Commit 0b765a52 authored by Nayan Ranjan Paul's avatar Nayan Ranjan Paul

Upload New File

parent cc5d18e1
ଲୁଡୁ ଖେଳ
- ବିଭୁ ସାମନ୍ତ
ତା: ମେ ୨, ୨୦୧୮
ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ →
ନିଝୁମ ଖରାବେଳେ, ପାଲି ଆଉ ସାର ଧରି, ସେ ଚାଲିଆସେ ଲୁଡୁ ଖେଳିବାକୁ ।
ଚୈତ୍ର ମାସର ପଖାଳଖିଆ ନିଦ ମୋର ଭାଙ୍ଗିଦେଇ, କେତେ ଅଳିକରେ; କେତେ ଝଗଡା ପରେ, ମୁଁ ରାଜି ହୁଏ ତା କଥାରେ, ବାଜିଏ ଖେଳିବାକୁ ।
ବାଜି ରହେ ସିନେମା ଯିବା ନ ହେଲେ ଆଇସ୍କ୍ରିମ ଖୋଇବା ।
ସେ ନିଏ ଲାଲ ମୋର ନୀଳ, ସେ ଆଗ ବାହାରେ ମୋ ଘରକୁ ଚାଲିଆସେ, ଆସି ବାଟ ଜଗେ ।
ମୋର ଘରୁ ବାହାରିବାକୁ ଅପେକ୍ଷା କରେ ।
ମୁଁ କିନ୍ତୁ ଏତେ ଜଲ୍‌ଦି ବହାର ପାରେନା ।
ତା’ର ଗୋଟିକ ପରେ ଗୋଟିଏ ପାଚିଯାଏ ।
ମୁଁ ତାର ବାଟ ଜଗେ, ଯୁଗ ବସାଏ, ହଇରାଣ କରେ ।
ସେ ତଥାପି ମାନେନି ।
ଲାଗିଯାଏ ଯୋକ ପରିକା, ମିଛିମିଛିକା ରାଗେ ।
ମୁଁ ଛାଡ଼ି ଦିଏ ତା ରାସ୍ତା, ସେ ଚାଲିଯାଏ ସହଜରେ ।
ଠିକ ଶେଷ ସାରଟି ପାଚିବା ବେଳକୁ, ତା’ର ଦାନା ପଡ଼େନି ଭଲ ।
ସେ ବିବ୍ରତ ହୁଏ ।
ମୁଁ ଖେଳ କମ୍‌ ତାକୁ ବେଶି ଦେଖୁଥାଏ ।
ମୁଁ ଜାଣିଜାଣି ହାରିବା ଆଗରୁ ଉଠିଯାଏ ।
ସେ କିନ୍ତୁ ଛାଡ଼େନି ।
ଜୀବନଟା ଆମର ବି ଏମିତି ଅବିକଳ ଲୁଡୁ ଖେଳପରି ।
କେବେ ସେ ଆଗରେ ତ, କେବେ ମୁଁ ଆଗରେ ।
ମୋତେ କିନ୍ତୁ ଆଗରେ ରହିବାକୁ ଭଲ ଲାଗେନି ।
କାରଣ ଆଗରେ ରହିଲେ ମୁଁ ଏକା ପଡ଼ିଯାଏ ।
ଏକା ରହିବାକୁ କ’ଣ କାହାକୁ ଭଲଲାଗେ? ବେଳେବେଳେ ଠିକ୍ ଦାନ ପଡ଼େନି, ବେଳେବେଳେ ସାର ଭୁଲ୍‌ ଚଲାହୁଏ ।
ଆଉ ପଛକୁ ଫେରିବାର ନାହିଁ ।
ଦଣ୍ଡ ଭୋଗିବାକୁ ବି ପଡ଼େ ।
ଦୋଛକିର ନିଷ୍ପତ୍ତି କେତେ ଠିକ, ଭାଗ୍ୟ ଉପରେ କଥା ।
ଖେଳ ଚାଲିଥାଏ, ପରିଣାମର ମୁହଁ ଦେଖିବାକୁ ସମୟର ହାତ ଧରି ।
ଶେଷରେ ଜିତେ ସିଏ ।
ଖୁସିରେ ତାଳିମାରି, ଝୁମିଯାଏ ।
ମୁଁ ମିଛିମିଛିକା ରାଗେ, ସେ କିନ୍ତୁ ଜାଣିଦିଏ ।
ଆଲମାରୀରୁ ପର୍ସଟା ନେଇଆସେ ।
ତା ଭିତରୁ ସବୁ ନେଇଯାଇ ଖାଲି ପର୍ସଟା ଧରେଇଦିଏ ।
ପର୍ସଟା ଖାଲି ନ ରଖିବାକୁ ଦୟାରେ ଅଳ୍ପ ନୋଟ ରଖିଦିଏ ।
ମୁଁ ଚୁପ୍‌ଚାପ୍‌ ଦର୍ଶକଟିଏ ହୋଇ ସବୁ ଦେଖୁଥାଏ ।
ତା ହସ, ତା ଖୁସି ଆଗରେ ଏଇ କାଗଜ ଟୁକୁଡ଼ାଗୁଡିକ ମୂଲ୍ୟହୀନ ଲାଗେ ।
ସତରେ, ଜାଣିଶୁଣି ହାରିବାର ଖୁସିଟା ବୁଝାପଡ଼େ ।
କିଏ ଜାଣିଥିଲା ଏମିତି ହେବ? ବାଜି ଜିତି ସେ ଚାଲିଯିବ, କଥା କ’ଣ ଏମିତି ସରେ କି? ମିଛିମିଛିକା ହାରୁ ହାରୁ ମୁଁ ସତରେ ହାରିଯାଏ ।
ସେ ମୋତେ ଠକି ଚାଲିଯାଏ ।
ଆଉ ଜୀବନର ସାର ସବୁ ସେମିତି ପଡ଼ିଥାଏ, ଅଧବାଟରେ, ଅଧଖଣ୍ଡିଆ ହେଇ ।
ଦୂରରେ ଠିଆ ସେ ମୋତେ ଚିଡ଼ାଏ, ଜିଭ କାଢ଼ି ଖତେଇ ହୁଏ ।
ଆଉ କହେ….
“ମୁଁ ପୁଣି ଆସିବି ଖରାବେଳକୁ,
ଏଥର ତୁମକୁ ସାଙ୍ଗରେ ନେବାକୁ”
ଅନୁଭୂତି ହିଁ ଯୋଗାଏ ପ୍ରେରଣା, ମନରେ ଅନେକ କଥା ଆସେ ପୁଣି ଚାଲିଯାଏ, ସମୁଦ୍ର ର ଲହଡି ପରି, ତାକୁ ସାଇତି ନ ରଖିଲେ କ’ଣ ଆଉ ପାଇହୁଏ? ଜାଣିନି କେତେ ଛୁଇଁବ କାହାକୁ , ଗାଳି ହେଉ କି ଆଦର ଯାହା ଦେଲେ ଚଳିବ ।
bpssamanta@gmail.com ରେ ଜଣେଇବେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment