Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
fc1cfef5
Commit
fc1cfef5
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
425dddf4
master
patch-3
No related merge requests found
Changes
1
Hide whitespace changes
Inline
Side-by-side
Showing
1 changed file
with
41 additions
and
0 deletions
+41
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_32
...lingual-corpora/odiasahitya.com/sent_odiasahitya_lekha_32
+41
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_32
0 → 100644
View file @
fc1cfef5
ବଂଶୀ ଓ ବନ୍ଶୀ
ବ୍ରହ୍ମାନନ୍ଦ ପଣ୍ଡା
ତା: ଜୁନ୍ ୨୯, ୨୦୧୩
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ବିସ୍ତୃତ ଏକ ପ୍ରାନ୍ତର ବକ୍ଷରେ କ୍ଷୁଦ୍ର ଜଳପୂର୍ଣ୍ଣ ସରୋବରଟିଏ ।
ଅନତିଦୂରରେ, ପଥ ପାର୍ଶ୍ବରେ ଗୋଟିଏ ଭଗ୍ନସ୍ତୂପାକୃତି ଦେବାଳୟ ।
ମୃତଗୌରବ ଦେବାଳୟର ଜୀବନ୍ତ ପ୍ରତୀକ ସ୍ବରୂପ ତାର ଜୀର୍ଣ୍ଣ ଚୂଡ଼ା ଭିତରୁ ଅଶ୍ବତ୍ଥ ବୃକ୍ଷଟିଏ ନିର୍ବିଘ୍ନରେ ବଢ଼ି ଉଠୁଚି ।
ସରୋବର ବନ୍ଧର ଝଙ୍କରା ବଟମୂଳରେ ବସିଛନ୍ତି ଦୁଇଟି ପ୍ରାଣୀ-ଜଣେ ତରୁଣ, ଜଣେ ତରୁଣୀ ।
ତରୁଣ ବନ୍ଶୀ ଛାଡ଼ିଚି ! ଆଖି ତାର ଜଳ ଅସ୍ତରଣ ଉପରେ ଲାଖି ରହିଚି ।
ପ୍ରାନ୍ତର ଶେଷରେ ଆରକ୍ତ ଚକ୍ରବାଳ ଉପରକୁ ତରୁଣୀ ଚାହିଁଛି ଶୂନ୍ୟ ଦୃଷ୍ଟିରେ ।
ପୌର୍ଣ୍ଣମାସୀ ସାନ୍ଧ୍ୟା ଆସନ୍ନପ୍ରାୟ ।
ଶାନ୍ତ ଉଦାର ପରିବେଶ ।
ବାୟୁମଣ୍ଡଳ ବିଚଳିତ କରି କେଉଁ ଦୂର ଅଜ୍ଞାତ ସ୍ଥାନରୁ ବଂଶୀ ବାଜିଲେ ।
ତରୁଣୀ ଦେହରେ ବିଜୁଳିଭଳି ଏକ ଶିହରଣ ଖେଳିଯାଏ ।
ଆଗ୍ରହିତ ସ୍ବରରେ ସେ କହେ,
‘‘ଶୁଣୁଚ, ବଂଶୀ ବାଜୁଚି ।’’
ତରୁଣ ନୀରବ ।
କିଛିକାଳ ନୀରବରେ ବିତିଯାଏ ।
ବଂଶୀସ୍ବନରେ ଆକୁଳତା ସଞ୍ଚରୁଚି ।
ଆତୁର କଣ୍ଠରେ ତରୁଣୀ ପୁଣି କହେ,
‘‘ଶୁଣୁଚ, ବଂଶୀ ବାଜୁଚି ?’’
ଜଳ ଆସ୍ତରଣ ଉପରେ ଦୃଷ୍ଟି ନିବଦ୍ଧ, ବିଶ୍ବାସଭରା କଣ୍ଠରେ ତରୁଣ କହେ,
‘‘ଦେଖୁଚ, ମାଛର କୌତୁହଳ କିପରି ବଢ଼ୁଚି ।
ବନ୍ଶୀର ଭେଦ ବୁଝିବା ପାଇଁ କଣ୍ଟାଟିକୁ ବାରମ୍ବାର ପରିକ୍ରମା କରୁଚି ।
ଉଗ୍ର କୌତୁହଳର ପ୍ରରୋଚନାରେ ଶେଷରେ କଣ୍ଟାଟିକୁ ଗିଳି ବସିବ ।’’
କାହାକୁ ଯେପରି ବଂଶୀ ତୁହାଇ ତୁହାଇ ଡାକୁଚି ।
ସେ ଡାକରା ସ୍ଥାନ କାଳପାତ୍ରର ଅତୀତ ।
ତରୁଣୀ ଭାବବିହ୍ବଳ ହୋଇପଡ଼େ ।
ତାର ଶୂନ୍ୟଦୃଷ୍ଟି ଏକ ଅପୂର୍ବ ତନ୍ମୟତା ଭିତରେ ବୁଡ଼ିଯାଏ ।
ତରୁଣ ମୁହଁରେ ଉତ୍କଣ୍ଠା ଝଲକି ଉଠିଚି ।
‘‘ମାଛ ଏଥର କଣ୍ଟାଟିକୁ ନିଶ୍ଚୟ ଗିଳିବ ।
ଫେରିଯିବାର ଶକ୍ତି ଆଉ ତାର ନାଇଁ ।
କି ଏକ ଅମୋଘ ଆକର୍ଷଣରେ ସେ ଜଡ଼ିତ ହୋଇଯାଇଚି ।’’
ଚନ୍ଦ୍ରାଲୋକର ମାୟା ଧୀରେ ଧୀରେ ଉନ୍ମୋଚିତ ହେଉଚି ।
ଦେବାଳୟ ଚୂଡ଼ାର ଅଶ୍ବତ୍ଥ ଶାଖାରେ ନିଶାଚର ପକ୍ଷୀଟାଏ ରହି ରହି ଚିତ୍କାର କରୁଚି ।
ସରୋବର ବକ୍ଷରେ ଚନ୍ଦ୍ରକିରଣ ଝଲମଲ ହେଉଚି ।
ରଙ୍ଗମଞ୍ଚର ଆଲୋକ ଆପ୍ଳୁତ ନର୍ତ୍ତକୀ ଭଳି ବିଜନ କଇଁଟିଏ ସମ୍ଭ୍ରମରେ ପାଖୁଡ଼ା ମେଲୁଚି ।
ତରୁଣ ବନ୍ଶୀ ଉଠାଇ ଆଣେ ।
ଶୁଭ୍ର ମାଛଟିଏ ଛଟପଟ ହେଉଚି ବନ୍ଶୀ ଅଗ୍ରରେ ।
କଣ୍ଟାଟି ତାର ଗଳଦେଶ ବିଦ୍ଧ କରିଚି ।
ତରୁଣୀର ମୂର୍ଚ୍ଛିତ ଦେହ ତରୁଣ କୋଳରେ ଢଳିପଡ଼େ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment