Commit a1428c69 authored by Nayan Ranjan Paul's avatar Nayan Ranjan Paul

Upload New File

parent b526aa8c
ମାତୃସ୍ତନ୍ୟ
ମାତୃସ୍ତନ୍ୟ
ସାଧାରଣତଃ ଶିଶୁ ଜନ୍ମ ପୂର୍ବରୁ ଏପରିକି ଶିଶୁ ମା ପେଟରେ ରହିବାର ୭ ମାସ ମଧ୍ୟରେ କ୍ଷୀର ମାତୃସ୍ତନକୁ ଆସିଥାଏ ।
ଏହାର ସମ୍ପୂର୍ଣ୍ଣତା ଶିଶୁ ଜନ୍ମ ମାତ୍ରେ ହୋଇଥାଏ ।
ତେଣୁ ଶିଶୁଜନ୍ମ ମାତ୍ରେ ମାତୃସ୍ତନରେ କ୍ଷୀର ଆସିଥାଏ ।
କେତେକସ୍ତ୍ରୀଲୋକ ଶିଶୁ ଜନ୍ମ ପରେ ପ୍ରଥମ କ୍ଷୀର ଯାହାକି ହଳଦିଆ ଦେଖାଯାଏ ଓ ବହଳ ଥାଏ ତାକୁ ଫୋପାଡି ଦିଅନ୍ତି ; ମାତ୍ର ପ୍ରକୃତରେ ସେହି କ୍ଷୀରକୁ ଯଦିଶିଶୁକୁ ଦିଆଯାଏ ସେଥିରେ Nuctileuka ନାମକ ଏକ ଦ୍ରବ୍ୟ ଥାଏ ।
ଯେଉଁତିରେ କି ସମସ୍ତ ଖାଦ୍ୟସାର ସହ ବ୍ୟାଧି ପ୍ରତିରୋଧକ ଶକ୍ତି ଥାଏ ; ତେଣୁ ସେହି କ୍ଷୀରଟି ଶିଶୁ ପାଇଁ ନିତ୍ୟାନ୍ତ ପ୍ରୟୋଜନୀୟ ।
ତେଣୁ ଶିଶୁକୁ ସେ ପ୍ରଥମ ବହଳ, ହଳଦିଆ ମା କ୍ଷୀର ଦେବା ନିତ୍ୟାନ୍ତ ପ୍ରୟୋଜନୀୟ ।
ସ୍ତନସ୍ଥ କ୍ଷୀର ବିଶୁଦ୍ଧ ଉପାୟ
ମାତୃସ୍ତନରେ କ୍ଷୀର ଥିଲେ ମଧ୍ୟ ସମୟ ସମୟରେ ତାହା ଶିଶୁର ଅତିସାର ଜ୍ଵର, ବାନ୍ତି କୃମି ଆଦିର କାରଣ ହୋଇଥାଏ ।
ତେଣୁ ଉପରୋକ୍ତ ରୋଗଗୁଡିକ ଶିଶୁକୁ ନ ହେବା ପାଇଁ ସ୍ତନରେ ଥିବା ସ୍ତନ୍ୟର ବିଶୁଦ୍ଧୀ କରଣ ନିତ୍ୟାନ୍ତ ଆବଶ୍ୟକ – ସୋଁପ – 500 ଗ୍ରାମ୍ମ, ମିଶ୍ରି- 500 ଗ୍ରାମ୍ ଚୂର୍ଣ୍ଣ କରି ମିଶାଇ ଏକଚାମଚ ଲେଖାଏଁ ଉଷୁମ କ୍ଷୀର ବା ଜଳ ସହ ଖାଇଲେ ( ମା) ସ୍ତନ ଶୁଦ୍ଧି ହୋଇ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ରହେ ।
ଅନନ୍ତମୂଳ, ଅକାନବିନ୍ଧି, ଶୁଣ୍ଠି, ମୁଥା, ଇନ୍ଦ୍ରଯବ, ଗୁଳୁଚି କଟୁକୀ ଭୂମିମ୍ବ, ଦେବଦାରୁ ଏ ସମସ୍ତରୁ ୧୦ ଗ୍ରାମ୍ ଲେଖାଏଁ ନେଇ ଆଠ ଗୁଣ ଜଳ ଦେଇ ଚୁଲିରେ ଫୁଟାଇବ ।
ଏକ ଗୁଣ ଜଳ ରହିଲେ ତାକୁ ସକାଳେ ଅଧା ଓ ସନ୍ଧ୍ୟାରେ ଅଧା ପାନ କଲେ ମାତୃ ସ୍ତନ ଶୁଦ୍ଧ ରହି ଶିଶୁର ଶରୀର ଉତ୍ତମ ରହେ ।
ମାତୃସ୍ତନରେ କ୍ଷୀର ବୃଦ୍ଧି
ପ୍ରଥମତଃ ମା’ର ସ୍ତନ୍ୟବୃଦ୍ଧି ନିମନ୍ତେ ମା’କୁ ପ୍ରଥମତଃ ପୁଷ୍ଟିକର ଖାଦ୍ୟ ଦେଲେ ମାତୃ ଶରୀର ସୁସ୍ଥତା ସହ ଶିଶୁର ସ୍ୱାସ୍ଥ୍ୟ ଠିକ୍ ରହେ ।
ପ୍ରତ୍ୟେକ ଦିନ ଅମତୃଭଣ୍ଡା ତୋଳି ( ସଦ୍ୟ) ତା’କୁ ସିଝାଇ କେବଳ ଲୁଣ ଜିରା ଗୁଣ୍ଡ ଦେଇ ଅତି କମ୍ ରେ 500 ଗ୍ରାମ୍ ଖାଇଲେ ମାତୃସ୍ତନରେ ସ୍ତନ୍ୟ ବୃଦ୍ଧି ହୁଏ ।
ପ୍ରସବ ସାତ ଦିନ ମଧ୍ୟରେ ପୁରୁଣା ଲାଉର ଚେର ୧୦ ଗ୍ରାମ୍ ଅରୁଆଚାଉଳ ରେ କାଉ କରିବ ( ପାଏସ୍ ପରି କରିବ ) ମାତ୍ର ଅନ୍ୟ କିଛି ପଡିବ ନାହିଁ ।
ସେହି ଜାଉ ୧୫ ଦିନ ଖାଇଲେ ଅତିମାତ୍ରାରେ ମାତୃସ୍ତନକୁ କ୍ଷୀର ଆସିଥାଏ ।
ଏହାକ ପରୀକ୍ଷିତ ।
ଭୁଇଁକଖାରୁ ୨୦ ଗ୍ରାମ୍ ପିପ୍ପଳୀ ଓ ଗୋଲମରିଚ ୨ ଗ୍ରାମ୍ ଲେଖାଏଁ ମିଶାଇ ସମସ୍ତକୁ ଏକତ୍ର ବାଟି ସକାଳ ସନ୍ଧ୍ୟା ପାନ କଲେ ମାତୃ ସ୍ତନରେ କ୍ଷୀର ଉତ୍ପନ୍ନ ହୁଏ ।
ମୁଥାମୂଳ ୧୦ ଟି ଧୋଇ ତାକୁ ବାଟି ସେଥିରେ ୧୦ ଠୋପା ଅମୁତଭଣ୍ଡା ରସ ମିଶାଇ ପନ୍ଦର ଦିନ ଦେଲେ ମାତୃ ସ୍ତନରେ କ୍ଷୀର ଆସେ ।
ଭୁଇଁକଖାରୁ ( ଭୂମି କୁଷ୍ଣଣ୍ଡ) ୫୦୦ ଗ୍ରାମ୍, ମିଶ୍ରି -୫୦୦ ଗ୍ରାମ୍ ମିଶାଇ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ୧ ଚାମଚ କରି ଖାଇବ ।
ମାତୃସ୍ତନରୁ କ୍ଷୀର କମାଇବା ଉପାୟ
ଶିଶୁ ଜନ୍ମ ପରେ ମୃତ ହେଲେ ମାତୃସ୍ତନରେ କ୍ଷୀର ରହି ବହୁତ କଷ୍ଟ ହୁଏ ।
ଏପରିକି ମାତୃସ୍ତନରେ ବଥ ( Boil) ବା ଭିତରେ ସଂକ୍ରମଣ ମଧ୍ୟ ହୋଇଥାଏ ।
ଏଣୁ ସ୍ତନ ମଧ୍ୟରୁ ସ୍ତନ୍ୟସ୍ରବଣ ବନ୍ଦ କରିବା ନିତ୍ୟାନ୍ତ ଆବଶ୍ୟକ, ଯଥା –
ଅତି କ୍ଷୀର ହେଲେ ପ୍ରତ୍ୟେକ ଦିନ ଚାପ ନିଜେ ଦେଇ କ୍ଷୀର ବାହାର କରିଦେବା ଉଚିତ୍ ।
ନ ହେଲେ ବିଦ୍ଧାଛିଟା ହୋଇଥାଏ ।
କର୍ପୂର – 500 ମି. ଗ୍ରା ଦିନକୁ 2 ଥର ଖାଇଲେ କ୍ଷୀର ବନ୍ଦ ହୋଇଥାଏ ।
ଦୁଦୁରାପତ୍ରକୁ ବାଟି ଗରମ କରି ଦିନକୁ ୪ ଥର ସ୍ତନରେ୪ ଲେପ ଦେଲେ କ୍ଷୀରସ୍ରବଣ ବନ୍ଦ ହୋଇଥାଏ ।
ସ୍ତନ ଦୃଢୀକରଣ
ସାଧାରଣତଃ ପୁରୁଷ ଓ ସନ୍ତାନସନ୍ତତିଙ୍କ ଯୋଗୁଁ ସ୍ତ୍ରୀମାନଙ୍କର ସ୍ତନର ମାଂସପେଶୀ ଶିଥିଳ ହୋଇ ଓହଳିପଡି ଅସୁନ୍ଦର ଦେଖାଯାଏ ।
ତେଣୁ ତାକୁ ବୃଢ କରିବାଦ୍ଵାରା ସ୍ତ୍ରୀ ତା’ର ସୌନ୍ଦର୍ଯ୍ୟ ପୁନଶ୍ଚ ଫେରିପାଇଥାଏ ।
ସେଥିନିମନ୍ତେ ସ୍ତନ ଦୃଢୀ କରଣ ନିମନ୍ତେ କେତେକ ଯୋଗ ପରପୃଷ୍ଠାରେ ପ୍ରଦାନ କରାଗଲା ।
ଲାଜକୁଳି ଲତାର ଚେର – ୧୦୦ ଗ୍ରାମ୍, ଅଶ୍ଵଗନ୍ଧା – ୧୦୦ ଗ୍ରାମ୍, ଦୁବଘାସ – ୧୦୦ ଗ୍ରାମ୍ ନେଇ ଏ ସମସ୍ତର ଆଠ ଗୁଣ ଜଳ ଦେଇ ସିଝାଇବ ।
ଏକଗୁଣ ଜଳ ରହିଲେ ସେଥିରେ ରାଶିତେଲ ୨୫୦ମି. ଲି. ପକାଇ ପାକ କରିବ ।
ଜଳୀୟାଂଶ ସଂପୂର୍ଣ୍ଣ ମରିଗଲା ପରେ ସେ ତେଲକୁ ଶିଶିରେ ରଖିବ ।
ପ୍ରତିଦିନ ସ୍ତନରେ ମାଲିସ୍ କରିବ ଓ ମାଲିସ୍ ପରେ ପୁନଶ୍ଚ ସେ ତେଲର ଏକ କନାପଟି କରି ଦୁଇ ସ୍ତନରେ ଏକ ସମୟରେ ବାନ୍ଧିବ ୧ ମାସ ପର୍ଯ୍ୟନ୍ତ ।
ଉପରୋକ୍ତ ଦ୍ରବ୍ୟର ମିଶ୍ରଣକୁ ଲାଜକୁଳି ଲତାର ପାତ୍ର ସହ ଚେର ଓ ଦୁବଘାସକୁ ବାଟି ଦୁଇ ସ୍ତନରେ ଲେପ ଦେଇ ପଟି କରି ବାନ୍ଧିବ ।
ଏହିପରି ୧୫ ଦିନ କରିବ ।
ଉକ୍ତ ସମୟରେ ସହବାସ ବା ସନ୍ତାନସନ୍ତତିକୁ କ୍ଷୀର ଦେବା ନିଷେଧ ।
ଏହି ଯୋଗ ପରୀକ୍ଷିତ ଅଟେ ।
ଡାଳିମ୍ବଚେର ଓ ଲାଜକୁଳି ଚେରକୁ ବାଟି ସ୍ତନରେ ଦିନକୁ ୪ ଥର ଲେପ ଦେବ ।
ଏହିପରି ୧୫ ଦିନ କଲେ ସ୍ତନ ଦୃଢ ହୁଏ ।
ଶ୍ଵେତମନ୍ଦାରକୁ ବାଟି ଗୋ ଦୁଗ୍ଧରେ ମିଶାଇ ସ୍ତନ ଉପରେ ଲେପ ଦେବ ।
ଶା. ଜିରାକୁ ବାଟି ଦିନକୁ ୪ ଥର ଲେପ ଦେବା ଫଳରେ ସ୍ତନ ଦୃଢ ହୋଇଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment