Commit c63368e3 authored by Nayan Ranjan Paul's avatar Nayan Ranjan Paul

Upload New File

parent cb18ac19
ରକ୍ତପ୍ରଦର
ଯୋନି ମଧ୍ୟରୁ ଅତ୍ୟଧିକ ରକ୍ତସ୍ରାବ ରକ୍ତପ୍ରଦର ରୋଗ କୁହାଯାଏ ।
ଲକ୍ଷଣ
ଯୋନିରୁ ଅତ୍ୟଧିକ ରକ୍ତସ୍ରାବ ହୁଏ ।
ପିଚ୍ଛିଳ ଲାଳଯୁକ୍ତ ଗନ୍ଧଯୁକ୍ତ ରକ୍ତସ୍ରାବ ମଧ୍ୟ କେତେକାଂଶରେ ହୋଇଥାଏ ।
ଶରୀର ସେଟା ବା ଧଳା ଦେଖାଯିବା ସହ ଦୁର୍ବଳ ଲାଗେ ।
ମାଂସପେଶୀ ଗଣ୍ଠି (joints) ବେଦନା ହୁଏ ।
ଶରୀର ଗରମ ରହିଲା ଭଳି ସର୍ବଦା ଅନୁଭୂତ ହୁଏ ।
କାରଣ
ଅପରିଷ୍କାର କଣା ଋତୁ ସମୟରେ ବ୍ୟବହାର କଲେ ସଂକ୍ରମଣ ହୋଇଯାଏ ।
ଅତି ଉକ୍ଷ୍ମ ଆହାର ଓ ବିହାର କଲେ ହୁଏ ।
ରାତ୍ରି ଜାଗରଣ ବା ନିଦ୍ରା ହେଲେ ହୁଏ ।
ଅତି ଯୌନସମ୍ପର୍କ ଓ କୌଣସି କାରଣରୁ ଗର୍ଭାଶୟରେ କ୍ଷତ ବା ସଂକ୍ରମଣ ହେଲେ ହୁଏ ।
ସର୍ବଦା ଗରମ ସ୍ଥାନରେ କାମ କଲେ ହୁଏ ।
ସନ୍ତାନ ଜନ୍ମ ସମୟରେ ବିଶୋଧିକ ଜିନିଷ ବ୍ୟବହାର କଲେ ସଂକ୍ରମଣ ହୋଇ ମଧ୍ୟ ହୋଇଥାଏ ।
ଚିକିତ୍ସା
ଉପରୋକ୍ତ କାରଣଗୁଡିକ ବର୍ଜନୀୟ
ଶ୍ଵେତପ୍ରଦରର ସମସ୍ତ ଚିକିତ୍ସା ପରି
ତୁଟୁକା ଚିକିତ୍ସା
ଛେଳି କ୍ଷୀର ଏକ ଲୁହାକୁ ଲାଲ୍ ହେବା ପର୍ଯ୍ୟନ୍ତ ତତାଇ ୧୨ ଥର ବୁଡାଇବ ଓ ସେ କ୍ଷୀରସକାଳ ସନ୍ଧ୍ୟାରେ ପାନ କରିବ ।
ଏହିପରି ୧୫ ଦିନ ଛେଳି କ୍ଷୀର ପାନ କରିବ ।
ରକ୍ତ ବୃଦ୍ଧି ପାଇଁ ।
ଦୂର ରସ ୨ ଚାମଚ ସହ ମୁଠା ରସ ୧ ଚାମଚ ମିଶାଇ ସକାଳ, ସନ୍ଧ୍ୟା, ଖରାବେଳେ ଏହିପରି ଦିନକୁ ୩ ଥର ପାନ କରିବ ରକ୍ତ ବନ୍ଦ ପାଇଁ
କୁକୁଡା ଅଣ୍ଡା ଖୋଳର ଭସ୍ମ ୨ ଗ୍ରାମ ଲେଖାଏଁ ଦିନକୁ ୨ ଥର ମଧୁସହ ପାନ କରିବ ।
ଶରୀରକୁ ଥଣ୍ଡା ଚିକିତ୍ସା କରି ଥଣ୍ଡା ରଖିବାକୁ ଚେଷ୍ଟା କରିବ ।
ଚାଉଳଧୁଆ ଜଳ ସକାଳ ସନ୍ଧ୍ୟାରେ ପାନ କରିବ ।
ଔଷଧ ଚିକିତ୍ସା
ଶ୍ଵେତପ୍ରଦରର ଔଷଧ ଚିକିତ୍ସା ସହ ସମାନ ।
(A) ଶୋଣିତାର୍ଗଳ ରସ – ୧ଟି ଲେଖାଏଁ ବଟିକା ଦିନକୁ ୩ ଥର ।
ଦୁବରସ- ୨ ଚାମଚ ସହ ରକ୍ତ ବନ୍ଦ ପାଇଁ ।
(B) ପ୍ରଦରାନ୍ତ୍ରକ ଲୌହ ।
ଚାଉଳଧୁଆ ଜଳ ସହ ।
(C) ପୁଷ୍ୟାନୁଗ ଚୂର୍ଣ୍ଣ – ୫ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ ।
(D) ବୃହତ୍ ମେଥିମୋଦକ – ୫ ଗ୍ରାମ ଲେଖାଏଁ ଦିନକୁ ୨ ଥର ଉଷୁମ କ୍ଷୀର ସହ ।
(E) ଧାତକୀ ସିଝା ଜଳରେ ଗର୍ଭାଶୟ ମୁଖ ଧୌତ କରି ତୈଳ ଲଗାଇବ ।
3. ଅସାକାରିଷ୍ଟକ, ଲୌହାସବ, ଚନ୍ଦନାସବ, ଆର୍ତ୍ତବ ସନ୍ଧି କ୍ଵାଥ, ଦଶମୂଳାଋଷ୍ଟ, ଅଶୋକ ଘୃତ ଆଦି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment