Commit d9499d87 authored by Nayan Ranjan Paul's avatar Nayan Ranjan Paul

Upload New File

parent 986063a5
ଡେଙ୍ଗୁ ଜ୍ଵରର ଆୟୁର୍ବେଦ ଚିକିତ୍ସା
ଡେଙ୍ଗୁ ଜ୍ଵର
ସଂପ୍ରତି ପାରିପାର୍ଶ୍ୱିକ କାରଣ ଯୋଗୁଁ ବିଭିନ୍ନ ରୋଗ ଦେଖାଦେଉଛି ।
ଏହା ମଧ୍ୟରେ ଡେଙ୍ଗୁଜ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଛି ।
ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏହାକୁ ଦଣ୍ଡକ ଜ୍ଵର ବୋଲି କୁହାଯାଏ ।
ଏହାର କାରଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଅଭାବରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ଏଣୁ ଏହାର ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଚିକିତ୍ସା କରିବା ଆବଶ୍ୟକ ।
ବହୁ ପୁରୁଣା କାଳରୁ ଡେଙ୍ଗୁ ଜ୍ଵରର ଚିକିତ୍ସା ଆମଦେଶରେ ରହିଛି ।
ଏଣୁ ରୋଗୀ ଭୟଭୀତ ନ ହୋଇ ଡେଙ୍ଗୁ ଜ୍ଵରର ଲକ୍ଷଣ ଦେଖିବା କ୍ଷଣି ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ ।
ଏଡିସ୍ ଇଜିପ୍ଟ ନାମକ ମଶା କାମୁଡିଲେ ଏହି ରୋଗ ହୁଏ ।
ଶିଶୁ ଓ ବୟସ୍କଙ୍କୁ ଏହି ରୋଗ ହୁଏ ।
ସୁସ୍ଥ ବ୍ୟକ୍ତିକୁ ଡେଙ୍ଗୁ ଭୁତାଣୁ ବାହକ ମଶା କାମୁଡିଲେ, ଭୂତାଣୁ ରକ୍ତକୁ ଯାଇ ଏହି ରୋଗ ସୃଷ୍ଟିକରେ ।
ପ୍ରତିବର୍ଷ ପ୍ରାୟ ୧୦୦ ମିଲିୟନ ଲୋକ ଏଥିରେ ଆକ୍ରାନ୍ତ ହୋଇ ପୃଥିବୀରେ ପ୍ରାଣ ହରାଇଥାନ୍ତି ।
ମଶା କାମୁଡିବାର ତିନିଦିନ ପରେ ଏହି ରୋଗ ଆରମ୍ଭ ହୋଇଯାଏ ।
ଅତିଦୁର୍ବଳ ବୋଧ ହୁଏ ।
ଅତ୍ୟଧିକ ଜ୍ଵର ହୁଏ ।
ତୀବ୍ର ମୁଣ୍ଡବ୍ୟଥା, ଚକ୍ଷୁର ପଛ ଭାଗ ତୀବ୍ର ବ୍ୟଥା ହୁଏ ।
ଅରୁଚି, ବାନ୍ତି, ଅଗ୍ନିମାଦ୍ୟ, ପାଦ , ଗୋଡ ଓ ଦେହରେ ନାଲି ଦାଗ ଦେଖାଯାଏ ।
ଜ୍ଵରର ତିନି ଚାରି ଦିନ ପରେ ଗଣ୍ଠି ଦରଜ ଓ ଫୁଲା ହୁଏ ।
ଦଶ ଦିନ ବେଳକୁ ଡେଙ୍ଗୁର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ ।
ଯେଉଁ ସବୁ ନାଲି ଦାଗ ଦେଖା ଯାଏ , ତାହାର କାରଣ ଶିରା ଜାଲକ ଫାଟି ରକ୍ତ ସ୍ରାବ ହେବା ।
ଏହି ଭୂତାଣୁ ରକ୍ତ କଣାରେ ଥିବା ଅଣୁ ଚକ୍ରିକାକୁ ନଷ୍ଟ କରିଦିଅନ୍ତି ।
ଶରୀରର ସବୁ ମାର୍ଗରୁ ରକ୍ତସ୍ରାବ ହୋଇ ମୃତ୍ୟୁ ହୁଏ ।
ଏଣୁ ରୋଗ ଆରମ୍ଭରୁ ଏହାରଚିକିତ୍ସା ଆବଶ୍ୟକ ।
ପ୍ରତିକାର
ମଶା ଜନ୍ମ ନ ନେବା ପାଇଁ ପରିବେଶ ସଫା ରଖିବା ଉଚିତ ।
ମଶାକାମୁଡାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମଶାରୀ ଟାଣି ଶୋଇବା ଆବଶ୍ୟକ ।
ଚିକିତ୍ସା
ଏହା ଭଲ ହେବାକୁ ଦୁଇ ସପ୍ତାହ ଲାଗେ ।
ଭୟ ଓ ମୂର୍ଚ୍ଛା ଦେଖାଗଲେ ଇଲେକ୍ଟ୍ରୋଲାଇଟ ଘୋଳ ଯଥେଷ୍ଟ ଦେବାକୁ ହୁଏ ।
ଜର କମିବା ଯାଏଁ ମୁଣ୍ଡକୁ ଧୋଇବେ କିମ୍ବା ଥଣ୍ଡା ଲୁଗା ମୁଣ୍ଡରେ ରଖିବେ ।
୨ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ସହ ହିଙ୍ଗୁଳେଶ୍ଵର ରସ ୧୨୫ ମି.ଗ୍ରା, ମହା ସୁଦର୍ଶନ, ଘନ ବଟି ଦୁଇଟି ମନ୍ଦୁ ଓ ଫୁଟା ପାଣି ସହ ଦେବେ ।
ତୁଳସୀ ରସ ବାରମ୍ବାର ଦେବେ ।
ଅମୃତାରିଷ୍ଟ ୨୦ ମିଲି.ଲେଖାଏଁ ଥଣ୍ଡା ପାଣି ସହ ପାଞ୍ଚଥର ଦିନରେ ଖାଇବେ ।
ରକ୍ତ ସ୍ରାବ ହେଲା, ଦୂବରସ କିମ୍ବା ଅଁଳାରସ ବା ଉଭୟ ୨୦ ମିଲି ଲେଖୋଏଁ ଦେବେ ।
ଅଣୁ ଚକ୍ରିକା ବଢିବା ପାଇଁ ଅମୃତଭଣ୍ଡା ପତ୍ରରସ ୫୦ ମିଲି ଲେଖାଏଁ ଦୁଇ ତିନିଥର ଦେବେ ।
ଶୁଖିଲା ଖାଦ୍ୟ, ଦହି, ରାଗ, ଖଟା ଦେବେନାହିଁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment