Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
cd4c25fb
Commit
cd4c25fb
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
3adad89f
Changes
1
Hide whitespace changes
Inline
Side-by-side
Showing
1 changed file
with
114 additions
and
0 deletions
+114
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_68
...lingual-corpora/odiasahitya.com/sent_odiasahitya_lekha_68
+114
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_68
0 → 100644
View file @
cd4c25fb
ଯାତ୍ରା-ମଙ୍ଗଳ
- ରାଜକିଶୋର ରାୟ
ତା: ଫେବୃଆରୀ ୨୦, ୨୦୧୧
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଗାଁ ନାଁ କହି ଲାଭ ନାହିଁ ।
ଜନବସତିର ପରିମଳ ଓ ସ୍ବାସ୍ଥ୍ୟତାର ବାସନ୍ତୀ ମଳୟ, ଦିନାର୍ଦ୍ଧ ସୂର୍ଯ୍ୟ, ଶ୍ରାବଣର ନୀରଧାରା, କୋଇଲିର କୁହୁବେଣୁ ଗୋଟିଏ ଅପ୍ରତିହତ ନାଗରିକ ନିଷ୍ଠୁରତାରେ କେଉଁକାଳରୁ ଅଚଳ ହୋଇଯାଇଛି ।
ବୁଲା ଫକୀର କିମ୍ବା ବାରବୁଲା ଯୋଗୀର ଗୀତିରେ ପଲ୍ଲୀର ଶ୍ରୀହୀନତାର କୋହ – ମୂର୍ଚ୍ଛନା ପ୍ରତିଫଳି ଯାଇଛି ।
କିଏ ବା ଶୁଣୁଛି ? କିଏ ବା ବୁଝୁଛି ?
ସହର – ! ସହର -! ବ୍ରଣସ୍ବାଦ ଚାଖିବା ପାଇଁ ମାଛିପଲର ଆନନ୍ଦରୁ ବଳି ଆନନ୍ଦ ପାଇବାକୁ ସେହି ସହରକୁ ଧାଇଁଛି ଧନୀ, ଧାଇଁଛି ମାନୀ ।
ଜୀବନର କ୍ଷୀରାବ୍ଧି ଉପରେ ଶୋଇ ମୃତ୍ୟୁର ତପସ୍ୟା କରିବାକୁ ବି ଚାଲିଛି ରୂପସୀ ବାରବନିତା ସେହି ସହରକୁ ।
ସେଠି ହସୁଛି ହର୍ମ୍ୟଶାଳା, ରହିଛି ପୂର୍ଣ୍ଣ ବିପଣୀ ।
ଗହଳିଆ ଆଖୁକ୍ଷେତ, ପୁଣି ଅତି ସୁନ୍ଦର ଗାଁର ଉପାନ୍ତରେ ଦିମାଣ ଜମିରେ ଆଖୁ ଫଳେଇଛି ମକରନ୍ଦ ।
ମକରନ୍ଦ ଜାତିରେ ଅଛବ; କିନ୍ତୁ ଯେତେବେଳେ ଛାତି ଉପରେ ଦୁଇଟା ବୁଦାଳିଆ ମାଂସପେଶୀ ନଚେଇ ନାକ ଫୁଲେଇ ଦି’ପୁଡା ହାବୁକିଆ ପବନଟାଣି ନେଇ ଆଖୁକ୍ଷେତ ମଝିରେ ସେ ଛିଡା ହୋଇଯାଏ ସେତେବେଳେ ଆଖୁଛୁଏଁ ମକରନ୍ଦକୁ, ମକରନ୍ଦ ଛୁଏଁ ଆଖୁବୁଦାକୁ ।
ଏ ମିଳନରେ ବାରଣ କରିବାକୁ ନଥାଏ ସମାଜର ସ୍ଥାନାଧିପତି ।
ମଣିଷ ମକରନ୍ଦକୁ ଛୁଏଁ ନାହିଁ ସତ; କିନ୍ତୁ ଗେଣ୍ଡା କୋଚିଆର ଗାଲିସି ପରାପାକରେ ଯାହାର ରକ୍ତର ବର୍ଣ୍ଣ ସରପୁଳି ଭୋଜ୍ୟରେ ନିତିନ୍ରତି ରସାୟିତ ଭଦ୍ରଲୋକର ରକ୍ତର ବର୍ଣ୍ଣ ସହିତ ସାମ୍ୟ ରଖିପାରିଛି, ତାର ସଂସ୍ରବ ପାଏ ଶ୍ୟାମଳା ପୃଥିବୀ ।
ସେଇ ତାର ଉପାସକ, ନିତି ପୂଜାରୀ ।
ମକରନ୍ଦ ଉପରକୁ ଚାହିଁଲା ।
ନିରାଟ ଖରା ।
ତାକୁ ଭୋକ କରୁଛି ।
ହୁଡା ଉପରୁ ଡାକିଲା –
‘-ଯମୁନା, ଜାଉ ହେଲା ? ’
ଗଛଗହଳିରେ ହୁଡାର ଅନ୍ୟପ୍ରାନ୍ତ ଅଦୃଶ୍ୟ ରହିଯାଇଛି ।
ଦୃଶ୍ୟମାନ ଚକ୍ରବାଳର ଗୋଟାଏ ପ୍ରାନ୍ତରେ ଲାଖି ରହିଛି ଦୁଇ ଶୁଣ୍ଢରେ ଯୁଦ୍ଧ୍ୟମାନ ମତ୍ତକରୀ ରୂପର ଦୁଇଖଣ୍ଡ ମେଘ ।
ଯମୁନା ! ସେ ତ ଅଠରରେ ଅଟକି ରହିଛି ।
ବୟସ ଯେମିତି ତାକୁ ଛାଡିବାକୁ ଚାହେଁନା ।
ଯେଉଁ ତନୁରେ ଲାବଣ୍ୟର କାନ୍ତିପାଟବ ଆହୁରି ଖର ହୋଇ ଉଠିଛି, ସେଠୁ ବୟସ ଖସିଯିବ କିପରି ? ପୁଣି ଅଛି ନାକରେ ଖଣ୍ଡିଗୁଣାଟିଏ ।
ବାହିରେ ବାହୁଏ ପିତ୍ତଳ ସଜ, ନଖରେ ନଖପଚା ଲାକ୍ଷା, କପାଳରେ ଗୁଞ୍ଜପୋକର ଟିକିଲି ।
‘-ମତେ ଏ ପବନ କଣ ରଖେଇ ଥୋଇ ଦଉଛି ? ତମେ ଆସ, ଏଇନାଗେ ହେଇଯିବ ଯେ ।’
ଆଜି କ୍ଷେତଜାଉର ପର୍ବ ।
ନୂଆ ଆଖୁ ଦୋରୁଅରେ ରନ୍ଧା କ୍ଷେତଜାଉ ଖାଇବେ ଦୁହେଁ ।
ଆଉ ଶୁଭମନାସିବେ ଯେମିତି ବରଷ ବରଷ ଧରି ଏଇଭଳି କ୍ଷେତହେଉ ।
ମା ଲକ୍ଷ୍ମୀ ସୁଦୟା କରନ୍ତୁ ।
ପ୍ରଥମେ ଶୁଭିଲା ମଇଁଷି ବେକର ଟିପେଇ ଶବ୍ଦଭଳି ।
ପରେ ଟିକିଏ ନିକଟ ହୋଇ ଆସିବାରୁ ମକରନ୍ଦ ବୁଝି ପାରିଲା ଏ ଟିପେଇ ନୁହେଁ, ବଳଦ ବେକର ଘଣ୍ଟି ।
ଗାଡି ପଛେ ଗାଡି ।
ଛୋଟରାୟ ଆମ୍ବତୋଟା ଶଗଡଗୁଳା ଉପରେ ବେକ ହଲେଇ ଚାଲିଛନ୍ତି ବଳଦ ।
ଆଗ ଗାଡି ଦିଖଣ୍ଡ ତାଟ, ପଛ ଦଶଖଣ୍ଡ ଗାଡି ଓଦର ।
ମକରନ୍ଦ ବଟୁଆରୁ ଗୁଆକାତି ଖଣ୍ଡି ବାହର କରୁ କରୁ କହିଲା –
‘ଯମୁନା ଆଜି ଅଭି ସାଆନ୍ତେ ଅଇଲେ ଲୋ ।’
‘ସତେ?’
‘ହଁ ଦେଖୁନୁ ଦଶ ଦଶ ଖଣ୍ଡ ଗାଡି ।
ଗାଈ, ବାଛୁରୀ, ହାଣ୍ଡି, ପଥୂଲି, ଗୁଡ ମାଠିଆ, ପାରା ଭାଡି, ମେଜ, ଚଉକି, ଖଟ, ପଲଙ୍କ, ପିଲାଙ୍କ ଠେଲାଗାଡି ଇମିତି କେତେ କଅଣ ।’
ଯମୁନା ଆବାକାବା ହୋଇ କହିଲା – ‘ଇଲୋ ମାଆ, ଇୟେ କଅଣ ଘରଭାଙ୍ଗି ପଳେଇ ଆସିଲେ କି ?
ଆମ ଗାଁରେ ଆଉ ପୁଣି କୁନି ମାଉସୀ ଝିଅ, ମୋ ବଉଳ ନାଁ କେମିତି କହିବି ମ, ସେ ଯୋଉ ଗାଁରେ ବାହା ହେଇଚି ସେ ଗାଁରେ ସିନା ବାଡି-ଠାକୁରାଣୀ ଉଭାହେଲେ ଲୋକେ ଗାଁ ଛାଡି ପଳେଇ ଯାଆନ୍ତି, ଆଉ ଇଏ କଅଣ ମ ! କଟକ ସହରରେ କଣ ଠାକୁରାଣୀ ହୁଅନ୍ତି ?’
ମକରନ୍ଦ ସତକୁ ସତ ଭାବୁଛି କଥାଟା କଣ ? ଅଭି ସାଆନ୍ତେ ପନ୍ଦର ବରଷ ହେଲା ଗାଁ ମାଡି ନଥିଲେ ! କହିଲା –
‘ଆଲୋ, ସେ ତ ପନ୍ଦର ବରଷ ହେଲା ଗାଁ ମାଡି ନାହାନ୍ତି ।
ଯେତେବେଳେ ମତେ ପନ୍ଦର ଷୋହଳ ବର୍ଷ ହୋଇଥିଲା, ରଥପୁର ପୋଖରୀ ଗୋଳିରେ ମୁଁ ମାଛ ଧରୁଥିଲି, ସେତେବେଳେ ତାଙ୍କୁ ଦେଖିଥିଲି ।
ସେତିକି ତ ଦେଖା ।
ନୂଆ ବାହାହେଇ ତ ଯାଇଛନ୍ତି କଟକ, ଆଉ ଫେରି ନଥିଲେ ।’
ବିଲହୁଡାତଳ ଚୁଲିରୁ ଜାଉ ଆଟିକା ଖଣ୍ଡିକ ଓହ୍ଲେଇ ଆଣୁ ଆଣୁ ଯମୁନା କହିଲା –
‘ତାଙ୍କ ଭାରିଯା କେମିତି ମ ? ’
‘ତୁ କଅଣ ବୋହୂ ହେଇ ସେତେବେଳକୁ ଆସିଥିଲୁ ଯେ ଜାଣିବୁ ? ପଠାଣ-ପିଟା ଜାମୁଗଛ ଉପରେ ଚଢି ପିଲାବେଳେ ତତେ କିଏ କୋଳି ପାରିଦେଉଥିଲା ? ପରିହାସରେ ପରା ମତେ ବାହା ହେବୁ କି ନାହିଁ ପଚାରିବାରୁ ମତେ କହିଥିଲୁ – ‘ବାଡିପଡା !’
ଯମୁନା ଜିଭ କାଢି ପକାଇଲା ।
‘କିମିତି ଅଲକ୍ଷଣା ମଣିଷ ମ, ମୁଁ ଏଇଆ କହିଥିଲି ?’
ସରାଗରେ ମକରନ୍ଦ ଧରି ପକେଇଲା, ଯମୁନାର ହାତଟି ।
ଅଭିରାମବାବୁଙ୍କୁ ପ୍ରଦକ୍ଷିଣ କରି ଯେଉଁ କେତୋଟି ପ୍ରାଣୀ ଗାଁ ସହିତ ସବୁ ସଂସର୍ଗ ଛିଣ୍ଡେଇ ସହରରେ ପ୍ରତିପାଳିତ ହୋଇ ଆସୁଥିଲେ, ସେମାନଙ୍କ ଭିତରେ
ଅଭିରାମବାବୁଙ୍କର ସହଧର୍ମିଣୀ କୁନ୍ତୀ ଦେବୀ, ବଡପୁଅ ପରିତୋଷ, ଝିଅ ନିର୍ମଳା ।
ପରିତୋଷ ବି.ଏ. ପାଶ୍, ତେଣୁ ବେକାର ।
କୁନ୍ତୀ ଦେବୀ ଗୋପୀଭାଷାରୁ ଡେଇଁ ବଜାର ସଉଦା ପାଇଁ ଚିଠା ଲେଖିବାରେ ହାତ ପଇଠ କରିଛନ୍ତି; ତେଣୁ ସାହିତ୍ୟ ଓ ଗଣିତ ମଧ୍ୟରେ ଉପଯୁକ୍ତ ଯୋଗାଯୋଗ ସେ ଆଣି ପାରିଛନ୍ତି ।
ଝିଅ ନିର୍ମଳା ହେଉଛନ୍ତି ସାମାଜିକ ମହିଳା ।
ତେଣୁ ମହିଳା ସଂଘର ଉନ୍ନତି ତାଙ୍କ ଭାବନାର ବସ୍ତୁ ହୋଇ ପଡିଛି ।
କିନ୍ତୁ ଏ ଦୁର୍ଲଭ ଜୀବ ସବୁ ଆଜିସରିକି ଗାଁ ଆଡକୁ ମୁହଁ ଫେରାଇଛନ୍ତି କାହିଁକି ?
ଏଇ ପ୍ରସଙ୍ଗର ଚର୍ଚ୍ଚା ସେଦିନ ଭାଗବତ ଘରେ ବୈଦରାଜ ଭଟ୍ଟ ମିଶ୍ର, ସଣ୍ଡୁଆସୀ ପ୍ରଧାନ, ବୃଦ୍ଧ ଯୁଗଳ ମିଶ୍ର ଆଉ ଜଳଧର କମାର ଭିତରେ ଚାଲିଥିଲା ।
ଦୂରରୁ ଅଭିରାମ ବାବୁଙ୍କର ପାଟି ଶୁଭିଲା ।
ଭାଗବତଘର ପିଣ୍ଡା ଉପରକୁ ଚଢିଯାଇ ସାଆନ୍ତେ କହିଲେ – ‘ପ୍ରଣାମ ଯୁଗଳ ମିଶ୍ରେ ।
ଗାଁ ଖବର ସବୁ ଭଲ ତ ?’
ଗାଁ ମାଟିରେ ବୃଦ୍ଧଙ୍କର ଶରୀର ଜନ୍ମ ପାଇଛି, ସେଇଥିରେ ମିଳେଇ ଯିବାକୁ ବସିଲାଣି; ଅଥଚ ସେ ବୁଝି ପାରିଲେ ନାହିଁ ଅଭିରାମବାବୁଙ୍କର ଗାଁର କୁଶଳ ପଚାରିବା କଥା ।
ସେଦିନ ଥିଲା ଧାରା ଶ୍ରାବଣର ରାତ୍ରି ।
ଶ୍ବାସର ପ୍ରକୋପ କଷ୍ଟ ଦେଉଥିଲା ତାଙ୍କୁ ।
ସେହି ବର୍ଷାପାତରେ କଟକ ଦଉଡିଯାଇ ମିଶ୍ରେ ଅଭିରାମ ବାବୁଙ୍କୁ ଜଣେଇଥିଲେ –
‘ବାବୁ, ସାରା ବ୍ରାହ୍ମଣକୁଳକୁ ଏ ଅପବାଦ ଢାଙ୍କିଦେଉଛି ।
ରକ୍ଷାକରନ୍ତୁ ।
କଣ୍ଠ ମିଶ୍ରଙ୍କର ବିଧବା ଝିଅ ଘରୁ ଗୋଡ କାଢି ଦେଇଛି ଗାଁ ଫାଣ୍ଡି କନେଷ୍ଟବଲର କୁଶିକ୍ଷାରେ ।
ଆପଣ ଗାଁର ମୁଣ୍ଡ, ପୁଣି ଓକିଲ ।’
କିନ୍ତୁ କାହିଁ ।
ସାହାଯ୍ୟ ପରିବର୍ତ୍ତେ ବୃଦ୍ଧ ଶୁଣିଲେ – ‘ବିଧବାଗୁଡାଙ୍କୁ ଘରେ ସାଇତି ରଖିଲେ ଏଇଆ ହୁଏ ।
ଏଥିରେ ନିୟମକାନୁନ କିଛି ଖାଟିବ ନାହିଁ ।’
ବୃଦ୍ଧଙ୍କର ଆଖି ଜଳପୂର୍ଣ୍ଣ ହୋଗଲା ।
ଜଳଧର କମାର ସାଆନ୍ତଙ୍କୁ ବସିବାକୁ ଦେଖେଇ ଦେଇ କହିଲା – ‘ସାଆନ୍ତେ, ପନ୍ଦର ବରଷ ହେଲା ଗାଁ କୁ ଆସିନଥିଲେ; ଭଲ କଲେ ଆସିଲେ ।’
ଅଭିରାମ ବାବୁ ଟିକିଏ ଇତସ୍ତତଃ ହୋଇ କହିଲେ, ‘ହଁ’ ଆଛା ଗାଁରେ ଡାକଘର କରିବା ପ୍ରସ୍ତାବ କଣ ହେଲା? ଡାକଘର ପାଇଁ ମୁଁ ଚେଷ୍ଟା କରିବି ।
ମୁଁ ଆସିଲାବେଳେ ଦେଖିଲି ମହାଦେବ ପୋଖରୀଟା ବିଲାତୀଦଳରେ ଭରି ରହିଛି ! ଏଥିରେ କିପରି ସ୍ବାସ୍ଥ୍ୟ ଭଲ ରହିବ ? କି ବୈଦ୍ୟରାଜେ, ନୁହେଁ ? ହେଇଟି, ମୁଁ କୋଡିଏ ଟଙ୍କା ଦେଉଛି ।
କାଲି ଗାଁ ବାଲା ସବୁ ମିଳିଯିବା, ପୋଖରୀ ସଫାହେବ ।’
ଶ୍ରୋତା ଭିତରେ ଏପରି କେହି ନଥିଲେ ଯେ ତାଙ୍କର ବକ୍ତୃତା ଖୁବ୍ ଶିଘ୍ର ବୁଝି ନେଇ ଗୋଟାଏ ମନ୍ତବ୍ୟ ଦେବେ ।
କେବଳ ବୃଦ୍ଧ ଅଗାଧୁ ମିଶ୍ରେ ‘ନାରାୟଣ’ କହି ହାତଯୋଡିଲେ ।
ଆଉ କହିଲେ – ‘ପ୍ରଭୁ ଏ କି ପରୀକ୍ଷା !’
ଯୋଡିଏ ଦିନ ବିତି ଯାଇଛି ।
ଯମୁନା ବେତକୋଳି ବାଉଁଶିଆଏ ଧରି ଫେରି ଆସୁଛି ଗାଁ ଦାଣ୍ଡରେ ।
ଦିନ ଗୋଟାକଯାକର ଖରା ଖାଇ ମୁହଁ ତାର କଇଁଥା ପଡିଯାଇଛି ।
ବୈଦ୍ୟରାଜେ ପିଣ୍ଡା ଉପରେ ବସିଥିଲେ ।
କହିଲେ, – ‘କିଲୋ ଯମୁନା ! ଏତେ ଖରାରେ କୁଆଡେ ଯାଇଥିଲୁ ? ଟିକିଏ ପାହାଚ ଉପରେ ବସିଯା ।
ପାଣି ପିଇବୁ ?’
ଏମିତି କଥା ଗୋସେଇଁଠୁ ସେ କେବେ ଶୁଣି ନାହିଁ ।
ପାଣି ଚଳେ ଟେକିଦେବା ତ ଦୂରର କଥା, ଗୋସେଇଁ ଯେ ତାକୁ ପାଟି ଫିଟେଇ ଆଜି କଥା କହିଲେ ସେ ତା ବିଶ୍ବାସ କରି ପାରିଲା ନାହିଁ ।
ଯମୁନା ଚଳେ ପାଣି ପିଇଛି କି ନାହିଁ ମୁହଁ କାଢି ଆଣିଲା; କହିଲା – ‘ସାଆନ୍ତେ, ଏ ପାଣି କିଆଁ ଏମିତି ଗନ୍ଧଉଛି ?’ ବୃଦ୍ଧ ମିଶ୍ରେ ହସି ହସି ବୁଝେଇ ଦେଲେ –
‘ଆଲୋ, ଏ ପରା ପରିତୋଷ ବାବୁଙ୍କର ଭିଆଣ ।
ବ୍ଲିଚିଂ ବୋଲି ଗୋଟାଏ ଓଷଧ ସବୁ ଗାଁ କୂଅରେ ପକାଇ ଦେଇଛନ୍ତି ।
କୁଆଡେ ପୋକଯୋକ – ରାମ, ରାମ- ମରିଯିବେ ।’
ଯମୁନାକୁ ସବୁ ନୂଆ ଲାଗୁଥାଏ ।
ଓଢଣାଟି ଟାଣି ଦେଇ ବାଟ କାଟି ସେ ଚାଲିଗଲା ।
ଆଉ ଯୋଡିଏ ଦିନ ବିତିଯାଇଛି ।
ଡାହାଣିଆ ଖରା ମଉଳି ଯାଇନି ।
ଯମୁନା ମୁଣ୍ଡରେ କାଠ ଗୋଛାଟିଏ ମୁଣ୍ଡେଇ ଦୁଃଖରୁ ଫେରୁଛି ।
ଭାଇ ଦିଅ ସେ କେନ୍ଦୁ ଦିଇଟା- ସେଇ ଯେ ଉପର ଡାଳରେ ଅଛି ।’
ନିର୍ମଳାର ଅଳି ପରିତୋଷ ଭାଙ୍ଗି ନପାରି ଯୋଡିକଯାକ ବଢେଇଦେଲା ନିର୍ମଳା ଆତକୁ ।
ବେଶୀ ପାକଲାଟିକୁ ନିର୍ମଳା ତୁଣ୍ଡକୁ ପକେଇ ଦେଇଛି, ଯମୁନା ମୁଣ୍ଡରୁ ଭୁସ୍କିନା କାଠ ଗୋଛାଟା ତଳେ କଚାଡି ଦେଇ ନିଜ ଆଙ୍ଗୁଠିରେ ନିର୍ମଳା ମୁହଁରୁ ଦରଚୋବା ବିଷାକ୍ତ କୋଚିଳା ଫଳ ବାହାର କରି ଆଣିଲା ।
ନିହାତି ଅପରାଧି ଭଳି ପରିତୋଷ ହାଁ କରି ଗଛ ଉପରେ ଚାହିଁରହିଥାଏ ।
ଯମୁନା ଦୁଃଖ କରି କହିଲା – ‘ଦେଈ, କଅଣ କରୁଥିଲ ? ଏ ଯେ କୋଚିଲା, ବିଷ ।
ଜୀବନରେ ଆଉ ଥାଆନ୍ତ ?’
ସେହିଦିନଠାରୁ ଯମୁନା ନିର୍ମଳାର ସାଙ୍ଗ ।
ଗାଁର ମହିଳା ସମିତିର ହେଲା ଯମୁନା ପ୍ରଧାନ କର୍ମୀ ।
ଦୋଳଯାତ୍ରା ପର୍ବରେ ଦୁଇଶ’ କାଙ୍ଗାଳ ଭୋଜନ ତଦାରଖ କରୁ କରୁ ବୃଦ୍ଧ ଅଗାଧୁ ମିଶ୍ରେ ଅଭିବାବୁଙ୍କ ହାତ ଧରି ପକେଇ କହିଲେ – ‘ଆପଣଙ୍କର ଏଇ ମନ ଯଦି ନିଜ ଜନ୍ମଭୂମୀ ପ୍ରତି ଦଶବର୍ଷ ଆଗରୁ ଆମେ ଦେଖିଥାଆନ୍ତୁ ତେବେ ଆଜି ଏ ଗାଁ ସୁନା ପାଲଟି ଯାଆନ୍ତାଣି ।’
ଅଭିରାମବାବୁ ହସି ହସି କହିଲେ – ‘ମିଶ୍ରେ, ମୋର ବାହାଦୂରୀ ଏଥିରେ କିଛି ନାହିଁ ।
ଯୁଦ୍ଧ ଆଜି ଗାଁ ଆଡକୁ ସଭିଁଙ୍କର ମୁହଁ ଫେରାଇ ଦେଇଛି ।’
ବୈଦ୍ୟରାଜ ଭଟ୍ଟ ମିଶ୍ରେ ଭଣିତା କରିଦେଲେ – ‘ଗାଁକୁ ଆପଣଙ୍କର ଏ ଯାତ୍ରା ଅତି ମଙ୍ଗଳ ହୋଇଛି…’
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment