Commit 88e2a88f authored by Nayan Ranjan Paul's avatar Nayan Ranjan Paul

Upload New File

parent f69be445
ଉତ୍କଳ ସମ୍ମିଳନୀର ନବବର୍ଷ ଓଡ଼ିଆ ଢାଞ୍ଚାରେ ପାଳିତ
- ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଏପ୍ରିଲ୍ ୧୬, ୨୦୧୦
ମୂଳ ପୃଷ୍ଠା → ସାହିତ୍ୟ ଓ ସଂସ୍କୃତି →
ଭୁବନେଶ୍ବର: ଓଡ଼ିଶାର ସାଂସ୍କୃତିକ ଓ ପରମ୍ପରାକୁ ବଜାୟ ରଖିବା ତଥା ଯୁବମାନସରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତିର ସ୍ମୃତି ଉଜ୍ଜୀବିତ କରିବା ନିମନ୍ତେ ‘ଉତ୍କଳ ସମ୍ମିଳନୀ’ ପକ୍ଷରୁ ୧୪ ତାରିଖ ଦିନ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୁରୁଣା ଭୁବନେଶ୍ବରର ଏକାମ୍ର କ୍ଷେତ୍ରରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ସମାପ୍ତ ହୋଇଥିଲା ।
ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଘୋଡାନାଚ, ଚଢେୟା ନୃତ୍ୟ, ଆଦିବାସୀ ନୃତ୍ୟ ଆଦି ମୁଖ୍ୟ ଆକର୍ଷଣ ଥିଲା ।
ଶୋଭାଯାତ୍ରାର ଶୁଭାରମ୍ଭ ଅବସରରେ ଆୟୋଜିତ ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସଂସ୍କୃତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ଅତିଥିମାନେ ଓଡିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ଉକ୍ତ ଶୋଭାଯାତ୍ରାରେ ଉତ୍କଳ ସମ୍ମିଳନୀର ବିଭିନ୍ନ ଜିଲ୍ଲା ପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏଥିରେ ଏକାମ୍ର-ଭୁବନେଶ୍ବରର ବିଧାୟକ ଅଶୋକ ପଣ୍ଡା ଅଧ୍ୟକ୍ଷତା କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର, ଉତ୍କଳ ସମ୍ମିଳନୀର ସଭାପତି ଅଦ୍ବୈତ ପାତ୍ର ଓ ସମ୍ପାଦକ ରାଧାନାଥ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment