Commit 69d50222 authored by Nayan Ranjan Paul's avatar Nayan Ranjan Paul

Upload New File

parent 981d37d9
ଏକଜିମାର ଆୟୁର୍ବେଦିକ ଚିକିତ୍ସା
ଏକଜିମା
ଏକଜିମା ଏକ ପ୍ରକାର ଚର୍ମ ରୋଗ ।
ଏହି ରୋଗ ଡର୍ମାଟାଇଟିସ୍ ନାଁରେ ବି ପରିଚିତ ।
ଶରୀରରେ ଯେଉଁସ୍ଥାନରେ ଏକଜିମା ହୋଇଥାଏ ସେହି ଜାଗାଟି ସର୍ବଦା ଶୁଷ୍କ ରହିଥାଏ ।
ସେହି ସ୍ଥାନଟିକୁ ବାରମ୍ବାର କୁଣ୍ଡାଇବାକୁ ଇଚ୍ଛା ହୁଏ ।
ପୁଣି ଅଧିକ କୁଣ୍ଡାଇ ଦେଲେ ସେହି ଜାଗାରୁ ରକ୍ତ ବାହାରିଥାଏ ।
ଫଳରେ ଉକ୍ତ ସ୍ଥାନରେ ଚର୍ମର ବାହ୍ୟ ଅଂଶ ସୁରକ୍ଷିତ ରହେ ନାହିଁ ।
ଆଉ ରୋଗଜୀବାଣୁ ଏହି ବାଟ ଦେଇ ଶରୀର ଭିତରକୁ ପଶିବା ସହଜ ହୋଇଯାଏ ।
ମୁଖ୍ୟତଃ ରକ୍ତ ଅପରିଷ୍କାର ରହିଲେ ବା ରକ୍ତ ଜନିତ ସମସ୍ୟାରୁ ଏକଜିମା ହୋଇଥାଏ ।
ଠିକ୍ ସମୟେର ଚିକିତ୍ସା ନକଲେ ଏହା ଶରୀର ବ୍ୟାପି ଯାଏ ।
ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏକଜିମା ହୋଇପାରେ ।
ତେବେ କିଛି ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଏହି ରୋଗର ଲକ୍ଷଣକୁ ହ୍ରାସ କରାଯାଇପାରିବ ।
ଚନ୍ଦନ, ନିମ୍ବ ପତ୍ର, ହରଡ଼ ଓ ହଳଦି ଆଦି ଭଳି ଘରେ ସହଜେରେ ଉପଲବ୍ଧ ହେଉଥିବା ଜିନିଷଗୁଡ଼ିକ ଏକଜିମା ପାଇଁ ଭାରି ଉପାଦେୟ ହୋଇଥାଏ ।
ଯେଉଁମାନଙ୍କର ଏକଜିମା ହୋଇଛି ସେମାନେ ପ୍ରତିଦିନ ସାଫିରୁ ଦୁଇ ଚାମଚ ଲେଖାଏଁ ପିଇଲେ ଏହି ରୋଗରୁ ବହୁ ମାତ୍ରାରେ ଠିକ୍ ହୋଇଯାଇଥାଏ ।
ସାଫି ହେଉଛି ଏକ ବହୁ ପ୍ରଚଳିତ ଆର୍ୟୁବେଦିକ ଔଷଧ ।
ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ ।
ସେହିପରି ଗୋଟିଏ ଚାମଚ ଚନ୍ଦନରେ କର୍ପୁର ମିଶାଇ ଏକଜିମା ହୋଇଥିବା ସ୍ଥାନରେ ଲଗାଇଲେ ବହୁ ଆରାମ ମିଳେ ଓ ଅନେକାଂଶେର ଏକଜିମା ଭଲ ହୋଇଥାଏ ଏବଂ ଉକ୍ତ ସ୍ଥାନଟି ଶୁଷ୍କ ଜଣାପଡ଼େ ନାହିଁ ।
କଅଁଳିଆ ନିମ୍ବ ପତ୍ରକୁ ବାଟି ତା’ର ରସେର ଅଳ୍ପ ମିଶ୍ରି ପକାଇ ପ୍ରତିଦିନ ପିଇଲେ ରକ୍ତ ସଫା ରହେ ଓ ଏକଜିମା ଭଲ ହେବାକୁ ଲାଗେ ।
ଚାରୋଟି ହରଡ଼କୁ ଗୋ-ମୂତ୍ରରେ ମିଶାଇ ବାଟି ପ୍ରଲେପ ତିଆରି କରନ୍ତୁ ।
ଏହାକୁ ଦିନରେ ତିନି ଥର ଏକଜିମା ହୋଇଥିବା ସ୍ଥାନରେ ଲଗାନ୍ତୁ ।
ଏଥିରୁ ବହୁତ ଫାଇଦା ମିଳିବ ।
କ’ଣ ଖାଇବେ ଓ କ’ଣ ନଖାଇବେ
ସେହିପରି ଏକଜିମା ହୋଇଥିବା ବ୍ୟକ୍ତିମାନେ ଖାଇବା ପିଇବା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍ ।
ବିଶେଷ କରି ସେମାନଙ୍କୁ କିଛି ଖାଦ୍ୟ ନଖାଇବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ ।
ଦହି ଓ ଖଟାରୁ ଦୂରେଇ ରହିବାକୁ ହେବ ।
ତେବେ କଲରା ଓ ନିମ୍ବ ଫୁଲ ଖାଇଲେ ଭଲ ।
ଶୁଦ୍ଧ ହଳଦୀ ଏକଜିମା ପାଇଁ ଭାରି ଭଲ ।
ଏହାକୁ ବାଟି ଏକଜିମା ସ୍ଥାନରେ ଲଗାଇଲେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
ସେହିପରି କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ଆହୁରି ଭଲ ।
ତରଭୁଜ, ଗାଜର ଆଦି ଖାଇଲେ ଏକଜିମା ପାଇଁ ବହୁ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
ପ୍ରଚୁର ପାଣି ବି ପଇଲେ ଭଲ ।

ଏକଜିମା ଡର୍ମାଟାଇଟିସ୍ ନାଁରେ ପରିଚିତ ।
ଏହା ଏକ ପ୍ରକାର ଚର୍ମ ରୋଗ ।
ଶରୀରରେ ଯେଉଁ ସ୍ଥାନରେ ଏକଜିମା ହୋଇଥାଏ ସେହି ଜାଗାଟି ସର୍ବଦା ଶୁଷ୍କ ରହିଥାଏ ।
ସେହି ସ୍ଥାନଟିକୁ ବାରମ୍ବାର କୁଣ୍ଡାଇବାକୁ ଇଚ୍ଛା ହୁଏ ।
ପୁଣି ଅଧିକ କୁଣ୍ଡାଇ ଦେଲେ ସେହି ଜାଗାରୁ ରକ୍ତ ବାହାରିଥାଏ ।
ଫଳରେ ଉକ୍ତ ସ୍ଥାନରେ ଚର୍ମର ବାହ୍ୟ ଅଂଶ ସୁରକ୍ଷିତ ରହେ ନାହିଁ ।
ଆଉ ରୋଗଜୀବାଣୁ ଏହି ବାଟ ଦେଇ ଶରୀର ଭିତରକୁ ପଶିବା ସହଜ ହୋଇଯାଏ ।
ମୁଖ୍ୟତଃ ରକ୍ତ ଅପରିଷ୍କାର ରହିଲେ ବା ରକ୍ତ ଜନିତ ସମସ୍ୟାରୁ ଏକଜିମା ହୋଇଥାଏ ।
ଠିକ୍ ସମୟର ଚିକିତ୍ସା ନକଲେ ଏହା ଶରୀର ବ୍ୟାପି ଯାଏ ।
ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏକଜିମା ହୋଇପାରେ ।
ତେବେ କିଛି ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଏହି ରୋଗର ଲକ୍ଷଣକୁ ହ୍ରାସ କରାଯାଇପାରିବ ।
ଚନ୍ଦନ, ନିମ୍ବ ପତ୍ର, ହରଡ଼ ଓ ହଳଦି ଆଦି ଭଳି ଘରେ ସହଜରେ ଉପଲବ୍ଧ ହେଉଥିବା ଜିନିଷଗୁଡ଼ିକ ଏକଜିମା ପାଇଁ ଖୁବ ଉପାଦେୟ ହୋଇଥାଏ ।
ଯେଉଁମାନଙ୍କର ଏକଜିମା ହୋଇଛି ସେମାନେ ପ୍ରତିଦିନ ସାଫିରୁ ଦୁଇ ଚାମଚ ଲେଖାଏଁ ପିଇଲେ ଏହି ରୋଗରୁ ବହୁ ମାତ୍ରାରେ ଠିକ୍ ହୋଇଯାଇଥାଏ ।
ସାଫି ହେଉଛି ଏକ ବହୁ ପ୍ରଚଳିତ ଆର୍ୟୁବେଦିକ ଔଷଧ ।
ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment