Commit c2886571 authored by Nayan Ranjan Paul's avatar Nayan Ranjan Paul

Upload New File

parent 3515b617
ମେଲେରିଆରୁ ସୁରକ୍ଷା
ଉପକ୍ରମ
ମଣିଷକୁ ପ୍ରାୟ ୫୦ହଜାର ବର୍ଷରୁ ଊର୍ଦ୍ଧ୍ଵକାଳ ଧରି ପ୍ରଭାବିତ କରିଆସୁଛି ମ୍ୟାଲେରିଆ ।
ଏଯାବତ୍ ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ଏହାର ସମ୍ପୂର୍ଣ୍ଣ ବିଲୋପ ସମ୍ଭବ ହୋଇପାରିନାହିଁ ।
ଏହି ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରେ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଥାଏ ।
ପ୍ଲାଜମୋଡିୟମ ନାମକ ପରଜୀବୀ ଦ୍ଵାରା ମ୍ୟାଲେରିଆ ହୋଇଥାଏ ।
ମ୍ୟାଲେରିଆକାରକ ମାଈ ଆନୋଫିଲିସ ମଶା ସାଧାରଣତଃ ସୂର୍ଯ୍ୟାସ୍ତ ପରେ ବିଶେଷକରି ରାତିରେ କାମୁଡେ ।
କେତେକ କ୍ଷେତ୍ରରେ ମ୍ୟାଲେରିଆ ଭିତରେ ଭିତରେ ବଢିଥାଏ ।
ଏପରି ସ୍ଥିତିରେ ଅଧିକ ଜ୍ଵର ନହୋଇ ଦୁର୍ବଳତା ଅନୁଭବ ହୋଇଥାଏ ଏବଂ ରୋଗୀର ହିମୋଗ୍ଲୋବିନ ପରିମାଣ କମିଯାଇ ହଠାତ୍ ସେ ରକ୍ତହୀନତାରେ ଆକ୍ରାନ୍ତ ହୁଏ ।
ସାଧାରଣତଃ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ମ୍ୟାଲେରିଆ ବେଶୀ ବ୍ୟାପୁଥିବାର ଦେଖାଯାଏ ।
ଆକ୍ରାନ୍ତ ପ୍ରତ୍ୟକ ବ୍ୟକ୍ତିଙ୍କ ଶରୀରର ପ୍ରତିକ୍ରିୟା ଭିନ୍ନଭିନ୍ନ ହୋଇଥାଏ ।
ମଶା କାମୁଡାରେ ସଂକ୍ରମଣ ହୋଇ ଏହି ରୋଗ ହେଉଥିଲେ ବି କେତେକ ଲୋକ ଅଛନ୍ତି, ଯେଉଁ ମାନଙ୍କ ଉପରେ ମଶା କାମୁଡାର କୌଣସି ପ୍ରଭାବ ପଡେନାହିଁ ।
ଅର୍ଥାତ୍- ଶରୀର ଦୁର୍ବଳ ଥିଲେ ସଂକ୍ରମଣ ବ୍ୟାପେ ।
ମ୍ୟାଲେରିଆ ଆକ୍ରାନ୍ତ କଲେ ସମୟାନ୍ତରରେ ହଠାତ୍ କମ୍ପ ସହ ଜ୍ଵର ଆସିବା, ଝାଳ ବୋହିଯିବା ପରେ ଦୁର୍ବଳ ଲାଗିବା ଆଦି ସାଧାରଣ ଲକ୍ଷଣ ।
ଏପରି ହେଲେ ତୁରନ୍ତ ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ।
ଔଷଧର କୋର୍ସ ସମ୍ପୂର୍ଣ୍ଣ କରିବା ଆବଶ୍ୟକ ।
ନଚେତ୍ ମ୍ୟାଲେରିଆ ଲେଉଟିବାର ଆଶଙ୍କା ରହିଛି ।
ମଶା ଦାଉରୁ ମୁକ୍ତି ପାଆନ୍ତୁ
ମସା ଘଉଡାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ରାସାୟନିକ ତରଳ ପଦାର୍ଥର ରିଫିଲ, କଏଲ ଆଦି ମିଳୁଛି ।
ହେଲେ, ଏଗୁଡିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ଏହା ବଦଳରେ ଏସବୁ ବ୍ୟବହାର କରିପାରିବେ ।
ଘରେ କର୍ପୂର ଜଳାନ୍ତୁ ।
ଜଳାଇବା ସମୟରେ ୧୦ ମିନିଟ୍ କବାଟ, ଝରକା ବନ୍ଦ କରିଦେବେ ।
ଏହାପରେ ଖୋଲିଦେଲେ ମଶା ପଳାଇବେ ।
ରସୁଣର କଡା ବାସ୍ନା ମଶାଙ୍କୁ ଦୂରେଇ ରଖେ ।
ତେଣୁ ଦେହରେ ରସୁଣ ରସ ମାରିପାରନ୍ତି ।
ଲାଭେଣ୍ଡର ତେଲରେ ବାସ୍ନାରେ ମଶା ପଳାନ୍ତି ।
ଏହାକୁ ଫ୍ରେଶନର ଭାବେ ବ୍ୟବହାର କରି ମଶା ଦାଉରୁ ମୁକ୍ତି ପାଇପାରିବେ ।
ମଶା ପାଇଁ ବ୍ୟବହାର କରୁଥିବା ରିଫିଲ୍ ରେ ନୀଳଗିରି ତେଲ ଏବଂ ଲେମ୍ବୁରସ ମିଶାଇ ରଖନ୍ତୁ ।
ନିମ୍ବ ତେଲକୁ ହାତ, ପାଦରେ ଲଗାନ୍ତୁ ନଚେତ ନଡିଆ ତେଲରେ ନିମ୍ବ ତେଲ ମିଶାଇ ଦୀପ ଜଳାନ୍ତୁ ।
ମଶା ରହିବେ ନାହିଁ ।
ଘରେ ପୋଦିନା ପତ୍ରର ରସ ସିଞ୍ଚନ କରନ୍ତୁ ।
ଏହାର ରସ ମଧ୍ୟ ଦେହରେ ଲଗାଇଲେ ମଶା କାମୁଡେବେନି ।
ତୁଳସୀ ଗଛ ମଶାକୁ ଦୂରେଇ ରଖେ ।
ତୁଳସୀ ପତ୍ରର ରସ ଦେହରେ ଲଗାଇଲେ ଏହା ମଧ୍ୟ ମଶାଠାରୁ ସୁରକ୍ଷା ଦେବ ।
ଚିକିତ୍ସା ଅପେକ୍ଷା ପ୍ରତିଷେଧକ ଜରୁରୀ
ଘର ଭିତରେ ଏବଂ ଆଖପାଖ ସ୍ଥାନରେ ପାଣି ଜମିବାକୁ ନଦେଲେ ମଶା ସୃଷ୍ଟି ହୋଇପାରିବ ନାହିଁ ।
ମଶା ଜୋର ହେଉଥିବା ସମୟରେ ବିଶେଷକରି ରାତିରେ ଯଥାସମ୍ଭବ ଘର ଭିତରେ ରହିବାର ଚେଷ୍ଟା କରନ୍ତୁ ।
ମଶାରି ବ୍ୟବହାର କରିବା ଉଚିତ ।
ପରମେଥ୍ରିନଯୁକ୍ତ ମଶାରି ବେଶୀ ସୁରକ୍ଷିତ ରଖେ ।
ପୋଷାକରେ ମଧ୍ୟ ପରମେଥ୍ରିନ ଲଗାଇଦେଲେ ମଶା ପାଖକୁ ଆସିବେ ନାହିଁ ।
ଶରୀରର ଅଧିକାଂଶ ଭାଗ ଆବୃତ ହୋଇ ରହୁଥିବା ପୋଷାକ ପିନ୍ଧିଲେ ମଶା କାମୁଡି ପାରିବେ ନାହିଁ ।
ଡିଟ୍ କିମ୍ବା ପିକାରିଡିନ୍ ଯୁକ୍ତ କୀଟରୁ ସୁରକ୍ଷା ଦେଉଥିବା କ୍ରିମ୍ ବ୍ୟବହାର କରନ୍ତୁ ।
ଏହା କେବଳ ମୁହଁ ଓ ଆଖିକୁ ବାଦ୍ ଦେଇ ଲଗାଯାଇପାରେ ।
କେତେକ ଅସାବଧାନତା
ମ୍ୟାଲେରିଆ ପରି ଅସୁସ୍ଥତା କ୍ଷେତ୍ରରେ ଏହାକୁ ସାଧାରଣ ଜ୍ଵର ଭାବି ଅନେକ ମନକୁ ମନ ଔଷଧ ଖାଇଦିଅନ୍ତି ।
ଏହା ବିପଜ୍ଜନକ ହୋଇପାରେ ।
ଆସ୍ପିରିନ ଜାତୀୟ ଔଷଧ ଖାଇବା ଆଦୌ ଉଚିତ ନୁହେଁ ।
କେତେକ ଯନ୍ତ୍ରଣା ନିବାରକ ଔଷଧ ମଧ୍ୟ ଖାଇବା ମନା ।
କାରଣ, ଯଦି ଡେଙ୍ଗୁ ଆକ୍ରାନ୍ତ କରିଥାଏ, ତେବେ ଏହି ଔଷଧ ଖାଇବା ଦ୍ଵାରା ପ୍ଲେଟଲେଟସ ଅଭାବ ହୋଇ ଶରୀରରୁ ରକ୍ତସ୍ରାବ ଆରମ୍ଭ ହୋଇଯାଏ ।
ଜ୍ଵର ହେଲେ ମଧ୍ୟ ଆଣ୍ଟିବାୟୋଟିକ୍ସ ଖାଇବା ଅନେକଙ୍କର ଅଭ୍ୟାସ ।
ଏହାଦ୍ଵାରା ଶରୀରର ରୋଗପ୍ରତିରୋଧକ ଶକ୍ତି ଏହା ଉପରେ ନିର୍ଭରଶୀଳ ହୋଇଯାଏ ଏବଂ କେତେକ ସ୍ଥଳେ ଉପକାରୀ ବ୍ୟାକ୍ଟେରିଆ ବି ନଷ୍ଟ ହୋଇଯାନ୍ତି ।
ଜ୍ଵର ହୋଇଥିବା ରୋଗୀଙ୍କୁ ବହୁବାର ଚାଦର ଘୋଡାଇ ଶୋଇବାକୁ କୁହାଯାଏ ।
ଏହାଦ୍ଵାରା ଝାଳ ବୋହି ଜ୍ଵର ଛାଡିଯିବ ବୋଲି ଧାରଣା ରହିଛି ।
କିନ୍ତୁ ଏଥିରେ ଶରୀରର ତାପ ବଢେ ।
ତେଣୁ ରୋଗୀଙ୍କୁ ଖୋଲା, ସତେଜ ପବନ ବାଜିବା ପରି ସ୍ଥାନରେ ରଖନ୍ତୁ ।
ଗାଧୋଇବା ସମ୍ଭବ ନହେଲେ ଓଦା ଗାମୁଛାରେ ପୋଛିଦେବା ଉଚିତ ।
ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହିତ ଆରାମ ଲାଗିଥାଏ ।
ଏଯାବତ୍ ମ୍ୟାଲେରିଆର କୌଣସି ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇପାରେନାହିଁ ।
ଚଳିତ ବର୍ଷ ସୁଦ୍ଧା ଆରଟିଏସ୍ (ଯାହା ମସ୍କିରିକ୍ସ ନାମରେ ପରିଚିତ) ଟିକା ପ୍ରସ୍ତୁତ ହୋଇ ଘାନା, ମାଲାୱି ଏବଂ କେନିଆରେ ଆରମ୍ଭ ହେବାର ଥିଲା ।
ତେବେ ପରେ ଏହି କାର୍ଯ୍ୟକ୍ରମ ବର୍ଷ ଶେଷକୁ ଘୁଞ୍ଚାଇ ଦିଆଯାଇଛି ଏବଂ ତିନୋଟି ମଧ୍ୟରୁ କୌଣସି ଗୋଟିଏ ଦେଶରେ ହେବାର ସୂଚନା ମିଳିଛି ।
ପୂର୍ବରୁ ୨୦୧୧ ମସିହାରେ ଏହି ଟିକା ପ୍ରସ୍ତୁତି ଚାଲିଥିବା ବେଳେ ୨୦୧୫ ମସିହା ସୁଦ୍ଧା ଏହା ଲାଇସେନ୍ସ ପାଇ ବ୍ୟବହାର ଉପଯୋଗୀ ହେବ ବୋଲି ଚର୍ଚ୍ଚା ହେଇଥିଲା, ଯାହା ପୁଣି ବିଳମ୍ବିତ ହୋଇଯାଇଛି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment