Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
a57281ed
Commit
a57281ed
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1ef3e19d
Changes
1
Hide whitespace changes
Inline
Side-by-side
Showing
1 changed file
with
66 additions
and
0 deletions
+66
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia76.txt
...ngual-corpora/vikaspedia.in/vikashpedia_health_odia76.txt
+66
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia76.txt
0 → 100644
View file @
a57281ed
ବ୍ରଣ
ମୁହଁରେ ବ୍ରଣ ମୁହଁର ଚର୍ମ ଅପରିଷ୍କାର ହେଵା, ତେଲିଆ ହେଵା କିମ୍ବା ବୟସ ଦୋଷରୁ ଆସିଥାଏ |ଏହାମୁହଁରେ ଦାଗ କରିଥାଏ ଏବଂ ଅସୁନ୍ଦର ବି କରିଥାଏ|ତେଣୁ ବ୍ରଣ ପାଇଁ ସଜାଗ ରହିବ ଦରକାର|
ଆଜିକାଲି ତ୍ୱଚାର ସବୁଠୁ ବଡ଼ ସମସ୍ୟା ହେଲା ବ୍ରଣ ।
ପୁଅ ହୁଅନ୍ତୁ କି ଝିଅ ସମସ୍ତେ ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ।
ସେଥିପାଇଁ ଅନେକ ଉପାୟ ଆପଣେଇଥାନ୍ତି ।
ବହୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି ।
ତେବେ କୌଣସି ଲାଭ ମିଳେ ନାହିଁ ଓ ସେମାନେ ନିରାଶ ହୁଅନ୍ତି ।
କିନ୍ତୁ ଏବେ ଆଉ ଆପଣଙ୍କୁ ନିରାଶ ହେବାକୁ ପଡ଼ିବନି ।
କାରଣ ଆମ ପାଖରେ ଏପରି କିଛି ପ୍ରାକୃତିକ ଉପାୟ ଅଛି ଯାହା ଦ୍ୱାରା ମାତ୍ର ଗୋଟିଏ ରାତିରେ ଆପଣଙ୍କ ବ୍ରଣ ସମସ୍ୟା ଦୂର ହୋଇଯିବ ।
ଘରୋଇ ଉପଚାର
କିଛି ପରିମାଣର ଲେମ୍ବୁ ରସ ଏବଂ ସମାନ ପରିମାଣର ତୁଳସୀ ପତ୍ର ରସକୁ ମିଶାଇ ଦିଅନ୍ତୁ | ଏହାକୁ ମୁହଁରେ ଲଗାଅ|୧୦-୧୫ ମିନଟ ପରେ ମୁହଁ କୁ ଧୋଇ ଦିଅନ୍ତୁ
୨ ଚାମଚ ଟମାଟୋ ରସ, ୧ ଚାମଚ କାକୁଡି ରସ, ଅଧା ଚାମଚ ଲେମ୍ବୁ ରସ ,୧ ଚାମଚ ହଳଦୀ ଗୁଣ୍ଡ ଏବଂ ୧ ଚାମଚ ବେସନକୁ ମିଶାଇ ମଲମ ତିଆରି କରନ୍ତୁ |ଏହି ମଲମ କୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ |
ଶୁଖିଲା ନିମ ଗଛର ପତ୍ରର ଗୁଣ୍ଡ , ମୁଲତାନି ମାଟି ଏବଂ ଗୋଲାପ ଜଳକୁ ମିଶାଇ ମଲମ ତିଆରି କରନ୍ତୁ |ପ୍ରତିଦିନ ଏହାକୁ ମୁହଁରେ ମାରିଲେ ବ୍ରଣ ଦୂର ହୁଏ |
ଗଙ୍ଗଶିଉଳିର ମଞ୍ଜିକୁ ଗୁଣ୍ଡ କରନ୍ତୁ |ଶୋଇବା ପୂର୍ବରୁ ଏହାକୁ କ୍ଷୀରରେ ମିଶାଇ ମୁହଁରେ ଲଗାନ୍ତୁ| ସକାଳେ ଉଠିଲା ପରେ ମୁହଁ ଧୋଇ ଦିଅନ୍ତୁ |ଏହା ବ୍ରଣ ସହ ବ୍ରଣ ଦାଗ ବି ଦୂର କରିବ |
କିଛି ପୁଦିନା ପତ୍ରକୁ ବାଟି ସେଥିରେ କିଛି ଦହି ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ|
କମଳା କିମ୍ବା ଲେମ୍ବୁ ରସକୁ କ୍ଷୀର ସହ ମିଶାଇ ମୁହଁରେ ଲଗାଇଲେ ଵ୍ରଣଦୁର ହୁଏ |ଏହା ବ୍ରଣ ପାଇଁ ଭଲ କାମ ଦିଏ |
ଗୋଟିଏ କଦଳୀକୁ ବାଟି ମୁହଁରେ ଲଗାନ୍ତୁ |୩୦ ମିନଟ ପରେ ମୁହଁକୁ କ୍ଷୀରରେ ଧୋଇ ଦିଅନ୍ତୁ|
ଗୋଟିଏ କଦଳୀ କୁ ବାଟି ଏହାକୁ ତରଭୁଜ ରସ ସହ ମିଶାଇ ମୁହଁରେ ଲଗାନ୍ତୁ |ଏହା ବ୍ରଣ ପାଇଁ ବହୁତ ଭଲ ଉପଚାର |
କିଛି ଗେଣ୍ଡୁ ଫୁଲର ପାଖୁଡାକୁ ଗରମ ପାଣିରେ କିଛି ସମୟ ଡୁବାଇ ରଖନ୍ତୁ |ତାକୁ ଛାଣି ମୁହଁରେ ମାଲିସ କରନ୍ତୁ | ୧୫ ମିନଟ ପରେ ମୁହଁକୁ ଟିକେ ଉଷୁମ ପାଣିରେ ଧୋଇ ଦିଅନ୍ତୁ |ଏହା ମଧ୍ୟ ବ୍ରଣ ପାଇଁ ଭଲ ଉପଚାର |
କିଛି ତରଭୁଜ ମଞ୍ଜି କୁ ଗୁଂଡ କରନ୍ତୁ | ଏହାକୁ ପାଣିରେ ମିଶାଇ ମଲମ ତିଆରି କରନ୍ତୁ| ଏହି ମଲମକୁ ମୁହଁରେ ଲଗାନ୍ତୁ ଏବଂ ୧୫ ମିନଟ ପରେ ମୁହଁକୁ ଧୋଇ ଦିଅନ୍ତୁ |
ସମାନ ପରିମାଣରେ ୟିସକୀ (ବିଦେଶୀ ମଦ ),ଲେମ୍ବୁ ରସ ଓ ମହୁ ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ| ୨୦-୨୫ ମିନଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ|ଏହା ମୁହଁରୁ ବ୍ରଣ ଏବଂ ତେଲିଆ ଅଂଶ ଦୂର କରିବ
.ଲବଙ୍ଗକୁ ଚନ୍ଦନ ପେଡ଼ିରେ ଘୋରି ଲଗାଇଲେ ବ୍ରଣ ଦୂର ହୁଏ ।
ଆଇସ୍ ଥେରାପି
ଆଜିକାଲି ତ ସମସ୍ତଙ୍କ ଘରେ ଫ୍ରିଜ୍ ଅଛି ।
ତେଣୁ ବରଫ ମିଳିବାରେ କିଛି ଅସୁବିଧା ନାହିଁ ।
ଏହି ବରଫ ବ୍ରଣ ଉପଚାରରେ ଭଲ କାମ କରେ ।
ବ୍ରଣଗୁଡ଼ିକ ଲାଲ ଲାଲ ଦେଖାଯାଆନ୍ତି ।
ବରଫ ଲଗାଇଲେ ବ୍ରଣର ରଙ୍ଗ ବଦଳିଯାଏ ।
ବ୍ରଣ ସ୍ଥାନ କୁଣ୍ଡାଇ ହୁଏ ନାହିଁ ।
ବେଳେ ବେଳେ ବ୍ରଣ ଗୁଡ଼ିକ ପୋଡ଼େ ବା ଜଳେ ।
ବରଫ ଲଗାଇଲେ ସେହି ଯନ୍ତ୍ରଣାରୁ ମୁକ୍ତି ମିଳେ ।
ବାସ୍ତବରେ ବରଫ ଲଗାଇଲେ ରକ୍ତସଞ୍ଚାର ବଢ଼େ ଓ ଏହା ଲୋମଛିଦ୍ରକୁ ମଧ୍ୟ ପ୍ରଭାବିତ କରିଥାଏ ।
ବରଫର ପ୍ରୟୋଗ ଦ୍ୱାରା ବ୍ରଣ ଚାରିପାଖରେ ରହୁଥିବା ମଳି ଓ ତୈଳ ଅଂଶ ପୂରାପୂରି ବାହାରି ଯାଏ ।
ତେଣୁ ଆପଣ ଏକ ପରିଷ୍କାର କପଡ଼ାରେ ବରଫକୁ ରଖି ବ୍ରଣ ଉପରେ ଧୀରେ ଧୀରେ ବୁଲାନ୍ତୁ ।
ଏହି ପ୍ରକ୍ରିୟାକୁ କିଛି ମିନିଟ୍ ଜାରି ରଖନ୍ତୁ ।
ଧଳା ଟୁଥ୍ପେଷ୍ଟ
ଧଳା ଟୁଥପେଷ୍ଟ ମଧ୍ୟ ବରଫ ପରି କାମ କରିଥାଏ ।
ଏହାକୁ ପାଖାପାଖି ୧ ଘଣ୍ଚା ପର୍ଯ୍ୟନ୍ତ ବ୍ରଣରେ ଲଗାଇ ଛାଡ଼ି ଦିଅନ୍ତୁ ।
ଏକ ଘଣ୍ଟା ପରେ ମୁହଁ ଧୋଇ ଦିଅନ୍ତୁ ।
କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ପେଷ୍ଚ ଯେପରି ଜେଲ ଯ଼ୁକ୍ତ ନହୋଇଥାଏ ।
ଷ୍ଟିମ୍ ଉପଚାର
ଚେହେରାର ଉଜ୍ଜ୍ୱଳତା ପାଇଁ ଷ୍ଟିମ୍ ଉପଚାର ନିହାତି ଆବଶ୍ୟକ ।
ଏହା କେବଳ ବ୍ରଣ ଦୂର କରେନି, ତ୍ୱଚାକୁ କୋମଳ ମଧ୍ୟ କରିଥାଏ ।
ଷ୍ଟିମ୍ ଉପଚାର ଦ୍ୱାରା ଲୋମଛିଦ୍ର ଖୋଲିଯାଏ ।
ଏହା ଦ୍ୱାରା ତ୍ୱଚାକୁ ନିଶ୍ୱାସ ନେବାରେ ସହଜ ହୋଇଥାଏ ।
ଷ୍ଟିମ୍ ନେବା ଦ୍ୱାରା ଚେହେରାରେ ଜୀବାଣୁ ଜମେ ନାହିଁ ।
ତେଣୁ ବ୍ରଣ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ ।
କଦଳୀ ଚୋପା
କଦଳୀ ଦେହ ପାଇଁ ଯେତେ ସ୍ୱାସ୍ଥ୍ୟକର, ତାର ଚୋପା ମଧ୍ୟ ସେତିକି ଭଲ ।
ଆପଣଙ୍କ ମୁହଁରେ ବ୍ରଣ ହେଉଥିଲେ କଦଳୀ ଚୋପାକୁ ଆଦୌ ଫିଙ୍ଗନ୍ତୁ ନାହିଁ ।
କଦଳୀ ଚୋପାକୁ ମୁହଁ ଧୀରେ ଧୀରେ ଘଷନ୍ତୁ ।
ଯେତେବେଳେ ଲାଗିବ ଯେ କଦଳୀ ଚୋପାର ଥିବା ରସରେ ଆପଣଙ୍କ ମୁହଁ ପୂରା ଭର୍ତ୍ତି ହୋଇଗଲାଣି ସେତେବେଳେ ଘଷିବା ବନ୍ଦ କରି ଦିଅନ୍ତୁ ଓ ସେମିତି ଅବସ୍ଥାରେ ୩୦ ମିନିଟ୍ ବସନ୍ତୁ ।
ବ୍ରଣ ଯୋଗୁଁ ହେଉଥିବା ଜଳାପୋଡ଼ାକୁ କଦଳୀ ଚୋପା କମାଇ ଦିଏ ।
ଅଧାଘଣ୍ଟା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ ।
ଦେଖିବେ ମୁହଁରେ ଅଲଗା ଚମକ ଦେଖାଯିବ ।
ଏହି ପ୍ରକ୍ରିୟାକୁ ନିୟମିତ କିଛି ଦିନ କରନ୍ତୁ ।
ରସୁଣ
ବ୍ରଣ ଦୂର କରିବାରେ ରସୁଣ ବହୁତ କାମରେ ଆସେ ।
ରସୁଣରେ ଆଣ୍ଚିଭାଇରାଲ, ଆଣ୍ଟିଫଙ୍ଗଲ,ଆଣ୍ଟିସେପ୍ଟିକ୍ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଛି ।
ଏହା ଖୁବ୍ ଜଲଦି କ୍ଷତକୁ ଶୁଖାଇ ଦିଏ ।
କେବଳ ସେତିକି ନୁହେଁ ଏହା ବ୍ରଣକୁ ମଧ୍ୟ ସହଜରେ ଭଲ କରି ଦିଏ ।
ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ କାମ କରିବାକୁ ହେବ ।
ପ୍ରଥମେ ରସୁଣରୁ ଚୋପାକୁ ଛଡ଼ାଇ ଦିଅନ୍ତୁ ।
ତା'ପରେ ସେହି ରସୁଣକୁ ବ୍ରଣ ଉପରେ ଲଗାନ୍ତୁ ।
ଏମିତି ୫ ରୁ ୭ ମିନିଟ୍ ରସୁଣ ଲଗାଇବା ପରେ ମୁହଁକୁ ହାଲକା ଉଷୁମ ପାଣିରେ ଧୋଇ ଦିଅନ୍ତୁ ।
ଆପଣ ଏହି ପ୍ରକ୍ରିୟାକୁ ଏକ ଘଣ୍ଟା ପରେ ପୁଣି ଦୋହରାଇ ପାରିବେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment