Commit 60d2740a authored by Nayan Ranjan Paul's avatar Nayan Ranjan Paul

Upload New File

parent d2c3c5bf
ତେଜପତ୍ରର ଔଷଧୀୟ ଗୁଣ
ତେଜପତ୍ର
ତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ ।
ତେଜ ପତ୍ରରେ ପ୍ରତୁର ପରିମାଣର କପର୍,ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି ।
ଲୋକମାନେ ତେଜପତ୍ରକୁ ଯଦିଓ ମସଲା ଭାବରେ ବ୍ୟବହାର କରନ୍ତି କିନ୍ତୁ ଏଥିରେ ରହିଛି ଅଗଣିତ ଔଷଧୀୟ ଗୁଣ ।
ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ।
ଅନେକ ରୋଗକୁ ମାତ୍ର କିଛି କ୍ଷଣ ମଧ୍ୟରେ ଭଲ କରିଦିଏ ତେଜପତ୍ର ।
ଏବେ ନଜର ଏହାର ଔଷଧୀୟ ଗୁଣ ଉପରେ ।
ଔଷଧୀୟ ଗୁଣ
ପାଚନ ପ୍ରକ୍ରିୟା : ତେଜପତ୍ର ଖାଇଲେ ପାଚନ ଜନିତ ଅନେକ ସମସ୍ୟା ଦୂର କରିଥାଏ ।
ଏସିଡିଟି,କୋଷ୍ଠକାଠିନ୍ୟ, ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ତେଜପତ୍ର ।
ମଧୁମେହ : ଯେଉଁ ବ୍ୟକ୍ତି ମାନେ ଟାଇପ୍ -୨ ମଧୁମେହରେ ପୀଡିତ ସେମାନଙ୍କ ପାଇଁ ତେଜପତ୍ର ଖୁବ୍ ଲାଭଦାୟକ ।
ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କଲେ ସୁଗାର୍ ସ୍ତର ନିୟନ୍ତ୍ରିତ ହୋଇଥାଏ ।
କିଡନୀ ସମସ୍ୟା : ପାଣିରେ ତେଜପତ୍ର ପକାଇ କିଛି ସମୟ ଫୁଟାନ୍ତୁ ।
ଥଣ୍ଡା ହୋଇସାରିବା ପରେ ଏହି ପାଣିକୁ ପିଅନ୍ତୁ ।
ନିୟମିତ ଏହି ପାଣି ପିଇଲେ କିଡନୀ ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆଂଟି କ୍ୟାନ୍ସର ତତ୍ୱ : ତେଜପତ୍ରରେ କେଫିକ୍ ଏସିଡ୍, କ୍ୱେରସେଟିନ୍ ଏବଂ ଇଉଗିନେଲ୍ ନାମକ ତତ୍ୱ ରହିଛି ।
ଯାହା ମେଟାବୋଲିଜିମ୍ ଏବଂ କ୍ୟାନ୍ସର୍ ଭଳି ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ ।
ପୀଡା ପାଇଁ ଲାଭଦାୟକ : ଆଣ୍ଠୁ ଗଣ୍ଠି ତଥା ଅନ୍ୟ ପ୍ରକାର ପୀଡାରେ ତେଜପତ୍ରର ତେଲ ମାଲିସ୍ କଲେ ତୁରନ୍ତ କଷ୍ଟ ଦୂର ହୋଇଯାଇଥାଏ ।
ନିଦ ଭଗାଏ : ଅଧିକାଂଶ ଲୋକଙ୍କୁ ଖୁବ୍ ନିଦ ଲାଗିଥାଏ ।
ଏଭଳି ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେଉଛି ତେଜପତ୍ର ।
ରାତିରେ ପାଣିରେ ତେଜପତ୍ରକୁ ଭିଜାଇ ରଖନ୍ତୁ ।
ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଅନ୍ତୁ ।
ଏପରି କଲେ ଅଳସୁଆ ପଣ ବା ନିଦୁଆ ଲାଗି ନଥାଏ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment