Commit b5619a35 authored by Nayan Ranjan Paul's avatar Nayan Ranjan Paul

Upload New File

parent b036589c
ଇଚ୍ଛା ପୁରଣ
ମୃଣାଳ
ତା: ଫେବୃଆରୀ ୨୭, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ →
ବିଶାଳ ଘଞ୍ଚ ବଣ ।
ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ ।
ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ ।
ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା ।
ମନ୍ତ୍ରୀ ଆସିଥିଲେ ।
ତେଣୁ ସହରର ବହୁ ବରିଷ୍ଠ ସରକାରୀ କର୍ମଚାରୀ ମଧ୍ୟ ସନ୍ଧ୍ୟାରେ ଅନ୍ୟାନ୍ୟ କାର୍ଯ୍ୟ ଛାଡ଼ି ସେ ସଭାରେ ଉପସ୍ଥିତ ଥିଲେ ।
ଢେର ଭାଷଣ ହେଲା ।
ଶେଷକୁ ମନ୍ତ୍ରୀ କହିବାକୁ ଉଠିଲେ ।
ଜଙ୍ଗଲର ସଂରକ୍ଷଣର ଆବଶ୍ୟକତା ଉପରେ ଲମ୍ବା ଭାଷଣ ଦଉ ଦଉ ସେ କହି ପକାଇଲେ ମୁଁ ଶୁଣିଛି ଏ ବଣ ଭିତରେ ଜଣେ ସିଦ୍ଧିଯୋଗୀ ଅଛନ୍ତି ।
ତାଙ୍କ ମନ୍ତ୍ର ବଳରେ ଯଦି ବାଘ ଆସି ବଣରୁ କାଠ କାଟୁଥିବା ଆଉ ଚୋରାଚାଲାଣ କରୁଥିବା ଲୋକମାନଙ୍କୁ ଖାଇଯାନ୍ତା ତାହେଲେ ବୋଧେ ଏ ଜଙ୍ଗଲଟି ରକ୍ଷା ପାଇଯାନ୍ତା ।
ଉପସ୍ଥିତ ଲୋକେ ଯେଉଁମାନଙ୍କ ମଧ୍ୟରେ ସରକାରୀ ଅମଲା ହିଁ ଅଧିକ ଥିଲେ, ମନ୍ତ୍ରୀଙ୍କ ଏମନ୍ତ ଲଘୁ ଓ ତରଳ କଥାରେ ହୋ ହୋ ହୋଇ ହସି ଉଠିଲେ ।
ସେଇ ଯେଉଁ କହନ୍ତିନି, ବେଳେ ବେଳେ ମଣିଷ କଣ୍ଠରେ ବ୍ରହ୍ମା ଆସି ବସି ଯାଆନ୍ତି, ଆଉ ସେତେବେଳେ ମଣିଷ ଯାହା କହେ ତା ସତ ହୋଇଯାଏ- ଠିକ୍‌ ସେଇ ଘଟଣାଟି ଘଟିଲା ।
ମନ୍ତ୍ରୀଙ୍କ କଥା କେମିତି କେଜାଣି ସିଦ୍ଧ ଯୋଗୀଙ୍କ କାନରେ ପଡ଼ିଗଲା ଆଉ ସେ ମନ୍ତ୍ରୀଙ୍କ କଥା ଅନୁସାରେ କାର୍ଯ୍ୟ କରିଦେଲେ ।
ପରଦିନ ସହରରେ ହୁଲସ୍ତୁଲ ! ସବୁଠିଁ ଗୋଟିଏ ଖବର : ମନ୍ତ୍ରୀଙ୍କୁ ବାଘ ଖାଇଯାଇଛି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment