Commit 9d1177d1 authored by Nayan Ranjan Paul's avatar Nayan Ranjan Paul

Upload New File

parent 3bc69bcf
ପୋଦିନା ଶରୀର ପାଇଁ ବଡ଼ ଉପକାରୀ
ପୋଦିନା
ଆଜିକାଲି ବଜାରରେ ପୋଦିନା ପତ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।
ଏହାକୁ ବିଭିନ୍ନ ଚଟପଟି ଖାଦ୍ୟରେ ବ୍ୟବହାର କରାଯାଉଛି ।
ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ପୋଦିନା ଶରୀର ପାଇଁ ବଡ଼ ଉପକାରୀ ।
ଇଂରାଜୀରେ ମିଣ୍ଟ ନାଁରେ ପରିଚିତ ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ ।
ବ୍ୟବହାର
ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ ।
ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ ସୈନ୍ଧବ ଲବଣ, ପୁରୁଣା ତେନ୍ତୁଳି ଓ ଜୀରା ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ ଶୁଣ୍ଠି ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ ଗୋଲ ମରିଚ ସହିତ ପ୍ରୟୋଗ କରାଯାଏ ।
ଔଷଧୀୟ ଗୁଣ
ଖରା ଦିନେ ଅଂଶୁଘାତରୁ ରକ୍ଷା କରିଥାଏ ପୋଦିନା ।
ପୋଦିନା ରସ ଦେହ ପାଇଁ ହିତ ।
ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ ।
ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ ।
ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ ।
ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ ।
ଘା’ ଶୀଘ୍ର ଶୁଖି ଯିବ ।
ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ ।
ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା ।
ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।
ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ ।
ବାନ୍ତି ବନ୍ଦ ହୋଇଯିବ ।
ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ ।
ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ ।
ପେଟ ବ୍ୟଥା ଦୂର ହୋଇଯିବ ।
ପ୍ରସବ ବେଦନା ସମୟରେ ମହିଳାମାନେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ ।
ପୋଦିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ଦୂର ହୁଏ ।
ସ୍ୱାସ୍ଥ୍ୟ ପାଇଁ ତରଭୁଜ , ପଇଡ଼ ପାଣି, ଲେମ୍ବୁ ପାଣି ଓ ମିଶ୍ରି ପାଣି ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି ।
ତେବେ ନିକଟରେ ଏକ ପରୀକ୍ଷରୁ ଜଣା ପଡିଛି ନିୟମିତ ଭାବେ ପୋଦିନା ରସ ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।
ନଜର ପକାନ୍ତୁ ପୋଦିନା ପତ୍ରର ଔଷଧୀୟ ଗୁଣ ଉପରେ ।
ଭିଟାମିନ୍‌-ଏ ଥିବାରୁ ପୋଦିନା ରସ ଚକ୍ଷୁ ପାଇଁ ମଧ୍ୟ ଉପକାରୀ ।
ଦିନକୁ ୨ଥର ଏହି ପାନୀୟ ପିଇଲେ ଆର୍ଥ୍ରାଇଟିସ୍‌ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଛି ।
ପୋଦିନା ରସରେ ପୋଟାସିୟମ୍‌ ସଠିକ୍ ପରିମାଣରେ ଥିବାରୁ ତାହା ହୃଦରୋଗରୁ ରକ୍ଷା କରିଥାଏ ।
ପୋଦିନା ରସ ରକ୍ତହୀନତାରୁ ରକ୍ଷା କରେ ।
ଦିନକୁ ୨ଥର ପୋଦିନା ରସ ପିଇଲେ ଓଜନ ମଧ୍ୟ ନିୟନ୍ତ୍ରଣାଧୀନ ରହିଥାଏ ।
ମେନଥୋଲ ନାମକ ତତ୍ତ୍ୱ ପୋଦିନା ରସରେ ଥିବାରୁ ଏହାକୁ ପିଇଲେ ମାଇଗ୍ରେନ୍‌ରୁ ରକ୍ଷା ମିଳିଥାଏ ।
ପୋଦିନା ରସରେ ଆଣ୍ଟିସେପଟିକ୍‌ ଗୁଣ ପ୍ରଚୁର ପରିମାଣରେ ଥିବା କାରଣରୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ ।
ପୋଦିନାରେ ଭିଟାମିନ୍‌ ସି ଥିବାରୁ ଏହାକୁ ପିଇବା ଦ୍ୱାରା ଶୀଘ୍ର ଥକା ଲାଗିନଥାଏ ।
ପ୍ରତିଦିନ ପୋଦିନା ରସ ପିଇଲେ ସ୍ମୃତି ଶକ୍ତି ବୃଦ୍ଧି ହୁଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment