Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
9bff7f0a
Commit
9bff7f0a
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
4c651019
Changes
1
Hide whitespace changes
Inline
Side-by-side
Showing
1 changed file
with
103 additions
and
0 deletions
+103
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_10
...lingual-corpora/odiasahitya.com/sent_odiasahitya_galpa_10
+103
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_10
0 → 100644
View file @
9bff7f0a
ଜହ୍ନମାମୁଁ
- ମାନସୀ କର
ତା: ଜୁଲାଇ ୪, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
‘ମନ୍ କଲା ବାଈ ।
ଦେହେ ହିଁ ଭରିଗଲା ।
କାଣା ଆଉ କରିଥିଁତି ।
ପିଲାକେ କୁଡ଼ିଏ ହଜାର ଟଙ୍କା, ସୁନାର ମୁଦି, ଘଡ଼ି ଦେଲି ।
ଟୁକେଲ୍ କେ ଭି ଘର କର୍ନା ସବୁ ସାମାନ୍ ଦେଲି ଆଉ ପାର୍ କରିଦେଲି ।
ହେଲେ କାଏଁ କରିବି ବାଈ, ପିଲାଟା ନକ୍ରି, ଚାକ୍ରୀ, କିଛି କର୍ବାର୍ ନାଇଁ, କୁଲିମଜ୍ରୀ ଭି ନାଇଁ କରେ ।
ପାଖେ ଅଛେଁ ବଲି ମତେ ହିଁ ଦେଖ୍ବାର ଲାଗି ପଡ଼ୁଛେ ।
ଦେଖ୍ତ ବାଈ ମୋର୍ ଜୁଏଁ ଲାଗି କାମ୍ଧନ୍ଦା କିଛି ଖୁଜିଦେ ।
ପଲସ୍ଟୁ ଫେଲ ଆଏ ।
କଲେଜ୍ ଥି ଦୁଇ ବଛର୍ ପଢ଼ିଛେ ।
‘ମିଶ୍ରବାବୁଙ୍କ ସ୍ତ୍ରୀ ସବୁକିଛି ମନପ୍ରାଣ ଦେଇ ଶୁଣୁଥାନ୍ତି କାରଣ କଥା ଶୁଣିଲେ ଏବଂ କହି ଜାଣିଲେ ହିଁ ଏ ଯୁଗରେ କାମ ହାସଲ କରି ହୁଏ ।
ଏହି ନିଗୁଢ଼ ସତ୍ୟ କଥାଟା ତିରିଶି ବର୍ଷର ବୈବାହିକ ଜୀବନର ଅନୁଭୂତି ମଧ୍ୟରେ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି ମିଶ୍ରାଣୀ ।
ପୁଣି ମାମୁଁ ଯୋଡିଲେ ଏବଂ କହିଲେ-‘ଖୋବ୍ ଦିନ୍ ହେଲା ବାଈ ତତେ ନି ଦେଖିଥିଲି ।
ଏତ୍କି ଦିନ୍ ଥି ମୋର ପୁଓ ଗୁଟେ ଭି ହେଲାନ ।
ବଡ୍କା ଭାଗିକରି ବିହା ହେଲା ଆଉ ଦୁଇଟା ନନୀ ଭି ଜୁକ୍ଜାକ୍ ଦିଶ୍ଲେନ ।
ସେମାନ୍କର୍ କଥା ଭି ଭାବ୍ବା ଯେଁ ପଡ଼୍ସି ।
ହେଲେ ବେଶି ଭାବିକରି ମୁଁଇ ଦିମାଗ୍କେ ଗୋଲ୍ମାଲ୍ ନି କରେ ବାଈ ।
ମୁଇଁ ବିନ୍ଦାସ୍ ଲୋକ ଆଏଁ ।
ମୋର୍ ମାଏ ଝି ଭି ଚିନ୍ତା ନି କରେ ।
ଯେଭେ ଯାହା ହେବାର୍ କଥା ହେବା ।
ଭାବି କରି କାଏଁ ଲାଭ୍? ‘ଦେ ପାଏନ୍ ଟିକେ ଦେ ।
ଶୋଷ୍ ଲାଗ୍ଲାନ ।’
ମିଶ୍ରାଣୀ ପାଣି ଢାଳେ ଦେଲେ ।
ଢକ୍ ଢକ୍ କରି ମାମୁଁ ପାଣି ପିଇଲେ ।
ପୁଣି ଗପିଲେ ।
‘ଡିସ୍ ଆଣ୍ଟିନା ଲଗେଇ ଦେଇଛେଁ ବାଈ ।
ତୋର୍ ବହରିଆ କାହାରି ଘର୍ ନି ଯାଏ ।
କାମ୍ କରି କରି ଥକିଗଲେ ଘରେ ବସିକରି ଟିଭି ଦେଖ୍ସି ।
ଘରେ ରହେସି ।
ବେଶି ବୁଲାଚଲା ପସନ୍ଦ୍ ନି କରେ ।
ଲନ୍ଦର୍ ଫନ୍ଦର୍ ଭି ଆମ୍କେ ଭଲ୍ ନି ଲାଗେ ।
ମୁଁ ଠିକ୍ ତ ମୋର୍ ମାଏଁ ଝି ଠିକ୍ ଆଉ ଆମର୍ ଲାଗି ଦୁନିଆଁ ଠିକ୍ ।
ଲୋକ୍ମାନେ ମୋର୍ ନିଜର୍ ଆନ୍ ଆଉ ମୁଁ ଲୋକ୍ମାନ୍କର୍ ଆଏଁ ।
ଲୋକ୍ମାନେ ମତେ ଭଲ ପାଏସନ୍ ।
ମୁଁ ଲୋକ୍ ମାନ୍କେ ଭଲ୍ ପାଏଁସି ।’
‘ବାଈଗୋ! ଇ ବଛର୍ ଇଲେକ୍ସନ୍ ଥି ଖୋବ୍ ପିଇଛେଁ ।
ସବୁ ପାର୍ଟିନୁ ଖାଇଛେଁ ।
ସଭେଁ ତ ମୋର୍ ନିଜର୍ ।
କାହାକେ ମନା କର୍ମିଁ ।
ସଭେଁ ଦେଲେ ସବ୍କରନୁଁ ଖାଏଲି ।’
ଜହ୍ନମାମୁଁଙ୍କ ଗୋଟି ଗୋଟି କଥାକୁ ସତେ ଯେମିତି ମିଶ୍ରାଣୀ ପିଇଯାଉଥାନ୍ତି ।
ମୁଣ୍ଡ ଟୁଙ୍ଗାରି ଜଣେ ଗୁରୁଗମ୍ଭୀର ଶ୍ରୋତା ଭଳିଆ ସବୁ କଥାକୁ ସେ ଉଦରସ୍ଥ କରୁଥାନ୍ତି ।
କାରଣ ସେ ଭଲ ଭାବେ ଜାଣନ୍ତି ଏମିତି କାମ ନ କଲେ ତାଙ୍କ କାମ ହେବନି ।
‘ଜହ୍ନମାମୁଁ ।’
ଜହ୍ନମାମୁଁଙ୍କ ନାମ ଜହ୍ନମାମୁଁ କେଉଁ ପରିପ୍ରେକ୍ଷୀରେ କେଉଁ ଘଟଣାକ୍ରମ ଅନୁଯାୟୀ ପଡ଼ିଲା ତାହା ବୋଧେ କେହି ଜାଣି ନାହାଁନ୍ତି ।
ସହରଯାକ ଲୋକମାନଙ୍କର ସେ ହେଉଛନ୍ତି ସମ୍ପର୍କୀୟ ।
ସମସ୍ତେ ମାମୁଁଙ୍କର ନିଜର ଲୋକ ।
ସକାଳ ହେବାମାତ୍ରେ ସମସ୍ତଙ୍କ ଘରେ ସେ ଉପସ୍ଥିତି ଜାହିର୍ କରନ୍ତି ।
ଦିନ ତମାମ୍ ବୁଲିବୁଲି ସେ ଦ୍ବିପ୍ରହରରେ ଘରେ ପହଞ୍ଚନ୍ତି ।
ମ୍ୟୁନିସିପାଲ୍ଟିରେ ଦରମାଦିଆ ଚାକ୍ରୀ ଖଣ୍ଡେ କରୁଛନ୍ତି ।
ମିଶ୍ରାଣୀ ଭଳି ଅନେକଙ୍କୁ ସେ ବାଈ କହନ୍ତି, ଅର୍ଥାତ୍ ସ୍ଥାନୀୟ ଅର୍ଥରେ ବଡ଼ଭଉଣୀ ବୋଲି ବୁଝାଯାଏ ।
ସମସ୍ତଙ୍କ ସହ ସେ ସୁଖଦୁଃଖ ହୁଅନ୍ତି ।
ମୋର ବୟସର ସମସ୍ତଙ୍କ ସେ ହେଉଛନ୍ତି ମାମୁଁ ।
ସମସ୍ତଙ୍କ ଅତି ଆଦରର ଜହ୍ନମାମୁଁ ।
କମ୍ ବେଶୀ କରି ନିଅନ୍ତି ।
ହେଲେ ସେ କେବେ କାହା କଥା କାଟନ୍ତି ନାହିଁ ।
ସମସ୍ତଙ୍କ ଅସୁବିଧା ସମୟରେ, ବିବାହ ଉତ୍ସବ ଆଦିରେ ଉପଯୁକ୍ତ ଆତିଥ୍ୟତା ଦେଇ ଯୋଗ ଦିଅନ୍ତି ।
ମାମୁଁଙ୍କ ଜୀବନସଙ୍ଗିନୀ ହେଉଛନ୍ତି ମାଇଁ ।
ମାମୁଁ ମାଇଁଙ୍କୁ ପଶ୍ଚାତ୍ଭାଗରେ ଲୋକେ କହନ୍ତି ଲୈଲା-ମଜ୍ନୁ ।
ଉଭୟେ ଉଭୟଙ୍କ ପାଇଁ ।
‘ମୋର୍ ସମିୟାଁ ଥି ମୁଁ ଖୋବ୍ ବଦ୍ମାସ୍ ଲୋକ୍ ଥିଲି ବାଈ ।
ମୋର ଝି ଆଉ କେନ୍ତା ହେତା ? ମୁଇଁ ଯାହା କରିଥିଲି ସେ ଭି ତାହା କର୍ଲା ।
ମୁଇଁ ଭାଗିଥିଲି-ମୋର୍ ବଡ୍କା ଝି ଭି ଭାଗିକରି ବିହା ହେଲା ।
ଦୁଃଖ୍ ନି କରେଁ ବାଈ ।
ଯେନ୍ତା କର୍ନି ହେନ୍ତା ଭର୍ନି ।’
ତାଙ୍କ ସମୟରେ ମାମୁଁ ମାଇଁ ମଧ୍ୟ ଭଲପାଇ ବିବାହ କରିଥିଲେ ।
ଉଭୟେ ଉଭୟଙ୍କୁ କ୍ଷଣଟିଏ ନଦେଖିଲେ ରହିପାରନ୍ତି ନାହିଁ ।
ଉଭୟଙ୍କୁ ଦେଖିଲେ ନିଚ୍ଛକ ପ୍ରେମ, ଶାଶ୍ବତ ପ୍ରେମ, ଅନାବିଳ ଭଲପାଇବା, ମୋହ ଆକର୍ଷଣ ଏହି ସବୁ ଶବ୍ଦର ଅର୍ଥ ମୁଁ ମର୍ମେ ମର୍ମେ ଅନୁଭବ କରେ ।
ମାମୁଁ ମେହେନ୍ତର ଜାତିର ଲୋକ ।
ସହରର ନାଳନର୍ଦ୍ଦମା ସଫା କରିବା, ଆବର୍ଜନା ଫିଙ୍ଗିବା, ପାଇଖାନା ସଫା କରିବା ଆଦି କାର୍ଯ୍ୟ କରି ବେଶ୍ ରୋଜଗାର କରନ୍ତି ।
ସାମାଜିକ ବର୍ଗୀକରଣ ଦୃଷ୍ଟିରୁ ମାଇଁ, ମାମୁଁଠାରୁ ଅପେକ୍ଷାକୃତ ଉଚ୍ଚଜାତିର ସ୍ତ୍ରୀ ।
କିନ୍ତୁ ପ୍ରେମ ଯେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେନା ।
ଏହା ସମସ୍ତେ ତଥା ଉଭୟେ ମାମୁଁ, ମାଇଁ ବି ବେଶ୍ ଭଲ ଭାବରେ ଜାଣନ୍ତି ।
ସେଦିନ ମିଶ୍ରାଣୀଙ୍କ ଘର ପାଇଖାନା ଟାଙ୍କି ସଫା କରିବାକୁ ଆସିଥିଲେ ମାମୁଁ ମାଇଁ ।
ମିଶ୍ରାଣୀ କହିଲେ-‘ଭାଇରେ! ଏ ଜହ୍ନ! ତୋର୍ ବିନା ମୁଇଁ ଆଉ କାହାକେ କାମ୍ ନି କରାଏଁ ।
ତୁଇ ହିଁ ମୋର୍ ନିଜର୍ ଲୋକ୍ ଆଉ ଭାଇ ।
ତୋର୍ ଦ୍ବାରା ହିଁ ମୋର୍ ଘରର୍ କାମ୍ ହେବା ଭାଇ ।
ସେଥିର୍ ଲାଗି ମୁଇଁ ଦୁସ୍ରା କାହାକେ କାମ୍ ଥି ନି ଲଗେଇ ।’
ମିଶ୍ରାଣୀଙ୍କ କଥା ଶୁଣିବାମାତ୍ରେ ମାମୁଁମାଇଁଙ୍କ ନିଷ୍କପଟ ମନଖୋଲା ହସରେ ବାତାବରଣଟା ଖିଲ୍ଖିଲ୍ ହୋଇଗଲା ।
ମାମୁଁ ତାଙ୍କ ଚିରାଚରିତ ଢଙ୍ଗରେ ଟିଣ ଡବା, ବାଲ୍ଟି ଓ କୋଡ଼ି ଆଣି ସହଜ, ସରଳ, ନିର୍ବିକାର, ଅନାବିଳ ହୃଦୟରେ ପାଇଖାନା ଟାଙ୍କି ସଫା କରିବାରେ ଲାଗିଗଲେ ।
ମାଇଁ ସମସ୍ତ ମଇଳା ବାହାରେ ଗୋଟିଏ ସ୍ଥାନରେ ପକାଇବାରେ ସାହାଯ୍ୟ କଲେ ।
ଜଣେ ଉତ୍ତମ ସହଧର୍ମିଣୀର ପରିଚୟ ଦେଇ ମାଇଁମାମୁଁଙ୍କ ସହ କାମ କରିବାରେ ଏହିଭଳି ନିମଜ୍ଜିତ ହୋଇ ଯାଇଥାନ୍ତି ଯେ, ତାଙ୍କ ଚେହେରାରେ ବିକାରର ଲେସମାତ୍ର ଚିହ୍ନବର୍ଣ୍ଣ ପରିଦୃଷ୍ଟ ହେଉ ନଥାଏ ।
ମାତ୍ର ତିନି ଘଣ୍ଟାର ବ୍ୟବଧାନ ମଧ୍ୟରେ ତିନିଗୋଟି ପାଇଖାନା ଟାଙ୍କି ସଫାକଲେ ମାମୁଁମାଇଁ ।
ଧୋଇମାଜି ହୋଇ ନିଜକୁ ପରିଷ୍କାର ପରିଚ୍ଛନ୍ନ ହେଲେ ଉଭୟେ ।
ମିଶ୍ରାଣୀ ଉଭୟଙ୍କ କାମରେ ଆନ୍ତରିକ ଭାବରେ ଖୁସି ହୋଇ ପ୍ରାପ୍ୟ ସହିତ ମାମୁଁଙ୍କୁ ନୂଆ ଗାମୁଛା, ମାଇଁଙ୍କୁ ନୂଆଶାଢୀ, ସଧବାର ସଜ ନୂଆଚୁଡ଼ି ସିନ୍ଦୂର ଦେଇ ବିଦାକଲେ ।
ଯିବା ସମୟରେ ମାମୁଁ କହିଲେ-
‘ବାଈ ଗୋ! ତୋର୍ ବହରିଆକେ ମୁଁ ସବୁବେଲେ କହେଁସି ଯେ, ଜିଇଁଥିବା ତକର୍, ହାଥେ ତାକତ୍ ଥିବା ଯାକର୍, ଆଉ କାମ୍ କର୍ବାର୍ ଭାବ୍ନା ଟିକ୍କ ମନ୍ ଭିତ୍ରେ ଥିବା ତକର୍, ଆମର୍ ପେଟ୍ କେଭେ ଭୁଖେ ନାଇଁ ରହେ ।
ଆମ ଚୁରୀ-ଦାରୀ ନାଇଁ କରୁଁ ବାଈ ।
କାମ୍ ଛୋଟ୍ ହେଲେ ଭି ଇମାନ୍ ଥି କର୍ସୁଁ ।
ଆଉ ଠାସେ ଜିଇଁସୁ ।
ଜୀବନ୍ଟା କେତେ ଦିନ୍ ବାଈ! ଖୁସିଥି ରହେବାର୍ କଥା ।
ହଏ-ଯାଉଛୁଁ ।
କାମ୍ ପଡ୍ଲେ ଫୋନ୍ କର୍ବୁ ।
ମୋର୍ ମୋବାଇଲ୍ ନମ୍ବରଟା ରଖ୍ ।
ମିଶ୍ରାଣୀ ଚମକି ପଡ଼ିଲେ ।
ଜହ୍ନର ପୁଣି ମୋବାଇଲ୍ ନମ୍ବର ।
ଯାହାହେଉ ଜହ୍ନ ବି ଯୁଗସହିତ ସମତାଳରେ ଗତି କଲାଣି ଜାଣି ଖୁସି ହେଲେ ।’
ମାମୁଁ ପଛେପଛେ ମାଇଁ ମିଶ୍ରାଣୀ ଦେଇଥିବା ଜିନିଷପତ୍ର ଟଙ୍କା ଘେନି ଜଣେ ସନ୍ତୁଷ୍ଟ, ଆତ୍ମତୃପ୍ତ କର୍ମଯୋଗୀ ଦାର୍ଶନିକ ଭଳି ନିଜ ବାଟରେ ବାହୁଡ଼ିଗଲେ ।
ଏପଟେ ସୂର୍ଯ୍ୟ ମଧ୍ୟ ମୁଣ୍ଡ ଉପରେ ଆସିଯାଇଥିଲେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment