Commit 0b3fba4a authored by Nayan Ranjan Paul's avatar Nayan Ranjan Paul

Upload New File

parent 3b8c9304
ବିଶ୍ବନାଟ୍ୟ ଦିବସ ଓ ତିନିଦିନିଆ ନାଟ୍ୟ ଦିବସ ଉଦ୍‌ଘାଟିତ
- ଓଡ଼ିଆସାହିତ୍ୟ ପ୍ରବନ୍ଧକ
ତା: ମାର୍ଚ୍ଚ୍ ୨୮, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଓ ସଂସ୍କୃତି →
ରାଉରକେଲା: ନାଟକ ହେଉଛି ସମାଜର ପ୍ରତିଛବି ।
ଏହା ଜରିଆରେ ସମାଜକୁ ଶିକ୍ଷା, ମନୋରଞ୍ଜନ ସବୁକିଛି ଦିଆଯାଇ ପାରେ ।
ନାଟକ ଓ ନାଟ୍ୟକାରଙ୍କ ସଫଳତା ପଛରେ ଦର୍ଶକଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ।
ଏବେ ବିଭିନ୍ନ ବର୍ଗର କଳାକାରଙ୍କୁ ନେଇ ନାଟକକୁ ଭିନ୍ନ ସ୍ବାଦରେ ପରିବେଷଣ କରାଯିବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ।
ଏହାଦ୍ବାରା ଓଡ଼ିଶାର ନାଟ୍ୟକଳା କେବଳ ସମୃଦ୍ଧ ହେବନାହିଁ ବରଂ ସମସ୍ତଙ୍କ ପ୍ରଚେଷ୍ଠା ଓ ସହଯୋଗ ମିଳିଲେ ଏହା ଉଜ୍ଜୀବିତ ହୋଇ ରହିବ ଏବଂ ସାରା ବିଶ୍ବ ଦରବାରରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାର ସୁଯୋଗ ପାଇବ ବୋଲି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ କହିଥିଲେ ।
ସ୍ଥାନୀୟ ସିଭିକ୍ ସେଣ୍ଟର୍‌ରେ ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ରଣୀ ନାଟ୍ୟାନୁଷ୍ଠାନ ସମ୍ପର୍କର ସ୍ବନକ୍ଷତ୍ର ଦିବସ ତଥା ବିଶ୍ବ ନାଟ୍ୟଦିବସ ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିବା ସହ ତିନିଦିନିଆ ନାଟ୍ୟ ଉତ୍ସବ ଆରମ୍ଭ ହୋଇଥିଲା ।
ଏହି ଅବସରରେ ସଂଯୋଜକ ଅନିଲ୍ କୁମାର ମଲ୍ଲିକ ଭରପୁର ଦର୍ଶକଙ୍କୁ ବିଶ୍ବନାଟ୍ୟ ଦିବସର ବାର୍ତ୍ତା ଶୁଣାଇଥିଲେ ।
ଏହି ଉତ୍ସବରେ ହର ପଟ୍ଟନାୟକଙ୍କ ସହ ମିଶି ରାଉରକେଲାର ବିଭିନ୍ନ ଜଣାଶୁଣା କଳାକାରଗଣ ବର୍ତ୍ତମାନ ବହୁଳ ପ୍ରସାରିତ ଟେଲିଭିଜନ କାର୍ଯ୍ୟକ୍ରମର ଲୋକପ୍ରିୟତା ରହିଥିବା ପରିପ୍ରେକ୍ଷୀରେ ମଞ୍ଚନାଟକକୁ ବଞ୍ଚାଇବା ପାଇଁ ଏକ ସ୍ବରରେ ସଙ୍କଳ୍ପ ନେଇଥିଲେ ।
ପ୍ରାରମ୍ଭରେ ସମ୍ପର୍କର ଅଧ୍ୟକ୍ଷା ସୁବ୍ରତା ପତି ସ୍ବାଗତ ଭାଷଣ ଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ଭାସ୍କର ମହାପାତ୍ର ମାର୍ଚ୍ଚ ୨୭ରେ ପାଳିତ ହୋଇ ଆସୁଥିବା ବିଶ୍ବ ନାଟ୍ୟ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମହାପ୍ରବନ୍ଧକ ନାରାୟଣ ପତି ଯୋଗଦେଇ ରାଉରକେଲାକୁ ନାଟ୍ୟ ସହର ବୋଲି କହିଥିଲେ ।
ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ପାଇଁ ନାଟ୍ୟବନ୍ଧୁ ସମ୍ମାନ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଶେଷ ନାରାୟଣ ସିଂହଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ନାଟ୍ୟଚର୍ଚ୍ଚାକୁ ଉଦ୍‌ଘାଟକ ହର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ ।
ଶେଷରେ ସମ୍ପର୍କ ଅନୁଷ୍ଠାନ ପକ୍ଷରୁ ଶବ ହଜିଛି ନାଟକ ମଞ୍ଚସ୍ଥ ହୋଇଥିଲା ।
ଏହି ଅବସରରେ ରାଉରକେଲାର ବହୁ କଳାପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment