Commit 5fb22c5c authored by Nayan Ranjan Paul's avatar Nayan Ranjan Paul

Upload New File

parent 213f4b05
କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା
ଉପକ୍ରମ
ଶରୀର କୋଷଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ ରୋଗ କୁହାଯାଏ ।
ପ୍ରତ୍ୟକ ଜୀବକୋଷ ଏକ ନିର୍ଦ୍ଧିଷ୍ଟ ନିୟମରେ ବଢେ ଓ ମୃତ୍ୟୁବରଣ କରେ ।
କର୍କଟ କୋଷଗୁଡିକର କ୍ଷୟ ନ ହୋଇ ଅଭିବୃଦ୍ଧି ଘଟିଥାଏ ।
ସୁସ୍ଥ କୋଷ ମଧ୍ୟରେ ଥିବା ଡି. ଏନ୍. ଏ. ର କ୍ଷତି ହେଲେ ଏବଂ ସ୍ଵାଭାବିକ ଅବସ୍ଥାରେ ନ ରହିପାରିଲେ କର୍କଟ ରୋଗ ହୁଏ ।
କ୍ଷତିଗ୍ରସ୍ତ ଡି. ଏନ୍. ଏ. ପିତାମାତାଙ୍କ ଠାରୁ ପିଲାଙ୍କ ଶରୀରକୁ ଆସିଥାଏ ।
ଅସ୍ଵାସ୍ଥ୍ୟକର ଖାଦ୍ୟ ଧୂମପାନ , ମଦ୍ୟପାନ , ଅତ୍ୟଧିକ ମେଦବୃଦ୍ଧି , ବ୍ୟାୟାମ୍ ଅଭାବ ଓ ଅତ୍ୟାଧୁନିକ ଜୀବନଯାପନ ଶୈଳୀ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧିରେ ଅନ୍ୟତମ କାରଣ ।
ପଚାଶ ପ୍ରତିଶତରୁ ଅଧିକ ମହିଳା କର୍କଟ ରୋଗର ଶିକାର ହୋଇଥାନ୍ତି ।
୫୫ ବର୍ଷ ପରେ ୭୭ ପ୍ରତିଶତ ବ୍ୟକ୍ତି ଏହି ରୋଗ ଶିକାର ହେଉଥିବା ଦେଖିବାକୁ ମିଳିଥାଏ ।
ପ୍ରଖର ସୂର୍ଯ୍ୟକିରଣ ଚର୍ମ କର୍କଟ ରୋଗ ସୃଷ୍ଟି କରେ ।
ଯେଉଁ କ୍ଷେତ୍ରରେ କର୍କଟ ରୋଗ ବଂଶଗତ ସେ କ୍ଷେତ୍ରରେ ଠିକଣା ସମୟରେ ଚିହ୍ନଟ କରି ଚିକିତ୍ସା ବିଧାନ କରିବା ଉଚିତ ।
ସବୁଜ ତଥା ସତେଜ ପନିପରିବାରେ କର୍କଟ ରୋଗ ପ୍ରତିହତ କରିବାର ଗୁଣ ରହିଛି ।
କେଉଁ କର୍କଟ ରୋଗ ପାଇଁ କେଉଁ ପାରିବା ଉପକାରୀ ସେ ସମ୍ପର୍କରେ ନିମ୍ନରେ ଉଲ୍ଲେଖ ରହିଛି ।
ସ୍ତନ କର୍କଟ
ଇଷ୍ଟ୍ରୋଜେନ୍ ’ ନାମକ ଏକ ହରମୋନ ସହିତ ଏହି ରୋଗର ସମ୍ପର୍କ ରହିଛି ।
ଆମେରିକାରେ ପ୍ରତି ୯ ମହିଳାଙ୍କ ମଧ୍ୟରୁ ଜଣେ ଏହି ରୋଗରେ ପୀଡିତ ହୋଇଥାନ୍ତି ।
‘ ଇଷ୍ଟ୍ରୋଜେନ୍ ’ ର ଗୁଣ ନଷ୍ଟ କରିବା ପାଇଁ ସ୍ତନ କର୍କଟରେ ‘ଟାମ୍ କ୍ସିଫେନ୍ ’ ଔଷଧ ବ୍ୟବହାର କରାଯାଇଥାଏ ।
କେତେକ ଖାଦ୍ୟ ପଦାର୍ଥରେ ଏହି ରାସାୟନିକ ପଦାର୍ଥ ଥିବାରୁ ସେସବୁ ଖାଇଲେ ଉପକାର ମିଳିଥାଏ ।
ଋତୁସ୍ରାବ ବନ୍ଦ ହେବା ପରେ ଇଷ୍ଟ୍ରୋଜେନ୍ ପରିମାଣ ହ୍ରାସ ପାଇଥାଏ ।
ମେଦବୃଦ୍ଧିର ଶିକାର ହୋଇଥିବା ମହିଳାମାନଙ୍କ ଶରୀରର ଅତ୍ୟଧିକ ଚର୍ବି କୋଷ ଏହି ହରମୋନ କ୍ଷରଣ ବୃଦ୍ଧି କରାଇଥାଏ ।
ଫଳରେ ସେମାନେ ସ୍ତନ କର୍କଟ ରୋଗରେ ଶିକାର ହୋଇଥାନ୍ତି ।
ଯୌବନରେ ଯେଉଁମାନଙ୍କ ଶରୀରରେ ଅତ୍ୟଧିକ ଇଷ୍ଟ୍ରୋଜେନ୍ ତିଆରି ହୁଏ , ସେମାନେ ସ୍ତନ କର୍କଟ ରୋଗରେ ଶିକାର ହେବା ଆଶଙ୍କା ଅଧିକ ।
ଆମେରିକାର ଆଲବାମା ବିଶ୍ଵବିଦ୍ୟାଳୟରେ ପ୍ରଫେସର ଷ୍ଟିଫେନ ବାର୍ଡସଙ୍କ ମତରେ ସୋୟାବିନ ନିୟମିତ ଖାଇଲେ ସ୍ତନ କର୍କଟ ରୋଗ କୋଷର ଅଭିବୃଦ୍ଧି ହୁଏ ନାହିଁ ।
ଏହା ଟାମକ୍ସିଫେନ୍ ର ବିକଳ୍ପ ଭାବେ କାର୍ଯ୍ୟ କରିଥାଏ ।
ନିୟମିତ ସୋୟା ମିକ୍ସ ପାନ କଲେ ଶରୀରର ଇଷ୍ଟ୍ରୋଜେନ୍ ପରିମାଣ ହ୍ରାସ ପାଇଥାଏ ।
କର୍କଟ କୋଷର ଉପର ପର୍ଦ୍ଦା ଦେଇ ଇଷ୍ଟ୍ରୋଜେନ୍ ଭିତରକୁ ପ୍ରବେଶ କରେ ଏବଂ ଏହାର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ।
ସୋୟାବିନ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।
ନିୟମିତ ସୋୟାବିନ ଖାଇଲେ ପୁରୁଷମାନେ ପ୍ରୋଷ୍ଟେଟ୍ କର୍କଟ ରୋଗ ଶିକାର ହେବା ଆଶଙ୍କା ହ୍ରାସ ପାଇଥାଏ ।
ସମୁଦ୍ର ମାଛ ଓ ଏହାର ତେଲରେ ପ୍ରଚୁର ପରିମାଣରେ ଭିଟାମିନ ‘ ଡି ’ ଓ ‘ ସି ’ ଥିବାରୁ ଶରୀର ପାଇଁ ଏହା ଉପକାରୀ ।
ଦୈନିକ ୩୮୦ ମିଳିଗ୍ରାମ୍ ରୁ ଅଧିକ ଭିଟାମିନ - ‘ ସି ’ ଖାଇଲେ ସ୍ତନ କର୍କଟ ରୋଗ ହାର ୩୫ ପ୍ରତିଶତ ହ୍ରାସ ପାଇଥାଏ ।
ତେଲ , ମାଂସ , ଅଣ୍ଡା ଅଧିକ ଖାଇଲେ କର୍କଟ ରୋଗ ଆଶଙ୍କା ଅଧିକ ବୃଦ୍ଧି ପାଇଥାଏ ।
ମଦ୍ୟପାନ କର୍କଟ ରୋଗ ପାଇଁ ଅନୁକୂଳ , ଏସବୁ ବିଚାର କରି ପ୍ରଚୁର ପରିମାଣରେ ସୋୟାବିନ , ସମୁଦ୍ର ମାଛ ଓ ଭିଟାମିନ୍ – ସି ଯୁକ୍ତ ଖାଦ୍ୟ ଖାଇଲେ ସ୍ତନ କର୍କଟ ରୋଗ ପ୍ରତିହତ କରିବାରେ ସହାୟତା ମିଳିବ ।
ବୃହଦନ୍ତ୍ର କର୍କଟ ରୋଗ
ପ୍ରତିବର୍ଷ ଆମେରିକାରେ ଏହି ରୋଗରେ ଏକ ଲକ୍ଷ ଦଶ ହଜାର ବ୍ୟକ୍ତି ଆକ୍ରାନ୍ତ ହୋଇଥାଆନ୍ତି ।
ସେମାନଙ୍କ ମଧ୍ୟରୁ ୫୦ ହଜାରଙ୍କର ମୃତ୍ୟୁ ଘଟିଥାଏ ।
ଅଧିକ ଚର୍ବିଜାତୀୟ ଖାଦ୍ୟ , ମଦ୍ୟପାନ , ଓ ମାଂସ ଭକ୍ଷଣ ଏହାର କାରଣ ।
ବନ୍ଧାକୋବି , ଫୁଲକୋବି , ବ୍ରୋକଲି , ଘୋଳଦହି , ସମୁଦ୍ର ମାଛ , ତନ୍ତୁ ଜାତୀୟ ଖାଦ୍ୟ ସହିତ ପିଆଜ , ରସୁଣ , ବିଲାତି ବାଇଗଣ , କାଲସିଅମ ଓ ଭିଟାମିନ – ଡି ଏହି ରୋଗ ପ୍ରତିରୋଧ କରିପାରେ ।
ତନ୍ତୁରେ ଥିବା ପେକ୍ଟିନ , ସେଓ , ନାସପାତି , ପିଜୁଳି , କମଳା, କଦଳୀ , ମୂଳା , ଗାଜର , ବିନ୍ ଆଦି ପରିବାରେ ଅଧିକ ଥାଏ ।
ଏହା କର୍କଟ କୋଷ ଅଭିବୃଦ୍ଧି ପ୍ରତିହତ କରିଥାଏ ।
ଘୋଳ ଦହିରେ ଥିବା ଲାକ୍ଟୋବେସିଲସ୍ ବୃହଦନ୍ତ୍ରର କୋଷରେ ଥିବା ଡି.ଏନ୍.ଏ ର କ୍ଷତି ଘଟିବାକୁ ଦିଏ ନାହିଁ ।
ପାକସ୍ଥଳୀ କର୍କଟ ରୋଗ
ଖାଦ୍ୟର କୁପ୍ରଭାବରେ ପାକସ୍ଥଳୀ ରେ ଘା ’ ହୋଇଥାଏ ।
ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ , ମାଂସ ଖାଇବା ସହିତ ମଦ୍ୟପାନ ଏହି ରୋଗର କାରଣ ହୋଇଥାଏ ।
ପାକସ୍ଥଳୀରେ ସୃଷ୍ଟି ହୋଇଥିବା ଘା ’ ପରବର୍ତ୍ତୀ ସମୟରେ କର୍କଟ ରୋଗର ରୂପ ନିଏ ।
ମାଂସକୁ କୋଇଲା ନିଆଁରେ ପୋଡି ଖାଇଲେ ଏପରି ରୋଗରେ ପୀଡିତ ହେବା ଆଶଙ୍କା ଅଧିକ ।
ପିଆଜ ଓ ରସୁଣ ଖାଇବା ଦ୍ଵାରା ଏ ଧରଣର କର୍କଟ ରୋଗର ଶିକାର ହେବା ଆଶଙ୍କା ୪୦ ପ୍ରତିଶତ ଦୂର କରିଥାଏ ।
ପିଆଜ ଓ ରସୁଣରେ ଥିବା ଆଲାଇଲ୍ ପ୍ରୋପାଇଲ୍ ଡାଇସଲ୍ ଫାଇଡ କର୍କଟ ରୋଗ ନଷ୍ଟ କରିବାରେ ସାହାଯ୍ୟ କରେ ।
ପ୍ରତିଦିନ ତିନି ଆଉନ୍ସ ପିଆଜ ତଥା ‘ ହେଲିକୋବାକ୍ଟର ’ ନାମକ ଜୀବାଣୁ ଘା ’ ସୃଷ୍ଟି କରିଥାଏ ।
ରସୁନର ଏହି ଜୀବାଣୁ ନଷ୍ଟ କରିବାର ଶକ୍ତି ରହିଛି ।
ଆମ ସମାଜରେ ବିଧବାମାନଙ୍କୁ ପିଆଜ ରସୁଣ ଖାଇବା ନିଷେଧ ।
ସେମାନେ ଅଦା , ଡାଲଚିନି , ଲବଙ୍ଗ , ଗୁଜୁରାତି ଖାଇଲେ ଉପକାର ପାଇପାରିବେ ।
ତେବେ ବିଧବାମାନଙ୍କ ପାଇଁ ଆମ ଧର୍ମରେ ପିଆଜ ରସୁଣ ଖାଇବା ବାରଣ କରାଯିବା ଉପରେ ବିତର୍କ ହେବା ବାଞ୍ଛନୀୟ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment