିକି ସ୍ଥାନ ମୁଁ ରେଖାଙ୍କିତ କରିବି, ତା’ର ଏକ ତୃତୀୟାଂଶ ପରିମିତ ସ୍ଥାନ ଊର୍ଦ୍ଧ୍ବକୁ ରଖି ମୁଁ ବେହରଣ ବସାଇବି ।
ଆପଣ ସେ ବିଷୟରେ ନିଶ୍ଚିତ ଥାନ୍ତୁ ।’
‘ଦେଖ ମହାରଣା, ମୋର ଚିନ୍ତାଧାରା ଆଉ ତୁମ ଚିନ୍ତାଧାରା ସମାନ ହେବ ତ ?’
‘ମଣିମା, ଶିଳ୍ପୀକୁ ତା’ ବାଟରେ ଯିବାପାଇଁ ଛାଡ଼ି ଦିଅନ୍ତୁ, ଦେଖିବେ ଫଳ କ’ଣ ହେଉଛି ।’
‘କୁହ, ଅନ୍ୟ କେଉଁ ବିବରଣର ପ୍ରୟୋଜନ ଅଛି ?’
‘ମୂର୍ତ୍ତିଟି ନିର୍ଭୁଲ ହେବା ପାଇଁ ଏ ଅଧମ ଶିଳ୍ପୀ ମଣିମାଙ୍କର ଚରଣ ତଳେ ଶରଣ ଭିକ୍ଷା କରେ ।
କୁହନ୍ତୁ, ବିନ୍ଧ୍ୟାକୁ ମୃତା ବା ଜୀବିତା ଭାବରେ ରୂପ ଦେବି ? ଅର୍ଥାତ୍ ପ୍ରତିମାକୁ ଦେଖିଲେ ହିଁ ମନେହେବ ମୂର୍ତ୍ତି ଜୀବନ୍ୟାସରେ ଅଛି-ଜଡ଼ ନୁହେଁ ।’
‘ମହାରଣା, ତାହା ତୁମେ କରିପାର ?’
‘ଦେବ, କଳିଙ୍ଗର କାରିଗର ପାଖେ ଏ ଯେ ବଡ଼ ତୁଚ୍ଛ ପରିପାଟି ! ପୁଣି ଏ ତ ଆମ ବାପଅଜାଙ୍କର ବ୍ୟବସାୟ ।’
‘ଶ୍ରୀଧର ! ମୁଁ ତାହା ବିଶ୍ବାସ କରେ ।
କହିପାର, ବିନ୍ଧ୍ୟାର ତନୁକାନ୍ତିକୁ କି ରଙ୍ଗରେ ତୁଳି ଦେବ ?’
‘ସ୍ବର୍ଣ୍ଣଆଭା ହିଁ ତ ହରିଦ୍ରା ଗୌର ।’
‘ନା ମହାରଣା, ସେ ଯେ ଶ୍ୟାମାଙ୍ଗୀ ଥିଲା ।’
‘ଓହୋ ! ତାହେଲେ ସ୍ବର୍ଣ୍ଣପିଣ୍ଡ ପରିବର୍ତ୍ତେ କୃଷ୍ଣଶିଳା ହିଁ ଏ ସ୍ଥାନରେ ବେଶୀ ପ୍ରୟୋଜନ, ମହାରାଜ !’
‘କୃଷ୍ଣଶିଳା ? ନା ଶ୍ରୀଧର, ସାମାନ୍ୟ ଶିଳାଖଣ୍ଡ ଉପରେ ବିନ୍ଧ୍ୟାର ବନ୍ଧୁରତ୍ବ ଆଣିବ ସିନା, ପ୍ରଭାମୟ ତ କରିପାରିବ ନାହିଁ ।’
‘ମଣିମା, ଏଇକ୍ଷଣି ଯେ, କହିଲେ ସେ ଥିଲେ ଶ୍ୟାମାଙ୍ଗୀ ବୋଲି କିନ୍ତୁ ସ୍ବର୍ଣ୍ଣପିଣ୍ଡରେ ଘନବର୍ଣ୍ଣ ଫୁଟାଇବା ଅସାଧ୍ୟ ନହେଲେ ବି ସମୟସାପେକ୍ଷ ।’
‘ଦେଖ, ସମୟ ବିଷୟ ଭାବ ନାହିଁ ।
ଅନନ୍ତକାଳ ବହିଗଲେ ବି ଦୁଃଖର କାରଣ କିଛି ନାହିଁ ।’
‘କିନ୍ତୁ, ମହାରାଜ….’
‘କ’ଣ କୁହ ଶ୍ରୀଧର ।’
‘ଆପଣଙ୍କୁ କଷ୍ଟ ହୋଇପାରେ, ଯଦି ଏତେ ସମୟ….’
‘ଓଃ, ହବିଷାନ୍ନ କଥା କହୁଛ ? ସେ ତ ବିଧି-’
‘ହଁ, ସେ ବିଧି ।
ଅର୍ଥାତ୍ ଆପଣ ଉଦ୍ୟାନ ସମୀପ ତୁଳସୀ ବୃକ୍ଷ ଚଉତରା ଉପରେ ଏକ ବଂଶଦଣ୍ଡ ପ୍ରୋଥିତ କରାଇ ପ୍ରତି ରାତ୍ର ଅର୍ଦ୍ଧଯାମରେ ଗୋଟିଏ ତାମ୍ର ପେଟିକା ଭିତରେ ଦୀପାଳୀଟିଏ ତଥି ଉପରେ ଜଳାଇ ନମସ୍କାର ନ କରିବା ପର୍ଯ୍ୟନ୍ତ ଜଳ ସ୍ପର୍ଶ କରିପାରିବେ ନାହିଁ ।
ଏହା ଶାସନ ଶିଳ୍ପଗ୍ରନ୍ଥରେ ଲିପିବଦ୍ଧ ରହିଅଛି ।
ମୁଁ ସେଇ ଶାସନର ଶିଷ୍ୟ ଓ ସେବକ ମାତ୍ର ।’
‘ତଥାସ୍ତୁ ।’
ବିନ୍ଦୁ ସରୋବର ସ୍ବଚ୍ଛ ନୀର ଆସ୍ତରଣ ଉପରେ ଉଛୁଳି ପଡୁଛି ଅଷ୍ଟମୀର ସୂର୍ଯ୍ୟ ।
ବିନ୍ଦୁ ବିନ୍ଦୁ ହୋଇ ସୌରକଣା ଜଳ ପ୍ରବାହରେ ତ୍ରିରଙ୍ଗ ସୃଷ୍ଟି କରୁଛି ।
ଶ୍ରୀଧର ମହାରଣା ସ୍ନାନ ସାରି ତୁଳସୀ ବେଦୀ ପ୍ରଦକ୍ଷିଣ କରି ଓଁକାର ତୋଳି ନମସ୍କାର କଲେ- ‘ଜବାକୁସୁମ ସଂକାଶ କାଶ୍ୟପେୟଂ ମହାଦ୍ୟୁତିଂ -’
ଅଦୂରରେ ଜଣେ ଗୈରିକବସନା ଯୋଗିନୀ ଆଚମନ କରୁକରୁ ସ୍ତୋତ୍ରର ମନ୍ତ୍ରୋଚ୍ଚାରଣ ଶୁଣିସାରି ଟିକିଏ ଅନ୍ତରାଳକୁ ଯାଇ ପଚାରିଲେ- ‘ଆପଣ କାହା ସ୍ତୋତ୍ର ଧ୍ୟାନ କରୁଛନ୍ତି ?
‘କାହିଁକି ମା, ଏ ଯେ ସୂର୍ଯ୍ୟ ସ୍ତୋତ୍ର !’
‘ସୂର୍ଯ୍ୟ ସ୍ତୋତ୍ର? ଶୁଣିଛି, କଳିଙ୍ଗ ଶିଳ୍ପ ସାରା ଭାରତରେ ପ୍ରତିଷ୍ଠା ପାଇଛି ।
କୋଣାର୍କ ପରା ସୂର୍ଯ୍ୟଦେବଙ୍କର ମନ୍ଦିର ?’
‘ହଁ ମା, ପଚାରିପାରେ, କି ଅଭିପ୍ରାୟରେ ଆପଣ ତୀର୍ଥାଟନ କରୁଛନ୍ତି ? ଦେଖିଲେ ଜଣାଯାଏ, ଆପଣ ଜଣେ ବିଦୁଷୀ ।’
‘ତୀର୍ଥାଟନର ଅଭିପ୍ରାୟ ? କଳିଙ୍ଗର ପ୍ରତି ଶିଳାଖଣ୍ଡ କି ମୁକ୍ତି ବାଣୀ ଜଗତକୁ ଶୁଣାଏ, ସେଇ କଥା ଶୁଣିବା ପାଇଁ ମୁଁ କଳିଙ୍ଗର ଦ୍ବାରରେ ଭିକ୍ଷାର୍ଥିନୀ ।’
ଶ୍ରୀଧର ମହାରଣାଙ୍କ ରକ୍ତୋଜ୍ଜ୍ବଳ ମୁଖ ଆହୁରି ଦୀପ୍ତିମୟ ଦେଖାଗଲା ।
ସେ ପୁଣି କୌତୂହଳୀ ହୋଇ ଯୋଗିନୀ ପ୍ରତି ଉନ୍ନୁଖ ହୋଇ ରହିଲେ ।
‘ମା, ଏଠାରେ ବିଶ୍ରାମ କରିବାର ସମସ୍ତ ସୁବିଧା ପାଇଛନ୍ତି, ନା ମୁଁ କିଛି ସାହାଯ୍ୟ କରିପାରେ ?’
‘ଭଦ୍ର, କହିଛି ପରା, କଳିଙ୍ଗର ପ୍ରତି ବୃକ୍ଷ, ପ୍ରତି ଲତା ଅନ୍ତରାଳରେ ବିମୋହନ ବିଶ୍ରାମ ସ୍ଥାନ ଅଛି, ମୁଁ ପ୍ରକୃତିର ପୂଜାରିଣୀ, ତେଣୁ ଖଣ୍ଡଗିରିର ନିର୍ଜନ ଗୁମ୍ଫାରେ ମୁଁ କିଛିଦିନ ପାଇଁ ଅବସ୍ଥାନ କରୁଛି ।’
ଗୋଟି ଗୋଟି ହୋଇ ସ୍ନାନ ଶେଷ କରି ଲୋକେ ବାହାରି ଆସୁଥାନ୍ତି ।
ଯୋଗିନୀ ମଧ୍ୟ କମଣ୍ଡଳୁଟି ଧରି ବାଟ ଛାଡ଼ି ଛିଡ଼ାହେଲେ ।
‘ମା, ଗୁହା ନିକଟରେ ପହଞ୍ଚାଇ ଦେଇପାରେ, ଯଦି ଅନୁମତି ଦିଅନ୍ତି ।’
ଶ୍ରୀଧରଙ୍କ ସ୍ବର ମିନତିପୂର୍ଣ୍ଣ ।
‘ଆସ ତେବେ’ କହି ଯୋଗିନୀ ଜନତା ମଧ୍ୟରେ ଲୀନ ହୋଇଗଲେ ।
କେଦାରଗୌରୀ ଦେବାଳୟ ନିକଟରେ ଶ୍ରୀଧର ମହାରଣାଙ୍କର କୁଟୀର ।
ବେଳ ପ୍ରାୟ ଆଖର ହୋଇଛି ।
ଗୋଧୂଳିର କ୍ଷୀଣ ଆଲୋକରେ ଶ୍ରୀଧର ଗୋଟିଏ ଶାର୍ଦ୍ଦୂଳର କେଶର ଗୁଚ୍ଛ ରୂପ ଦେଉଛନ୍ତି ନିହାଣ ମୁଗୁର ଧରି- ଅସ୍ପଷ୍ଟ ଆଲୋଚନାରେ କାହାର ଛବି ଦେଖି ସେ ଚମକି ପଡ଼ିଲେ, ଆଉ ସଙ୍ଗେ ସଙ୍ଗେ ଶୁଣିପାରିଲେ କିଏ ଯେପରି କହୁଛି- ‘ତେବେ ମୋର ଅନୁମାନ ସତ୍ୟ ।’
‘କିଏ’ କହି ଶ୍ରୀଧର ଛବି ପ୍ରତି ଚାହିଁ ରହିଲେ ।
ସେହି ଯୋଗିନୀ ।
ସେ ଧୀରେ ଧୀରେ ମୂର୍ତ୍ତି ସମ୍ମୁଖରେ ବସି ପଡ଼ିଲେ ଓ ହଠାତ୍ କଥା ଆରମ୍ଭ କରି ପଚାରିଲେ- ‘ତେବେ ମୋର ଅନୁମାନ ସତ୍ୟ, ଆପଣ ଜଣେ ଶିଳ୍ପୀ, ଏଇ ଶାର୍ଦ୍ଦୂଳ ମୂର୍ତ୍ତି ତା’ର ସାକ୍ଷୀ ।’
ଶ୍ରୀଧର ଟିକିଏ ସଲଜ୍ଜଭାବ ଦେଖାଇ କହିଲେ- ‘ମୋ, ଶିଳ୍ପ ସୂକ୍ଷ୍ମକଳା, ପ୍ରତିଦିନ ଟିକିଏ ଅଭ୍ୟାସ ନ କଲେ, ଚକ୍ଷୁ ଓ ହସ୍ତର ଶୈଳୀ ମୂର୍ତ୍ତି ଉପରେ ଠିକ୍ ରୂପ ଧରେ ନାହିଁ ।’
‘ତାହାହେଲେ ଭଦ୍ର, ମୁଁ ବୁଝିଛି, ଭୁବନେଶ୍ବର ଓ ଖଣ୍ଡଗିରିର ଅଜସ୍ର ଶିଳା ଦେହରେ ଏ ହାତର ନୈପୁଣ୍ୟ-ସଙ୍କେତ ଅଛି, ନା ?’
ଶ୍ରୀଧର ସସଂଭ୍ରମେ ସ୍ବୀକାରୋକ୍ତି ପ୍ରକାଶ କଲେ ।
‘ବେଶ୍, ମୁଁ ଯାହା ଖୋଜୁଥିଲି ତା ପାଇଛି ବୋଧହୁଏ ।’
‘ମା, ଅନୁମତି ଦିଅନ୍ତୁ କିଭଳି କାର୍ଯ୍ୟରେ ମୁଁ ଆପଣଙ୍କର ସହାୟତା କରିପାରିବି ?’
ଶ୍ରୀଧର ଆସନ୍ତା ଉତ୍ତର ପ୍ରତୀକ୍ଷାରେ ବସି ରହିଲେ ।
‘ଦେଖ ଭଦ୍ର, ଯୋଗିନୀ ପାଖରେ ମୂର୍ତ୍ତିପୂଜାର ମୂଲ୍ୟ ନାହିଁ ।
ତଥାପି ମର୍ମେ ମର୍ମେ ଜୀବନର ଯେଉଁ ଶେଷ ଅଭିନୟଟିକୁ ବଡ଼ ଯତ୍ନରେ ହୃଦୟରେ ଧରି ଚାରିଣୀ ହୋଇଛି, ସେ ଛବିକୁ, ସେ ଧାରଣାକୁ ବା ସେ ଭାବକୁ ରୂପ ଦେଇପାରିବ କଳିଙ୍ଗ ଶିଳ୍ପୀ ?’
‘ମା, ମୂର୍ତ୍ତି ଦେଖି ମୂର୍ତ୍ତି ଗଠନ ଶିଳ୍ପକଳାର ନିମ୍ନସ୍ତରର କଥା- କିନ୍ତୁ ଲିଙ୍ଗରାଜଙ୍କର ଆଶୀର୍ବାଦରୁ ମୋ ପକ୍ଷରେ ଛବିର ଭାବ ହିଁ ଯଥେଷ୍ଟ, ପ୍ରକାଶ କରନ୍ତୁ ।’
ଯୋଗିନୀ ଟିକିଏ ଇତସ୍ତତଃ ହୋଇ କହିଲେ- ‘ଏ ସ୍ଥାନ ନିର୍ଜନ ତ ?’
‘କେବଳ ସାକ୍ଷୀ ବିଶ୍ବବିଶ୍ରୁତ କେଦାର ଓ ପ୍ରେମଯୋଗିନୀ ଗୌରୀ ।’
ତପସ୍ବିନୀର ସର୍ବାଙ୍ଗରେ ଶିହରଣ ଯେପରି ଖେଳିଗଲା ।
‘ଆଚ୍ଛା ଶୁଣ -’
‘ତମାଳ ଶାଖାରୁ ତ୍ରସ୍ତା ଶୁକପକ୍ଷୀଟିଏ ଗୋଟିଏ ରମଣୀର ଅଙ୍ଗଦେଶକୁ ଉଡ଼ିଆସିଲା ।
ରମଣୀୟ କର୍ଣ୍ଣଭୂଷା ପଦ୍ମକୋରକକୁ ସେ ଚଞ୍ଚୁଦ୍ବାରା କ୍ଷତ କଲା ।
ସେ ଚିତ୍କାର କରି ଅତି ନିକଟରେ ଏ ମଧୁର ଅଭିନୟ ଦେଖୁଥିବା ସୁଠାମ ଯୁବାକୁ ଏ ବିପଦରୁ ରକ୍ଷା କରିବା ପାଇଁ ଅନୁରୋଧ କଲା ।
ସୁଶ୍ରୀ ପୁରୁଷଟି ଶୁକ ପକ୍ଷୀକୁ ରମଣୀର କାନ୍ଧରୁ ଛିନ୍ନ କରି ନେଇଯିବା ଅଭିପ୍ରାୟରେ ଆକର୍ଷଣ କରନ୍ତେ ତାହା ବିହ୍ବଳ ହୋଇ ଯୁବକର ପ୍ରଶସ୍ତ ବକ୍ଷ ଉପରେ ଚଞ୍ଚୁ ଓ ନଖ ଦ୍ବାରା ଏପରି ଆଘାତ କଲା, ଯାହ ଫଳରେ…’
‘ମା, ଚୁପ୍ ହୋଇଗଲେ ଯେ !’
ତପସ୍ବିନୀଙ୍କର ଅଧର ଥରି ଉଠିଲା ।
ସେ ଆତ୍ମସମ୍ବରଣ କରି ଆରମ୍ଭ କଲେ- ‘ଫଳରେ ଏକ ରକ୍ତସ୍ରାବ ଦେଖାଗଲା ।
ରମଣୀଟି ଏ ଆକସ୍ମିକ ବିପତ୍ତି ଦେଖି ନିଜ ଅଧର ବସାଇ କ୍ଷତସ୍ଥଳରୁ ରକ୍ତଧାର ବନ୍ଦ ହେବା ପର୍ଯ୍ୟନ୍ତ ଉଷ୍ଣରକ୍ତ ଟାଣି ଆଣୁଥାଏ ।
ସେହି ଭଙ୍ଗୀ, ସେହି ହୃଦୟର ହୃଦୟମିଶା, ଯୁବତୀର ରକ୍ତାଧର, ଯୁବକର ବିସ୍ମୟ ଭାବାବେଶ, ପକ୍ଷୀର କୋରକ ଦଂଶନ ଇତ୍ୟାଦି ସବୁ ଯେପରି ଏକ ନିପୁଣ ଶିଳ୍ପଚାତୁରୀରେ ଜୀବନ୍ତ ହେବ ।
କରିପାରିବ ଶିଳ୍ପୀ ?’
ଶୁଣୁଥିଲେ ଶ୍ରୀଧର, ଏ ପ୍ରଗଳ୍ଭା ଯୋଗନୀର ଚିତ୍ର ପରିକଳ୍ପନା ବଡ଼ ମୁଗ୍ଧ ତନ୍ମୟ ଭାବରେ ।
ଏ ଅସାଧାରଣ ଭାବ, ଯାହା କି ଏକା କବି ସୂଚନାର ମୋହନ ସଙ୍କେତକୋଟିରେ ସମ୍ଭବ, ତା’ ଏ ପ୍ରବ୍ରଜ୍ୟାର ରୂଢ଼ କଳ୍ପନା କେଉଁଠାରୁ ପାଇଲା ! ବ୍ୟସ୍ତଭାବ ଛାଡ଼ି ଶ୍ରୀଧର ସ୍ବୀକାର କଲେ- ‘ମା, ଆପଣଙ୍କ ସନ୍ତାନ ଏ ଚିତ୍ର ପରିବେଷଣ କରିପାରିବ ।’
ଯୋଗିନୀର ଆନନ୍ଦ ଦୁଇଟି ଚକ୍ଷୁରେ ଘନ ହୋଇଉଠିଲା ।
ସେ ଧୀରେ ଧୀରେ ଆସନ ଛାଡ଼ି, ଆମ୍ରବାଟିକା ଛାଡ଼ି, ଆମ୍ରବାଟିକା ତଳ ଘନାନ୍ଧକାରରେ ମିଳାଇଗଲେ ।
ବିନ୍ଧ୍ୟାର ପ୍ରତିମୂର୍ତ୍ତିରେ ଶୁଭ ଦିଆ ହେବାର ଆଜି ଦ୍ବାଦଶ ଦିନ ।
ରାଜା ବସୁଭୂମା ଉତ୍ଫୁଲ୍ଲ ପ୍ରାଣରେ ଆଜି ପୂର୍ଣ୍ଣାଙ୍ଗ ପ୍ରତିମାର ଶୋଭା ଦେଖିବେ ବୋଲି କକ୍ଷ ମଧ୍ୟରେ ପଦଚାରଣ କରୁଛନ୍ତି ।
ଶ୍ରୀଧର ମହାରଣା କକ୍ଷର ଦ୍ବାର ଉନ୍ନୁକ୍ତ କରି ବିନ୍ଧ୍ୟାର ଶିଳ୍ପୀ ପ୍ରତିମା ରାଜାଙ୍କୁ ହାତ ବଢ଼ାଇ ଦେଖାଇ ଦିଅନ୍ତେ ରାଜା ଉଚ୍ଚସ୍ବରରେ- ‘ଏ ଯେ ନିଜେ ବିନ୍ଧ୍ୟା’ କହି ମୂର୍ତ୍ତି ପାଖକୁ ଝୁଙ୍କି ପଡ଼ିଲେ ।
ଶ୍ରୀଧର ଶାନ୍ତ ଭାବରେ କହିଲେ- ‘ମଣିମା, ଆପଣଙ୍କର ଭ୍ରମ ହିଁ ମୋର ଯଥାଯୋଗ୍ୟ ପୁରସ୍କାର ।
ଏ ବିନ୍ଧ୍ୟାର ପ୍ରତିମୂର୍ତ୍ତି କଳିଙ୍ଗ ଶିଳ୍ପୀ ଶ୍ରୀଧର ମହାରଣାର ରୁକ୍ଷ କର ଦୁଇଟିରେ ମୂର୍ତ୍ତିମନ୍ତ ହୋଇଛି ।’
‘ଶ୍ରୀଧର, ଏ ପ୍ରତିମା ନୁହେଁ-ଏ ଜୀବନ୍ତ ବିନ୍ଧ୍ୟା ।
କର୍ଣ୍ଣଭୂଷାରେ ଯେଉଁ ପଦ୍ମକୋରକ ଖଞ୍ଜିଛି, ତାହା ସେହି ଦୁଷ୍ଟ ‘ବିମ୍ବୋଷ୍ଠ’ ଦ୍ବାରା ଛିନ୍ନଭିନ୍ନ ହୋଇଥିଲା ।
ମୋର ଠିକ୍ ସ୍ମରଣ ଅଛି ।
କିନ୍ତୁ ହେ କଳିଙ୍ଗ ଶିଳ୍ପୀ ! ଅକ୍ଷୁର୍ଣ୍ଣ ଜୀବନ୍ତ ପ୍ରତିମାରେ ଚନ୍ଦ୍ରଠାରେ କଳଙ୍କ ନ୍ୟାୟରେ ଏ ଭୁଲ କଲ କାହିଁକି ? ବିନ୍ଧ୍ୟା ତାମ୍ବୁଳ ସେବନ କରେ ନାହିଁ, ଅନ୍ତତଃ ମୁଁ କେବେ ଦେଖିନାହିଁ ।
ତା’ର ଅଧର ଯେ ରକ୍ତବର୍ଣ୍ଣ ଦେଖୁଛି ।’
ଶ୍ରୀଧରଙ୍କ ବିସ୍ମୟାଭିଭୂତ ଅପଲକ ନେତ୍ର ଦେଖିଲେ ଜଣାଯିବ ସେ କେଉଁ ଅତୀତ-ସ୍ମୃତିକୁ ଜୋରକରି ଟାଣି ଆଣୁଛନ୍ତି ।
‘କଳିଙ୍ଗ ଶିଳ୍ପୀର ଭୁଲ୍’ ଏତିକି ଶୁଣି ସେ ପାଗଳ ପରି କହିବସିଲେ- ‘ମଣିମା, ଶରଣ ପ୍ରାର୍ଥନା କରେ- ଏ ଭୁଲ୍କୁ ମୁଁ ଭୁଲ ବୋଲି ସ୍ବୀକାର କରିପାରିବି ନାହିଁ; ବିନ୍ଧ୍ୟାର ପ୍ରତିମା ଗଠନ ଯେଉଁଦିନ ଶେଷ କଲି ସେଦିନ ଘଟଣାଚକ୍ରରେ ଅନ୍ୟ ଏକ ଗ୍ରାହକଙ୍କଠାରୁ ଏକ ଶିଳ୍ପ-ଯୋଜନା ଭାବର ନମୁନା ପାଇଲି ।
ସେ ଯାହା ଚିତ୍ରର ଭାବ ଦେଲେ, ତାହା ମତେ ଅସାମାନ୍ୟ ବୋଧ ହେଲା ।
ତାଙ୍କର ଚିତ୍ର ପରିକଳ୍ପନା ମୋର ହୃଦୟରେ ଘନୀଭୂତ ହୋଇ ରୂପକାର ହେବା ସମୟରେ ମୁଁ ବିନ୍ଧ୍ୟା ପ୍ରତିମାର ଅଧରରେ ଶେଷ ତୂଳି ଦେଛି ।
ଜାଣେନା, କାହିଁକି ତୁଳି ମୋର ଏକଧାର ରକ୍ତ ଏଭଳି ସୁଷମାଯୁକ୍ତ ଅଧରରେ ବୋଳିଦେଲା ।
ଅପରାଧ କ୍ଷମା କରିବେ ।’
ଏକ ନିଃଶ୍ବାସରେ ଏ ସମସ୍ତ କଥା କହି ଶ୍ରୀଧର କକ୍ଷ ଛାଡ଼ି ଚାଲିଗଲା ବେଳେ ଶୁଣିଲେ, ରାଜା ପାଗଳଙ୍କ ପରି କହୁଛନ୍ତି-
‘ରକ୍ତଗାର…
ବିନ୍ଧ୍ୟା ଅଧରରେ…
‘ପୁଣି ଶିଳ୍ପୀ ଦେଇଛି କର୍ଣ୍ଣଭୂଷା ପଦ୍ମକୋରକ !!’
ପ୍ରଳାପ, କେବଳ ପ୍ରଳାପ !
‘ଶୁଣ ଶ୍ରୀଧର, ଏଇ ବସନ୍ତ ସମୟ ।
ପ୍ରାସାଦ କକ୍ଷରେ ଏକାକୀ ବସି ମୁଁ ବସନ୍ତୋତ୍ସବର ସଂଭୋଗଶିରୀ ଉପଭୋଗ କରୁଥିଲି ।
ଏଇ ସମୟରେ ଦୁର୍ଗରକ୍ଷକ ଜଣାଇଲା, ଜଣେ ନାରୀ ମୋର ଦର୍ଶନପ୍ରାର୍ଥିନୀ ।
ସାମାନ୍ୟ ନାରୀ ଜଣେ ଦ୍ବାରଦେଶରେ ମୋର ଅପେକ୍ଷା କରୁଛି, ଏ ସମ୍ବାଦରେ ମୁଁ ବିଚଳିତ ହେଲିନି ।
ଜୀବନରେ ନାରୀ ପ୍ରତି ଅନୁରକ୍ତ ମୋର ବଡ଼ ବିସ୍ବାଦ ବିଷୟ ।
ମୁଁ ଜାଣିଶୁଣି ତା’ର ଦୃଷ୍ଟିରେଖା ଭିତରକୁ ଯିବାପାଇଁ ଶଙ୍କା କରେ ।
ଏ ମୋର ପ୍ରକୃତିଗତ ଭୀରୁତା ନୁହେଁ- ଦୁର୍ଦ୍ଦମ ଅଭିଳାଷ ।
କିନ୍ତୁ କି ସମ୍ବାଦ ଘେନି ଜଣେ ନାରୀ ଦ୍ବୈତ୍ୟ ବ୍ୟାଜରେ ଆସିଛି, ତାହା ଜାଣିବା ପାଇଁ ମୁଁ ତାକୁ ଆଣିବାକୁ ଆଦେଶ ଦେଲି ।
ଯେଉଁ ନାରୀ ଯୁଦ୍ଧବର୍ମ ପିନ୍ଧି, କାନ୍ଧରେ ତୂଣୀର ଝୁଲାଇ ସଶସ୍ତ୍ର ସୈନିକ ବେଶରେ ମୋ ସମ୍ମୁଖରେ ଛିଡ଼ିହେଲା, ସେ ବିନ୍ଧ୍ୟା ।
ଶ୍ରୀଧର, ସେ ବିନ୍ଧ୍ୟା, ଅପୂର୍ବ ରମଣୀ ସେ ।
ତାକୁ ଦେଖି ମୁଁ ଆତ୍ମବିସ୍ମୃତ ହେଲି ।
ସେ ମୋର ଭାବାନ୍ତର ଯେପରି ଲକ୍ଷ୍ୟ କରିନାହିଁ, ଏଇ ରୀତିରେ ମୋର କୁଶଳ ଜିଜ୍ଞାସା କରି ନିଜର ପରିଚୟ ଦେଲା- ତା’ର ପରିଚୟ ବି ବଡ଼ ରହସ୍ୟମୟ ।
ସେ କେଉଁଠି ବହୁ ଯୁଦ୍ଧରେ ସୈନିକ ବେଶରେ ରଣତାଣ୍ଡବ ଦେଖିଛି, କିନ୍ତୁ ମୋ ପାଖକୁ ଆସିଛି ଏଇ ମିନତି ନେଇ ଯେ, ସେ ମୋ’ରି ଅନ୍ତଃପୁରବାସିନୀ ହୋଇ କିଛିଦିନ ପାଇଁ ଯୁଦ୍ଧକ୍ଳେଶ ପାସୋରି ପକାଇବ ।
ବେଶ୍ କଥା- ମୁଁ ଅବିବାହିତ ଥିବାରୁ ଓ ମୋର ଅନ୍ତଃପୁର ଶୂନ୍ୟ ପଡ଼ିଥିବାରୁ ମୁଁ ଏଇ ଯୁଦ୍ଧପ୍ରମତ୍ତା ରମଣୀକୁ ବିନା ଆପତ୍ତିରେ ଅନ୍ତଃପୁରବାସିନୀ ହେବାକୁ ଅନୁମତି ଦେଲି ।
ଏଇ ଭାବ କିନ୍ତୁ ମୋର ହୃଦୟ ଅଧିକାର କଲା ଯେ, ନିଶ୍ଚୟ ଏଇ ସୁନ୍ଦରୀ ରମଣୀ କୌଣସି ଶତ୍ରୁପକ୍ଷ ଦ୍ବାରା କଳିଙ୍ଗର କଳଙ୍କ ରଟାଇବା ପାଇଁ ସନ୍ଧାନୀ ଭାବରେ ଛୁଟି ଆସିଛି; ମୋର ଅନ୍ତଃପୁରରେ ମତେ ହିଁ ଦଂଶନ କରିବାକୁ ।
ସେ ଯାହାହେଉ, ନିର୍ବିଘ୍ନରେ କେତୋଟି ଦିନ କଟିଗଲା ।’
କଞ୍ଚୁକୀକୁ ତା’ର ସୁବିଧା ଅସୁବିଧା କଥା ଦେଖିବାକୁ ନିଯୁକ୍ତ କଲି ।
ତା’ର କଥାରେ ଯଦି ମୁଁ ବିଶ୍ବାସ କରେ, ତେବେ ଶ୍ରୀଧର, ଏଇଆ ଶୁଣ ଯେ, ବିନ୍ଧ୍ୟା ଆସିଲାବେଳେ ଯେଉଁ ଯୁଦ୍ଧବେଶରେ ମତେ ଅଭିବାଦନ କଲା, ସେ ତାହା ସବୁ କୁଆଡ଼େ ଭୁଲିଗଲା ।
ବରଂ ସାଧାରଣ ନାରୀ ବେଶରେ ଉଦ୍ଦାମଲୋଳ ଯୌବନଜ୍ୟୋତିକୁ ବିକିରଣ କରି ଅନ୍ତଃପୁରସ୍ଥ ଉଦ୍ୟାନର ଏକ ପ୍ରାନ୍ତରରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଚିତ୍ରିତ ପ୍ରଜାପତି ଭଳି ଘୂରି ବୁଲିଲା ।
ଅନାସକ୍ତ ଭାବରେ ମୁଁ ମୋର ରାଜକାର୍ଯ୍ୟ ନିର୍ବାହ କରୁଥାଏ ।
ଦିନେ ‘ବିହଙ୍ଗ ବିହାର’ ପରିଦର୍ଶନ କରିବା ପାଇଁ ମୁଁ ରାଜପୋଷାକ ତ୍ୟାଗ କରି ମନ ବିନୋଦନ ନିମିତ୍ତ ଯାତ୍ରା କଲି ।
ତାହା ଅନ୍ତଃପୁର ନିକଟସ୍ଥ ସ୍ଥାନ ।
ଏଇ ‘ବିହଙ୍ଗ ବିହାର’ରେ ନାନାଜାତି ପକ୍ଷୀ ଅଛନ୍ତି, କିନ୍ତୁ ସେଥିମଧ୍ୟରୁ ‘ବିମ୍ବୋଷ୍ଠ’କୁ ମୁଁ ଭାରି ସୁଖ ପାଉଥିଲି ।
‘ବିମ୍ବୋଷ୍ଠ’ ଗୋଟିଏ ଶୁକପକ୍ଷୀର ନାମ ।
ସେଇଦିନର କଥା ।
ପିଞ୍ଜରାମୁକ୍ତ କରି ମୁଁ ଯେତେବେଳେ ବିମ୍ବୋଷ୍ଠକୁ ଆଣି ତା’ ସୁନାଶିକୁଳିଟି ମୋ ବାମକର ତର୍ଜନୀରେ ବାନ୍ଧୁଥିଲି, ସେତେବେଳେ ବିମ୍ବୋଷ୍ଠ ଜୋର୍ରେ ଗୋଟାଏ ଝିଙ୍କା ଦେଇ ଉଡ଼ି ଚାଲିଗଲା- ସ୍ବର୍ଣ୍ଣଶିକୁଳି ବି ଖଣ୍ଡ ଖଣ୍ଡ ହୋଇ ଭୂତଳେ ନିକ୍ଷିପ୍ତ ହେଲା ।
ଦେଖିଲି, ସେ ଅନ୍ତପୁରସ୍ଥ ଉଦ୍ୟାନର ତମାଳ ଶାଖାରେ ବସି ଆତ୍ମଗୋପନ କଲା ।
ମୁଁ ବଡ଼ ଅନୁନୟ କରି ତାକୁ ଡାକିଲି, ମାତ୍ର ସେ କର୍ଣ୍ଣପାତ କଲା ନାହିଁ ।
ବରଂ ତମାଳ ଶାଖାରେ ଚକ୍ଷୁତାରା ଦୁଇଟି ମୁଦି ଦେଇ ସୁଷୁପ୍ତିରେ ନିମଗ୍ନ ହେଲା ।
ଅନ୍ତଃପୁରକୁ ଯିବା ବିନ୍ଧ୍ୟାର ଉଦୟ ହେବା ଦିନଠାରୁ ମୋ ପକ୍ଷରେ ସମ୍ଭବ ନୁହେଁ ।
କିନ୍ତୁ ଯଦି ବିମ୍ବୋଷ୍ଠକୁ ଧରି ନପାରେ, ତେବେ ତାର ବିଚ୍ଛେଦ ଦୁଃଖରେ ମୁଁ ବଡ଼ କାତର ହୋଇପଡ଼ିବି, ଏହା ଭାବି ଆନ୍ତଃପୁର ଆଡ଼କୁ ଅଗ୍ରସର ହେଲି ।
ଏକାକୀ ଉଦ୍ୟାନରେ ପୁଷ୍ପବାଟିକା ତଳେ ଯାଉଁ ଯାଉଁ ଦେଖିଲି ମରାଳଖଚିତ ‘ନୀଳସର’ର ସେପାନ ଶ୍ରେଣୀକୁ ଭରା ଦେଇ ବିନ୍ଧ୍ୟା ଗୋଟିଏ ନୀଳପଦ୍ମକୁ ନିଜ ମୁଦ୍ରିତ ଚକ୍ଷୁ ଦୁଇଟିରେ ଧୀରେ ଧୀରେ ସଞ୍ଚାର କରୁଛି ।
ବକ୍ଷ ଅନାବୃତ, କର୍ଣ୍ଣାଳଙ୍କାର ପଦ୍ମକୋରକ, କଟୀଦେଶରେ କେବଳ ଝିନ ଉତ୍ତରୀୟ ଖଣ୍ଡେ ।
ଏ ରୂପ-ଆଲୋକ ମତେ ମୁଗ୍ଧ କଲା ।
ଚତୁରୀ ଦୂରରୁ ଦେଖିପାରି ସଲଜ୍ଜ ବଦନରେ ମୋତେ ସ୍ବାଗତ ଜଣାଇ ଅଭିବାଦନ କଲା ।
ମୁଁ ନିରୁପାୟ ହୋଇ ଦୂରସ୍ଥ ତମାଳ ଶାଖାକୁ ହସ୍ତ ପ୍ରସାରଣ କରି ସଙ୍କେତ କଲି ।
ବୁଦ୍ଧିମତୀ ବୁଝିପାରି ପଚାରିଲା- ‘ଓ ବିମ୍ବୋଷ୍ଠ ଉଡ଼ିଯାଉଛି, କିଛି ଚିନ୍ତା ନାହିଁ- ଆସନ୍ତୁ ।’
ଦୁହେଁ ତମାଳଶାଖା ଉପରେ ଦୃଷ୍ଟି ରଖି ଯାଉଁ ଯାଉଁ ବିନ୍ଧ୍ୟା ପଚାରିଲା- ‘ମତେ ସ୍ମରଣ କଲେ ? ମୁଁ ଯେ ନିତି ଅପେକ୍ଷାରେ ଥାଏ ।’
ବିନ୍ଧ୍ୟା କଥାକୁ ଆଦୌ ଭ୍ରୂକ୍ଷେପ ନକରି ଚିତ୍କାର କଲି- ‘ମୂର୍ଖ ଶୂକପକ୍ଷୀ, ଶୀଘ୍ର ଫେରିଆ ।’
ବିମ୍ବୋଷ୍ଠ ମୋ କଥାକୁ ଖାତିର ନ କରି ବରଂ ଆହୁରି ଲତାନ୍ତରାଳରେ ଆତ୍ମଗୋପନ କଲା ।
ମୁଁ ନିରୁପାୟ ଭାବରେ ବିନ୍ଧ୍ୟାର ମୁଖ ସୁଷମାକୁ ଚାହିଁରହିଲି ।
ସେ ମତେ ‘ଅପେକ୍ଷା କରନ୍ତୁ’ କହି ଦୃପ୍ତା ଫଣି ପରି ହଠାତ୍ ପୁଣି ଅନ୍ତଃପୁର ମଧ୍ୟରେ ପ୍ରବେଶ କଲା ।
ମୁଁ ଅତି ଦୀନ ଭାବରେ ଏକ ପାଖେ ବିମ୍ବୋଷ୍ଠ, ଅନ୍ୟ ପାଖେ ବିନ୍ଧ୍ୟାକୁ ଚାହିଁ ରହିଲି ।
କ୍ଷିପ୍ର ଚରଣରେ ଅନ୍ୟ ଏକ ଶୁକପକ୍ଷୀ ଧରି ତମାଳ ବୃକ୍ଷ ତଳେ ଡାକ ଦେଲା- ‘ବିମ୍ବୋଷ୍ଠ, ତୋର ସାଥୀ ତଳେ କାତର ପ୍ରାଣରେ ଡାକୁଛି, ତୁ ଫେରିଆ ।’
ଏଇ ଏକ କଥା ବାରମ୍ବାର ଉଦ୍ୟାନ ଗର୍ଭରେ ପ୍ରତିଧ୍ବନିତ ହେଲା ଓ ପ୍ରତି ଥର ବିନ୍ଧ୍ୟା ମୋ ଆଡ଼େ କଟାକ୍ଷ ନିକ୍ଷେପ କରି ମତେ ବ୍ରତଭଙ୍ଗ ଉଦ୍ଦେଶ୍ୟରେ ବିଚଳିତ କରୁଥାଏ ।
ମୁହୂର୍ତ୍ତକ ପରେ ଦେଖିଲି ବିମ୍ବୋଷ୍ଠ ପକ୍ଷ ବିସ୍ତାର କରି ବିନ୍ଧ୍ୟାର କାନ୍ଧ ଉପରକୁ ଉଡ଼ି ଆସିଲା ଓ ବାରମ୍ବାର ତାର କର୍ଣ୍ଣଭୂଷା ପଦ୍ମକୋରକକୁ ଚଞ୍ଚୁରେ ଆଘାତ କଲା ।
‘ମଣିମା, ଏତିକି ଶିଳ୍ପୀ ପକ୍ଷରେ ଯଥେଷ୍ଟ, ତା’ପରେ ଯାହା ଘଟିଛି ତା’ ଶିଳ୍ପରେ ହିଁ ଫୁଟି ଉଠିବ, ମତେ ବିଦାୟ ଦିଅନ୍ତୁ ।
ମୁଁ କ୍ଷଣକ ମଧ୍ୟରେ ଫେରି ଆସିବି ।’
କ୍ଷଣକର ଅବସାନ ନ ହେଉଣୁ ଶ୍ରୀଧର ଚଞ୍ଚଳ ପଦକ୍ଷେପରେ କକ୍ଷରେ ପ୍ରବେଶ କଲେ ।
ତା’ପରେ ଗୋଟିଏ ପ୍ରସ୍ତରଖୋଦିତ ମୂର୍ତ୍ତିକୁ ରାଜାଙ୍କ ସମ୍ମୁଖରେ ଥୋଇ ଶ୍ରୀଧର ଯୋଡ଼ହସ୍ତରେ ଛିଡ଼ା ହେଲେ- ‘ପ୍ରଭୁ ତା’ପରେ ଘଟଣା ଏଇ ମୂଳ ପ୍ରସ୍ତରଖଣ୍ଡ ବ୍ୟକ୍ତ କରିବ ।’
ବଜ୍ରପାତରେ ଚେତନାଲୁପ୍ତ ହେବା ଭଳି ଏ ଅସାଧାରଣ ରହସ୍ୟ ଦେଖି ରାଜାଙ୍କର ବାକସ୍ଫୂର୍ତ୍ତି ଅସମ୍ଭବ ହେଲା ।
ସେ କେବଳ ଉନ୍ମାଦ ଭଳି ବିସ୍ଫାରିତ ନେତ୍ରରେ ପ୍ରତିମୂର୍ତ୍ତିଟିକୁ ଆଲିଙ୍ଗିନ କରି, ବକ୍ଷସ୍ଥଳରୁ ରକ୍ତ ଶୋଷି ନେଉଥିବା ଯୁବତୀର ରକ୍ତାଧରରେ ଚୁମ୍ବନ ଦେଇ ମୂର୍ଚ୍ଛା ଗଲେ…. ।
ଖଣ୍ଡଗିରି ଗୁହା ଶୂନ୍ୟ, ଖଣ୍ଡେ ଶୈବାଳ ଗୁଳ୍ମପୂର୍ଣ୍ଣ ପ୍ରସ୍ତର ପରେ ବକ୍ରାଙ୍କିତ ହୋଇଛି କେତୋଟି ଲିପିମାତ୍ର- କଳିଙ୍ଗ ଶିଳ୍ପୀ !
କଳିଙ୍ଗର ରାଜା ବସୁଭୂମାଙ୍କୁ ଯୋଗିନୀ ପାଇଁ ଉଦ୍ଦିଷ୍ଟ ‘ଶୁକପକ୍ଷୀ ଶିଳ୍ପ’କୁ ଉପହାର ଦିଅ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment