Commit c039e14c authored by Nayan Ranjan Paul's avatar Nayan Ranjan Paul

Upload New File

parent a04d3549
ପନିପରିବାରେ ଔଷଧୀୟ ଗୁଣ
ପିଆଜରେ ଭରି ରହିଛି ଔଷଧୀୟ ଗୁଣ
ପିଆଜ କେବଳ ତରକାରୀ ପ୍ରସ୍ତୁତି ଓ ସାଲାଡ୍‌ ପାଇଁ ବ୍ୟବହାର ହୋଇନଥାଏ ।
ଦୈନନ୍ଦିନ ଜୀବନରେ ପିଆଜ ବ୍ୟବହାର କଲେ ଏହା ଔଷଧ ପରି କାମ କରିଥାଏ ।
ପେଟରେ ଷ୍ଟୋନ୍ ସମସ୍ୟା ଥିଲେ ପିଆଜ ରସ ବରଦାନ ପରି କାମ କରିଥାଏ ।
ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଚାମଚ ପିଆଜ ରସ ପିଇବା ଦ୍ୱରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ ।
ଗଣ୍ଠି ଦରଜ ହେଉଥିଲେ ପିଆଜ ରସ ଓ ସୋରିଷ ତେଲ ମିଶାଇ ମାଲିସ୍ କରିବା ଫଳରେ ଆରାମ ଲାଗିଥାଏ ।
ଖରାଦିନେ ପିଆଜ ଖାଇଲେ ଦ୍ୱାରା ଅଶୁଂଘାତର ଭୟ ନ ଥାଏ ।
ପିଆଜ ଖଣ୍ଡ ପାଖରେ ରଖିଲେ ମଧ୍ୟ ଅଶୁଂଘାତ ହୋଇନଥାଏ ବୋଲି ସାଧାରଣରେ କୁହାଯାଇଥାଏ ।
ପିଆଜ ରସ ଲଗାଇବା ଦ୍ୱାରା କେଶ ଝଡ଼ୁଥିବା ସମସ୍ୟା ଦୂର ହୋଇଥାଏ ।
ଏହାସହିତ କେଶ ଉଜ୍ଜ୍ୱଳ ଦେଖାଯାଇଥାଏ ।
ପେଟ ସମ୍ୱନ୍ଧୀୟ କିଛି ରୋଗ ଥିଲେ ପିଆଜ ରସ ପିଇବା ଦ୍ୱାରା ଆରାମ୍ ମିଳିଥାଏ ।
ଯଦି ଆପଣଙ୍କୁ ଶର୍ଦ୍ଦି ହୋଇଯାଇଛି ପିଆଜ ଔଷଧ ପରି କାମ କରିଥାଏ ।
ପିଆଜ ଖାଇବା ଦ୍ୱରା ଥଣ୍ଡାରୁ ଉପଶମ ମିଳିଥାଏ ।
ପିଆଜ କୌଣସି ଔଷଧଠାରୁ କମ୍ ନୁହଁ ।
ଏହାର ବ୍ୟବହାର ଦ୍ୱାରା କେତେକ ରୋଗରୁ ଆମକୁ ରକ୍ଷା ମିଳିଥାଏ ।
ତେଣୁ ପିଆଜ ଖାଇବା ଦ୍ୱାରା ଆୟୁଷ ବଢିଯାଏ ବୋଲି କୁହାଯାଇଥାଏ ।
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କଲରା
ସାଧାରଣତଃ କଲରା ନାଁ ଶୁଣିଲେ ଲୋକେ ନାକ ଟେକିଥା’ନ୍ତି ।
ଏଥିରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରି ନ ଥାଆନ୍ତି ।
କିନ୍ତୁ କଲରାରେ ବହୁ ଭିଟାମିନ୍ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ।
ପ୍ରତି ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ ।
ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି ।
କଲରାରେ କାର୍ବୋହାଇଡ୍ରେଟ୍, ଫସ୍‌ଫରସ୍, ପ୍ରୋଟିନ୍ ଓ କ୍ୟାଲସିୟମ୍ ଭରି ରହିଛି ।
କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ ।
ଲିଭର ସହିତ ଜଡ଼ିତ କିଛି ରୋଗ ଥିଲେ କଲରା ଖାଇବା ଉଚିତ ।
କଲରା ପାଚନରେ ସହାୟକ ହୋଇଥାଏ ।
କଲରା ଜୁସ୍‌ରେ ଲେମ୍ୱୁ ମିଶାଇ ପିଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ ।
କଲରାରେ ଫସ୍‌ଫରସ୍ ରହିଥିବାରୁ ଶରୀରରେ କଫ ଜମିଥିଲେ କଲରା ଖାଇବା ଦ୍ୱାରା ସାମାନ୍ୟ ହାଲ୍‌କା ଲାଗିଥାଏ ।
ଝାଡ଼ା କିମ୍ୱା ବାନ୍ତି ହେଉଥିଲେ କଲରା ଜୁସ୍‌ରେ କଳା ଲୁଣ ପକାଇ ଅଳ୍ପ ପିଇବା ଦ୍ୱାରା କିଛି ମାତ୍ରାରେ ଶରୀରକୁ ଉପଶମ ମିଳିଥାଏ ।
ମଧୁମେହ ରୋଗୀଙ୍କ ପାଇଁ କଲରା ବେଶ୍ ଲାଭଦାୟକ ।
ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଞ୍ଚା କଦଳୀ
କଞ୍ଚା କଦଳୀରେ ପୋଟାସିୟମ୍ ଭରପୂର ହୋଇ ରହିଛି ।
ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଦିନ ତମାମ ଶରୀରକୁ ଫୂର୍ତ୍ତି ରଖିଥାଏ ।
ଏଥିରେ ଥିବା ଭିଟାମିନ୍ ବି-୬ ଓ ଭିଟାମିନ୍ ସି ଶରୀରର କୋଷିକାଗୁଡ଼ିକୁ ପୋଷଣ ଦେଇଥାଏ ।
କଞ୍ଚା କଦଳୀରେ ଆଣ୍ଟି-ଅକ୍ସିଡାଣ୍ଡ୍ ରହିଛି ।
ଫଳରେ ପ୍ରତିଦିନ ଗୋଟିଏ କଞ୍ଚାକଦଳୀ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ।
ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ଗୋଟିଏ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ ।
ଏଥିରେ ଭରପୂର ମାତ୍ରାରେ ତନ୍ତୁ (ଫାଇବର୍) ରହିଥିବାରୁ ଏହା ଅନାବଶ୍ୟକ ଫ୍ୟାଟ୍‌ ସେଲ୍‌ଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥାଏ ।
କୋଷ୍ଠକାଠିନ୍ୟ ସମସ୍ୟା ରହୁଥିଲେ କଞ୍ଚା କଦଳୀ ବେଶ୍ ଲାଭଦାୟକ ।
ଏଥିରେ ଫାଇବର ଓ ହେଲଦୀ ଷ୍ଟାର୍ଚ ରହିଥିବାରୁ ଏହା ପେଟରେ କୌଣସି ଅପରିଷ୍କାର ଜିନିଷ ଜମିବାକୁ ଦେଇ ନ ଥାଏ ।
ମଧୁମେହ ରୋଗରେ ପୀଡ଼ିତ ଲୋକେ କଞ୍ଚା କଳଦୀ ଖାଇବା ଉଚିତ ।
ଏହା ଦ୍ୱାରା ମଧୁମେହକୁ ନିୟନ୍ତ୍ରିତ କରି ହୁଏ ।
ପ୍ରତିଦିନ କଞ୍ଚା କଦଳୀ ଖାଇବା ଦ୍ୱାରା ପାଚନ କ୍ରିୟା ସହଜ ହୋଇଥାଏ ।
କଞ୍ଚାକଦଳୀରେ କ୍ୟାଲସିୟମ୍ ବି ଅଛି ।
ଏହା ହାଡ଼କୁ ମଜଭୂତ ରଖିବାରେ ସହାୟକ ହୋଇଥାଏ ।
କ୍ୟାନସରରୁ ରକ୍ଷା କରେ ଲଙ୍କା
ଲଙ୍କା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସାଧାରତଃ ଜାଣିଥାଉ ।
କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ରାଗ ଖାଇବା ଦ୍ୱାରା କ୍ୟାନସର, ଡାଇବେଟିସ୍ ଓ ହୃଦ୍ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।
ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ରୋଷେଇ ସମୟରେ ସବୁଜ, ଲାଲ ଓ କଳା ଲଙ୍କା ବ୍ୟବହାର କରିବା ଉଚିତ ।
ଗବେଷକମାନେ ୩୦ରୁ ୭୦ ବର୍ଷ ମଧ୍ୟରେ ବହୁ ଲୋକଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ଗବେଷଣା କରିଥିଲେ ।
ଏହି ଅବସରରେ ସେମାନେ ଉକ୍ତ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟାଭ୍ୟାସ, ଖାଇବାରେ ଲଙ୍କାର ପରିମାଣ ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment