Commit 9882f01e authored by Nayan Ranjan Paul's avatar Nayan Ranjan Paul

Upload New File

parent 99d4d8f1
ବଜ୍ରପାତ
ବଜ୍ରପାତ
ବର୍ଷାଦିନେ ବଜ୍ରପାତର ପ୍ରାଦୁର୍ଭାବ ବେଶି ଏବଂ ଏହିଦିନେ ବିଲାବାଡି କାମ ବି ବେଶି ।
ବଜ୍ରପାଟରେ ବୈଦ୍ୟୁତିକ ଶକ୍ତି ଏକ ନିୟୁତ ଭୋଲଟରୁ ଅଧିକ ହୋଇପାରେ ।
ବଜ୍ରପାତ ସମୟରେ କ’ଣ କରିବେ
ସବୁ ବୈଦ୍ୟୁତିକ ଉପକରଣଗୁଡିକୁ ବନ୍ଦ କରିଦିଅନ୍ତି ।
ଝରକା ବନ୍ଦ କରିଦିଅନ୍ତୁ ।
ଝରକା, କବାଟ, ରାଡିଏଟର ଓ ଧାତୁ ତିନିଷଠାରୁ ଦୂରରେ ରହନ୍ତୁ ।
ଫୋନ୍ ଓ ମୋବାଇଲ୍ ଫୋନ୍ ର ବ୍ୟବହାର କରନ୍ତୁ ନାହିଁ ଅତି ଜରୁରୀ ଣ ହେଲେ ।
ଘନ ଘନ ବଜ୍ରପାତ ହେଉଥିଲେ କାନରେ ତୁଳା ଦିଅନ୍ତୁ ।
ବଜ୍ରପାତ ଯୋଗୁ ଖାଲି ମୃତ୍ୟୁହୁଏ ନାହିଁ ।
ବେଳେବେଳେ ଚେତାଶୂନ୍ୟ ଓ ଗ୍ରବଣଶକ୍ତି ଶୂନ୍ୟ ହେବାର ଆଶଙ୍କା ଅଛି ।
ଯଦି ବାହାରେ ଅଛନ୍ତି
ବେଳେବେଳେ ବିନା ବର୍ଷାରେ ବଜ୍ରପାତ ମଧ୍ୟ ହୁଏ ।
ଏହି ସମୟରେ କୌଣସି ଖଳୁଆ ବା ନୀଚା ଜାଗାରେ ( ପାଣି ଣ ଥିବା ଜାଗା) ଆଣ୍ଠେଇ କରି ହାତ ଓ ମୁଣ୍ଡ ଆଣ୍ଠୁ ପାଖରେ ରଖି ନଇଁ କରି ରୁହନ୍ତୁ ଯେପରି ଆପଣଙ୍କ ଶରୀରର ଖୁବ୍ କମ୍ ଅଂସ ଭୂମି ସଂସ୍ପର୍ଶରେ ଆସିବ ।
ଯଦି ବହୁତ ଲୋକ ଅଛନ୍ତି ( ଯଥା ବିଲବାଡିରେ କାମ କଲାବେଳେ କିମ୍ବା ଗହଳି ଜାଗାରେ ) ଅତିକମ୍ ରେ ୧୫ଫୁଟ୍ ବ୍ୟବଧୀନରେ ରହନ୍ତି କାରଣ ଓଦା ମାଟିରେ ୧୫ ଫୁଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତିର କୁପଭାବ ରହିପାରେ ।
ଗଛପାଖ ବିଦ୍ୟୁତ୍ ଖୁଣ୍ଟି କିମ୍ବା ଟ୍ରାନ୍ସଫର୍ମର ପାଖ, ବହୁତ ପାଣିଥିବା ସ୍ଥାନ କିମ୍ବା ଉଚ୍ଚାଜାଗା ବା ଉଚ୍ଚାକୋଠାରେ ମଧ୍ୟ ଆଶ୍ରୟ ନିଅନ୍ତୁ ନାହିଁ ।
ଧାତୁ ବେଣ୍ଟ ଥିବା ଛତା, ଗଳଫ କ୍ଲବ( ଗଳଫବାଡି) ବା ବନିଶି( ଆଧୁନିକ ମାଛ ଧରିବା ବନିଶି ) ହାତରେ ଧରନ୍ତୁ ନାହିଁ ।
କାରରେ ଯାତ୍ରା କରୁଥିବା ବ୍ୟକ୍ତି ସବୁ ୱିଣ୍ଡୋଗ୍ଲାସ ବନ୍ଦକରି ଯାତ୍ରା କରନ୍ତୁ ।
ଯଦି ପ୍ରବଳ ବର୍ଷାଯୋଗୁଁ ଆଗକୁ ଯାଇପାରୁନାହାନ୍ତି, ଖାଲାଜାଗାରେ ସବୁ ବନ୍ଦ କରି ଗାଡିରେ ବସି ରହନ୍ତି ।
ଅବଶ୍ୟ ପରିସଂଖ୍ୟାନରୁ ଜଣାଯାଇଛି ଚଳନ୍ତା ଗାଡିରେ ବଜ୍ରାପାତର କୁପଭାବ ବେଶି ନାହିଁ ।
ଦୁଇଚକିଆ ବା ତିନିଚକିଆରେ ଯାତ୍ରା କରୁଥିଲେ କୌଣସି ଖୋଲା ଜାଗାରେ ଗାଡି ରଖି ଆଶ୍ରୟ ନିଅନ୍ତି ।
ଯଦି ଅନ୍ୟକିଛିର ସୁବିଧା ନାହିଁ ।
ବଜ୍ରପାତର ପ୍ରାଦୁର୍ଭାବ କମିବାର ଅଧଘଣ୍ଟା ପରେ କାର୍ଯ୍ୟ ଆରମ୍ଭ କରନ୍ତୁ ।
ଚିକିତ୍ସା
ବଜ୍ରପାତ ପରେ ଯଦି ନିଃଶ୍ଵାସ ପ୍ରଶାସ ଚାଲୁ ଣ ଥାଏ, ଯଦି ସବିଧା ଥାଏ, ରୋଗୀକୁ ଶୁଖିଲା ଜାଗାରେ ରଖି ହୃତ୍ ପିଣ୍ଡକୁ ଜୋରରେ ୭୦ରୁ ୮୦ ଥର ଦବାନ୍ତ ଯେପରି ଛାତିହାଡ ୧ ଇଞ୍ଚରୁ ସାଢେ ୧ ଇଞ୍ଚ ତଳକୁ ଦବୁଥିବ ।
ଏହି ସମୟରେ ଅନ୍ୟଜଣଙ୍କ ଦ୍ଵାରା ପାତିବାଟେ ରୋଗୀର ପାଟି ଖୋଲି ୧୪ରୁ ୧୬ଥର ପ୍ରତି ମିନିଟ୍ ରେ ଫୁଙ୍କନ୍ତୁ ।
ଏପରି ପ୍ରାୟ ଅଧଘଣ୍ଟାଏ ପର୍ଯ୍ୟନ୍ତ କରନ୍ତୁ ଯେଉଁଥିରେସୁଫଳ ମିଳିବାର ସମ୍ଭାବନା ଥାଇପାରେ ।
ଯଦି ଅଚେତ ଅବସ୍ଥାରେ ରୋଗୀ ଅଛି ଏବଂ ନିଃଶ୍ଵାସ ପ୍ରଶ୍ଵାସ ଚାଲିଛି, ତେବେ ଖାଲା ଓ ଶୁଖିଲାଜାଗାରେ ରୋଗୀକୁ ରଖି ତା ମୁହଁ ଆଡକୁ ଫ୍ୟାନ୍ ଦ୍ଵାରା ପବନ ଦିଅନ୍ତୁ( ଶୁଦ୍ଧପବନ, ବେଶି ଗହଳି ଣ କରି ଯାହାକି ନାଇଟ୍ରସ ଅକ୍ ସାଇଡ କିମ୍ବା ଭୟ ଯୋଗୁଁ ହୋଇଥାଏ ।
ଏ କାର୍ଯ୍ୟ ଚାଲିବା ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଅନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment