Commit f3362c6c authored by Nayan Ranjan Paul's avatar Nayan Ranjan Paul

Upload New File

parent b7bec831
ଶୀତଦିନରେ ଶରୀର ଫାଟୁଛି କି ? ଆପଣାନ୍ତୁ କିଛି ଘରୋଇ ତେଲ, ଉଜ୍ଜଳ ଓ କୋମଳ ରହିବ ତ୍ୱଚା
ମଏଶ୍ଚରାଇଜର
ଶରୀର ପାଇଁ ମଏଶ୍ଚରାଇଜର ନିହାତି ଦରକାର ।
ଅଥାର୍ତ ଶୁଷ୍କ ଚର୍ମରେ ଚମକ ଆଣିବା ପାଇଁ ମଏଶ୍ଚରାଇଜର ଆବଶ୍ୟକତା ରହିଛି ।
ସେଥିପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ମଏଶ୍ଚରାଇଜର ମଧ୍ୟ ମିଳୁଛି ।
ମଏଶ୍ଚରାଇଜରକୁ ବ୍ୟବହାର କରି ତ୍ୱଚାର ଠିକ ଭାବରେ ଯତ୍ନ ନିଆଯାଇପାରୁଛି ।
ବିଭିନ୍ନ କ୍ରିମ ବ୍ୟତୀତ ଏଭଳି କିଛି ତୈଳ ମଧ୍ୟ ରହିଛି ଯାହାକୁ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇ ପାରିବ ।
ଏହା ଦ୍ୱାରା ତ୍ୱଚା କୋମଳ ହେବା ସହିତ ଚିକ୍କଣ ଏବଂ ଉଜ୍ୱଳ ମଧ୍ୟ ହେବ ।
ତେଣୁ ଆସନ୍ତୁ ଜାଣିବା କେତେକ ପ୍ରାକୃତିକ ତୈଳ ବିଷୟରେ ଯାହାକୁ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇପାରିବ ।
ତୈଳ
ଆଲମଣ୍ଡ ତେଲ-
ଏଥିରେ ଭିଟାମିନ ଏ ପ୍ରଚୁର ପରିମାଣରେ ରହିଥାଏ ।
ଯାହା ଦ୍ୱାରା ତ୍ୱଚା କୋମଳ ହେବା ସହିତ ଚିକ୍କଣ ମଧ୍ୟ ହୋଇଥାଏ ।
ତେଣୁ ୧/୨ ଚାମଚ ତୈଳକୁ ମଏଶ୍ଚରାଇଜରରେ ମିଶାଇ ତ୍ୱଚାରେ ଲଗାନ୍ତୁ ।
ଏହା ଦ୍ୱାରା ତ୍ୱଚା ନରମ ଓ ଚିକ୍କଣ ରହିବ ।
ଅଲିଭ ତେଲ-
ଅଲିଭ ଅଏଲରେ ଶକ୍ତିଶାଳୀ ଆଂଟି ଅକ୍ସିଡାଂଟ ଭରପୂର ମାତ୍ରାରେ ରହିଥାଏ ।
ଏହାକୁ ପ୍ରତିଦିନ ବ୍ୟବହାର କରିବା ଆବଶ୍ୟକ ।
୧/୨ ଚାମଚ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କଲେ ତ୍ୱଚା କୋମଳ ହୋଇଥାଏ ଏବଂ ସୁନ୍ଦର ମଧ୍ୟ ଦେଖାଯାଏ ।
ଟି ଟ୍ରି ତେଲ –
ଏହାକୁ ଏକ ଆଂଟି ବ୍ୟକ୍ଟେରିଆଲ ଉପାଦାନ ଭାବେ ଗ୍ରହଣ କରାଯାଏ ।
ଟି ଟ୍ରି ଅଏଲ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଇନଫେକସନରୁ ମଧ୍ୟ ଏହା ରକ୍ଷା କରିଥାଏ ।
ଏହା ସହିତ ରୁକ୍ଷ ତ୍ୱଚାକୁ ମଧ୍ୟ ଭଲ କରିଥାଏ ।
୩ରୁ ୪ ଡ୍ରପ ଅଏଲକୁ ମଏଶ୍ଚରାଇଚଜର ସହିତ ମିଶାଇ ଲଗାଇବା ଦ୍ୱାରା ଭଲ ଫଳାଫଳ ମିଳିଥାଏ ।
ତେବେ ସପ୍ତାହକୁ ୨ରୁ ୩ଥର ବ୍ୟବହାର କଲେ ତ୍ୱଚାରେ ଭିନ୍ନ ପରିବର୍ତ୍ତନ ଆସିଥାଏ ।
ନଡିଆ ତେଲ-
ଏହା ପ୍ରତ୍ୟେକ ଘରେ ଅତି ସହଜରେ ମିଳିଯାଏ ।
ଏହାକୁ ଶରୀରର ବିଭିନ୍ନ ସ୍ଥାନରେ ବ୍ୟବହାର କରାଯାଇପାରିବ ।
ଏହା ଏକ ପ୍ରାକୃତିକ ତୈଳ ଏବଂ ଏଥିରେ ଖୁବ ମାତ୍ରାରେ ପୋଷକ ତତ୍ତ୍ୱ ଏବଂ ଭିଟାମିନ ଭରପୂର ମାତ୍ରାରେ ରହିଥାଏ ।
ସୂର୍ଯ୍ୟକିରଣରେ ନଷ୍ଟ ହୋଇ ଯାଇଥିବା ତ୍ୱଚାରେ ନଡିଆ ତେଲ ଲଗାଇବା ଦ୍ୱାରା ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଥାଏ ।
୧/୨ ଚାମଚ ନଡ଼ିଆ ତେଲକୁ ମଏଶ୍ଚରାଇଜର ସହିତ ମିଶାଇ ଲଗାଇବା ଦ୍ୱାରା ତ୍ୱଚା କୋମଳ ହେବା ସହିିତ ଚିକ୍କଣ ଏବଂ ଉଜ୍ୱଳ ହୋଇଥାଏ ।
ଆଭୋକାଡୋ ତେଲ : ଏଥିରେ ଅଧିକ ପରିମାଣର ଫ୍ୟାଟି ଏସିଡ ରହିଥାଏ ।
ଯାହା ଶରୀରର ଶୁଷ୍କପଣକୁ ଦୂର କରିଥାଏ ।
ପ୍ରତିଦିନ ଏହି ତେଲରୁ ୩ରୁ ୪ ବୁନ୍ଦା ମଏଶ୍ଚରାଇଜର ସହ ମିଶାଇ ମାଲିସ କରିବା ଦ୍ୱାରା ତ୍ୱଚାରେ ଉଜ୍ଜଳତା ଆସିଥାଏ ।
ଏହାଛଡା ସୁନ୍ଦର ତ୍ୱଚା ପାଇବା ପାଇଁ ସପ୍ତାହକୁ ୩ରୁ ୪ ଥର ଏହି ତେଲ ବ୍ୟବହାର କରିବା ଆବଶ୍ୟକ ।
ଭିଟାମିନ-ଇ ଅଏଲ-
ଏହାକୁ ମଧ୍ୟ ମଏଶ୍ଚରାଇଜର ସହିତ ମିଶାଇ ବ୍ୟବହାର କରାଯାଇପାରିବ ଏବଂ ଅନ୍ୟ ତୈଳ ଭଳି ଏଥିରେ ମଧ୍ୟ ବହୁ ଉପକାରୀ ଗୁଣ ଭରି ରହିଛି ।
ଭିଟାମିନ ଇ କ୍ୟାପସୁଲରୁ ଏହି ତେଲ ବାହାର କରିବା ପରେ ଏହାକୁ ମଏଶ୍ଚରାଇଜର ସହ ମିଶାଇ ତ୍ୱଚାରେ ମାଲିସ କରିବା ଦ୍ୱାରା ସୁନ୍ଦର ଓ ଚମକପ୍ରଦ ତ୍ୱଚା ମିଳିଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment