Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
6ded2233
Commit
6ded2233
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1fd52341
Changes
1
Hide whitespace changes
Inline
Side-by-side
Showing
1 changed file
with
49 additions
and
0 deletions
+49
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_38
...lingual-corpora/odiasahitya.com/sent_odiasahitya_galpa_38
+49
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_38
0 → 100644
View file @
6ded2233
ମନ୍ତ୍ରୀଙ୍କ ଭାଷଣ
ନାରାୟଣ ମିଶ୍ର, ଭୁବନେଶ୍ବର
ତା: ଅକ୍ଟୋବର୍ ୨୫, ୨୦୧୧
ମୂଳ ପୃଷ୍ଠା → ଗଳ୍ପ →
“ହେ ମୋର ପ୍ରିୟ ଛାତ୍ରୀଛାତ୍ରଗଣ, ଏ ସଭାର ସଭାପତି ତଥା କଲେଜର ଅଧ୍ୟକ୍ଷ ଏବଂ ସାଂସ୍କୃତିକ ସମାରୋହର ସମ୍ପାଦକଙ୍କୁ ମୋତେ ମୁଖ୍ୟଅତିଥି ରୂପେ ଡାକିଥିବାରୁ ଧନ୍ୟବାଦ ଦେଇ ମୁଁ ଖୁବ୍ ଅଳ୍ପ ସମୟ ମଧ୍ୟରେ ମୋର ବକ୍ତବ୍ୟ ଶେଷ କରିବାକୁ ଯାଉଛି ।
ଆପଣମାନେ ଦୀର୍ଘ ଏକଘଣ୍ଟା ବିଳମ୍ବ ହେଲେ ମଧ୍ୟ ମୋ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିଥିବାରୁ ଏବଂ ଶଙ୍ଖ, ମହୁରୀ, ଦଣ୍ଡନାଚ ଇତ୍ୟାଦି ସହ ଏନ୍ସିସିର ପରେଡ୍ ମାଧ୍ୟମରେ ସ୍ବାଗତ କରିଥିବାରୁ ମୁଁ ଏ ରାଜ୍ୟର ପଶୁ ଓ ପକ୍ଷୀ ବିଭାଗ ମନ୍ତ୍ରୀ ଆମ ବିଭାଗ ଓ ରାଜ୍ୟ ତରଫରୁ ଆପଣମାନଙ୍କୁ ଆଉ ଥରେ ଧନ୍ୟବାଦ ଦେଉଛି ।
ମୁଁ ଦେଖିପାରୁଛି ଯେ ସଭା ବାହାରେ ଅଧିକାଂଶ ପିଲା ଅଛନ୍ତି ଓ ସଭାରେ ପିଲାଙ୍କ ଅପେକ୍ଷା ଗାଁ ଲୋକ ଓ ପୋଲିସ୍ମାନଙ୍କ ସଂଖ୍ୟା ଅଧିକ ।
ଏହା ଆମ ରାଜ୍ୟ ପାଇଁ ଏକ ଶୁଭଲକ୍ଷଣ, କାରଣ କଲେଜ ଆସିବା ଅର୍ଥ ଯେ ଶ୍ରେଣୀଗୃହକୁ ଯିବା-ୟା’ର କିଛି ମାନେ ନାହିଁ ।
ପ୍ରକୃତ ସ୍ବାଧୀନତା ଅନୁଭବ କରିବାକୁ ହେଲେ ସଭାର ସଂକୀର୍ଣ୍ଣ ସଭାସ୍ଥଳୀ ମଧ୍ୟରେ ନ ରହି ବାରଣ୍ଡାରେ, ଅଫିସ୍ ଦୁଆର ମୁହଁରେ, ଗଛ ଉପରେ, ଛାତ ଉପରେ ଓ ପାଣିଟାଙ୍କି ଉପରେ ରହି ମଧ୍ୟ ଆପଣମାନେ ମୋ ଭାଷଣ ଶୁଣିବାକୁ ଆଗ୍ରହର ସହ କାନ ଡେରିଛନ୍ତି ଏବଂ ନିଜ ନିଜ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ଓ ହାତାହାତି ହେଉଥିବାର ଅଭ୍ୟାସ ଜାରି ରଖିଛନ୍ତି ।
ଧନ୍ୟ ତୁମେମାନେ, କାରଣ ଆସନ୍ତାକାଲି ତୁମେମାନେ ବିଧାନସଭାକୁ ଗଲେ ଶଙ୍ଖ, ଘଣ୍ଟା, ମହୁରୀ, ଖୋଳ, କରତାଳ ବଜାଇବା, ମାଇକ୍ ଭାଙ୍ଗିବା, ଚେୟାର ଫୋପାଡ଼ିବା ଇଦ୍ୟାଦି ବୈଧାନିକ କାର୍ଯ୍ୟଗୁଡ଼ିକ ପାଇଁ ଆଉ ଟ୍ରେନିଂ ନେବା ଦରକାର ପଡ଼ିବ ନାହିଁ ।
ସଭାସ୍ଥଳରେ ନ ରହି ବାହାରେ ରହିବାର ଏଭଳି ଅଭ୍ୟାସର ସ୍ବାଧୀନତା ତୁମମାନଙ୍କ ବାରମ୍ବାର ବିଧାନସଭା ମୁଲତବୀ କରାଇ କ୍ୟାଣ୍ଟିନ ଆଡ଼େ ମୁହାଁଇବାରେ ଭବିଷ୍ୟତରେ ଯଥେଷ୍ଟ ସାହାଯ୍ୟ କରିବ ।
ଏଠାକୁ ମାତ୍ର ପଚାଶ ଷାଠିଏ ପୋଲିସ ଆସିଛନ୍ତି ।
ନିର୍ବାଚନ ଅତି ନିକଟେଇ ଆସିଲାଣି- ମୁଁ ପ୍ରତିଶ୍ରୁତି ଦେଉଛି ତୁମମାନଙ୍କ ମଧ୍ୟରୁ ଯେଉଁମାନେ ସଚିବ, ନିର୍ଦ୍ଦେଶକ ବା ଲୋକପ୍ରତିନିଧି ହେବେ, ସେମାନଙ୍କ ପ୍ରତିରକ୍ଷା ପାଇଁ ବିଶ୍ରାମଗୃହ, ଡ୍ରଇଁ ରୁମ୍ ଏପରି କି ପାଇଖାନା ଘର ଲାଗି ମଧ୍ୟ ପୋଲିସ୍ ପ୍ରୋଟେକ୍ସନ ଦେବାର ବିଲ୍ ଆଗତ କରାଇବି ।
କାରଣ ମାଓବାଦୀମାନେ କେତେବେଳେ କେଉଁଠି, କେଉଁ ମୁହୂର୍ତ୍ତରେ କ୍ଷମତାସୀନମାନଙ୍କୁ ଆକ୍ରମଣ କରିବେ, ତା’ର କିଛି ଠିକଣା ନାହିଁ ।
ମୁଁ ପଶୁ ଓ ପକ୍ଷୀ ବିଭାଗ ମନ୍ତ୍ରୀ ହେଲେ ମଧ୍ୟ ତୁମେମାନେ ମୋତେ କଲେଜକୁ କାହିଁକି ଡାକିଛ ମୁଁ ଜାଣେ ।
ତୁମେ ଛାତ୍ରୀଛାତ୍ରମାନେ କଲେଜ ମାଟି ମାଡ଼ିବା ପରେ ପଶୁପକ୍ଷୀଙ୍କ ପରି ସବୁ ଜାଗାରେ ସବୁବେଳେ ବିନା ଲୁଗାପଟାରେ ସ୍ବାଧୀନ ଭାବେ ଏକାଠି ବୁଲିବାକୁ ଚାହୁଁଛ- ମୁଁ ଏଥିରେ ବହୁତ ଖୁସୀ ।
ମୁଁ ଶୁଣିପାରୁଛି ତୁମେମାନେ ହାଲ୍ଲାଗୁଲା କରୁଛ, ତାଳି ମାରୁଛ ଏବଂ ବେଳେବେଳେ ଛୋଟ ଛୋଟ ଗୋଡ଼ି ମଧ୍ୟ ସଭାସ୍ଥଳରୁ ଓ ବାହାରୁ ଷ୍ଟେଜ ଉପରକୁ ଫିଙ୍ଗୁଛ ।
ବିଦେଶରେ ଅଣ୍ଡା ପକାନ୍ତି- ଆମ ଦେଶ ବହୁତ ପଛରେ ।
ଏହା ଏକ ଗରିବ ଦେଶ ବୋଲି ଆପଣମାନେ ଅଣ୍ଡା ପକାଇ ପାରୁନାହାନ୍ତି ।
ମୁଁ ପ୍ରତିଶ୍ରୁତି ଦେଉଛି ଏ ଦେଶର ଛାତ୍ରଛାତ୍ରୀମାନଙ୍କ ଷ୍ଟାଣ୍ଡାର୍ଡ଼ ଅଣ୍ଡା ଫୋପାଡ଼ିବା ଭଳି ହେବା ପର୍ଯ୍ୟନ୍ତ ମୁଁ ବାରମ୍ବାର ମନ୍ତ୍ରୀ ହୋଇ ପର୍ଯ୍ୟାପ୍ତ ପରିମାଣର ଅଣ୍ଡା କଲେଜମାନଙ୍କୁ ଯୋଗାଇବା ବ୍ୟବସ୍ଥା ନିଶ୍ଚୟ କରିବି ।
ମୁଁ ଜାଣେ ତୁମେମାନେ ଏ ଦେଶର ଭବିଷ୍ୟତ ।
ତୁମେମାନେ ଜାଣିସାରିଲଣି ଯେ ଜ୍ଞାନୀମାନେ ଭୀରୁ, ଡରକୁଳା ଓ ମାଇଚିଆ ।
ମୂର୍ଖତା ହିଁ ଉପରକୁ ଉଠିବାର ମାପକାଠି ।
ପାଠ ନୁହେଁ, ଶାଠ ହିଁ ସାହସର ଜନନୀ ।
ତେଣୁ ତୁମେମାନେ କ୍ଲାସ୍କୁ ନ ଯାଇ ଷ୍ଟେୟାର କେସ୍ ତଳେ, ଛାତ ଉପରେ, କ୍ଲାସ୍ ହେଉ ନ ଥିବା ରୁମ୍ରେ ଏକାଠି ହୋଇ ଯୋଡ଼ି ଯୋଡ଼ି ହୋଇ ଲିଭିଂ ଟୁଗେଦର୍ର ଅଭ୍ୟାସ କରୁଛ ।
ମୁଁ ଆଶୀର୍ବାଦ କରୁଛି, ତୁମେମାନେ ଆମ ବିଭାଗର ପଶୁପକ୍ଷୀଙ୍କ ପରି ଯତ୍ର, ତତ୍ର, ସର୍ବତ୍ର ଏକାଠି ହୁଅ- ମନେରଖ, କଲେଜ ପରିସର ଭଳି ଆଉ ଉତ୍ତମ ଜାଗା ତୁମକୁ କେବେ ବି ମିଳି ନ ପାରେ ।
ତେଣୁ ଜାତି, ଧର୍ମ, ବର୍ଣ୍ଣ ଓ ବୟସ ନିର୍ବିଶେଷରେ କେବଳ ‘ମିଳନ’କୁ ହିଁ ପରମ ଳକ୍ଷ୍ୟ କର ।
ଦେଖିବ, ଚାକିରି, ବାକିରି ନ ପାଇଲେ ବି କୌଣସି ନେତା ପଛରେ ଗୋଡ଼େଇ ଗୋଡ଼େଇ ଦିନେ ନା ଦିନେ ତୁମେ ରାଜନୀତିରେ ପଶିଯିବ ।
ପିଲାମାନେ ମନେରଖ, ଜୀବନରେ ଏକମାତ୍ର ଲକ୍ଷ୍ୟ ରଖ ଯେ କିଛି ନ ହେଲେ ସରପଞ୍ଚ, ୱାର୍ଡ଼ମେମ୍ବର, ଜିଲ୍ଲା ପରିଷଦ ସଭ୍ୟ, ଏମ୍ଏଲ୍ଏ ହେବ ।
ମୋ ଆଦର୍ଶକୁ ଅନୁସରଣ କର, ଦେଖ ମୁଁ କେମିତି ଯେଉଁ ଦଳ ଶାସନ କ୍ଷମତାରେ ରହିଲେ ବି ନିଶ୍ଚୟ ମନ୍ତ୍ରୀ ହୋଇପାରୁଛି ! ଦରକାର ପଡ଼ିଲେ ବର୍ଷକ ମଧ୍ୟରେ ପାଞ୍ଚଟା ଦଳ ପରିବର୍ତ୍ତନ କରି ମଧ୍ୟ ମୁଁ ସବୁବେଳେ ମନ୍ତ୍ରୀପଦକୁ ଲକ୍ଷ୍ୟ ରଖିଛି ଏବଂ ହେଉଛି ମଧ୍ୟ ।
ନିଜ ସ୍ବାର୍ଥରେ ବା ମାନସସମ୍ମାନରେ ଆଞ୍ଚ୍ ଆସିବା ମାତ୍ରେ ଦଳ ଛାଡ଼ି ଅନ୍ୟତ୍ର ଯିବାକୁ ପ୍ରସ୍ତୁତ ରୁହ ।
ଦଳରେ ତୁମେ ଏକମାତ୍ର ସଭ୍ୟ ହେଲେ ବି ଆପ୍ରାଣ ଚେଷ୍ଟା ଦ୍ବାରା ବହୁ ପୁରୁଷ, ସ୍ତ୍ରୀ, ସାବାଳକ ଓ ସାବାଳିକା ତୁମ ଦଳରେ ମିଶିଯିବେ ।
ଏଥିପାଇଁ ଗୋଟାଏ ନିର୍ମଳ ଭାବମୂର୍ତ୍ତି ଦରକାର ।
ତୁମେମାନେ ଜାଣିଛ କି ଏ ଭାବମୂର୍ତ୍ତି କ’ଣ ? ଏ ଭାବମୂର୍ତ୍ତି ହେଲା କିଶୋର ଅବସ୍ଥାରୁ କଲୋନୀରେ, ସ୍କୁଲରେ, ସଭାସଭିତି ଆୟୋଜନରେ, ଗଣେଶ ପୂଜା, ସରସ୍ବତୀ ପୂଜା କରିବାରେ ସର୍ବସାଧାରଣଙ୍କୁ ଧମକାଇ ଚାନ୍ଦା ଆଦାୟ କରିବା, କଥା କଥାକେ ଛୁରି, ପିସ୍ତଲ, ଖଣ୍ଡା ବା ଭୁଜାଲି ଚଳେଇବା, ଜନାକାରି କେସ୍ କରିବା ଓ କରାଇବା, ବାରମ୍ବାର ଥାନାକୁ ଯିବା ଓ ଥାନାରୁ ଜେଲ୍କୁ ଯାଇ ଜାମିନରେ ଆସିବା, ଜବରଦସ୍ତ ଟଙ୍କା ଧାର ଆଣି ନ ଫେରେଇବା, ଚାନ୍ଦା ଟଙ୍କାରୁ ମଦ ପାଣି ପାଇଁ ପର୍ଯ୍ୟାପ୍ତ ଟଙ୍କାର ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବା ଏବଂ ପାଞ୍ଚଶହ ଖର୍ଚ୍ଚ କରି ପାଞ୍ଚହଜାରର ଭାଉଚର ତିଆରି କରିବା ।
ତୁମେମାନେ ଦେଖୁଥିବ, ସବୁ ଜାଗାରେ ପାଞ୍ଚ ସାତଜଣ ଲୋକ ନେତାଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦରେ ଶହ ଶହ ସର୍ବସାଧାରଣଙ୍କ ଠାରୁ ଚାନ୍ଦା ଆଦାୟ କରି, ଧମକାଇ, ବଳପ୍ରୟୋଗ କରି ପରିଶେଷରେ ନିଜେ ନେତା ବନିଯାଉଛନ୍ତି ଓ ସାତଜନ୍ମ ପାଇଁ ଜମିବାଡ଼ି, ଘରଦ୍ବାର ଓ ବ୍ୟବସାୟମାନ ପ୍ରତିଷ୍ଠା କରିଯାଉଛନ୍ତି ।
ମୁଁ ସ୍ପଷ୍ଟ ଜାଣିପାରୁଛି ତୁମମାନଙ୍କଠାରେ ଏ କଲେଜ କ୍ୟାରିୟରରେ ଏଭଳି କଳାର ଯଥେଷ୍ଟ ବିକାଶ ଘଟିଚାଲିଛି ଓ ଚାଲିବ ମଧ୍ୟ ।
ଏବେ ମୁଁ ଶୁଣିପାରୁଛି ତୁମମାନଙ୍କ ମଧ୍ୟରୁ ଅନେକ କୁକୁର, ବିଲୁଆ, ବିରାଡ଼ି ଇତ୍ୟାଦିଙ୍କ ବୋବାଇବା ଶବ୍ଦ କରିପାରୁଛ ।
ଏ ସବୁକୁ ମୁଁ ବହୁତ ପସନ୍ଦ କରେ ।
ମୋ ପୁଅ ଏଭଳି ଶବ୍ଦ କରିବାରେ ଧୁରନ୍ଧର ଥିବାରୁ ତା’ ପଛରେ ଅନେକ ଝିଅ ଗୋଡ଼େଇଥିଲେ ।
ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ମୋ ପୁଅ ପସନ୍ଦରେ ବୋହୂ ବି କରିଆଣିଛି ।
ଏବେ ଆମ ଘରେ ଶାନ୍ତି ବିରାଜମାନ କରିଛି ଓ ପରିବାରର ବାତାବରଣରେ ସମ୍ପୂର୍ଣ୍ଣ ଶୃଙ୍ଖଳା ଆସିଛି, କାରଣ ଏବେ ବୋହୂ ସବୁବେଳେ କୁକୁର ଭଳି ଭୋ ଭୋ ଶବ୍ଦ କରୁଛି ଓ ପୁଅ ବିରାଡ଼ି ଭଳି ମିଆଉଁ ମିଆଉଁ ହୋଇ ତା କଥାରେ ଉଠବସ୍ ହେଉଛି ।
ଆମେ ଶାସନରେ ଥିବା ମନ୍ତ୍ରୀ ଓ ସଚିବ ଜାଣୁ ଯେ ତୁମମାନଙ୍କର ପାଠ ପଢ଼ିବା ପ୍ରତି ଆଉ ଆଗ୍ରହ ନାହିଁ ।
କେବଳ ନେତା ହେବା, ଯୋଡ଼ି ଯୋଡ଼ି ହୋଇ ହୋଟେଲ୍ରେ ଖାଇବା, ଡିଭିଡ଼ି ସହ ଟିଭି ମାଧ୍ୟମରେ ବିଭିନ୍ନ ଚିତ୍ର ଓ ଖେଳ ଦେଖିବାରେ ତୁମର ପ୍ରବଳ ଆଗ୍ରହ ।
ତେଣୁ ଆମ ସରକାର କଲେଜମାନଙ୍କରୁ ଅଧ୍ୟାପକ, ଅଧ୍ୟାପିକାଙ୍କ ସଂଖ୍ୟା କମେଇ ଚାଲିଛନ୍ତି, ସବୁ କଲେଜକୁ ୟୁଜିସି ଗ୍ରାଣ୍ଟ ମାଧ୍ୟମରେ ଟିଭି, ଡିଭିଡ଼ି ପ୍ଲେୟାର ସହ ମାଗଣା ଇଣ୍ଟରନେଟ୍ ବ୍ୟବସ୍ଥା କରାଇଦେଇଛନ୍ତି ।
ପରୀକ୍ଷା ସଂଖ୍ୟା କମେଇ ଦେଇଛନ୍ତି ଓ ପ୍ରାଥମିକରୁ ମାଟ୍ରିକ୍ ଯାଏ ସମସ୍ତଙ୍କୁ ଯାହା ଲେଖିଲେ ବି ପାସ୍ କରିବା ବ୍ୟବସ୍ଥା କରେଇ ଦେଇଛନ୍ତି ।
ମୁଁ ତୁମମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଆସନ୍ତା ଶୀତକାଳୀନ ଅଧିବେଶନରେ ବ୍ୟାକ୍ ସିଷ୍ଟମକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରେଇଦେଇ ତୁମମାନଙ୍କୁ କିଛି ନ ଲେଖିଲେ ବି ଡିଗ୍ରୀ ମିଳିବା ଆଇନ ପାଇଁ ଏକ ସ୍ବତନ୍ତ୍ର ବିଲ୍ ପେଶ୍ କରେଇଦେବି ।
କାରଣ, ପରୀକ୍ଷା ଭଳି ଅଦରକାରୀ ବୋଝ ଭାରରେ ତୁମମାନଙ୍କର ଅନ୍ୟାନ୍ୟ ବହୁମୁଖୀ ପ୍ରତିଭାର ବିକାଶ ହୋଇପାରୁନାହିଁ ।
ଜୟହିନ୍ଦ୍ ।
ପଶୁ ଓ ପକ୍ଷୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୁଳାଙ୍ଗାରଙ୍କ ଭାଷଣ ଘନ ଘନ କରତାଳି ମଧ୍ୟରେ ଶେଷହେବା ଉତ୍ତାରେ ମନ୍ତ୍ରୀ ତରତର ହୋଇ ଅଧ୍ୟକ୍ଷ ଓ ଅନ୍ୟାନ୍ୟମାନଙ୍କୁ ହାତଯୋଡ଼ି ସଭାସ୍ଥଳ ଛାଡ଼ି ବାଲେଶ୍ବରରେ ଏକ ସୁଲଭ ଶୌଚାଳୟ ଉଦ୍ଘାଟନ କରିବାକୁ ଚାଲିଗଲେ !!!
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment