Commit 1e3b7f8b authored by Nayan Ranjan Paul's avatar Nayan Ranjan Paul

Upload New File

parent fe862bb9
ନ୍ୟୁଟ୍ରିସନ୍ ମିଶନ
ଉପକ୍ରମ
କୌଣସି ଦେଶର ବିକାଶର ମାନଦଣ୍ଡ ଭାବେ ସ୍ୱାସ୍ଥ୍ୟ ଏକ ପ୍ରମୁଖ ପରିମାପକ ।
ପୁଣି ସ୍ୱାସ୍ଥ୍ୟର ମୁଖ୍ୟ ମାନଦଣ୍ଡ ହେଉଛି ମାତୃ ଓ ଶିଶୁ ମୃତ୍ୟୁ ହାର ।
ଏହି ମୃତ୍ୟୁ ସଂଖ୍ୟା ଯେତେ କମ୍, ସେ ଦେଶ ସେତେ ବିକାଶଶୀଳ ବୋଲି ସାଧାରଣ ଭାବେ ବୁଝିବାକୁ ପଡିବ ।
ସୁସ୍ଥ ମା ଓ ସୁସ୍ଥ ଶିଶୁ ହିଁ ଦେଶର ଭବିଷ୍ୟତକୁ ସୁଦୃଢ କରିଥାଏ ।
ଓଡିଶାର ସ୍ଥିତି
ଓଡିଶାରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ଲାଗି ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ଏଥିରେ ସଫଳତା ମଧ୍ୟ ମିଳିଛି ।
ତେବେ ଏହା ଜାତୀୟ ହାର ସହ ସମାନ ହୋଇ ପାରିନାହିଁ | ତେଣୁ ଏହାକୁ ସଂପୂର୍ଣ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟରେ ଷ୍ଟେଟ୍ ନ୍ୟୁଟ୍ରିସନ୍ ମିଶନ(ରାଜ୍ୟ ପୌଷ୍ଟିକତା ମିଶନ) ଗଠନ କରାଯିବ ।
ୟୁନିସେଫ୍ ଏଥିରେ ସବୁ ପ୍ରକାର ସହଯୋଗ ଯୋଗାଇଦେବ ।
ସରକାରୀ ଯୋଜନା
ରାଜ୍ୟ ସରକାର ଓ ୟୁନିସେଫ୍ ସହଯୋଗିତାରେ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ବହୁତ ଫଳପ୍ରଦ ହୋଇଥିବାରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହାକୁ ବଜାୟ ରଖିବା ପାଇଁ ନିଷ୍ପତି ହୋଇଛି ।
ଏଥିପାଇଁ କାର୍ଯ୍ୟ ଯୋଜନା ମଧ୍ୟ ନିର୍ଦ୍ଧାରଣ କରାଯାଇଛି ।
ଓଡିଶାରେ ଜୀବନଧାରାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଓ ୟୁନିସେଫର ମିଳିତ ଉଦ୍ୟମ ଆରମ୍ଭ ହୋଇଛି ।
ଗତ ବର୍ଷ ବିଭିନ୍ନ କ୍ଷେତ୍ରରେ ଏହି ସହଯୋଗିତା ଉତ୍ସାହଜନକ ଭାବେ ସଫଳ ରୂପାୟନ ହୋଇପାରିଛି ।
ଆଗାମୀ ଦିନରେ ମଧ୍ୟ ଏହା ଆହୁରି ସଫଳ ହେବ ।
UNICEFର କାର୍ଯ୍ୟ
୨୦୧୫-୧୬ ଆର୍ଥିକ ବର୍ଷରେ ୟୁନିସେଫ୍ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨୨ କୋଟି ୮୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲା ୨୦୧୬-୧୭ ବର୍ଷ ପାଇଁ ମଧ୍ୟ ସମପରିମାଣର ଅର୍ଥ ଖର୍ଚ୍ଚ କରାଯିବ ।
ଏହି ବର୍ଷ ରାଜ୍ୟ ସରକାର ଓ ୟୁନିସେଫ୍ ।
ସହଭାଗିତାରେ ପାନୀୟ ଜଳ, ପରିମଳ, ବିଦ୍ୟାଳୟରେ ହାତଧୁଆ, ଖୋଲାରେ ମଳତ୍ୟାଗ ବର୍ଜନ, ମା ଓ ଶିଶୁ ପୌଷ୍ଟିକତା, ନବଜାତକଙ୍କ ଜନ୍ମ, ଟିକାକରଣ, ଶିଶୁ ସରୁକ୍ଷା, ପ୍ରଜନନ, ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଲିମ, ଦକ୍ଷତା ଅଭିବୃଦ୍ଧି, ସେବା ସଂପ୍ରସାରଣ, ସଚେତନତା ଅଭିବୃଦ୍ଧି, ସୂଚନା ସଂପ୍ରସାରଣ ସହ ଜନ ସଚେତନତା ସୃଷ୍ଟି ଆଦି କାର୍ଯ୍ୟକ୍ରମ କରାଯିବ ।
ସେହିପରି ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଓ ମହିଳା-ପୁରୁଷ ଅନୁପାତରେ ଉନ୍ନତି ଆଣିବା ଲାଗି ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
ଶେଷକଥା
ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।
ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।
କେହି ଯେମିତି ଅପପୁଷ୍ଟିର ଶିକାର ନ ହେବେ ସେଥିପାଇଁ ରାଜ୍ୟରେ ଏକ ନ୍ୟୁଟ୍ରିସନ୍ ମିଶନ ପ୍ରତିଷ୍ଠା ପାଇଁ ସରକାର ବିଚାର କରୁଛନ୍ତି ।
ସେହିପରି ମହିଳା-ପୁରୁଷ ଅନୁପାତ ସମାନ କରିବା ପାଇଁ ମଧ୍ୟ ପ୍ରୟାସ ହେଉଛି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment