Commit f845e0a1 authored by Nayan Ranjan Paul's avatar Nayan Ranjan Paul

Upload New File

parent 64c293d0
ଡାଇରିଆ (ତରଳଝାଡା) ପ୍ରତି ସତର୍କ ଓ ସଚେତନ ହୁଅନ୍ତୁ
ଡାଇରିଆର ଲକ୍ଷଣ
ଦିନକୁ ୩ ଥର ବା ତାଠାରୁ ଅଧିକ ପତଳା ଝାଡା, ଦେହହାତ ଘୋଳାବିନ୍ଧା, ହାଲିଆ ଲାଗିବା ସହ ଜିଭ ଏବଂ ଓଠ ଶୁଖିଯିବା, ଅଧିକ ଶୋଷ ଲାଗିବା ଓ ପରିସ୍ରା କମ୍ ହେବା ।
ଡାଇରିଆର ଗୁରୁତର ଲକ୍ଷଣ
ହାତ ଗୋଡ କାଲୁଆ ଲାଗିବା, ପରିସ୍ରା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା ଏବଂ ନିସ୍ତେଜ ହେବା ।
ଏଭଳି କ୍ଷେତ୍ରରେ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ ।
ଡାଇରିଆର ପ୍ରତିରୋଧ
ବାହାରେ ଝାଡା ନଯାଇ କେବଳ ପାଇଖାନା ବ୍ୟବହାର କରନ୍ତୁ ।
ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ ।
ଶୌଚପରେ, ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲଭାବରେ ସାବୁନ୍ ରେ ଧୁଅନ୍ତୁ ।
ନଇ, ଝରଣା, ଚୂଆ ବା ପୋଖରୀ ଆଦି ପାଣି ପିଆନ୍ତୁ ନାହିଁ ।
କେବଳ ଗଭୀର ନଳକୂଅ ପାଣି କିମ୍ବା ଫୁଟାପାଣି ପିଅନ୍ତୁ ।
ପିଇବାପାଣି ପାତ୍ରରେ ହାତ ନବୁଡାଇ ଡଙ୍କି ବ୍ୟବହାର କରନ୍ତୁ ।
ନଳକୂଅ ପାଣିରେ ଭାତ ପଖାଳନ୍ତୁ ।
କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫାକରନ୍ତୁ ନାହିଁ ।
ବାସି, ପଚାସଢା ବା ମାଛିବସା ଖାଦ୍ୟ ଖାଆନ୍ତୁ ନାହିଁ ।
ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ ଓ ଖାଦ୍ୟକୁ ସର୍ବଦା ଘୋଡାଇ ରଖନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment