Commit e1d76b5f authored by Nayan Ranjan Paul's avatar Nayan Ranjan Paul

Upload New File

parent af46448d
ଘିମିରି ଓ ଯାଦୁ
ଉପକ୍ରମ
ଖରାଦିନେ ବିଶେଷ କରି ଦେହରେ ଘିମିରି ଦେଖାଯାଏ ।
ଏହା ବହୁତ ଛୋଟ ରୋଗ ହୋଇଥିଲେ ବି ଭାରି ଯନ୍ତ୍ରଣା ଦାୟକ ।
ତାପମାତ୍ରା ବୃଦ୍ଧି ହେଲେ ଦେହରୁ ଝାଳ ବାହାରେ ।
ଘିମିରି
ଏହି ଝାଳ ଶୁଖି ନ ପାରି ଚର୍ମରେ କିଛି ସମୟ ଲାଗି ରହିବା ଦ୍ଵାରା ଦେହରେ ଘିମିରି ହୋଇଯାଏ ।
ଘିମିରିରକ୍ଷା ପାଇବା ଯେତେ ସମ୍ଭବ ପତଳା ସୂତା ଲୁଗା ଓ ସୂତା ଢିଲା ପୋଷାକ ପିନ୍ଧନ୍ତୁ ।
ଝାଳ ବୋହିଲେ ସଙ୍ଗେ ସଙ୍ଗେ ପୋଛି ଦିଅନ୍ତୁ ।
ସକାଳ ଓ ରାତିରେ ଦୁଇଥର ଗାଧାନ୍ତୁ ।
ରାତିରେ ବେଶୀ ନ ହେଲେ ଦୁଇ ମଗ ପାଣିରେ ଗାଧୋଇବା ଦରକାର ।
ଏହାଦ୍ୱାରା ଶରୀର ଥଣ୍ଡା ରହିବ ।
ଝାଳ ବାହାରିବ ନାହିଁ ।
ଖରାରୁ ଆସିବା ପରେ ଦେହରୁ ପୋଛି ଗାଧାନ୍ତୁ ।
ନଚେତ ଦୁଇ ମଗ ପାଣିରେ ପୋଛି ହୋଇ ଫ୍ୟାନ ତଳେ ବସନ୍ତୁ ।
ଏହାଦ୍ଵାରା ଦେହରେ ଝାଳ ରହିବ ନାହିଁ କି ଘିମିରି ହେବ ନାହିଁ ।
ଯଦି ଘିମିରି ହୋଇଯାଇଥାଏ, ତାହାଲେ ଘିମିରି ଉପରେ ବରଫ ଘଷନ୍ତୁ ।
ଏହାପରେ କାଲାମିନ୍ ଲୋସନ୍ ଲଗାନ୍ତୁ ।
ଏହାଦ୍ୱାରା ଘିମିରି କମିଯିବ ।
ଯାଦୁ
ଏହିଦିନରେ ଝାଳ ଲାଗି ଯାଦୁ ହୁଏ ।
ମୁଖ୍ୟତଃ ଜଂଘ କାଖ ଓ ମହିଳାଙ୍କ ଛାତିରେ ହୋଇଥାଏ ।
ଏହାବହୁତ କଷ୍ଟ ଦାୟକ ।
ଏଥିରୁ ରକ୍ଷା ପାଇବା ପାଇଁ ଢିଲା ପୋଷାକ ପିନ୍ଧନ୍ତୁ ।
ଦିନକୁ ଦୁଇଥର ଗାଧାନ୍ତୁ ।
ପୋଷାକ ମଧ୍ୟ ଦୁଇଥର ଧୂଅନ୍ତୁ ।
ଦିନରେ ପିନ୍ଧିଥିବା ପୋଷାକ ରାତିରେ ଧୂଅନ୍ତୁ ।
ରାତିରେ ପିନ୍ଧିଥିବା ପୋଷାକ ସକାଳେ ଧୂଅନ୍ତୁ ।
ଏହାଦ୍ଵାରା ପୋଷାକରେ ଜୀବାଣୁ ନାହିଁ ।
ଥଣ୍ଡା ପାଣିରେ ଯାଦୁ ଧୂଅନ୍ତୁ ।
ବ ମେଡିକେଟେଡ୍ ସାବୁନ୍ ଲଗାଇ ଯାଦୁ ଧୂଅନ୍ତୁ ।
ଡାକ୍ତର ପରାମର୍ଶରେ ସାବୁନ ବ୍ୟବହାର କରନ୍ତୁ ଓଁ ଚିକିତ୍ସା ହୁଅନ୍ତୁ ।
ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର
ତାପମାତ୍ରା ୪୦ ଡିଗ୍ରୀ ଟପିଲେ ସନ୍ ବୁର୍ଣ୍ଣ ଆଶଙ୍କା ବଢିଯାଏ ।
ଦିନ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ବାହାରନ୍ତୁ ନାହିଁ ।
ଯଦି ବାହାରୁଛନ୍ତି, ତେବେ ଭଲ ଭାବରେ ଶରୀରକୁ ଢାଙ୍କି ପଦାକୁ ବାହାରନ୍ତୁ ।
ଏହା ପୂର୍ବରୁ ସନ୍ ବୁର୍ଣ୍ଣ ଲୋସନ ଲଗାନ୍ତୁ ।
ଏହାପରେ ଯଦି ସନ୍ ବୁର୍ଣ୍ଣ ହୋଇଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବିଶେଷକରି ଖରାଦିନେ ଦେହରୁ ଝାଳ ବାହାରେ ।
ଝାଳ ବାହାରିବା ସଙ୍ଗେ ସଙ୍ଗେ ପୋଛି ଦେବା ଦରକାର ।
ନଚେତ୍ ଏହା ଦେହରେ ଲାଗି ରହି ଘିମିରି ଓ ଯାଦୁ ପରି ରୋଗ କରେ ।
ଏଣୁ ଦେହରେ ଝାଳ ଲାଗି ନରହିବା ପାଇଁ ଦିନକୁ ଦୁଇଥର ଗାଧାନ୍ତୁ ।
ପୋଷାକ ପାଟରା ପରିଷ୍କାର ପିନ୍ଧନ୍ତୁ ।
ବିଶେଷ କରି ଝାଳ ବୋହିବା ମାତ୍ରେ ପୋଛି ଦେଇ ଫ୍ୟାନ୍ ପବନରେ ବସନ୍ତୁ ।
ଏହାଦ୍ଵାରା ଚର୍ମରୋଗ ଦେଖାଦେବାର ଆଶଙ୍କା ହ୍ରାସ ପାଇବ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment